Advertisment

Piyush Tripathy Controversy: ପିୟୂଷ ବିବାଦ ପାଇଁ ରାଜଧାନୀରେ ବୈଠକ.. କଳିରେ ଯବନିକା ପଡ଼ିବ ନା ଆଗକୁ ବଢିବ

ବୈଠକରେ ସାମିଲ ହେବା ପୂର୍ବରୁ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ପିୟୂଷ କହିଛନ୍ତି, ‘ସଂଘର ନିଷ୍ପତି ଶିରୋଧାର୍ଯ୍ୟ । ଯାତ୍ରା ଜଗତରେ ଉଠିଥିବା ପ୍ରତ୍ୟେକ ବିବାଦ ସମାଧାନ ହୋଇଯିବା ଉଚିତ । ବିବାଦର ସମାଧାନ ହୋଇଯିବା ପରେ ପ୍ରକୃତ ସତ୍ୟାସତ୍ୟ ସାମ୍ନାକୁ ଆସିବ ।‘

author-image
Deviprasad Jena
ଅଦ୍ୟତନ ହୋଇଛି
Jatra Actor Piyush Tripathy

Jatra Actor Piyush Tripathy

କିଛି ଦିନ ତଳେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଥିଲା ଯାତ୍ରା ମାଲିକ ଏବଂ ଯାତ୍ରା କଳାକାରଙ୍କ କଳି । ଚଳିତ ଯାତ୍ରା ସିଜିନରେ ବିବାଦ ଚରମ ସୀମାରେ ପହଞ୍ଚିବା ପରେ ଏହା ଗଣମାଧ୍ୟମର ଶିରୋନାମା ପାଲଟିଥିଲା । ଏମିତିକି କିଛି ଦିନ ତଳେ ବିବାଦ ପରେ ଜଣେ ହାସ୍ୟ ଅଭିନେତାଙ୍କୁ ଯାତ୍ରା ମାଲିକ ସଂଘ ତରଫରୁ ବ୍ୟାନ୍ କରାଯାଇଛି ।

Advertisment

ଅପରପକ୍ଷେ ଜଲିଉଡ ହାଇପେଡ୍ ଆକ୍ଟର ପିୟୂଷ ତ୍ରିପାଠୀଙ୍କୁ ନେଇ ମଧ୍ୟ ଚର୍ଚ୍ଚା ଲାଗି ରହିଥିଲା । ତେବେ ଯାତ୍ରା ଜଗତର ଚର୍ଚ୍ଚିତ କଳାକାର ପିୟୂଷ ତ୍ରିପାଠୀଙ୍କୁ ନେଇ ସୃଷ୍ଟି ହୋଇଥିବା ବିବାଦର ଆଜି ଯବନିକା ପଡିପାରେ ବୋଲି ଅନୁମାନ କରାଯାଉଛି । ପିୟୂଷଙ୍କ ବିବାଦ ତୁଟାଇବା ପାଇଁ ସତ୍ୟନଗରର ଏକ ହୋଟେଲରେ ଚାଲିଛି ଯାତ୍ରା ମାଲିକଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ।

ବୈଠକରେ ଦୁଇ ଦୁଇଟି ଯାତ୍ରା ମାଲିକଙ୍କ ଠାରୁ ଟଙ୍କା ନେଇ ବିବାଦୀୟ ହୋଇ ପଡ଼ିଥିବା ପିୟୂଷ ତ୍ରିପାଠୀ ସାମିଲ ହୋଇଛନ୍ତି । ବୈଠକରେ ସାମିଲ ହେବା ପୂର୍ବରୁ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ପିୟୂଷ କହିଛନ୍ତି, ‘ସଂଘର ନିଷ୍ପତି ଶିରୋଧାର୍ଯ୍ୟ । ଯାତ୍ରା ଜଗତରେ ଉଠିଥିବା ପ୍ରତ୍ୟେକ ବିବାଦ ସମାଧାନ ହୋଇଯିବା ଉଚିତ । ବିବାଦର ସମାଧାନ ହୋଇଯିବା ପରେ ପ୍ରକୃତ ସତ୍ୟାସତ୍ୟ ସାମ୍ନାକୁ ଆସିବ ।‘ ମାଲିକଙ୍କ ସହ ଆଲୋଚନା କରି ପିୟୂଷ ଟଙ୍କା ଫେରାଇବେ ନା କୌଣସି ଗୋଟିଏ ଯାତ୍ରା ପାର୍ଟିରେ ଯୋଗଦେଇ ଚଳିତ ସିଜିନରେ ଦର୍ଶକଙ୍କ ମନୋରଞ୍ଜନ କରିବେ ତାକୁ ଅନେଇ ବସିଛନ୍ତି ଯାତ୍ରା ପ୍ରେମୀ ।

Advertisment

ଅଧିକ ପଢ଼ନ୍ତୁ: ଆଜି ରିଲିଜ୍ ହେବ ଫିଲ୍ମ 'ପାଦେ ଆକାଶ'

ସୂଚନାଯୋଗ୍ୟ ନରି ପଣ୍ଡାଙ୍କ ବିବାଦ ପରେ ସୋସିଆଲ୍ ମିଡିଆରେ ପିୟୂଷଙ୍କ ବାପାଙ୍କ ଚିଠିକୁ ନେଇ ଚର୍ଚ୍ଚା ଜୋର୍ ଧରିଥିଲା । ପୀୟୁଷଙ୍କ ସ୍ବାସ୍ଥ୍ୟଗତ ଓ ପାରିବାରିକ ସମସ୍ୟା ନେଇ ପୀୟୁଷଙ୍କ ବାପା ଚିଠି ଲେଖିଥିଲେ । ପିୟୂଷଙ୍କ ବାପା ଯାତ୍ରା ମାଲିକ ମହାସଂଘ ସଭାପତିଙ୍କୁ ଚିଠି ଲେଖି ୨ଟି ପାର୍ଟି ମାଲିକ ଅଗ୍ରୀମ ଟଙ୍କା ଫେରାଇ ନିଅନ୍ତୁ ବୋଲି ଅନୁରୋଧ କରିଥିଲେ ।

ପ୍ରଥମେ ଯାତ୍ରା ସିଂହବାହିନୀ ଅପେରା ମାଲିକଙ୍କ ପୀୟୂଷଙ୍କ ବିରୋଧରେ ଚୁକ୍ତି ଖିଲାପ ଅଭିଯୋଗ ଏବଂ ଉଭୟଙ୍କ ମଧ୍ୟରେ ବିବାଦର ମୀମାଂସା ପରେ, ପୁଣି ସେ ଚୁକ୍ତିବଦ୍ଧ ଥିବା ଯାତ୍ରା ସୂର୍ଯ୍ୟମନ୍ଦିର ମାଲିକ ବି ଆଣିଥିଲେ ଚୁକ୍ତି ଖିଲାପୀର ଗୁରୁତର ଅଭିଯୋଗ । ଯାହାକୁ ନେଇ ଚର୍ଚ୍ଚାରେ ରହିଥିଲେ ଜଲିଉଡ ହାଇପେଡ୍ ଆକ୍ଟର ପୀୟୂଷ ତ୍ରିପାଠୀ । ତେବେ ଏସବୁ ବିବାଦର ଆଜି ସମାଧାନ ବାହାରି ପାରେ ବୋଲି ଆଶା କରାଯାଉଛି ।

ଅନ୍ୟପଟେ ଆଜି ଭାଇରାଲ୍ ହେଉଥିବା ସାଉଣ୍ଡ ଅପରେଟର ନୃସିଂହ ଚରଣ ନାୟକଙ୍କ ଭିଡିଓକୁ ନେଇ ପୁଣି ଥରେ ବଢିଛି ତୁଳସୀ ଗଣନାଟ୍ୟର ମାଲିକ ନାଣ୍ଡୁ ବାବୁଙ୍କ ଅଡୁଆ ।

ଅଧିକ ପଢ଼ନ୍ତୁ: ‘ବିଗ୍‌ ବସ୍’ ଖୋଲିଦେଲା ୟାମିନୀଙ୍କ ଭାଗ୍ୟ; କରିବେ ବଲିଉଡ୍‌ରେ ଡେବ୍ୟୁ

Jatra Artist Jollywood Actors Actor Piyush Tripathy Jatra Party Jollywood
Advertisment
Advertisment