Advertisment

‘ଶାହରୁଖ ତାଙ୍କ ଝିଅ ସହିତ ଏହି ଫିଲ୍ମ ଦେଖିବା ଉଚିତ’

ଏବେ ବିଧାନସଭା ବାଚସ୍ପତି ଗିରିଶ ଗୌତ୍ତମ ‘ପଠାନ’କୁ ବିରୋଧ କରିଛନ୍ତି। ସେ ଶାହରୁଖ ଖାନଙ୍କୁ ଟାର୍ଗେଟ୍ କରିଛନ୍ତି। କହିଛନ୍ତି ଯେ ଶାହରୁଖ ତାଙ୍କ ଝିଅ ସହିତ ଏହି ଚଳଚ୍ଚିତ୍ର ଦେଖିବା ଉଚିତ ଆଉ ଏକ ଫଟୋ ଅପଲୋଡ୍ କରିବା ଉଚିତ। ଏହା ସହିତ ସେ ଆହୁରି କଡା ସମାଲୋଚନା ମଧ୍ୟ କରିଛନ୍ତି।

author-image
Pramod Behera
ଅଦ୍ୟତନ ହୋଇଛି
Pathaan Controversy

Madhya Pradesh speakers challenge to shah rukh khan on pathan controversy

ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ରଙ୍କ ପରେ ବିଧାନସଭା ବାଚସ୍ପତି ଗିରିଶ ଗୌତ୍ତମ ଅଭିନେତା ଶାହାରୁଖ ଖାନ ଙ୍କ ଆଗାମୀ ଚଳଚ୍ଚିତ୍ର ‘ପଠାନ’କୁ ମଧ୍ୟ ବିରୋଧ କରିଛନ୍ତି। ସେ କହିଛନ୍ତି, "ଶାହରୁଖ ତାଙ୍କ ଝିଅ ସହିତ ଏହି ଚଳଚ୍ଚିତ୍ର ଦେଖିବା ଉଚିତ, ସୋସିଆଲ ମିଡିଆ ରେ ଏକ ଫଟୋ ଅପଲୋଡ୍ କରିବା ଉଚିତ ଏବଂ ଦୁନିଆକୁ କହିବା ଉଚିତ ଯେ ସେ ତାଙ୍କ ଝିଅ ସହିତ ଏହା ଦେଖୁଛନ୍ତି। ମୁଁ ଆପଣଙ୍କୁ ପୈଗମ୍ବର ଉପରେ ମଧ୍ୟ ଏଭଳି ଏକ ଚଳଚ୍ଚିତ୍ର ନିର୍ମାଣ କରିବା ଏବଂ ଏହାକୁ ଚଲାଇବା ନେଇ ଚ୍ୟାଲେଞ୍ଜ୍‌ ଦେଉଛି।”

Advertisment

ପ୍ରେକ୍ଷାଳୟରେ 'ପଠାନ'କୁ ପ୍ରତିବନ୍ଧକ ଲଗେଇବା ଦାବିରେ ଆଜିଠାରୁ ଆରମ୍ଭ ହେଉଥିବା ପାଞ୍ଚ ଦିନିଆ ଶୀତକାଳୀନ ଅଧିବେଶନ ପୂର୍ବରୁ ବିଧାନସଭା ବାଚସ୍ପତି ଗୌତ୍ତମ ଏହା କହିଛନ୍ତି।

ବିରୋଧୀ ଦଳର ନେତା ଡ. ଗୋବିନ୍ଦ ସିଂହ ଏବଂ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସୁରେଶ ପଚୌରୀଙ୍କ ସମେତ କଂଗ୍ରେସ ର ବରିଷ୍ଠ ନେତାମାନେ ମଧ୍ୟ ଏହି ଚଳଚ୍ଚିତ୍ରକୁ ବିରୋଧ କରି କହିଛନ୍ତି ଯେ ଏହା ଆମର ମୂଲ୍ୟବୋଧର ବିରୁଦ୍ଧରେ। ସୁରେଶ ପଚୌରୀ କହିଛନ୍ତି ଯେ “ଏହା ‘ପଠାନ’କୁ ନେଇ ନୁହେଁ, ବରଂ ପୋଷାକକୁ ନେଇ। ଭାରତୀୟ ସଂସ୍କୃତିରେ କୌଣସି ମହିଳାଙ୍କୁ ଏପରି ପୋଷାକ ପିନ୍ଧିବା ଏବଂ ସାର୍ବଜନୀନ ଭାବେ ଏହି ଦୃଶ୍ୟକୁ ପ୍ରଦର୍ଶନ କରିବାକୁ ଅନୁମତି ନାହିଁ, ସେ ହିନ୍ଦୁ, ମୁସଲମାନ କି ଅନୁଗାମୀ ହୁଅନ୍ତୁ।”

Advertisment

ବୁଧବାର ଦିନ ନରୋତ୍ତମ ମିଶ୍ର ଫିଲ୍ମର ଏକ ଗୀତକୁ ବିରୋଧ କରିଥିଲେ। ସେ କହିଥିଲେ, "ଗୀତର ପୋଷାକ ଆପତ୍ତିଜନକ ଅଟେ। ଗୀତଟି ଏକ ଖରାପ ମାନସିକତାକୁ ଦର୍ଶଉଛି।"

ଅଧିକ ପଢ଼ନ୍ତୁ: ଫିଲ୍ମ ‘ପଠାନ୍’କୁ ନେଇ ବିବାଦ; ତାତିଲେ ଦର୍ଶକ, ସାଧୁ ଓ ରାଜନେତା

'ପଠାନ'ର ନିର୍ମାତାଙ୍କ ଦ୍ୱାରା ‘ବେଶରମ୍‌ ରଙ୍ଗ୍‌' ଗୀତ ରିଲିଜ୍‌ ହେବାର ଦୁଇ ଦିନ ପରେ ନରୋତ୍ତମ ମିଶ୍ରଙ୍କ ଏଭଳି ବିବୃତ୍ତି ଆସିଥିଲା। ସେ କହିଥିଲେ ଯେ “ଗୀତର ଆପତ୍ତିଜନକ ଅଂଶଗୁଡିକୁ ଠିକ୍ କରିବାକୁ ମୁଁ ଫିଲ୍ମର ନିର୍ମାତାମାନଙ୍କୁ ପରାମର୍ଶ ଦେଉଛି। ଏହାପୂର୍ବରୁ ଦୀପିକା ପାଦୁକୋନ ଜେଏନ୍‌ୟୁରେ ଥିବା 'ଟୁକ୍‌ଡେ-ଟୁକ୍‌ଡେ ଗ୍ୟାଙ୍ଗ୍‌'କୁ ସମର୍ଥନ କରିଥିଲେ। ଏଥିରେ ତାଙ୍କର ମାନସିକତା କ’ଣ ତାହା ଜଣାପଡ଼ିଯାଇଛି।”

ସେ ଆହୁରି ମଧ୍ୟ କହିଛନ୍ତି ଯେ “ମୋର କହିବା କଥା ଯେ ଗୀତର ଟାଇଟଲ୍ 'ବେଶରମ୍‌ ରଙ୍ଗ୍‌' ମଧ୍ୟ ଆପତ୍ତିଜନକ। ଏହା ସହିତ ଯେଉଁଭଳି ଭାବେ ଗେରୁଆ ଏବଂ ସବୁଜ ରଙ୍ଗକ ବ୍ୟବହାର ପୋଷାକରେ କରାଯାଇଛି ତାହା ଆପତ୍ତିଜନକ। ଏହାର ପରିବର୍ତ୍ତନ କରାଯିବା ଆବଶ୍ୟକ, ଏଭଳି ନ କରିଲେ ଆମେ ସ୍ଥିର କରିବୁ ଯେ ଏହି ଫିଲ୍ମ ମଧ୍ୟପ୍ରଦେଶରେ ପ୍ରଦର୍ଶିତ ହେବ କି ନାହିଁ।”

Deepika Padukone Bollywood Pathan Shahrukh Khan
Advertisment
Advertisment