Advertisment

Mahakumbh Monalisa: ଅଭିନୟ କରି ଦେଖେଇଲେ ମୋନାଲିସା; କହିଲେ ଦମଦାର ଡାଏଲଗ୍

ସୋସିଆଲ୍ ମିଡିଆରେ ମୋନାଲିସାଙ୍କ ଅଭିନୟ ଭିଡିଓ ଭାଇରାଲ୍ ହେଉଛି। ଏହି ଭାଇରାଲ୍ ଭିଡିଓରେ ସେ ଦମଦାର୍ ଡାଏଲଗ୍ କହୁଥିବା ଦେଖିବାକୁ ମିଳେ। ଦେଖନ୍ତୁ ତାଙ୍କ କରାମତି।

author-image
Pramod Behera
ଅଦ୍ୟତନ ହୋଇଛି
Mahakumbh viral girl Monalisa was seen speaking dialogues

Mahakumbh viral girl Monalisa was seen speaking dialogues

ପ୍ରୟାଗରାଜ ଠାରେ ଆୟୋଜିତ ମହାକୁମ୍ଭ ମେଳାରୁ ଭାଇରାଲ୍ ହୋଇଥିଲେ ମୋନାଲିସା। ଚାରିଆଡେ ତାଙ୍କ ଚର୍ଚ୍ଚା ରହିଥିଲା। ମାଳା ବିକୁ ବିକୁ ରାତାରାତି ହୋଇଗଲେ ଲୋକପ୍ରିୟ। ବର୍ତ୍ତମାନ ସେ କୌଣସି ସେଲିବ୍ରେଟି ଠାରୁ ବି କମ ନୁହନ୍ତି। ତାଙ୍କ ଫ୍ୟାନ୍-ଫଲୋର୍ସମାନଙ୍କ ସଂଖ୍ୟା ବଢି ବଢି ଚାଲିଛି। ତାଙ୍କୁ ବଲିଲଡ୍‌ରେ କାମ କରିବା ପାଇଁ ଅଫରର ଲାଇନ୍ ଲାଗିବା ଆରମ୍ଭ ହୋଇଛି।

Advertisment

ଚଳଚ୍ଚିତ୍ର ନିର୍ଦ୍ଦେଶକ ସନୋଜ ମିଶ୍ର ତାଙ୍କୁ ତାଙ୍କ ଚଳଚ୍ଚିତ୍ରରେ କାଷ୍ଟ କରିବାକୁ ଯାଉଛନ୍ତି। ଏହାପୂର୍ବରୁ କିନ୍ତୁ ମୋନାଲିସାଙ୍କୁ ଅଭିନୟର ତାଲିମ ଦିଆଯାଉଛି। ଆଜିକାଲି ମୋନାଲିସା ବହୁତ କଠିନ ପରିଶ୍ରମ କରୁଛନ୍ତି। ଏହାର ପ୍ରମାଣ ଏବେ ମିଳିଛି। ସୋସିଆଲ୍ ମିଡିଆରେ ତାଙ୍କର ଏକ ଭିଡିଓ ଭାଇରାଲ୍ ହେଉଛି। ଏହି ଭାଇରାଲ୍ ଭିଡିଓରେ ସେ ଦମଦାର୍ ଡାଏଲଗ୍ କହୁଥିବା ଦେଖିବାକୁ ମିଳେ।

Advertisment


ଅଧିକ ପଢ଼ନ୍ତୁ: ମୋନାଲିସାଙ୍କ ରୂପ ନୁହେଁ, ତାଙ୍କ ସ୍ୱର ବି ସୁନ୍ଦର; ଶୁଣନ୍ତୁ ସେ ଗାଇଥିବା ଗୀତ

ଏହି ଭିଡିଓ ମୋନାଲିସାଙ୍କ ଅଫିସିଆଲ୍ ଇନଷ୍ଟା ଆଇଡିରେ ଶେୟାର କରାଯାଇଛି ଯେଉଁଥିରେ ସେ ତାଙ୍କ ଆଗାମୀ ଫିଲ୍ମର ଡାଏଲଗ୍ କହୁଛନ୍ତି।

ମହାକୁମ୍ଭ ମୋନାଲିସା ତାଙ୍କ ସୁନ୍ଦର ଆଖି ପାଇଁ ଏତେ ପ୍ରସିଦ୍ଧ ହୋଇଥିଲେ ଯେ ଭାଇରାଲ ହେବା ପରେ ସେ ଫିଲ୍ମ ଅଫର ପାଇବା ଆରମ୍ଭ କଲେ। ଏହାପୂର୍ବରୁ ସେ ଏକ ଭାଇରାଲ ଭିଡିଓରେ ଅନୁରାଧା ପୌଢୱାଲଙ୍କ ଲୋକପ୍ରୀୟ ଗୀତ 'ତେରେ ନୈନା ମେରେ ନୈନୋ ସେ ବାତେଁ କରତୀ ହେ...' ରେ ଲିପ୍‌-ସିଙ୍କ୍‌ କରୁଥିବା ଦେଖିବାକୁ ମିଳିଥିଲା।

ପ୍ରତ୍ୟେକ ଭିଡିଓରେ ମୋନାଲିସାଙ୍କ ଷ୍ଟାଇଲ୍ ଦେଖି ତାଙ୍କ ପ୍ରଶଂସକମାନେ ବହୁତ ଖୁସି ଅଛନ୍ତି ଏବଂ ତାଙ୍କୁ ବହୁତ ଭଲ ପାଇବା ଦେଉଛନ୍ତି। ଏବେ ଲୋକମାନେ ତାଙ୍କ ଫିଲ୍ମ ରିଲିଜକୁ ଅପେକ୍ଷା କରିଛନ୍ତି।

ଅଧିକ ପଢ଼ନ୍ତୁ: ବିବାଦରେ ସନୋଜ ମିଶ୍ର; ସେଭ୍ କରିବାକୁ ଆଗକୁ ଆସିଲେ ଭାଇରାଲ୍ ଗାର୍ଲ ମୋନାଲିସା

ଭାଇରାଲ୍ ଗାର୍ଲ ମୋନାଲିସାଙ୍କର ଏବେ ଅଭିନୟ କ୍ଲାସ୍ ଚାଲିଛି। ୧୬ ବର୍ଷ ବୟସ୍କା ମୋନାଲିସା ଭୋସଲେ ମଧ୍ୟପ୍ରଦେଶର ଖର୍‌ଗୋନ ଜିଲ୍ଲାର ଏକ ଧାର୍ମିକ ତଥା ପର୍ଯ୍ୟଟନ ସହର ମହେଶ୍ୱରର ବାସିନ୍ଦା। ସେ ରୁଦ୍ରାକ୍ଷ ଏବଂ ମୋତି ମାଳା ବିକ୍ରି କରିବାକୁ ପରିବାର ସହିତ ମହାକୁମ୍ଭ ମେଳାକୁ ଯାଇଥିଲେ।

ସେଠାରେ ତାଙ୍କର ବ୍ରାଉନ୍‌ ଆଖି ସମସ୍ତଙ୍କୁ ଆକର୍ଷଣ କରିଥିଲା ଆଉ ସେ ରାତାରାତି ଭାଇରାଲ୍‌ ହୋଇଗଲେ। ଏହାରି ଭିତରେ ଫିଲ୍ମ ନିର୍ଦ୍ଦେଶକ ସନୋଜ ମିଶ୍ର ତାଙ୍କ ଘରକୁ ଯାଇ ପରିବାକୁ ଭେଟିଥିଲେ ଏବଂ ପରବର୍ତ୍ତୀ ଚଳଚ୍ଚିତ୍ର ପାଇଁ ତାଙ୍କୁ ସାଇନ କରେଇଥିଲେ।


ଅଧିକ ପଢ଼ନ୍ତୁ:  ୭ ଷ୍ଟାର୍ ହୋଟେଲରେ ଭାରତୀୟ ଲୁକ୍‌ରେ ଭାଇରାଲ୍ ଗାର୍ଲ ମୋନାଲିସା

Director Sanoj Mishra Maha Kumbh Mela Mahakumbh Monalisa Bollywood
Advertisment
Advertisment