Advertisment

ଶାହରୁଖ ଖାନଙ୍କୁ ପରମହଂସଙ୍କ ଧମକ; କହିଲେ ଜୀଅଁନ୍ତା ଜାଳିଦେବେ

ଶାହରୁଖ ଖାନଙ୍କୁ ଧମକ। 'ପଠାନ'କୁ ନେଇ 'ଅଯୋଧ୍ୟାର ସନ୍ଥ' ଶାହରୁଖ ଖାନଙ୍କ ଉପରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ମହନ୍ତ ପରମହଂସ ଆଚାର୍ଯ୍ୟ କହିଛନ୍ତି ଯେ ଯଦି ସେ ଶାହରୁଖ ଖାନଙ୍କୁ କେବେ ଭେଟନ୍ତି ତେବେ ସେ ତାଙ୍କୁ ଜୀବନ୍ତା ଜାଳିଦେବେ।

author-image
Pramod Behera
ଅଦ୍ୟତନ ହୋଇଛି
Shah Rukh Khan

Mahant paramhans acharya warning shah rukh khan to kill burn alive

ଶାହରୁଖ ଖାନଙ୍କ ଆଗାମୀ ଫିଲ୍ମ 'ପଠାନ'କୁ ନେଇ ବିବାଦ ପିଛା ଛାଡୁନି। ଏହି ଚଳଚ୍ଚିତ୍ରକୁ ନେଇ ଅନେକ ରାଜନେତା, ସାଧୁ ଏବଂ ଦର୍ଶକ ନିଜର ନକାରାତ୍ମକ ମତ ଦେଉଛନ୍ତି। ଏବେ କିନ୍ତୁ 'ପଠାନ'କୁ ନେଇ 'ଅଯୋଧ୍ୟାର ସନ୍ଥ' ଶାହରୁଖ ଖାନ ଙ୍କ ଉପରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ତପସ୍ୱୀ ଛାଭନୀର ମହନ୍ତ ପରମହଂସ ଆଚାର୍ଯ୍ୟ କହିଛନ୍ତି ଯେ ଯଦି ସେ ଶାହାରୁଖ ଖାନଙ୍କୁ କେବେ ଭେଟନ୍ତି ତେବେ ସେ ତାଙ୍କୁ ଜୀବନ୍ତ ଜାଳି ଦେବେ। ଏହା ସହିତ ପରମହଂସ ଆଚାର୍ଯ୍ୟ କହିଛନ୍ତି ଯେ 'ବେଶରମ୍‌ ରଙ୍ଗ୍‌' ଗୀତରେ ଗେରୁଆ ରଙ୍ଗକୁ ଅପମାନିତ କରାଯାଇଛି।

Advertisment

ମହନ୍ତ ପରମହଂସ ଆଚାର୍ଯ୍ୟ ଆହୁରି କହିଛନ୍ତି, “ଆମର ସନାତନ ଧର୍ମର ଲୋକମାନେ ଏହାକୁ ନେଇ କ୍ରମାଗତ ଭାବରେ ବିରୋଧ କରୁଛନ୍ତି। ଆଜି ଆମେ ଶାହରୁଖ ଖାନଙ୍କ ପୋଷ୍ଟର ପୋଡିଛୁ। ଯଦି ମତେ ଜିହାଦି ସହ ଜଡିତ ଏକ ଫିଲ୍ମ ମିଳିଯାଏ, ତେବେ ମୁଁ ଏହାକୁ ଜାଳିଦେବି।” ଆଚାର୍ଯ୍ୟ ଏଇଠି ଅଟକି ଯାଇ ନାହାଁନ୍ତି, ସେ କହିଛନ୍ତି ଯେ ଯଦି ଫିଲ୍ମ 'ପଠାନ' ପ୍ରେକ୍ଷାଳୟରେ ମୁକ୍ତିଲାଭ କରେ ତେବେ ସେ ପ୍ରେକ୍ଷାଳୟରେ ମଧ୍ୟ ନିଆଁ ଲଗାଇବେ।

ଅଧିକ ପଢ଼ନ୍ତୁ: ‘‘ବେଶରମ୍‌ ରଙ୍ଗ’ରେ ଡ୍ରେସ୍-ଡ୍ୟାନ୍ସ ପରିବର୍ତ୍ତନ କର, ନଚେତ ରିଲିଜ୍‌ କଥା ଆମେ ଚିନ୍ତା କରିବାକୁ ବାଧ୍ୟ ହେବୁ..’

Advertisment

ଆଚାର୍ଯ୍ୟ ଫିଲ୍ମ ‘ପଠାନ’କୁ ବୟକଟ୍ କରିବାକୁ ମଧ୍ୟ କହିଛନ୍ତି। ଏହାପୂର୍ବରୁ ଅଯୋଧ୍ୟାରେ ଅବସ୍ଥିତ ହନୁମାନ ଗଡିର ପୂଜାରୀ ମହନ୍ତ ରାଜୁ ଦାସ ମଧ୍ୟ ଏହି ଫିଲ୍ମକୁ ବିରୋଧ କରିଥିଲେ। ସେ ଶାହରୁଖଙ୍କୁ ସନାତନ ଧର୍ମର ବିଶ୍ୱାସକୁ ଆଘାତ ଦେଇଥିବା ଅଭିଯୋଗ କରିଥିଲେ। ସେ କହିଥିଲେ ଯେ ଉଭୟ ବଲିଉଡ୍‌ ଏବଂ ହଲିଉଡ୍‌ ସନାତନ ଧର୍ମର ବିଶ୍ୱାସକୁ କ୍ଷତି ପହଞ୍ଚାଉଛି। ଶାହରୁଖ ସର୍ବଦା ସନାତନ ଧର୍ମର ସଂସ୍କୃତିକୁ ପରିହାସ କରିଆସୁଛନ୍ତି।

ମହନ୍ତ ରାଜୁ ଦାସ ଫିଲ୍ମ 'ପଠାନ'କୁ ବୟକଟ୍ କରିବାକୁ ମଧ୍ୟ ନିବେଦନ କରିଥିଲେ। ସେ ଏକ ବିବାଦୀୟ ବିବୃତ୍ତି ଦେଇ ଜନସାଧାରଣଙ୍କୁ ନିବେଦନ କରିଥିଲେ ଯେ "ଯେଉଁଠି ବି ଫିଲ୍ମ 'ପଠାନ' ଲାଗିବ ସେହି ସିନେମା ହଲ୍‌କୁ ଜାଳିଦେବେ। ଯେପର୍ଯ୍ୟନ୍ତ ଦୁଷ୍ଟମାନଙ୍କ ପ୍ରତି ଦୁଷ୍ଟତା ନହୁଏ ସେପର୍ଯ୍ୟନ୍ତ ଏଭଳି ଘଟଣା ବନ୍ଦ ହେବ ନାହିଁ।"

ଚଳଚ୍ଚିତ୍ର ପଠାନର 'ବେଶରମ୍‌ ରଙ୍ଗ୍‌' ଗୀତରେ ଦୀପିକା ପାଦୁକୋନ୍ ଏକ ଗେରୁଆ ରଙ୍ଗର ବିକିନି ପିନ୍ଧିବାକୁ ନେଇ ଏହି ଏହି ବିବାଦ ଦେଖାଦେଇଛି। ଏହା ଧାର୍ମିକ ବିଶ୍ୱାସ ସହ ଖେଳ ବୋଲି ଅଭିଯୋଗ ହେଉଛି। ଏହି ଗୀତ ରିଲିଜ୍ ହେବା ପରେ ରାଜନେତା ଓ ଦକ୍ଷିଣପନ୍ଥୀ ସମର୍ଥକମାନେ ଗେରୁଆ ରଙ୍ଗର ପୋଷାକକୁ ନେଇ ବିରୋଧ କରୁଛନ୍ତି।

Bollywood Shahrukh Khan
Advertisment
Advertisment