Advertisment

Oscar Race: ଓସ୍କାର ଦୌଡରୁ ବାଦ୍ ପଡିଲା 'ଲାପତା ଲେଡିଜ୍'; ବ୍ରିଟେନ୍‌ ତରଫରୁ ଏହି ହିନ୍ଦୀ ଫିଲ୍ମ ମନୋନୀତ

ଓସ୍କାର ପାଇଁ ମନୋନୀତ ହୋଇଥିବା ୧୫ଟି ଚଳଚ୍ଚିତ୍ର ମଧ୍ୟରେ 'ଲାପତା ଲେଡିଜ୍' ନ ଥିବାରୁ ଆମୀର ଖାନ ଏବଂ କିରଣ ରାଓଙ୍କ ସମେତ ସମସ୍ତ ଭାରତୀୟଙ୍କ ପାଇଁ ନିଶ୍ଚିତ ନିରାଶର କାରଣ ହୋଇଛି। କିନ୍ତୁ ଆପଣ ଏହା ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ବର୍ଗରେ ଆଉ ଏକ ହିନ୍ଦୀ ଚଳଚ୍ଚିତ୍ର ଚୟନ କରାଯାଇଛି।

author-image
Pramod Behera
ଅଦ୍ୟତନ ହୋଇଛି
Laapataa ladies out from 97th Oscar award list

Laapataa ladies out from 97th Oscar award list

ଆମୀର ଖାନ ଫିଲ୍ମସ୍ ବ୍ୟାନରରେ ନିର୍ମିତ କିରଣ ରାଓଙ୍କ ଫିଲ୍ମ ଲାପତା ଲେଡିଜ୍ (ଲଷ୍ଟ୍ ଲେଡିଜ୍) ୯୭ତମ ଓସ୍କାର ପୁରସ୍କାର ଦୌଡ଼ରୁ ବାଦ ପଡିଛି। ଏହି ଚଳଚ୍ଚିତ୍ରଟି ଶ୍ରେଷ୍ଠ ଆନ୍ତର୍ଜାତୀୟ ଫିଚର୍ ଫିଲ୍ମ ବର୍ଗରେ ଭାରତ ଦ୍ୱାରା ମନୋନୀତ ହୋଇଥିଲା। ଏକାଡେମୀ ଅଫ୍ ମୋସନ୍ ପିକ୍ଚର୍ ଆର୍ଟ ଆଣ୍ଡ୍‌ ସାଇନ୍ସ ଏହି ବର୍ଗରେ ମନୋନୀତ ଚଳଚ୍ଚିତ୍ରର ନାଁ ପ୍ରକାଶ କରିଛି। ସମଗ୍ର ବିଶ୍ୱରୁ ମୋଟ ୧୫ଟି ଚଳଚ୍ଚିତ୍ର ଚୟନ କରାଯାଇଛି।

Advertisment
Laapataa ladies out from 97th Oscar award listଲାପତା ଲେଡିଜ୍ (ଲଷ୍ଟ୍ ଲେଡିଜ୍) ୯୭ତମ ଓସ୍କାର ପୁରସ୍କାର ଦୌଡ଼ରୁ ବାଦ ପଡିଛି

ଓସ୍କାର ପାଇଁ ମନୋନୀତ ହୋଇଥିବା ୧୫ଟି ଚଳଚ୍ଚିତ୍ର ମଧ୍ୟରେ 'ଲାପତା ଲେଡିଜ୍' ନ ଥିବାରୁ ଆମୀର ଖାନ ଏବଂ କିରଣ ରାଓଙ୍କ ସମେତ ସମସ୍ତ ଭାରତୀୟଙ୍କ ପାଇଁ ନିଶ୍ଚିତ ନିରାଶର କାରଣ ହୋଇଛି। କିନ୍ତୁ ଆପଣ ଏହା ଜାଣି ମଧ୍ୟ ଆଶ୍ଚର୍ଯ୍ୟ ହେବେ ଯେ ଏହି ବର୍ଗରେ ଆଉ ଏକ ହିନ୍ଦୀ ଚଳଚ୍ଚିତ୍ର ଚୟନ କରାଯାଇଛି। ଏହି ଚଳଚ୍ଚିତ୍ରରେ ବିଟୁଙ୍କ ମମି ଭାବରେ ଜଣାଶୁଣା ସୁନୀତା ରାଜୱାର ଏବଂ ଅନେକ ଭାରତୀୟ କଳାକାର ଅଛନ୍ତି।

ଅଧିକ ପଢ଼ନ୍ତୁ:  ମନୋରଂଜନ ଜଗତକୁ ଶୋକ ସାଗରରେ ଛାଡିଯାଇଥିବା ୮ କଳାକାର

Laapataa ladies out from 97th Oscar award listଆମୀର ଖାନ ଏବଂ କିରଣ ରାଓ ନିରାଶ

ଓସ୍କାରର ସର୍ବୋତ୍ତମ ଆନ୍ତର୍ଜାତୀୟ ଫିଚର୍ ଚଳଚ୍ଚିତ୍ର ବର୍ଗରେ ମନୋନୀତ ହୋଇଥିବା ଏହି ହିନ୍ଦୀ ଚଳଚ୍ଚିତ୍ରର ନାଁ ହେଉଛି 'ସନ୍ତୋଷ'। ଏହି ଚଳଚ୍ଚିତ୍ରରେ ଶହାନା ଗୋସ୍ୱାମୀ, ସୁନୀତା ରାଜୱାର, ସଞ୍ଜୟ ବିଷ୍ଣୁ, କୁଶଲ ଦୁବେ ଏବଂ ପ୍ରତୀଭା ଅବସ୍ଥୀଙ୍କ ଭଳି ପ୍ରତିଭାଶାଳୀ କଳାକାର ଅଛନ୍ତି।

Advertisment

'ସନ୍ତୋଷ'କୁ ନିର୍ଦ୍ଦେଶନା ଦେଇଥିଲେ ସନ୍ଧ୍ୟା ସୁରୀ। ସନ୍ଧ୍ୟା ମଧ୍ୟ ଏହାର କାହାଣୀ ଲେଖିଥିଲେ। ଏହି ଚଳଚ୍ଚିତ୍ରଟି ଚଳିତ ବର୍ଷ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ମୁକ୍ତିଲାଭ କରିଥିଲା। ଏହି ଚଳଚ୍ଚିତ୍ରର କାହାଣୀ ଜଣେ ୨୮ ବର୍ଷ ବୟସ୍କା ବିଧବାଙ୍କ ଉପରେ ଫୋକସ୍‌ କରେ, ଯାହାଙ୍କୁ ତାଙ୍କ ସ୍ୱାମୀଙ୍କ ପୋଲିସ୍ ଚାକିରି ମିଳେ।

Laapataa ladies out from 97th Oscar award listଓସ୍କାରର ଦୌଡରେ ହିନ୍ଦୀ ଚଳଚ୍ଚିତ୍ର 'ସନ୍ତୋଷ'

ଯେତେବେଳେ ଏହି ବିଧବା ମହିଳା ପୋଲିସ୍ ଅଫିସର ହୋଇଯାଆନ୍ତି, ସେତେବେଳେ ତାଙ୍କୁ ଜଣେ ଯୁବତୀଙ୍କ ହତ୍ୟା ମାମଲାର ତଦନ୍ତ ଦାୟିତ୍ୱ ଦିଆଯାଏ। କାନ୍ସ ଫିଲ୍ମ ଫେଷ୍ଟିଭାଲ୍‌ରେ ଏହି ଚଳଚ୍ଚିତ୍ରକୁ ଉଚ୍ଚ ପ୍ରଶଂସା କରାଯାଇଥିଲା। ଚଳଚ୍ଚିତ୍ରର IADB ମୂଲ୍ୟାୟନ ହେଉଛି ୭.୨। ଏହି ଚଳଚ୍ଚିତ୍ରଟି ବ୍ରିଟେନ୍‌ ତଥା UK ଦ୍ୱାରା ଓସ୍କାର ପାଇଁ ମନୋନୀତ ହୋଇଥିଲା।

ଅଧିକ ପଢ଼ନ୍ତୁ: ଜାକିର ହୁସେନ୍‌ଙ୍କୁ ଆମେରିକାର ଏକ ଶୋ’ରେ ମିଳିଥିଲା ୫ ଟଙ୍କା, USA ଆକ୍ସନ୍ ଫିଲ୍ମରେ ଆସିଲେ ନଜର

Laapataa ladies out from 97th Oscar award list'ସନ୍ତୋଷ' UK ଦ୍ୱାରା ଓସ୍କାର ପାଇଁ ମନୋନୀତ

ଓସ୍କାରର ସର୍ବୋତ୍ତମ ଆନ୍ତର୍ଜାତୀୟ ଫିଚର୍ ଚଳଚ୍ଚିତ୍ର ବର୍ଗରେ, ଆଇ ଆମ୍ ଷ୍ଟିଲ୍ ହିୟର୍ (ବ୍ରାଜିଲ୍), ୟୁନିଭର୍ସାଲ୍ ଲାଙ୍ଗୁଏଜ୍ (କାନାଡା), ୱେଭ୍ (ଚେକ୍ ରିପବ୍ଲିକ୍), ଦି ଗର୍ଲ ୱିଥ୍ ଦ ନିଡଲ୍ (ଡେନ୍‌ମାର୍କ), ଏମିଲିଆ ପେରେଜ୍ (ଫ୍ରାନ୍ସ), ଦ ସିଡ୍ ଅଫ୍ ଦ ସାକ୍ରେଡ୍ ଫିଗ୍(ଜର୍ମାନୀ), ଟଚ୍(ଆଇସ୍‌ଲ୍ୟାଣ୍ଡ), ନୀକ୍ୟାପ୍ (ଆୟର୍‌ଲାଣ୍ଡ୍‌), ଭର୍ମିଗ୍ଲିୟୋ (ଇଟାଲୀ), ଫ୍ଲୋ (ଲାତଭିଆ), ଆର୍ମଣ୍ଡ୍‌ (ନରୱେ), ଫ୍ରମ୍ ଗ୍ରାଉଣ୍ଡ୍‌ ଜିରୋ (ପାଲେଷ୍ଟାଇନ), ଦାହୋମୀ (ସେନେଗଲ୍), ହାଓ ଟୁ ମେକ୍ ମିଲିୟନ୍ସ ବିଫୋର୍ ଗ୍ରାଣ୍ଡମା ଡାଇଜ୍ (ଥାଇଲ୍ୟାଣ୍ଡ୍‌) ଏବଂ ସନ୍ତୋଷ(ଯୁକ୍ତରାଜ୍ୟ) ଫିଲ୍ମ ରହିଛି।

ବର୍ତ୍ତମାନ ଏହି ଚଳଚ୍ଚିତ୍ର ମଧ୍ୟରୁ ଗୋଟିଏକୁ ସର୍ଟଲିଷ୍ଟ କରି ଓସ୍କାର ପୁରସ୍କାର ପ୍ରଦାନ କରାଯିବ। ମୋଟ ୮୫ ଦେଶ ଓସ୍କାର ପାଇଁ ଚଳଚ୍ଚିତ୍ରର ନାମାଙ୍କନ ପଠାଇଥିଲେ। ଯଦିବି ଫିଲ୍ମ 'ସନ୍ତୋଷ' ଓସ୍କାର ଜିତେ, ତେବେ ଏହା ଭାରତୀୟଙ୍କ ପାଇଁ ମଧ୍ୟ ଗର୍ବର ବିଷୟ ହେବ।

ଓସ୍କାରର ପରବର୍ତ୍ତୀ ପର୍ଯ୍ୟାୟରେ, ଭୋଟରଙ୍କୁ ନାମାଙ୍କନ ପାଇଁ ଭୋଟ୍ ଦେବା ପୂର୍ବରୁ ସମସ୍ତ ୧୫ଟି ସର୍ଟଲିଷ୍ଟ୍‌ ଫିଲ୍ମ ଦେଖିବାକୁ ପଡିବ। ତେବେ ଏଠାରେ ପ୍ରକାଶଥାଉ ଯେ ଭାରତୀୟ ବକ୍ସ ଅଫିସ୍‌ରେ 'ଲାପତା ଲେଡିଜ୍' ଭଲ ପ୍ରଦର୍ଶନ କରିଥିଲା।​ ଆରମ୍ଭରୁ ଏହାକୁ ଏତେ ପସନ୍ଦ କରାଯାଇ ନ ଥିଲେ ମଧ୍ୟ ପରେ ଏହାକୁ ସମାଲୋଚକଙ୍କ ଠାରୁ ଆରମ୍ଭ କରି ଦର୍ଶକଙ୍କ ପର୍ଯ୍ୟନ୍ତ ସମସ୍ତେ ପ୍ରଶଂସା କରିଥିଲେ।

ଅଧିକ ପଢ଼ନ୍ତୁ: ବେଲ୍‌ ମିଳିବା ପରେ ବି କାହିଁକି ଜେଲ୍‌ରେ ରାତି କାଟିଲେ ଅଲ୍ଲୁ ?

Aamir Khan Oscars Race Oscar Awards
Advertisment
Advertisment