Advertisment

Film Destination Koraput: ସାଉଥ୍ ଫିଲ୍ମର ବଡ଼ ଡେଷ୍ଟିନେସନ୍‌ ହେବାକୁ ଯାଉଛି କୋରାପୁଟ

ସୁପର ଡୁପର ହିଟ୍ ବାହୁବଳୀ ଏବଂ RRR ଫିଲ୍ମ ନିର୍ଦ୍ଦେଶକ ଏସ୍. ଏସ୍. ରାଜାମୌଲି ନିଜର ଅପ୍‌କମିଙ୍ଗ୍‌ ଫିଲ୍ମର ସୁଟିଂ ଲାଗି କୋରାପୁଟ ଆସିଛନ୍ତି। ବର୍ତ୍ତମାନ ଅପ୍‌କମିଙ୍ଗ୍‌ ଫିଲ୍ମ 'SSMB 29' ଫିଲ୍ମର ସୁଟିଂ ଚାଲିଛି କୋରାପୁଟର ସେମିଳିଗୁଡାରେ। ଗତ ଗୁରୁବାରଠାରୁ ସେମିଳିଗୁଡାର ତଳମାଳି ପାହାଡରେ ଚାଲିଛି ସୁଟିଂ।

ଅଦ୍ୟତନ ହୋଇଛି
Koraput is going to become a big destination for South films

Koraput is going to become a big destination for South films

Advertisment

ଓଡ଼ିଶାର କୋରାପୁଟ ହେବାକୁ ଯାଉଛି ସାଉଥ୍ ଫିଲ୍ମର ବଡ଼ ଡେଷ୍ଟିନେସନ୍‌। ଏହି ଜାଗାକୁ ଏବେ ବେଶ୍ ଗୁରୁତ୍ୱ ଦେଉଛନ୍ତି ବଡ଼ ବଡ଼ ଫିଲ୍ମ ମେକର୍‌। ସୁପର ଡୁପର ହିଟ୍ ବାହୁବଳୀ ଏବଂ RRR ଫିଲ୍ମ ନିର୍ଦ୍ଦେଶକ ଏସ୍. ଏସ୍. ରାଜାମୌଲି ନିଜର ଅପ୍‌କମିଙ୍ଗ୍‌ ଫିଲ୍ମର ସୁଟିଂ ଲାଗି କୋରାପୁଟ ଆସିଛନ୍ତି।

Advertisment

ବର୍ତ୍ତମାନ ଅପ୍‌କମିଙ୍ଗ୍‌ ଫିଲ୍ମ 'SSMB 29' ଫିଲ୍ମର ସୁଟିଂ ଚାଲିଛି କୋରାପୁଟର ସେମିଳିଗୁଡାରେ। ଗତ ଗୁରୁବାରଠାରୁ ସେମିଳିଗୁଡାର ତଳମାଳି ପାହାଡରେ ଚାଲିଛି ସୁଟିଂ। ଏଥିଲାଗି ରାଜାମୌଲିଙ୍କ ସହ ଫିଲ୍ମର ହିରୋ ମହେଶ ବାବୁ ଓ ପୃଥ୍ୱୀରାଜ ସୁକୁମାରନ୍‌ ମଧ୍ୟ କୋରାପୁଟରେ ଅଛନ୍ତି।

ଆଗକୁ ସୁଟିଂ ଲାଗି ତାଙ୍କ ଟିମ୍‌ରେ ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ମଧ୍ୟ ସାମିଲ ହେବେ। ଫିଲ୍ମ ସୁଟିଂ ଦେଖିବାକୁ ପ୍ରବଳ ଜନସମାଗମ ହେଉଛି। ଏଥିଲାଗି ସେଟ୍‌ଅପ୍ ଏରିଆରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

Advertisment

ଅଧିକ ପଢ଼ନ୍ତୁ: ଶେଷରେ ଦେଶକୁ ଫେରିବେ ଦେଶୀ ଗାର୍ଲ; କରିବେ ଏହି ସୁପର୍‌ଷ୍ଟାର୍‌ଙ୍କ ସହ ଭାରତୀୟ ଫିଲ୍ମ

ଖାଲି ତଳମାଳି ହିଲ୍ ନୁହେଁ, ଓଡ଼ିଶାର ଉଚ୍ଚତମ ଶୃଙ୍ଗ ଦେଓମାଳିରେ ମଧ୍ୟ ଫିଲ୍ମର ସୁଟିଂ ହେବ। ଏଥିଲାଗି ମାର୍ଚ୍ଚ ୨୮ ପର୍ଯ୍ୟନ୍ତ ସୁଟିଂ ଅନୁମତି ଦେଇଛି ପ୍ରଶାସନ। ରାଜାମୌଲିଙ୍କ ସହ ୫ ଶହ ଜଣିଆ କ୍ରିୟୁ ମେମ୍ବର ମଧ୍ୟ କୋରାପୁଟ ସେମିଳିଗୁଡାରେ ଡେରା ପକାଇଛନ୍ତି।

Advertisment

ଘଞ୍ଚ ଜଙ୍ଗଲ, ପାହାଡ଼, ଝରଣାରେ ପରିପୂର୍ଣ୍ଣ କୋରାପୁଟ ଜିଲ୍ଲାରେ ଅନେକ ପର୍ଯ୍ୟଟନସ୍ଥଳୀ ରହିଥିବା ବେଳେ ବିଭିନ୍ନ ସୋସିଆଲ୍ ମିଡିଆରେ ଏହାର ଭିଡିଓ ଭାଇରାଲ୍ ହେଉଛି। ଏହା ପରେ ଅନେକ ଫିଲ୍ମ ମେକର୍ସଙ୍କ ଧ୍ୟାନ ଆକର୍ଷଣ କରୁଛି କୋରାପୁଟ ଜିଲ୍ଲା।

ସୂଚନା ଅନୁଯାୟୀ, 'SSMB 29' ଏକ ଜଙ୍ଗଲ ଆଡ୍‌ଭେଞ୍ଚର୍ ଚଳଚ୍ଚିତ୍ର ହେବ, ଯେଉଁଥିରେ ମହେଶ ବାବୁଙ୍କ ଭୂମିକା ହନୁମାନଙ୍କ ଦ୍ୱାରା ଅନୁପ୍ରାଣିତ। ଏହି ଚଳଚ୍ଚିତ୍ରଟିରେ 'ଇଣ୍ଡିଆନା ଜୋନ୍ସ' ପରି ଆକ୍ସନ ଏବଂ ଆଡ୍‌ଭେଞ୍ଚର୍ ଦେଖିବାକୁ ମିଳିବ। ଭୂମିକାକୁ ବାସ୍ତବ ରୂପ ଦେବା ନେଇ ମହେଶ ବାବୁ ଏହି ଚଳଚ୍ଚିତ୍ର ପାଇଁ ଦାଢି ଏବଂ ଚୁଟି ବଢାଇଛନ୍ତି।

ପ୍ରିୟଙ୍କା ଚୋପ୍ରା ଗତ କିଛି ବର୍ଷ ମଧ୍ୟରେ ଭାରତୀୟ ଚଳଚ୍ଚିତ୍ରରେ କୌଣସି କାମ କରିନାହାଁନ୍ତି ଏବଂ ଶେଷ ଥର ପାଇଁ ତାଙ୍କୁ ୨୦୧୯ରେ 'ଦ ସ୍କାଏ ଇଜ୍ ପିଙ୍କ୍' ରେ ଦେଖିବାକୁ ମିଳିଥିଲା। ବର୍ତ୍ତମାନ ସେ 'SSMB 29' ମାଧ୍ୟମରେ ବଲିଉଡ ଏବଂ ଟଲିଉଡ୍‌ରେ ପ୍ରତ୍ୟାବର୍ତ୍ତନ କରୁଛନ୍ତି, ଯାହା ତାଙ୍କ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର।

ପୂର୍ବରୁ ମଧ୍ୟ କୋରାପୁଟ ଜିଲ୍ଲାରେ ଅନୁଷ୍କା ସେଟ୍ଟୀଙ୍କ ଫିଲ୍ମ ‘ଘାଟି’ ମଧ୍ୟ ସୁଟିଂ ହୋଇଥିଲା। ସେହିପରି ସୁପର୍‌ଷ୍ଟାର୍‌ ଅଲ୍ଲୁ ଅର୍ଜୁନଙ୍କ ‘ପୁଷ୍ପା-୨’ ଫିଲ୍ମର ସୁଟିଂ ମଧ୍ୟ ଅବିଭକ୍ତ କୋରାପୁଟ ଜିଲ୍ଲା ମାଲକାନଗିରିରେ ହୋଇଥିଲା।

ଅଧିକ ପଢ଼ନ୍ତୁ: ଦେଶୀ ଗର୍ଲଙ୍କ ସିକ୍ରେଟ୍‌କୁ ପର୍ଦାଫାଶ କରିଦେଲେ ମା’; ଜାଣନ୍ତୁ କ’ଣ କହିଲେ

Priyanka Chopra Koraput SS Rajamouli Mahesh Babu South Indian Films South Indian Film Industry
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ