Advertisment

ଶହନାଜ୍‌ ଗିଲ୍‌ ଅଭିନୟର ‘ଅ’ ଅକ୍ଷର ମଧ୍ୟ ଜାଣନ୍ତି ନାହିଁ: KRK

କମଲ ଆର୍‌ ଖାନ୍‌ ଯିଏ KRK ଭାବରେ ଜଣାଶୁଣା, ତାଙ୍କର ବିବାଦୀୟ ଟ୍ୱିଟ୍ ଏବଂ ଚଳଚ୍ଚିତ୍ର ସମୀକ୍ଷା ପାଇଁ ଅନେକ ସମୟରେ ଚର୍ଚ୍ଚାରେ ରହିଥା’ନ୍ତି। ବର୍ତ୍ତମାନ ସେ ଏକ ଟ୍ୱିଟ୍‌ କରିଛନ୍ତି, ଯେଉଁଥିରେ ସେ ଶହନାଜ୍‌ ଗିଲ୍‌ଙ୍କୁ ଟାର୍ଗେଟ୍‌ କରିଛନ୍ତି।

author-image
Pramod Behera
ଅଦ୍ୟତନ ହୋଇଛି
Kamal R Khan Takes A Dig At Shehnaaz Gill

KRK makes fun of shehnaaz gill

କମଲ ଆର୍‌ ଖାନ୍‌ ଯିଏ KRK ଭାବରେ ଜଣାଶୁଣା, ତାଙ୍କର ବିବାଦୀୟ ଟ୍ୱିଟ୍ ଏବଂ ଚଳଚ୍ଚିତ୍ର ସମୀକ୍ଷା ପାଇଁ ଅନେକ ସମୟରେ ଚର୍ଚ୍ଚାରେ ରହିଥା’ନ୍ତି। ବର୍ତ୍ତମାନ ସେ ଏକ ଟ୍ୱିଟ୍‌ କରିଛନ୍ତି, ଯେଉଁଥିରେ ସେ ଶହନାଜ୍‌ ଗିଲ୍‌ଙ୍କୁ ଟାର୍ଗେଟ୍‌ କରିଛନ୍ତି।

Advertisment

କମଲ ଆର୍‌ ଖାନ, ଯିଏ କି ସଲମାନ ଖାନ, ଆମିର ଏବଂ ବେଳେବେଳେ ଅକ୍ଷୟ କୁମାରଙ୍କ ଭଳି ତାରକାଙ୍କ ବିଷୟରେ ବିବାଦୀୟ ଟ୍ୱିଟ୍ କରିଛନ୍ତି। ଏବେ ସେ ଶହନାଜ ଗିଲ୍‌ଙ୍କୁ ଟାର୍ଗେଟ୍‌ କରିଛନ୍ତି। ଏହାକୁ ନେଇ ଲୋକେ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଉଛନ୍ତି। କେତେକ KRK ଙ୍କ ଟ୍ୱିଟ୍‌ରେ ସହମତ ହୋଇଥିବାବେଳେ ଅନେକ ତାଙ୍କୁ ଟ୍ରୋଲ୍ ମଧ୍ୟ କରୁଛନ୍ତି।

ନିକଟରେ ସୁପର୍‌ଷ୍ଟାର୍‌ ସଲମାନ ଖାନଙ୍କ ଫିଲ୍ମ 'କିସି କା ଭାଇ କିସି କୀ ଜାନ' ରିଲିଜ୍‌ ହୋଇଛି ଯେଉଁଥିରେ ଶହନାଜ୍‌ ଗିଲ୍‌, ପୂଜା ହେଗ୍‌ଡେ, ଜଗପତି ବାବୁ, ଭେଙ୍କଟେଶ, ଭୂମିକା ଚାୱଲା, ପଲକ ତିୱାରୀ, ରାଘବ ଜୁଆଲ ମଧ୍ୟ ପ୍ରମୁଖ ଭୂମିକାରେ ଅଛନ୍ତି। ଏହି ଫିଲ୍ମ ୨୧ ଏପ୍ରିଲରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା।

Advertisment

ଅଧିକ ପଢ଼ନ୍ତୁ: ମୂଳ ଚଳଚ୍ଚିତ୍ର ନିର୍ମାଣ କରିବାକୁ ବଲିଉଡ୍‌ବାଲା ସ୍ମାର୍ଟ ନୁହନ୍ତି ବୋଲି କହିଲେ KRK

ସଲମାନ ଖାନ ଙ୍କ ଏହି ଫିଲ୍ମର ଯାଦୁ ଦେଖିବାକୁ ମିଳିନି। ଗୋଟିଏ ସପ୍ତାହ ପରେ ଅନେକ ସହରର ପ୍ରେକ୍ଷାଳୟରେ ପ୍ରାୟ କୌଣସି ଦର୍ଶକ ଦେଖାଯାଉ ନାହାନ୍ତି। ଫରହାଦ୍ ସାମ୍‌ଜୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଏପର୍ଯ୍ୟନ୍ତ ୧୦୦ କୋଟି ସଂଖ୍ୟା ଅତିକ୍ରମ କରିନାହିଁ।

ଏଭଳି ପରିସ୍ଥିତିରେ ବର୍ତ୍ତମାନ କମଲ ଆର୍‌ ଖାନ ସଲମାନ୍‌ ଖାନ୍‌ଙ୍କୁ ଟାର୍ଗେଟ୍‌କୁ ନ ନେଇ ଶହନାଜ୍‌ ଗିଲଙ୍କ ଅଭିନୟକୁ ପରିହାସ କରିଛନ୍ତି। ସେ ଏକ ଟ୍ୱିଟ୍ କରିଛନ୍ତି ଯେଉଁଥିରେ ଲେଖିଛନ୍ତି- 'ଆପଣଙ୍କୁ ଲାଗୁଛି କି ଶହନାଜ ଗିଲ କେତେକ ଦୃଶ୍ୟରେ ଭୟଙ୍କର ଅଭିନୟ କରିଛନ୍ତି? ଆପଣଙ୍କୁ ଲାଗୁଛି କି ସେ ଅଭିନୟର ‘ଅ’ ମଧ୍ୟ ଜାଣନ୍ତି ନାହିଁ? ‘ହଁ’ ପାଇଁ ‘ଲାଇକ୍’, ‘ନା’ ପାଇଁ RT।" କମଲ ଆର୍‌ ଖାନ୍‌ଙ୍କ ଟ୍ୱିଟ୍‌କୁ ଦେଖି ଶହନାଜଙ୍କ ପ୍ରଶଂସକମାନେ ରାଗିଯାଇଛନ୍ତି ତ ଆଉ କିଛି ଲୋକ KRK କୁ ସମର୍ଥନ କରୁଥିବା ଦେଖାଯାଉଛି।

ଏହି ଟ୍ୱିଟ୍‌କୁ ନେଇ ଜଣେ ଲେଖିଛନ୍ତି- “ଫିଲ୍ମ ନ ଚାଲିବାର କାରଣ ହେଉଛି ବେକାର କଳାକାର ଏହି ଫିଲ୍ମରେ ଭର୍ତ୍ତି ହୋଇଛନ୍ତି। ଏହି ଚଳଚ୍ଚିତ୍ରରେ ମନୋଜ ବାଜପେୟୀ, ରଣଦୀପ ହୁଡା କିମ୍ବା ନୱାଜୁଦ୍ଦିନ ସିଦ୍ଦିକିଙ୍କ ଭଳି ଷ୍ଟାରଙ୍କୁ ଦେଖିବାକୁ ମିଳିନି।”

ଏହା ପୂର୍ବରୁ ଏକ ଟୁଇଟ୍‌ରେ KRK ସଲମାନ ଖାନଙ୍କ ଫିଲ୍ମକୁ ବହୁତ ଥଟ୍ଟା କରିଥିଲେ। ସେ ନିଜ ଟ୍ୱିଟ୍‌ରେ ଲେଖିଥିଲେ- 'ବର୍ତ୍ତମାନ KKHKKT ଏକ ବିପର୍ଯ୍ୟୟରେ ପରିଣତ ହୋଇଛି, ବୃଦ୍ଧଙ୍କୁ ଦରକାର ପ୍ରଶଂସକଙ୍କୁ ଇଦି ଦେବା ପାଇଁ ଏହାକୁ ୟୁଟ୍ୟୁବରେ ରିଲିଜ୍ କରିଦେବା। ସେ ସବୁବେଳେ ଇଦି ପାଇଁ ଭିକ୍ଷା ମାଗନ୍ତି, ତେଣୁ ତାଙ୍କୁ ଥରେ ଇଦି ଦେଇଦିଅ।” ଏହି ଟୁଇଟ୍ ପାଇଁ KRK ବହୁତ ସମାଲୋଚିତ ହୋଇଥିଲେ।

Bollywood KRK
Advertisment
Advertisment