Advertisment

Kartik Aaryan: ମା’ କହିଦେଲେ ଏହି ଅଭିନେତ୍ରୀଙ୍କୁ ବାହାହେବେ କାର୍ତ୍ତିକ ଆର୍ଯ୍ୟନ !

କାର୍ତ୍ତିକ ଆର୍ଯ୍ୟନ କାହାକୁ ଡେଟ କରୁଛନ୍ତି ଅଭିନେତାଙ୍କ ମା’ ନିଶ୍ଚିତ କରିଛନ୍ତି। ଏହାର ଏକ ଭିଡିଓ ଭାଇରାଲ୍ ହେଉଛି। ଏହି କ୍ଲିପ୍‌ରେ ସେ ତାଙ୍କର ଭବିଷ୍ୟତର ବୋହୂ ବିଷୟରେ କହିଛନ୍ତି।

author-image
Pramod Behera
ଅଦ୍ୟତନ ହୋଇଛି
Kartik Aaryan with Sreeleela

Kartik Aaryan with Sreeleela

କାର୍ତ୍ତିକ ଆର୍ଯ୍ୟନ ଆଇଟମ୍ ଡ୍ୟାନ୍ସର୍ ଶ୍ରୀଲୀଲାଙ୍କୁ ଡେଟ କରୁଥିବା ଅଭିନେତାଙ୍କ ମା’ ନିଶ୍ଚିତ କରିଛନ୍ତି। କାର୍ତ୍ତିକଙ୍କ ମା’ ମାଲା ତିୱାରୀ ତାଙ୍କ ପୁଅ ସହିତ IIFA ପୁରସ୍କାର ୨୦୨୫କୁ ଯାଇଥିଲେ। ଏଠାରୁ ବର୍ତ୍ତମାନ ତାଙ୍କର ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ସେ ପୁଅ ବିଷୟରେ କହୁଛନ୍ତି।

Advertisment

ଏହି କ୍ଲିପ୍‌ରେ ଭବିଷ୍ୟତର ବୋହୂଙ୍କ ଠାରୁ ତାଙ୍କର କ’ଣ ଆଶା ବୋଲି ପଚରା ଯାଇଥିଲା। ଏହାର ଜବାବରେ ସେ ମଜ୍ଜା କରି କହିଥିଲେ ଯେ କାର୍ତ୍ତିକଙ୍କ ପତ୍ନୀ ରୂପରେ ପରିବାର ଜଣେ ବହୁତ ଭଲ ଡାକ୍ତରାଣୀ ଚାହୁଁଛି।

Advertisment

ଅଧିକ ପଢ଼ନ୍ତୁ: ଦେଶୀ ଗର୍ଲଙ୍କ ସିକ୍ରେଟ୍‌କୁ ପର୍ଦାଫାଶ କରିଦେଲେ ମା’; ଜାଣନ୍ତୁ କ’ଣ କହିଲେ

ଶ୍ରୀଲୀଲାଙ୍କ ପାଖରେ ଡାକ୍ତରୀ ଡିଗ୍ରୀ:

ଏହି ଭାଇରାଲ୍ ଭିଡିଓ ପ୍ରଶଂସକଙ୍କୁ ଦ୍ୱନ୍ଦ୍ୱରେ ପକାଇଛି। ସେମାନେ କଳ୍ପନା ଜଳ୍ପନା କରିବା ଆରମ୍ଭ କରିଛନ୍ତି ଯେ ଅଭିନେତାଙ୍କ ମା’ ଶ୍ରୀଲୀଲାଙ୍କ ସହ ତାଙ୍କ ପୁଅର ଡେଟିଂ ଗୁଜବକୁ ନେଇ କିଛି ବଡ ସୂଚନା ଦେଉଛନ୍ତି କି? କାରଣ ଶ୍ରୀଲୀଲାଙ୍କର ଡାକ୍ତରୀ ଡିଗ୍ରୀ ଅଛି। ସେ ୨୦୨୧ରେ MBBS ସମାପ୍ତ କରିଛନ୍ତି।

ବର୍ତ୍ତମାନ ପ୍ରଶଂସକମାନେ ପ୍ରଶ୍ନ କରୁଛନ୍ତି ଯେ କାର୍ତ୍ତିକଙ୍କ ମା ଶ୍ରୀଲୀଲା ଏବଂ ଅଭିନେତାଙ୍କ ସମ୍ପର୍କକୁ ନେଇ ଈଶାରା ଦେଉଛନ୍ତି କି? ନିକଟରେ କାର୍ତ୍ତିକଙ୍କ ପରିବାର ଏକ ଉତ୍ସବରେ ଶ୍ରୀଲୀଲାଙ୍କ ମଜ୍ଜାମସ୍ତି କରିବାର ଏକ ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହୋଇଥିଲା। ଏହି କ୍ଲିପ୍‌ରେ ଶ୍ରୀଲୀଲା ଏକ ପାରିବାରିକ ଭୋଜିରେ ଅନ୍ୟ ଅତିଥିମାନଙ୍କ ସହ ନାଚୁଥିବାର ନଜର ଆସିଥିଲେ।


‘କିସିକ୍’ ଗୀତରେ ଡ୍ୟାନ୍ସ:

କୁହାଯାଏ ଯେ ଅଭିନେତାଙ୍କ ଭଉଣୀ କୃତିକା ତିୱାରୀଙ୍କ ଏକ ସଫଳତାକୁ ସମ୍ମାନ ଜଣାଇ କାର୍ତ୍ତିକ ଆର୍ଯ୍ୟନଙ୍କ ଦ୍ୱାରା ଏହି ପାର୍ଟିର ଆୟୋଜନ କରାଯାଇଥିଲା। ଭିଡିଓରେ ଶ୍ରୀଲୀଲା ‘କିସିକ୍’ ଗୀତରେ ନାଚୁଥିବାର ନଜର ଆସିଥିବାବେଳେ କାର୍ତ୍ତିକ ଆର୍ଯ୍ୟନ୍ ତାଙ୍କ ପାଖରେ ଠିଆ ହୋଇ ଏହି ମୁହୂର୍ତ୍ତକୁ ତାଙ୍କ ଫୋନରେ ରେକର୍ଡ କରୁଥିଲେ।

କାର୍ତ୍ତିକ-ଶ୍ରୀଲୀଲାଙ୍କ କାମ:

କାର୍ତ୍ତିକ ଆର୍ଯ୍ୟନଙ୍କୁ ଦିପାବଳୀ ସୁପରହିଟ୍ ଫିଲ୍ମ 'ଭୁଲ ଭୁଲୈୟା ୩'ରେ ଦେଖିବାକୁ ମିଳିଥିଲା। ନିକଟରେ ଶ୍ରୀଲୀଲା ‘ପୁଷ୍ପା ୨: ଦ ରୁଲ୍‌’ର ‘କିସିକ୍’ ଗୀତ ସହିତ ସାରା ଦେଶରେ ପରିଚୟ ପାଇଛନ୍ତି। ତେବେ ଦିପାବଳୀ ୨୦୨୫ରେ ରିଲିଜ୍‌ ହେବାକୁ ଥିବା ଅନୁରାଗ ବସୁଙ୍କ ଫିଲ୍ମରେ ଏହି ଯୋଡିଙ୍କୁ ଏକାଠି ଦେଖିବାକୁ ମିଳିବ।

ଅଧିକ ପଢ଼ନ୍ତୁ: ଶେଷରେ ଦେଶକୁ ଫେରିବେ ଦେଶୀ ଗାର୍ଲ; କରିବେ ଏହି ସୁପର୍‌ଷ୍ଟାର୍‌ଙ୍କ ସହ ଭାରତୀୟ ଫିଲ୍ମ

Bollywood Kartik Aaryan Sreeleela
Advertisment
Advertisment