Advertisment

'ଆଶିକୀ ୩'ରେ ନୂଆ ନାୟିକା ସହ ରୋମାନ୍ସ କରିବେ କାର୍ତ୍ତିକ ଆର୍ଯ୍ୟନ୍

କାର୍ତ୍ତିକ ଆର୍ଯ୍ୟନଙ୍କୁ ଆଗାମୀ ଚଳଚ୍ଚିତ୍ର 'ଆଶିକୀ ୩'କୁ ନେଇ ଦର୍ଶକଙ୍କ ଉତ୍କଣ୍ଠା ବଢି ବଢି ଚାଲିଛି। ଏଥିରେ ସେ ନୂଆ ନାୟିକାଙ୍କ ସହ ରୋମାନ୍ସ କରିବେ। ଆସନ୍ତୁ ଜାଣିବା କ’ଣ କହୁଛନ୍ତି ପ୍ରଯୋଜକ।

author-image
Pramod Behera
ଅଦ୍ୟତନ ହୋଇଛି
Kartik Aaryan Heroine in Aashiqui 3

Kartik Aaryan heroine in aashiqui-3 will be a new comer

କାର୍ତ୍ତିକ ଆର୍ଯ୍ୟନ୍ ତାଙ୍କର ଆଗାମୀ ଚଳଚ୍ଚିତ୍ର 'ଆଶିକୀ ୩' ଘୋଷଣା କରିବା ଦିନଠାରୁ ପ୍ରଶଂସକମାନେ ଏହି ଚଳଚ୍ଚିତ୍ର ସହିତ ଜଡିତ ପ୍ରତ୍ୟେକ କଥାକୁ ଜାଣିବାକୁ ଆଗ୍ରହୀ ହୋଇଉଠିଛନ୍ତି। ରିପୋର୍ଟ ଅନୁଯାୟୀ କାର୍ତ୍ତିକ ଏହି ଫିଲ୍ମରେ ଜଣେ ନୂଆ ହିରୋଇନଙ୍କ ସହ ରୋମାନ୍ସ କରିବାକୁ ଯାଉଛନ୍ତି।

Advertisment

ପ୍ରକାଶଥାଉ ଯେ ଅନୁରାଗ ବସୁ 'ଆଶିକୀ' ଫ୍ରାଞ୍ଚାଇଜ୍‌ର ତୃତୀୟ ଭାଗ ଅର୍ଥାତ୍ 'ଆଶିକୀ ୩'ର ନିର୍ଦ୍ଦେଶନା ଦେବେ। ଏହାର ପ୍ରଯୋଜନା ଦାୟିତ୍ୱ ମୁକେଶ ଭଟ୍ଟ ଓ ଭୂଷଣ କୁମାର ନେଇଛନ୍ତି।

ଚଳିତ ବର୍ଷ ସେପ୍ଟେମ୍ବରରେ ଏହି ଫିଲ୍ମ ଘୋଷଣା କରାଯାଇଥିଲା। କାର୍ତ୍ତିକ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ୍‌ରେ ଫିଲ୍ମ ବିଷୟରେ କହିଥିଲେ ଯେ ସେ ଏଥିରେ ମୁଖ୍ୟ ଭୂମିକାରେ ଅଭିନୟ କରିବାକୁ ଯାଉଛନ୍ତି। ତେବେ ଏହି ଫିଲ୍ମରେ କିଏ ମୁଖ୍ୟ ଅଭିନେତ୍ରୀ ଭାବେ ନଜର ଆସିବେ ତାହାର କୌଣସି ସୂଚନା ଦିଆଯାଇ ନଥିଲା। ବର୍ତ୍ତମାନ ଯଦି ଏକ ରିପୋର୍ଟକୁ ବିଶ୍ୱାସ କରାଯାଏ ତେବେ ଫିଲ୍ମର ମୁଖ୍ୟ ଅଭିନେତ୍ରୀ ସମ୍ପୂର୍ଣ୍ଣ ନୂଆ ହେବେ।

Advertisment

ଅଧିକ ପଢ଼ନ୍ତୁ: ବ୍ରହ୍ମାସ୍ତ୍ର ପାର୍ଟ -୨ ରେ କିଏ ହେବ ଦେବ୍ ?

ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ ମୁକେଶ ଭଟ୍ଟ ପ୍ରକାଶ କରିଛନ୍ତି ଯେ ଆଶିକୀ ୩ ର ହିରୋଇନ୍ ଏକ ନୂଆ ଚେହେରା। ସେ କହିଛନ୍ତି “ଏହି ଫିଲ୍ମର ମୁଖ୍ୟ ଅଭିନେତ୍ରୀଙ୍କୁ ଖୋଜିବା ପାଇଁ ଟିମ୍ ବର୍ତ୍ତମାନ ବହୁ ଖର୍ଚ୍ଚ କରୁଛି। ଏହା ବ୍ୟତୀତ ଫିଲ୍ମର ସ୍କ୍ରିପ୍ଟ ମଧ୍ୟ ଚୂଡାନ୍ତ ହୋଇଛି। ସ୍କ୍ରିପ୍ଟ ଫାଇନାଲ୍‌ ହେବା ମାତ୍ରେ ଆସନ୍ତା ବର୍ଷ ସୁଟିଂ କାମ ଆରମ୍ଭ ହେବ।”

କାର୍ତ୍ତିକ ଆର୍ଯ୍ୟନଙ୍କ ଆଗାମୀ ଚଳଚ୍ଚିତ୍ର ବିଷୟରେ କଥା ହେଲେ ତାଙ୍କ ହାତରେ 'ଆଶିକୀ' ବ୍ୟତୀତ 'ଶହଜାଦା', 'ସତ୍ୟପ୍ରେମ କି କଥା','କ୍ୟାପ୍‌ଟେନ୍ ଇଣ୍ଡିଆ’ ଏବଂ 'ହେରା ଫେରି ୩' ମଧ୍ୟ ରହିଛି। ପ୍ରକାଶ ଥାଉକି, କାର୍ତ୍ତିକ ବର୍ତ୍ତମାନ ରିଲିଜ୍ ହୋଇଥିବା ଫିଲ୍ମ 'ଫ୍ରେଡି'ର ସଫଳତାର ଆନନ୍ଦ ନେଉଛନ୍ତି।

Bollywood Actor Kartik Aaryan Aashiqui
Advertisment
Advertisment