Advertisment

Pushpa 2: 'ପୁଷ୍ପା ୨' ଦେଖିବାକୁ ଯାଇଥିଲେ ଯୁବକ; ହଲ୍‌ର କ୍ୟାଣ୍ଟିନ ମାଲିକ ତାଙ୍କ କାନ କାମୁଡ଼ିଦେଲେ

ଏକ ସିନେମା ହଲ୍‌ରେ 'ପୁଷ୍ପା ୨' ଦେଖିବାକୁ ଯାଇଥିବା ଜଣେ ଯୁବକଙ୍କ ସିନେମା ହଲ୍‌ର କ୍ୟାଣ୍ଟିନ ମାଲିକଙ୍କ ସହ ଝଗଡା ହୋଇଥିଲା। କ୍ୟାଣ୍ଟିନ୍‌ ମାଲିକ ତାଙ୍କ ଅନ୍ୟ ଦୁଇ ସହଯୋଗୀଙ୍କ ସହ ଯୁବକଙ୍କୁ ମାଡ ମାରିଥିଲେ।

ଅଦ୍ୟତନ ହୋଇଛି
Man who went to watch pushpa 2 have fight over food bill canteen owner bite his ear

Man who went to watch pushpa 2 have fight over food bill canteen owner bite his ear

Advertisment

'ପୁଷ୍ପା ୨'ର କ୍ରେଜ୍ ଏବେ ଚାରିଆଡେ। ଏହି ଫିଲ୍ମ ଦେଖିବାକୁ ଲୋକମାନେ ପାଗଳଙ୍କ ଭଳି ସିନେମା ହଲ୍‌କୁ ଦୌଡୁଛନ୍ତି। ଟିକେଟ୍ ଦାମ ଯେତେ ହେଉପଛେ ଲୋକଙ୍କୁ କିଛି ଫରକ ପଡୁନି। ତେବେ ଫିଲ୍ମ ଦେଖିବା ଖୁସିରେ ଅନେକ ମଧ୍ୟ ଦୁର୍ଘଟଣାର ଶିକାର ହେଉଛନ୍ତି। ପୂର୍ବରୁ ଭିଡରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେ ଆଉ ଏକ ମାମଲା ସାମ୍ନାକୁ ଆସିଛି।

Advertisment

ମଧ୍ୟପ୍ରଦେଶର ଗ୍ୱାଲିଅରର ଏକ ସିନେମା ହଲ୍‌ରେ ଅଲୁ ଅର୍ଜୁନଙ୍କ ଫିଲ୍ମ 'ପୁଷ୍ପା ୨' ଦେଖିବାକୁ ଯାଇଥିବା ଜଣେ ଯୁବକଙ୍କ କାନକୁ ଆଘାତ କରାଯାଇଛି। ସିନେମା ହଲ୍‌ର କ୍ୟାଣ୍ଟିନ ମାଲିକଙ୍କ ସହ ତାଙ୍କର ଝଗଡା ହୋଇଥିଲା। କ୍ୟାଣ୍ଟିନ୍‌ ମାଲିକ ତାଙ୍କ ଅନ୍ୟ ସହଯୋଗୀଙ୍କ ସହ ଯୁବକଙ୍କୁ ମାଡ ମାରିଥିଲେ। ଝଗଡା ବେଳେ ସେ ଯୁବକଙ୍କ କାନକୁ ମଧ୍ୟ କାମୁଡି ଦେଇଥିଲେ।

ଅଧିକ ପଢ଼ନ୍ତୁ: ଛୁଟୁଛି ରୋଜଗାରର ସୁଅ; ବିଦେଶରେ ବି ହଚଚଇ କରୁଛି ‘ପୁଷ୍ପା ୨’

Advertisment


ଇଣ୍ଟର୍‌ଭାଲ୍‌ରେ ଝଗଡା:

ଏହି ଦର୍ଶକଙ୍କ ନାଁ ଶବ୍ବୀର ବୋଲି କୁହାଯାଉଛି। ଶବ୍ବୀର ରବିବାର ଫିଲ୍ମ 'ପୁଷ୍ପା ୨' ଦେଖିବା ପାଇଁ ଇନ୍ଦରଗଞ୍ଜ ଅଞ୍ଚଳର କୈଳାଶ୍ ଟକିଜ୍ ଯାଇଥିଲେ। ସେ ଇଣ୍ଟର୍‌ଭାଲ୍‌ରେ ଜଳଖିଆ ଆଣିବାକୁ ଯାଇଥିଲେ। ଏହି ଇଣ୍ଟର୍‌ଭାଲ୍‌ ମଧ୍ୟରେ କ୍ୟାଣ୍ଟିନ ମାଲିକ ରାଜୁ ଏବଂ ଶବ୍ବୀରଙ୍କ ମଧ୍ୟରେ ଝଗଡା ହୋଇଥିଲା ।

ଶବ୍ବୀର ଜଳଖିଆ ବିଲ୍ ପୈଠ କରି ନଥିବା ରାଜୁ ଅଭିଯୋଗ କରିଛନ୍ତି। ଏହି ସମୟରେ ରାଜୁ ଏବଂ ତାଙ୍କର ତିନି ସହଯୋଗୀ ମଧ୍ୟ ଶବ୍ବୀରଙ୍କୁ ପିଟିଥିଲେ। ଝଗଡା ଏତେ ବଢିଗଲା ଯେ ରାଜୁ ରାଗିଯାଇ ଶବ୍ବୀରଙ୍କ ଗୋଟିଏ କାନକୁ କାମୁଡ଼ି ଦେଇଥିଲେ।

Advertisment

ଅଧିକ ପଢ଼ନ୍ତୁ: 'ପୁଷ୍ପା ୨'ର ଏହିସବୁ ଡାଏଲଗ୍ ଆପଣଙ୍କୁ ସିଟି ମାରିବାକୁ ବାଧ୍ୟ କରିବ


କ୍ୟାଣ୍ଟିନ ମାଲିକଙ୍କ ବିରୋଧରେ ଏଫ୍ଆଇଆର୍:

ଏହା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଘଟଣା। ପୋଲିସ ଅଧିକାରୀଙ୍କ କହିବାନୁସାରେ, କ୍ୟାଣ୍ଟିନ୍‌ ମାଲିକ ଏବଂ ତାଙ୍କର ତିନି ସହଯୋଗୀ ଶବ୍ବୀରଙ୍କୁ ଖୁବ ପିଟିଥିଲେ ଏବଂ ତାଙ୍କର ଗୋଟିଏ କାନକୁ ମଧ୍ୟ କାଡୁଡି ଦେଇଥିଲେ।

ଏହି ଘଟଣାକୁ ନେଇ ଶବ୍ବୀର ସୋମବାର ପୋଲିସ ନିକଟରେ ଅଭିଯୋଗ କରିଛନ୍ତି। ଶବ୍ବୀରଙ୍କ ଡାକ୍ତରୀ ରିପୋର୍ଟକୁ ଆଧାର କରି ମଙ୍ଗଳବାର ଏହି ରିପୋର୍ଟ ଦାଖଲ କରାଯାଇଛି। ବର୍ତ୍ତମାନ ଏହି ମାମଲାରେ କାହାକୁ ଗିରଫ କରାଯାଇ ନାହିଁ।


ଏମିତି ହେବା ପ୍ରଥମ ନୁହେଁ:

‘ପୁଷ୍ପା ୨’ ଦେଖିବାକୁ ଯାଇଥିବା ଯୁବକମାନଙ୍କ ମଧ୍ୟରେ ଦୁର୍ଘଟଣାର ଏହା ପ୍ରଥମ ଘଟଣା ନୁହେଁ। ଏହା ପୂର୍ବରୁ ମଧ୍ୟ ଦୁଇଟି ମାମଲା ସାମ୍ନାକୁ ଆସିଛି। ଏଥିରେ ଫିଲ୍ମ ଦେଖିବାକୁ ଯାଇଥିବା ଜଣେ ମହିଳା ସିନେମା ହଲ୍‌ରେ ଦଳାଚକଟାରେ ମୃତ୍ୟୁବରଣ କରିଛନ୍ତି

ଯେତେବେଳେ ଅଲୁ ଅର୍ଜୁନ ଥିଏଟରକୁ ଆସିଥିଲେ ସେତେବେଳେ ଏକ ଅଘଟଣ ଘଟିଥିଲା। ପ୍ରବଳ ଭିଡ ହୋଇଯିବାରୁ ଦଳାଚକଟାରେ ମହିଳାଙ୍କ ମୃତ୍ୟୁ ହୋଇଥିଲା। ଏହା ପରେ ଅଲୁ ଅର୍ଜୁନ ମଧ୍ୟ ମହିଳାଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ଦେବାକୁ ଘୋଷଣା କରିଥିଲେ। ଏଥିସହିତ ‘ପୁଷ୍ପା ୨’ ଦେଖିବାକୁ ଯାଉଥିବା ଜଣେ ବାଳକ ରେଳ ଟ୍ରାକ୍‌ରେ ଟ୍ରେନ୍ ଦୁର୍ଘଟଣାରେ ମୃତ୍ୟୁବରଣ କରିଛନ୍ତି।

‘ପୁଷ୍ପା ୨’ କରୁଛି ମ୍ୟାଜିକ୍:

'ପୁଷ୍ପା ୨' ବିଷୟରେ କହିବାକୁ ଗଲେ ଅଲୁ ଅର୍ଜୁନଙ୍କ ଫିଲ୍ମ ବକ୍ସ ଅଫିସରେ ଚମତ୍କାର ପ୍ରଦର୍ଶନ କରୁଛି। ଏହି ଚଳଚ୍ଚିତ୍ରଟି ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ସାରା ବିଶ୍ୱରେ ୧୦୦୦ କୋଟି ଟଙ୍କା ଅତିକ୍ରମ କରିଛି।

ଏକ ସପ୍ତାହ ମଧ୍ୟରେ ଘରୋଇ ବକ୍ସ ଅଫିସରେ ସର୍ବାଧିକ ଆୟ କରିଥିବା ଚଳଚ୍ଚିତ୍ର ତାଲିକାରେ 'ଜବାନ୍', 'ପଠାନ୍', 'ଆନିମଲ୍', 'ସ୍ତ୍ରୀ ୨' ଏବଂ 'ଗଦର ୨' ନାଁ ମଧ୍ୟ ସାମିଲ୍ ଅଛି। ତେବେ ‘ପୁଷ୍ପା ୨’ ଏ ସବୁର ରେକର୍ଡ ଭାଙ୍ଗିଛି।.

ଅଧିକ ପଢ଼ନ୍ତୁ: Pushpa 2 Stampede: ପୁଷ୍ପା-୨ ପ୍ରିମିୟର୍ ଶୋ’ରେ ଦଳାଚକଟା, ଚାଲିଗଲା ମହିଳାଙ୍କ ଜୀବନ

Allu Arjun Rashmika Mandanna Pushpa South Indian Films
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ