Kangana Ranaut Film Emergency Ban : ପଞ୍ଜାବରେ 'ଇମରଜେନ୍ସି' ବ୍ୟାନ୍‌ ପରେ କାହାକୁ ଟାର୍ଗେଟ କଲେ କଙ୍ଗନା ?

 ୧୩ଟି ସିନ୍ କାଟିବା ପରେ ମଧ୍ୟ ପଞ୍ଜାବରେ ଚଳଚ୍ଚିତ୍ରକୁ ଇମରଜେନ୍ସିକୁ ବ୍ୟାନ୍ କରାଯାଇଥିବାରୁ ଦୁଃଖ ପ୍ରକାଶ କରିଛନ୍ତି କଙ୍ଗନା ।

ସବୁଠି ଚାଲିଛି ପଞ୍ଜାବରେ ବ୍ୟାନ୍

ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ନିଜର ଫିଲ୍ମ ‘ଇମରଜେନ୍ସି’କୁ ନେଇ ଚର୍ଚ୍ଚାରେ ରହିଥିଲେ । ଏହି ଫିଲ୍ମର ପ୍ରଥମ ଲୁକ୍‌ କଙ୍ଗନା ନିଜ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଥିଲେ । ଇନ୍‌ଷ୍ଟାଗ୍ରାମରେ ଶେୟାର ହେବାପରେ କଙ୍ଗନାଙ୍କ ଲୁକ୍‌କୁ ଦର୍ଶକ ବେଶ୍‌ ପସନ୍ଦ କରିଥିଲେ । ଏହି ଫିଲ୍ମରେ କଙ୍ଗନା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ଅଭିନୟ କରିଛନ୍ତି ।ଏହା ବ୍ୟତୀତ କଙ୍ଗନା ଅତ୍ୟନ୍ତ ଆତ୍ମବିଶ୍ୱାସୀ ଶୈଳୀରେ ଫିଲ୍ମରେ ନଜର ଆସିଛନ୍ତି । ଇନ୍ଦିରାଙ୍କୁ ତାଙ୍କ ଚରିତ୍ରରେ ସମ୍ପୂର୍ଣ୍ଣ ରୂପେ ଆଣିବା ପାଇଁ ସେ କଠିନ ପରିଶ୍ରମ କରିଥିଲେ ।

ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଜୀବନ କାହାଣୀ ଉପରେ ଆଧାରିତ ସିନେମା ‘ଇମରଜେନ୍ସି’ ଦେଖି ଦର୍ଶକ ବେଶ୍‌ ଉତ୍ସାହିତ ହୋଇଛନ୍ତି । ଦିବଗଂତ ପ୍ରଧାନମନ୍ତ୍ରୀଙ୍କ ଭୂମିକାରେ ନଜର ଆସିଥିବା କଙ୍ଗନା ଫିଲ୍ମରେ ଅବିକଳ ତାଙ୍କ ପରି ଦିଶୁଛନ୍ତି । କଙ୍ଗନାଙ୍କ ବ୍ୟତୀତ ସାମ୍‌ ମାନେକ୍ସଙ୍କ ଭୂମିକାରେ ଅବତୀର୍ଣ୍ଣ ହୋଇଥିବା ମିଲିନ୍ଦ ସୋମନଙ୍କ ଅଭିନୟ ବି ଜବରଦସ୍ତ ହୋଇଛି । ଏଥିରେ ଅନୁପମ୍‌ ଖେର୍‌ ଓ ଶ୍ରେୟାସ ତାଲପଡେଙ୍କ ଚମତ୍କାର ଅଭିନୟ ମଧ୍ୟ ଦେଖିବାକୁ ମିଳିଛି । ଏଥିରେ ଯୁବା ଇନ୍ଦିରା ଗାନ୍ଧୀ ରାଜନୀତିରେ ପ୍ରବେଶ କରିବା ବେଳେ ତାଙ୍କ ପିତା ଜବାହାରଲାଲ୍‌ ନେହେରୁଙ୍କ ସହ କିପରି ସଂପର୍କ ରହିଥିଲା ତାହା ଦେଖିବାକୁ ମିଳିଛି । ଏହା ବି ଦେଖିବାକୁ ମିଳିଛି ଯେ ଇନ୍ଦିରା ଗାନ୍ଧୀ ତାଙ୍କର ଦୀର୍ଘ କ୍ୟାରିୟର୍‌ରେ ଯୁଦ୍ଧ ଓ ରାଜନୈତିକ ଅଶାନ୍ତିକୁ କିପରି ସମ୍ଭାଳିଛନ୍ତି ।

ଅଧିକ ପଢନ୍ତୁ: ଆକ୍ରମଣକାରୀ ପଶିବା ସମୟରେ ନିଦରେ ଶୋଇଥିଲେ ସିକ୍ୟୁରିଟି ଗାର୍ଡ

ଏହି ଫିଲ୍ମରେ ଦେଶରେ ୨୧ ମାସ ଧରି ଲାଗୁ ହୋଇଥିବା ‘ଜରୁରୀକାଳିନ ପରିସ୍ଥିତି’ର କଥା ରହିଛି । ଏଥିରେ ୧୯୭୫ ମସିହାରେ କିପରି ଇନ୍ଦିରା ଗାନ୍ଧୀ ଦେଶରେ ଜରୁରୀକାଳିନ ପରିସ୍ଥିତି ବା ଇମରଜେନ୍ସି ଲଗାଇଥିଲେ ତାହା ଦେଖିବାକୁ ମିଳିଛି । ଏହାପୂର୍ବରୁ କଙ୍ଗନା ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟ ଲଳିତାଙ୍କ ଜୀବନୀ ଉପରେ ଆଧାରିତ ଥଲାଇଭି ଫିଲ୍ମରେ ଅଭିନୟ କରିଛନ୍ତି । ଏହି ଫିଲ୍ମରେ କଙ୍ଗନାଙ୍କ ଲୁକ ଏବଂ ଅଭିନୟ ସମସ୍ତଙ୍କ ହୃଦୟ ଜିତିଥିଲା ।

ଏହି ଫିଲ୍ମରେ ଅଭିନୟ ସହିତ କଙ୍ଗନା ନିର୍ଦ୍ଦେଶନା ଏବଂ ପ୍ରଡକ୍ସନ ଦାୟିତ୍ୱ ମଧ୍ୟ ତୁଲାଇଛନ୍ତି । ପୂର୍ବରୁ ‘ଇମରଜେନ୍ସି’ ୨୦୨୪ ମସିହା ସେପ୍ଟେମ୍ବର ମାସରେ ମୁକ୍ତିଲାଭ ହେବ ବୋଲି ଅନୁମାନ କରାଯାଉଥିଲା । ତେବେ ବିଭିନ୍ନ ବିବାଦୀୟ ସିନ୍ ପାଇଁ ଏହା ବିଳମ୍ବିତ ହୋଇଥିଲା । ଏହି ଚଳଚ୍ଚିତ୍ରର ୧୩ ଟି ବିବାଦୀୟ ସିନ୍‌କୁ କାଟିବାପରେ ସେନ୍ସର ବୋର୍ଡ ସାର୍ଟିଫିକେଟ ମିଳିଥିଲା । ତେବେ ଦୀର୍ଘ ଦିନର ପ୍ରତୀକ୍ଷା ପରେ ଚଳିତ ବର୍ଷ ଜାନୁଆରୀ ମାସ ୧୭ ତାରିଖରେ ରିଲିଜ୍ ହୋଇଛି ବହୁ ପ୍ରତିକ୍ଷିତ ଫିଲ୍ମ ‘ଇମରଜେନ୍ସି’ । ତେବେ ରିଲିଜ୍ ହେବାପରେ ପ୍ରଥମ ସପ୍ତାହରେ ଏହା ୧୦ କୋଟି କଲେକସନ୍ କରିଛି । ତେବେ କଙ୍ଗନା ଚଳଚ୍ଚିତ୍ରର ସଫଳତା ପରେ ଦର୍ଶକଙ୍କୁ ସୋସିଆଲ ମିଡ଼ିଆ ମାଧ୍ୟମରେ ଧନ୍ୟବାଦ ଜଣାଇଛନ୍ତି ।

 ୧୩ଟି ସିନ୍ କାଟିବା ପରେ ମଧ୍ୟ ପଞ୍ଜାବରେ ଚଳଚ୍ଚିତ୍ରକୁ ବ୍ୟାନ୍ କରାଯାଇଥିବାରୁ ଦୁଃଖ ପ୍ରକାଶ କରିଛନ୍ତି କଙ୍ଗନା । ସେ ଆହୁରି କହିଛନ୍ତି ତାଙ୍କ ସିନେମା ପଞ୍ଜାବରେ ଭଲ ଚାଲୁଥିବା ନେଇ ସିନେମା ଇଣ୍ଡଷ୍ଟ୍ରିରେ ଚର୍ଚ୍ଚା ହୁଏ । କିନ୍ତୁ ଏବେ ଏମିତି ଦିନ ଆସିଯାଇଛି , ତାଙ୍କ ସିନେମାକୁ ପଞ୍ଜାବରେ ବ୍ୟାନ୍ କରାଯାଉଛି । ତେବେ ସୋସିଆଲ ମିଡ଼ିଆ ମାଧ୍ୟମରେ ନାଁ ନନେଇ ଟାର୍ଗେଟ୍ କରିଛନ୍ତି କଙ୍ଗନା । ସେ କହିଛନ୍ତି କିଛି ଲୋକ ଲଗେଇଥିବା ନିଆଁରେ ଆମେ ସମସ୍ତେ ଜଳୁଛନ୍ତି । କଙ୍ଗନା କହିଛନ୍ତି ସେ ସିନେମା ମାଧ୍ୟମରେ ଦେଶ ପାଇଁ ଥିବା ଭଲ ପାଇବା ପ୍ରଦର୍ଶନ କରିଛନ୍ତି । ଦର୍ଶକ ଏହି ସିନେମା ଦେଖିବା ସହ ନିଜେ ନିଷ୍ପତି ନେବା ପାଇଁ ସେ ଆହ୍ବାନ କରିଛନ୍ତି ।

ଅଧିକ ପଢନ୍ତୁ: ଭାରି ପଡିଲା କି ‘ପୁଷ୍ପା ୨’ର ରୋଜଗାର… ନିର୍ମାତାଙ୍କ ଘରେ ଆୟକର ବିଭାଗର ୫୦ ଟିମ୍ !