Advertisment

Kanguva Advance Booking: ରିଲିଜ୍ ପୂର୍ବରୁ 'କଙ୍ଗୁଭା'ର ଦବ୍‌ଦବା; ରୋଜଗାର କରିସାରିଲାଣି ୯ କୋଟିରୁ ଅଧିକ

'କଙ୍ଗୁଭା'କୁ ନେଇ ଲୋକଙ୍କ ମଧ୍ୟରେ ଜବରଦସ୍ତ ହାଇପ୍ ରହିଛି। ବର୍ତ୍ତମାନ ଫିଲ୍ମଟି ଆଡ୍‌ଭାନ୍ସ ବୁକିଂରେ ମଧ୍ୟ ହଇଚଇ ସୃଷ୍ଟି କରିଛି। ପ୍ରଥମ ଦିନରେ ଫିଲ୍ମ ଦେଖିବା ପାଇଁ ଲୋକମାନେ ଉତ୍ସାହର ସହିତ ଟିକେଟ୍ କିଣୁଛନ୍ତି। ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବା ପୂର୍ବରୁ ମଧ୍ୟ ସୂର୍ଯ୍ୟାଙ୍କ ଫିଲ୍ମ 'କଙ୍ଗୁଭା' ଆଗୁଆ ବୁକିଂରେ କୋଟି କୋଟି ଟଙ୍କା ରୋଜଗାର କରିଛି।

author-image
Pramod Behera
ଅଦ୍ୟତନ ହୋଇଛି
South cinema kanguva advance booking day 1

South cinema kanguva advance booking day 1

ବର୍ତ୍ତମାନ ସାଉଥ୍‌ ସୁପର୍‌ଷ୍ଟାର୍‌ ସୂର୍ଯ୍ୟା ଏବଂ ବଲିଉଡ୍‌ ଷ୍ଟାର୍ ବବି ଦେଓଲଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ 'କଙ୍ଗୁଭା'ର ମୁକ୍ତିଲାଭ ପାଇଁ ଆଉ ମାତ୍ର କିଛି ଘଣ୍ଟା ବାକି ଅଛି। ଏହି ଫିଲ୍ମକୁ ନେଇ ଲୋକଙ୍କ ମଧ୍ୟରେ ଜବରଦସ୍ତ ହାଇପ୍ ରହିଛି। ବର୍ତ୍ତମାନ ଫିଲ୍ମଟି ଆଡ୍‌ଭାନ୍ସ ବୁକିଂରେ ମଧ୍ୟ ହଇଚଇ ସୃଷ୍ଟି କରିଛି।

Advertisment

ପ୍ରଥମ ଦିନରେ ଫିଲ୍ମ ଦେଖିବା ପାଇଁ ଲୋକମାନେ ଉତ୍ସାହର ସହିତ ଟିକେଟ୍ କିଣୁଛନ୍ତି। ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବା ପୂର୍ବରୁ ମଧ୍ୟ ସୂର୍ଯ୍ୟାଙ୍କ ଫିଲ୍ମ 'କଙ୍ଗୁଭା' ଆଗୁଆ ବୁକିଂରେ କୋଟି କୋଟି ଟଙ୍କା ରୋଜଗାର କରିଛି।

Advertisment

ଅଧିକ ପଢ଼ନ୍ତୁ: Kanguva 2nd Trailer: ସାମ୍ନାକୁ ଆସିଲା ‘କଙ୍ଗୁଭା’ର ଦ୍ୱିତୀୟ ଟ୍ରେଲର୍‌; ଥରେଇଲା ସୂର୍ଯ୍ୟାଙ୍କ ଗର୍ଜନ

ଆଡଭାନ୍ସ ବୁକିଂ:

କିଛି ଦିନ ପୂର୍ବରୁ 'କଙ୍ଗୁଭା' ପାଇଁ ଆଡଭାନ୍ସ ବୁକିଂ ଆରମ୍ଭ ହୋଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ୨ ଲକ୍ଷରୁ ଅଧିକ ଟିକେଟ୍ ବିକ୍ରି ହୋଇସାରିଛି। ଟ୍ରେଡ୍ ୱେବସାଇଟ୍ ସାକ୍‌ନିଲ୍କର ରିପୋର୍ଟ ଅନୁଯାୟୀ, 'କଙ୍ଗୁଭା'ର ୨,୪୪,୧୮୯ ଟିକେଟ୍ ଆଗରୁ ବୁକିଂରେ ବିକ୍ରି ହୋଇସାରିଛି, ଯେଉଁଥିପାଇଁ ଏପର୍ଯ୍ୟନ୍ତ ଫିଲ୍ମର ଆୟ ୪.୫୩ କୋଟି ଟଙ୍କା ହୋଇଛି।

ଏହି ଫିଲ୍ମ ତାମିଲ, ତେଲୁଗୁ, କନ୍ନଡ, ମାଲାୟାଲମ୍ ଏବଂ ହିନ୍ଦୀ ଭାଷାରେ 2D ଏବଂ 3D ଫର୍ମାଟ୍‌ରେ ପ୍ରେକ୍ଷାଳୟକୁ ଆସିବ।

୯ କୋଟିରୁ ଅଧିକ ରୋଜଗାର:

ତାମିଲ (2D) ସଂସ୍କରଣର ୩୭,୧୧୫ ଟିକେଟ୍ ବିକ୍ରି ହୋଇ ୬୭,୦୯,୨୯୬ ଟଙ୍କା ରୋଜଗାର ହୋଇଛି। ତାମିଲ (3D) ସଂସ୍କରଣ ପାଇଁ ୧,୩୨,୮୪୬ ଟିକେଟ୍ ବିକ୍ରି ହୋଇଥିବା ବେଳେ ଫିଲ୍ମ ୨,୬୭,୮୧,୧୩୩ ଟଙ୍କା ରୋଜଗାର କରିଛି। ସେହିପରି ହିନ୍ଦୀ 3D ସଂସ୍କରଣ ପାଇଁ ୬୫୯୯ ଟିକେଟ୍ ବିକ୍ରି ହୋଇଛି।

ରିପୋର୍ଟରେ କୁହାଯାଇଛି ଯେ ବ୍ଲକ୍ ସିଟ୍ ସମେତ ଫିଲ୍ମର ମୋଟ୍‌ ରୋଜଗାର ୯.୪୪ କୋଟିରେ ପହଞ୍ଚିଛି, ଯାହା ଏକ ବଡ଼ ରେକର୍ଡ। ଏହି ଆକଳନରୁ ଏହା ସ୍ପଷ୍ଟ ଯେ ଫିଲ୍ମ ପ୍ରଥମ ଦିନରେ ବକ୍ସ ଅଫିସରେ ଆଲୋଡନ ସୃଷ୍ଟି କରିବ।

୧୦ ହଜାର ପରଦାରେ ଆସିବ:

ସୂର୍ଯ୍ୟା ଏବଂ ବବି ଦେଓଲଙ୍କ ଫିଲ୍ମ 'କଙ୍ଗୁଭା' ସାରା ବିଶ୍ୱରେ ୧୦ ହଜାର ପରଦାରେ ଆସିବ। ନିର୍ଦ୍ଦେଶକ ଶିବାଙ୍କ ଏହି ବଡ ବଜେଟ୍ ଫିଲ୍ମରେ ସୂର୍ଯ୍ୟାଙ୍କ ଦମଦାର ଆକ୍ସନ୍ ଦେଖିବାକୁ ମିଳିବ। ଏଥି ସହିତ, ବବି ଦେଓଲ ଭୟଙ୍କର ଭିଲେନ୍ ହୋଇ ପୁଣି ଥରେ ଦର୍ଶକଙ୍କୁ ଡରେଇବାକୁ ପ୍ରସ୍ତୁତ।

ବଡ ବଜେଟ୍:

ଫିଲ୍ମ 'କଙ୍ଗୁଭା'ର ବଜେଟ୍ ୩୫୦ କୋଟିରୁ ଅଧିକ ହେବ ବୋଲି କୁହାଯାଉଛି। ଏହି ଫିଲ୍ମକୁ ୭ଟି ଦେଶରେ ସୁଟିଂ କରାଯାଇଛି। ନିର୍ମାତା ଆକ୍ସନ୍ ଏବଂ ସିନେମାଟୋଗ୍ରାଫି ପାଇଁ ହଲିଉଡ୍ ବିଶେଷଜ୍ଞଙ୍କ ସାହାଯ୍ୟ ନେଇଛନ୍ତି। ପୂର୍ବରୁ ଫିଲ୍ମର ଦୁଇଟି ଟ୍ରେଲର୍ ରିଲିଜ୍ ହୋଇଥିବା ବେଳେ ଲୋକେ ଖୁବ ପସନ୍ଦ କରିଛନ୍ତି।

ପ୍ରଥମ ଟ୍ରେଲର୍:

ଏହାର ପ୍ରଥମ ଟ୍ରେଲର୍ ପ୍ରଶଂସକମାନଙ୍କୁ ଖୁବ୍ ପ୍ରଭାବିତ କରିଥିଲା। ଟ୍ରେଲର୍‌ ରିଲିଜ୍‌ କରିବା ସହିତ ନିର୍ମାତା ନିର୍ଦ୍ଦେଶକ ଶିବାଙ୍କୁ ତାଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇଥିଲେ। ସେ କ୍ୟାପ୍‌ସନ୍‌ରେ ଲେଖିଥିଲେ, "ମାଷ୍ଟର ଷ୍ଟୋରୀ ଟେଲର୍ ତଥା ସିନେମାଟିକ୍ ଅନୁଭୂତିର ଉସ୍ତାଦ୍‌ଙ୍କୁ ଜନ୍ମଦିନର ଶୁଭକାମନା। ଆମର #DirectorSiva ସାର୍‌ଙ୍କ ପାଇଁ ଏକ ବ୍ଲକବଷ୍ଟର ବର୍ଷ ଏବଂ ଅନେକ ସଫଳତା କାମନା କରୁଛି। ଟିମ୍ #Kanguva ତରଫରୁ ଶୁଭକାମନା।"

ଦ୍ୱିତୀୟ୍ ଟ୍ରେଲର୍‌:

ଦ୍ୱିତୀୟ ଟ୍ରେଲର୍‌ରେ ସୂର୍ଯ୍ୟାଙ୍କୁ ଦୁଇଟି ଭିନ୍ନ ଅବତାରରେ ଦେଖିବାକୁ ମିଳେ। ଗୋଟିଏରେ, ସେ ଆଧୁନିକ ଯୁଗରେ ଥିବାବେଳେ ତାଙ୍କର ଷ୍ଟାଇଲିସ୍ ଲୁକ୍ ଏବଂ ହେୟାର୍‌କଟ୍‌ରେ ଦେଖାଯାଏ। ଦ୍ୱିତୀୟ ଅବତାରରେ ସେ ପୁରୁଣାକାଳିଆ ମଣିଷଙ୍କ ଭୂମିକାରେ ଦେଖିବାକୁ ମିଳନ୍ତି ଯାହା ପୂର୍ବରୁ ବିଭିନ୍ନ ପୋଷ୍ଟର, ଟିଜର୍‌ ଏବଂ ଟ୍ରେଲରରେ ଆମେ ଦେଖିଛୁ।

ବବି ଦେଓଲଙ୍କ ଭିଲେନ୍ ଚରିତ୍ର ମଧ୍ୟ ଏହି କ୍ଲିପ୍‌ରେ ଦେଖିବାକୁ ମିଳେ, ଯିଏ 'ବଡ ଖଳନାୟକ' ଭୂମିକାରେ ଅଭିନୟ କରିଛନ୍ତି।

ଗୁରୁବାର ରିଲିଜ୍:

୧୪ ନଭେମ୍ବର ୨୦୨୪ ଅର୍ଥାତ ଆସନ୍ତା କାଲି ଗୁରୁବାର ଦିନ ବବି ଦେଓଲ ଏବଂ ସୂର୍ଯ୍ୟାଙ୍କ ଫିଲ୍ମ 'କଙ୍ଗୁଭା' ପ୍ରେକ୍ଷାଳୟକୁ ଆସିବ। ଏହି ଚଳଚ୍ଚିତ୍ରରେ ଦିଶା ପାଟନୀଙ୍କୁ ଏକ ଭିନ୍ନ ଚରିତ୍ରରେ ମଧ୍ୟ ଦେଖିବାକୁ ମିଳିବ।

ଅଧିକ ପଢ଼ନ୍ତୁ: ଖୁବଶୀଘ୍ର ଫେରୁଛି ନବେ ଦଶକର ସୁପରହିରୋ 'ଶକ୍ତିମାନ', ସାମନାକୁ ଆସିଲା ଟିଜର

Surya Bobby Deol South Indian Films
Advertisment
Advertisment