Advertisment

Zakir Hussain: ଜାକିର ହୁସେନ୍‌ଙ୍କୁ ଆମେରିକାର ଏକ ଶୋ’ରେ ମିଳିଥିଲା ୫ ଟଙ୍କା, USA ଆକ୍ସନ୍ ଫିଲ୍ମରେ ଆସିଲେ ନଜର

ଜାକିର ହୁସେନ୍‌ ୧୨ ବର୍ଷ ବୟସରେ ଆମେରିକାରେ ଏକ ଶୋ’ କରିଥିଲେ। ଏଥିରେ ତାଙ୍କୁ ୫ ଟଙ୍କା ମିଳିଥିଲା। ସେଇ ଆମେରିକାରେ ଏବେ ସେ ସୁପରିଚିତ।

author-image
Pramod Behera
ଅଦ୍ୟତନ ହୋଇଛି
Zakir hussain cameo playing table in monkey man

Zakir hussain cameo playing table in monkey man

ଜଣାଶୁଣା ତବଲା ବାଦକ ଉସ୍ତାଦ୍ ଜାକିର ହୁସେନ୍‌ଙ୍କ ୭୩ ବର୍ଷ ବୟସରେ ଦେହାନ୍ତ ହୋଇଛି। ତବଲା ଉପରେ ତାଙ୍କ ହାତର ଆଙ୍ଗୁଳି ପଡିଗଲେ ହିଁ ସଙ୍ଗୀତର ଯାଦୁ ଖେଳିଯାଏ। ଆଜି ଏହି ମହାନ କଳାକାରଙ୍କ ସାନ୍‌ ଫ୍ରାନ୍ସିସ୍କୋର ଏକ ହସ୍ପିଟାଲରେ ମୃତ୍ୟୁ ହୋଇଛି।

Advertisment

ତାଙ୍କ ପରିବାର ଅନୁଯାୟୀ, ଇଡିଓପାଥିକ ପଲ୍‌ମୋନରୀ ଫାଇବ୍ରୋସିସ୍ କାରଣରୁ ଜାକିର ହୁସେନ୍‌ଙ୍କ ମୃତ୍ୟୁ ହୋଇଛି। ତାଙ୍କୁ ଗତ ଦୁଇ ସପ୍ତାହ ଧରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଜାକିର ହୁସେନ୍ ତାଙ୍କ କ୍ୟାରିୟରରେ ୪ ଟି ଗ୍ରେମୀ ପୁରସ୍କାର ଜିତିଥିଲେ। ସେ ସିନା ଆଜି ଆମ ଗହଣରୁ ଚାଲିଗଲେ ହେଲେ ତାଙ୍କ ସହିତ ଜଡିତ ସ୍ମୃତି ସବୁବେଳେ ସଙ୍ଗୀତପ୍ରେମୀଙ୍କ ମଧ୍ୟରେ ରହିବ।


ବାପାଙ୍କ ଗାଳି:

ଆପଣ ଜାଣନ୍ତି ଜାକିର ହୁସେନ୍ ତାଙ୍କ ପିଲାଦିନେ କ୍ରିକେଟ୍ ଖେଳିବାକୁ ଖୁବ୍ ଭଲ ପାଉଥିଲେ। କିନ୍ତୁ ଏହି କ୍ରିକେଟ୍ ଖେଳିବା କାରଣରୁ ତାଙ୍କ ବାପା ତଥା ପ୍ରସିଦ୍ଧ ତବଲା ବାଦକ ଅଲ୍ଲାହା ରକ୍‌ଖା ତାଙ୍କୁ ବହୁତ ଗାଳିଗୁଲଜ କରୁଥିଲେ। କ୍ରିକେଟ୍ ଖେଳିବା ତାଙ୍କର ଏକ ଶୌକ୍ ଥିଲା।

Advertisment

ଅଧିକ ପଢ଼ନ୍ତୁ: ପରଲୋକରେ ଉସ୍ତାଦ୍ ଜାକିର ହୁସେନ୍; ସଙ୍ଗୀତ ସାଧନା ପାଇଁ ପାଇଛନ୍ତି ପଦ୍ମଶ୍ରୀ, ପଦ୍ମ ଭୂଷଣ ଓ ପଦ୍ମ ବିଭୂଷଣ...

କ୍ରିକେଟ୍‌ରୁ ଦୂରେଇ ନେଲେ:

କିନ୍ତୁ ତାଙ୍କ ପିତା ଚାହୁଁଥିଲେ ଯେ ସେ ଜଣେ ଭଲ ତାବଲା ବାଦକ ହୁଅନ୍ତୁ। ତାଙ୍କ ବାପାଙ୍କ କହିବା କଥା ଯେ କ୍ରିକେଟ୍ ଖେଳିବାବେଳେ ଯଦି ଆଙ୍ଗୁଠିରେ ଆଘାତ ଆସେ, ତେବେ କିପରି ତବଲା ବଜାଇବ? ଏହାପରେ ଜାକିର ହୁସେନ୍ ତାବଲା ଉପରେ ହାତ ଜମେଇବା ନେଇ ନିଜକୁ କ୍ରିକେଟ୍‌ରୁ ଦୂରେଇ ନେଲେ। ଦୂରଦର୍ଶନର ଏକ ସାକ୍ଷାତକାରରେ ଉସ୍ତାଦ୍ ଜାକିର ହୁସେନ୍ ଏହି କଥା କହିଥିଲେ।


ପୁରସ୍କାର:

ଜାକିର ହୁସେନ୍ ତାଙ୍କ କ୍ୟାରିୟରରେ ଚାରୋଟି ଗ୍ରାମୀ ପୁରସ୍କାର ଜିତିଛନ୍ତି, ସେଥିମଧ୍ୟରୁ ତିନୋଟି ଚଳିତ ବର୍ଷ ଆରମ୍ଭରେ ୬୬ତମ ଗ୍ରାମୀ ପୁରସ୍କାର ମିଳିଥିଲା। ସେହିପରି ତାଙ୍କୁ ୧୯୮୮ରେ ପଦ୍ମଶ୍ରୀ, ୨୦୦୨ରେ ପଦ୍ମଭୂଷଣ ଏବଂ ୨୦୨୩ରେ ପଦ୍ମବିଭୂଷଣରେ ସମ୍ମାନିତ କରାଯାଇଛି।


ଆମେରିକାରେ ମିଳିଥିଲା ୫ ଟଙ୍କା:

ଉସ୍ତାଦ୍ ଜାକିର ହୁସେନ୍ ୦୯ ମାର୍ଚ୍ଚ ୧୯୫୧ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ଯେତେବେଳେ ଜାକିର ହୁସେନ୍‌ଙ୍କ ପ୍ରଥମ ସଂଗୀତ କନ୍‌ସର୍ଟ ହୋଇଥିଲା, ସେତେବେଳେ ତାଙ୍କୁ ମାତ୍ର ୧୧ ବର୍ଷ ହୋଇଥିଲା। ସେ ୧୨ ବର୍ଷ ବୟସରେ ଆମେରିକାରେ ଏକ ଶୋ’ କରିଥିଲେ। ଏଥିରେ ତାଙ୍କୁ ୫ ଟଙ୍କା ମିଳିଥିଲା। ସେଇ ଆମେରିକାରେ ମଧ୍ୟ ଏବେ ସେ ସୁପରିଚିତ।

ଅଧିକ ପଢ଼ନ୍ତୁ: ବେଲ୍‌ ମିଳିବା ପରେ ବି କାହିଁକି ଜେଲ୍‌ରେ ରାତି କାଟିଲେ ଅଲ୍ଲୁ ?

ଛଅ ଦଶନ୍ଧି ଧରି ଚାଲିଥିବା ଲମ୍ବା କ୍ୟାରିଅର ଭିତରେ ହୁସେନ୍‌ଙ୍କ୍ ଚଳଚ୍ଚିତ୍ର କ୍ୟାରିୟର ମଧ୍ୟ ଅଛି। ସେ 'ସାଜ୍', 'ହିଟ୍ ଆଣ୍ଡ୍ ଡଷ୍ଟ୍' ଭଳି କିଛି ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି ଏବଂ ତାଙ୍କର ସଦ୍ୟତମ ଚଳଚ୍ଚିତ୍ର ଥିଲା ଦେବ ପଟେଲଙ୍କ ନିର୍ଦ୍ଦେଶିତ ପ୍ରଥମ ଫିଲ୍ମ 'ମଙ୍କୀ ମ୍ୟାନ୍', ଯାହା ଚଳିତ ବର୍ଷ ଆମେରିକାରେ ମୁକ୍ତିଲାଭ କରିଛି। ଏହା ଭରତୀୟ ସଂଗୀତ ପ୍ରେମୀଙ୍କ ପାଇଁ କୌଣସି ଏକ ଉପହାର ଠାରୁ ବି କମ୍ ନୁହେଁ।

ଭାଇରାଲ୍ ଭିଡିଓରେ ଜାକିର ହୁସେନ୍:

ବର୍ତ୍ତମାନ ‘ମଙ୍କୀ ମ୍ୟାନ୍’ ଫିଲ୍ମର ଏକ କ୍ଲିପ୍ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି। ଏଥିରେ ତାବଲା ବାଦକ ଜାକିର ହୁସେନ୍ ତାବଲା ବଜାଉଥିବା ବେଳେ ଦେବ ପଟେଲ ବକ୍ସିଂ ବ୍ୟାଗ୍‌କୁ ଦମଦାର ପଞ୍ଚ୍ ଦେଉଥିବାର ନଜର ଆସିଛନ୍ତି।

ନିଜ ତାବଲା ସହିତ ଏକ କୋଣରେ ବସି ଜାକିର ହୁସେନ୍‌ଙ୍କ ଚରିତ୍ର ପଟେଲଙ୍କ ଚରିତ୍ରକୁ ଏକ ପଞ୍ଚ୍ ବ୍ୟାଗକୁ ମୁଖି ମାରିବା ପାଇଁ ଉତ୍ସାହ କରୁଛି। ତାବଲାର ତାଳ ଯେତେ ଦ୍ରୁତ ହେଉଛି ପଟେଲଙ୍କ ପଞ୍ଚ୍ ସେତେ ବଢିବଢି ଚାଲିଛି।


ପ୍ରଶଂସକଙ୍କ ଶ୍ରଦ୍ଧାଞ୍ଜଳି:

ବର୍ତ୍ତମାନ ଜାକିର ହୁସେନ୍‌ଙ୍କ ପ୍ରଶଂସକମାନେ ଫିଲ୍ମ ‘ମଙ୍କୀ ମ୍ୟାନ୍‌’ର ଏହି ଚମତ୍କାର ଭିଡିଓ ଉପରେ କ୍ରମାଗତ ଭାବରେ ନିଜର ମତାମତ ଦେଇଚାଲିଛନ୍ତି ଏବଂ ହୁସେନ୍‌ଙ୍କୁ ନିଜର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି। ଏହି ଚମତ୍କାର ସାଉଣ୍ଡଟ୍ରାକ୍‌ ଉପରେ ଜଣେ ପ୍ରଶଂସକ ଲେଖିଛନ୍ତି ଯେ “କେବଳ ଉସ୍ତାଦ୍ ଜାକିର ହୁସେନ୍ ହିଁ ଏକ ଆକ୍ସନ୍ ଚଳଚ୍ଚିତ୍ର ଦୃଶ୍ୟକୁ ଏକ କନ୍ସର୍ଟରେ ପରିଣତ କରିଦେଇପାରିବେ।”

ଅନ୍ୟ ଜଣେ ପ୍ରଶଂସକ ଲେଖିଛନ୍ତି, “ପୂରା ଭିଡିଓ ଦରକାର, ଏହା କାହିଁକି ଭାରତରେ ରିଲିଜ୍ ହୋଇନାହିଁ?” ଆଉ ଜଣେ ପ୍ରଶଂସକ ଲେଖିଛନ୍ତି, “ଏହା ଦେଖିବା ଯୋଗ୍ୟ ହୋଇପାରେ, ଦୁଃଖର କଥା ଯେ ଏହା ଭାରତରେ ରିଲିଜ୍ ହୋଇନାହିଁ।”

ଅଧିକ ପଢ଼ନ୍ତୁ: ରିଲ୍ ନୁହେଁ ରିଅଲ୍‌ରେ ବନ୍ଧା ହେଲେ ‘ପୁଷ୍ପାରାଜ୍’; ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇଲେ କୋର୍ଟ

Passes Away
Advertisment
Advertisment