Advertisment

ଜାହ୍ନବୀ କହିଲେ କିଏ ତାଙ୍କୁ ଅନ୍ତର୍ବସ୍ତ୍ର ସହିତ ପରିଚିତ କରେଇଥିଲେ; ଜାଣନ୍ତୁ ବାପା ନା ମା’…

ଯେତେବେଳେ ଜାହ୍ନବୀ ତାଙ୍କ ମା’ଙ୍କଠାରୁ ବ୍ରା ମାଗିଥିଲେ, ସେ ମନା କରିଦେଇଥିଲେ। ଜାହ୍ନବୀ କପୁର ନିଜେ ଏକ ସାକ୍ଷାତକାର ସମୟରେ ଏହି କଥା କହିଛନ୍ତି। ଆଉ କହିଛନ୍ତି କିଏ ତାଙ୍କୁ ପ୍ରଥମେ ବ୍ରା ସହିତ ପରିଚିତ କରେଇଥିଲେ।

author-image
Pramod Behera
ଅଦ୍ୟତନ ହୋଇଛି
janhvi kapoor tells who introduces her to first bra

janhvi kapoor tells who introduces her to first bra

ଜାହ୍ନବୀ କପୁର ଏବଂ ସ୍ୱର୍ଗତ ଅଭିନେତ୍ରୀ ତଥା ମା’ ଶ୍ରୀଦେବୀଙ୍କ ମଧ୍ୟରେ ନିବିଡ ସମ୍ପର୍କ ଥିଲା। ଶ୍ରୀଦେବୀ ତାଙ୍କ ଝିଅ ଜାହ୍ନବୀଙ୍କୁ ଏତେ ଭଲ ପାଉଥିଲେ ଯେ ସେ ବିଶ୍ୱାସ କରୁ ନ ଥିଲେ ତାଙ୍କ ଝିଅ ବଡ ହୋଇଗଲାଣି ଆଉ ସେ ବଡ ଝିଅମାନଙ୍କ ପରି ପୋଷାକ ପିନ୍ଧିବା ଆବଶ୍ୟକ।

Advertisment

ଯେତେବେଳେ ଜାହ୍ନବୀ ତାଙ୍କ ମା’ଙ୍କଠାରୁ ବ୍ରା ମାଗିଥିଲେ, ସେ ମନା କରିଦେଇଥିଲେ। ଜାହ୍ନବୀ କପୁର ନିଜେ ଏକ ସାକ୍ଷାତକାର ସମୟରେ ଏହି କଥା କହିଛନ୍ତି। ଅନେକ ପ୍ରମୁଖ ଖବରକାଗଜ ମଧ୍ୟ ଏହି ସାକ୍ଷାତକାରରୁ ଉଦ୍ଧୃତିଗୁଡିକ ବିସ୍ତୃତ ଭାବରେ ପ୍ରକାଶ କରିଛନ୍ତି।

ଅଧିକ ପଢ଼ନ୍ତୁ: ବିବାହର ୧ ମାସ ପରେ ସୋନାକ୍ଷୀ ସିହ୍ନାଙ୍କୁ ଏମିତି କହିଲେ ଶାଶୁ-ଶଶୁର-ନଣନ୍ଦ

Advertisment

ଜାହ୍ନବୀ କପୁର ଅନେକ ସାକ୍ଷାତକାରରେ କହିଛନ୍ତି ଯେ ସେ ତାଙ୍କ ମା’ଙ୍କୁ ବହୁତ ଭଲ ପାଆନ୍ତି। ସେ ସବୁବେଳେ ଜାହ୍ନବୀଙ୍କୁ ଏକ ଛୋଟ ଝିଅ ପରି ଗେହ୍ଲା କରିଥିଲେ। ବର୍ତ୍ତମାନ ଏକ ସାକ୍ଷାତକାରରେ ଜାହ୍ନବୀଙ୍କୁ ତାଙ୍କ ବଡ ହେବା ଏବଂ ପୋଷାକ ସମ୍ବନ୍ଧୀୟ ଏକ ପ୍ରଶ୍ନ ପଚରାଯାଇଥିଲା। ସେ କହିଛନ୍ତି ଯେ ତାଙ୍କ ମା’ ତାଙ୍କ ଝିଅ ବଡ ହୋଇଯାଇଛି ଏବଂ ସେ ବଡ଼ ଝିଅମାନଙ୍କ ପାଇଁ ଅନ୍ତର୍ବବସ୍ତ୍ର ଆବଶ୍ୟକ କରେ ବୋଲି ଗ୍ରହଣ କରିବାକୁ ପ୍ରସ୍ତୁତ ନ ଥିଲେ। ଜାହ୍ନବୀ କିନ୍ତୁ ଏଥିପାଇଁ ଜିଦ୍ ଧରିଥିଲେ ବୋଲି କହିଛନ୍ତି।

janhvi kapoor tells sridevi was in denial that her daughter grown upସମୁଦ୍ର କୂଳକୁ ଉପଭୋଗ କରୁଥିବା ଜାହ୍ନବୀ

ବ୍ରା ସହିତ କିଏ ପରିଚିତ କରେଇଥିଲେ:

ବର୍ତ୍ତମାନ ଜାହ୍ନବୀ କପୁର ମନୋରଞ୍ଜନ ଶିଳ୍ପରେ ତାଙ୍କର ସୁପର୍‌ଷ୍ଟାର ମା’ ଓ ଚଳଚ୍ଚିତ୍ର ନିର୍ମାତା ପିତାଙ୍କ ଠାରୁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ନିକଟରେ ଏକ ସାକ୍ଷାତକାରରେ ସେ ମହିଳା ଏବଂ ଝିଅମାନଙ୍କ ସହ ଜଡିତ ଅନେକ ବିଷୟରେ କଥା ହୋଇଛନ୍ତି। ଏକ ପୁରୁଷ ନାରୀବାଦୀ ସାକ୍ଷାତକାର ସମୟରେ, ଜାହ୍ନବୀଙ୍କୁ ପଚରାଯାଇଥିଲା ଯେ ତାଙ୍କ ବାପା ନା ମା’ ଯିଏ ତାଙ୍କୁ 'ପ୍ରଥମ ବ୍ରା' ସହିତ ପରିଚିତ କରେଇଥିଲେ? ଏହାର ଉତ୍ତରରେ ଜାହ୍ନବୀ କହିଥିଲେ ଯେ, “ମା ପରିଚୟ କରେଇଥିଲେ”।

ଅଧିକ ପଢ଼ନ୍ତୁ: ବଲିଉଡ୍‌ରେ ବଢୁଛି ଛାଡ଼ପତ୍ର; କରୀନା କହିଲେ ସୈଫ୍ ଓ ମୋ ଭିତରେ ସବୁବେଳେ ଝଗଡ଼ା

ଶ୍ରୀଦେବୀ କହୁଥିଲେ ଏମିତି:

ଏହି ସାକ୍ଷାତକାରରେ ଜାହ୍ନବୀ ପୁଣି କହିଛନ୍ତି ଯେ, “ମୋ ମା ଗ୍ରହଣ କରିବାକୁ ପ୍ରସ୍ତୁତ ନ ଥିଲେ ଯେ, ତାଙ୍କ ଝିଅ ବଡ଼ ହେଉଛି। ସେ କହୁଥିଲେ, ନା, ଏ ତ ଏକ ଛୋଟ ପିଲା। ତାକୁ ବର୍ତ୍ତମାନ ଏହିସବୁ ଜିନିଷଗୁଡ଼ିକର ଆବଶ୍ୟକ ନାହିଁ। ମୁଁ ଭାବୁଥିଲି ମୋର ଦରକାର ମା’, ମତେ ପ୍ରକୃତରେ ଆବଶ୍ୟକ ବୋଲି ମୁଁ ଭାବୁଛି।”

janhvi kapoor tells sridevi was in denial that her daughter grown upଜାହ୍ନବୀ କପୁର ଶ୍ରୀଦେବୀଙ୍କ ଏକ ସ୍ନେହର ମୁହୂର୍ତ୍ତ

ସାନ ଭଉଣୀକୁ ମା’ ପରି ଯତ୍ନ ନେଉଛନ୍ତି ଜାହ୍ନବୀ:

ଜାହ୍ନବୀ ପୁଣି କହିଛନ୍ତି ଯେ, ଯେପର୍ଯ୍ୟନ୍ତ ତାଙ୍କ ମା’ ବଞ୍ଚିଥିଲେ ସେ ତାଙ୍କୁ ଖୁଆଇ ଦେଉଥିଲେ। ବର୍ତ୍ତମାନ ଯେତେବେଳେ ତାଙ୍କ ସାନ ଭଉଣୀ ଖୁସୀ ଠିକ୍‌ରେ ଖାଇପାରୁନି, ଜାହ୍ନବୀ କିଛି ଖାଦ୍ୟ ନେଇ ସେଥିରେ କିଛି ଘିଅ ମିଶେଇ ଦେଉଛନ୍ତି ଆଉ ତାଙ୍କୁ ଦେଉଛନ୍ତି। କାରଣ ଖୁସୀ ବୁଝିନି ଯେ ଘିଅ ଚର୍ମ ଓ ସ୍ୱାସ୍ଥ୍ୟ ପାଇଁ ଖୁବ ଭଲ।

ଅଧିକ ପଢ଼ନ୍ତୁ: ଛାଡପତ୍ର ଖବରରେ ଇନ୍ଧନ ଢାଳିଲେ ଅଭିଷେକ ବଚ୍ଚନ; ଅମିତାଭ କହିଲେ ଏମିତି

Sridevi Bollywood Janhvi Kapoor
Advertisment
Advertisment