Advertisment

ବଲିଉଡ୍‌ରେ ବଢୁଛି ଛାଡ଼ପତ୍ର; କରୀନା କହିଲେ ସୈଫ୍ ଓ ମୋ ଭିତରେ ସବୁବେଳେ ଝଗଡ଼ା

ଇଣ୍ଡଷ୍ଟ୍ରିର ସବୁଠାରୁ ଚର୍ଚ୍ଚିତ ବଚ୍ଚନ ପରିବାର ଏବଂ ତାଙ୍କ ବୋହୂ ଐଶ୍ୱର୍ଯ୍ୟା ରାୟଙ୍କ ମଧ୍ୟରେ ମତଭେଦ ହେବାର ଖବର ସାମ୍ନାକୁ ଆସୁଛି। ଏହି ଖବର ମଧ୍ୟରେ ବଲିଉଡ ବେବୋ ବା କରୀନା କପୁର ନିଜର ଏବଂ ସୈଫ୍ ଅଲି ଖାନଙ୍କ ମଧ୍ୟରେ ଝଗଡାକୁ ନେଇ କଥା ଉଠେଇଛନ୍ତି।

author-image
Pramod Behera
ଅଦ୍ୟତନ ହୋଇଛି
Kareena kapoor said mostly we fight for ac temperature

Kareena kapoor said mostly we fight for ac temperature

ଆଜିକାଲି ମନୋରଂଜନ ଦୁନିଆରେ ଛାଡପତ୍ର ଖବର ବଢିବାରେ ଲାଗିଛି। ସେ କ୍ରିକେଟ୍ ଜଗତ ହେଉ କି ବଲିଉଡ୍, ସେଲିବ୍ରେଟିମାନଙ୍କ ମଧ୍ୟରେ ମତଭେଦ ଖବର ଆଜିକାଲି ହେଡ୍‌ଲାଇନ୍‌ରେ ଅଛି। ନିକଟରେ ଅଭିନେତ୍ରୀ ନତାଶା ଷ୍ଟାନ୍‌କୋଭିକ୍ ଏବଂ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ସେମାନଙ୍କ ଛାଡପତ୍ରର ଖବରକୁ ମୋହର ମାରି ସତ୍ୟ ଘୋଷଣା କରିଛନ୍ତି। ବିବାହର ୪ ବର୍ଷ ପରେ ଉଭୟ ଅଲଗା ହୋଇଛନ୍ତି।

Advertisment

ସେହିପରି ଇଣ୍ଡଷ୍ଟ୍ରିର ସବୁଠାରୁ ଚର୍ଚ୍ଚିତ ବଚ୍ଚନ ପରିବାର ଏବଂ ତାଙ୍କ ବୋହୂ ଐଶ୍ୱର୍ଯ୍ୟା ରାୟଙ୍କ ମଧ୍ୟରେ ମତଭେଦ ହେବାର ଖବର ସାମ୍ନାକୁ ଆସୁଛି। ଏହି ଖବର ମଧ୍ୟରେ ବଲିଉଡ ବେବୋ ଯଥା କରୀନା କପୁର ନିଜର ଏବଂ ସୈଫ୍ ଅଲି ଖାନଙ୍କ ମଧ୍ୟରେ ଝଗଡାକୁ ନେଇ କଥା ଉଠେଇଛନ୍ତି।

Kareena kapoor said mostly we fight for ac temperatureଏକ ବିଶେଷ ମୁହୂର୍ତ୍ତରେ କରୀନା କପୁର-ସୈଫ୍ ଅଲୀ ଖାନ୍

କରୀନା କପୁର ଏବଂ ସୈଫ୍‌ ଅଲି ଖାନ ବିବାହର ୧୨ ବର୍ଷ ପୂରଣ କରିବାକୁ ଯାଉଛନ୍ତି। କରୀନା ଏବଂ ସୈଫ୍‌ ବର୍ତ୍ତମାନ ଦୁଇ ସନ୍ତାନର ବାପାମାଆ ହୋଇଥିଲେ ବି ସେମାନଙ୍କ ମଧ୍ୟରେ ଅନେକ ସମୟରେ ଝଗଡା ହେଉଛି। ବେବୋ ନିଜେ ଏହା ପ୍ରକାଶ କରିଛନ୍ତି। ବେବୋ ନିକଟରେ ତାଙ୍କ ବୃତ୍ତିଗତ ଜୀବନ ତଥା ବ୍ୟକ୍ତିଗତ ଜୀବନ ବିଷୟରେ ଖୋଲାଖୋଲି ଭାବେ ଆଲୋଚନା କରିଛନ୍ତି।

Advertisment

ନିକଟରେ ଏକ ସାକ୍ଷାତକାର ବେଳେ କରୀନା କପୁର ବିବାହ ପରେ ତାଙ୍କ ବୃତ୍ତିଗତ ଜୀବନ ଏବଂ ବ୍ୟକ୍ତିଗତ ଜୀବନର ପରିବର୍ତ୍ତନକୁ ନେଇ କଥା ଉଠାଇଛନ୍ତି। ସୈଫ୍‌ଙ୍କ ସହ ତାଙ୍କ ବିବାହ କିପରି ତାଙ୍କୁ ଅଧିକ ଦାୟିତ୍ୱବାନ୍ ଏବଂ ତଳମୁହାଁ କରିଦେଇଛି ସେ କଥା କରୀନା କହିଛନ୍ତି।

Kareena kapoor said mostly we fight for ac temperatureସମୁଦ୍ର କୂଳକୁ ଉପଭୋଗ ବେଳେ କରୀନା-ସୈଫ୍

ସେ କହିଛନ୍ତି ଯେ “ଉଭୟ ସୈଫ୍‌ ଏବଂ ମୁଁ ପରସ୍ପରଙ୍କର ଯତ୍ନ ନେଉ। ଯଦି ମୁଁ ଟିକିଏ ଚିନ୍ତାରେ ପଡିଯାଏ, ସୈଫ୍‌ ମୋର ଯତ୍ନ ନିଅନ୍ତି ଏବଂ ଯେତେବେଳେ ସୈଫ୍‌ ଚିନ୍ତାରେ ପଡନ୍ତି ମୁଁ ତାଙ୍କୁ ସମ୍ଭାଳେ। ଅନେକ ଥର ଏମିତି ମଧ୍ୟ ହୁଏ ଯେ ସୈଫ୍‌ ଏବଂ ମୁଁ ଗୋଟିଏ ଘରେ ଥିବୁ କିନ୍ତୁ ପରସ୍ପରଙ୍କୁ ଭେଟିପାରୁ ନଥିବୁ। କାରଣ କାମ ହେତୁ ଆମ ଦୁହିଁଙ୍କର ଭିନ୍ନ ଶିଫ୍ଟ ଥାଏ।

କରୀନା ଏହା ମଧ୍ୟ ସ୍ୱୀକାର କରିଛନ୍ତି ଯେ ବେଳେବେଳେ ତାଙ୍କ କାମ ଏବଂ ସମ୍ପର୍କ ଅନେକ ଚାପ ସୃଷ୍ଟି କରିଥାଏ। ଏହା ଭାରି କଷ୍ଟକର। “ଯେମିତି ସେ ସକାଳ ୪:୩୦ ରେ ଘରକୁ ଆସିଥିବେ, ମୁଁ ନ ଥିବି। ମୁଁ କାମରୁ ଆସିବା ବେଳକୁ ସେ ଶୋଇଥିବେ। ମୁଁ ଶୋଇଥିବା ବେଳେ ସେ ସୁଟିଂ ପଳେଇଥିବେ।”

Kareena kapoor said mostly we fight for ac temperatureରୋମାଣ୍ଟିକ୍ ମୁଡ୍‌ରେ କରୀନା କପୁର-ସୈଫ୍ ଅଲୀ ଖାନ୍

କରୀନା ଆହୁରି କହିଛନ୍ତି “ତା’ପରେ ଆମେ ଦୁହେଁ ବସି କ୍ୟାଲେଣ୍ଡର ଦେଖୁ। ଆମେ ଗୋଟିଏ ଦିନ ସ୍ଥିର କରୁ ଏବଂ ତା’ପରେ ସେହିଦିନ ଆମେ ପରସ୍ପର ସହିତ ଘରେ ସମୟ କାଟୁ।” କରୀନା ଖୋଲାଖୋଲି କହିଛନ୍ତି ଯେ କେବଳ ଗୋଟିଏ କିମ୍ବା ଦୁଇଟି ନୁହେଁ ଅନେକ ଜିନିଷକୁ ନେଇ ସୈଫ୍‌ ଏବଂ ତାଙ୍କ ମଧ୍ୟରେ ଝଗଡା ହୁଏ। ଏମିତି କି ବହୁତ ଛୋଟ ଜିନିଷକୁ ନେଇ ମଧ୍ୟ।

ଅଭିନେତ୍ରୀ ଉଦାହରଣ ଦେଇ ଏସିର ଟେମ୍ପେରେଚର୍ କଥା କହିଛନ୍ତି। ବେବୋ କହିଛନ୍ତି, “ମୁଁ ୨୦ ଡିଗ୍ରୀ ଚାହୁଁଥିବି, କିନ୍ତୁ ସୈଫ୍‌ଙ୍କୁ ବହୁତ ଗରମ ଲାଗୁଥିବ। ସେ ୧୬ ଡିଗ୍ରୀ ସେଲସିୟସ୍ ଚାହୁଁଥିବେ। ତା’ପରେ ମାମଲା ଆପୋଷ ବୁଝାମଣାକୁ ଆସେ ଏବଂ ଆମେ ଶେଷରେ ୧୯ରେ ରାଜି ହେଉ।

Kareena kapoor said mostly we fight for ac temperatureଛୋଟେ ନବାବ କପୁର ଲଳନାଙ୍କ ବିବାହ

ଅଭିନେତ୍ରୀ ଏହା ମଧ୍ୟ କହିଛନ୍ତି ଯେ “ମୁଁ ଜାଣେ ଯେ ଏସିକୁ ନେଇ ଲୋକମାନଙ୍କ ମଧ୍ୟରେ ଛାଡପତ୍ର ହୋଇଛି।” ସେ ଆହୁରି କହିଛନ୍ତି, “ଯେତେବେଳେ କରିସ୍ମା ଘରକୁ ଆସନ୍ତି ଏବଂ ଆମେ ଡିନର କରୁଥିବୁ, ଲୋଲୋ ଚାଲାକିରେ ତାପମାତ୍ରାକୁ ୨୫ କରିଦେଇଥିବ । ସୈଫ୍ କୁହନ୍ତି, ଭଗବାନଙ୍କୁ ଧନ୍ୟବାଦ ମୁଁ ବେବୋଙ୍କୁ ବିବାହ କରିଛି, କାରଣ ଅନ୍ତତଃପକ୍ଷେ ସେ ୧୯ରେ ବୁଝମଣା କରିଦେଉଛନ୍ତି।”

Kareena kapoor said mostly we fight for ac temperatureକରୀନା ଓ କରୀସ୍ମାଙ୍କ୍ ସହ ଛୋଟେ ନବାବ

କରୀନା କହିଛନ୍ତି ଯେ “ଆମର ଅଧିକାଂଶ ଝଗଡା ସମୟକୁ ନେଇ ହୁଏ। କାରଣ ଆମେ ପରସ୍ପରଙ୍କୁ ଅଧିକ ସମୟ ଦେବାରେ ସକ୍ଷମ ହେଉନା। ଆମେ ଟଙ୍କାକୁ ନେଇ କିମ୍ବା ଅନ୍ୟ କୌଣସି କଥାକୁ ନେଇ କେବେବି ଝଗଡା କରୁନାହୁଁ। ତେବେ କରୀନା କପୁର ଏବଂ ସୈଫ୍‌ ଅଲି ଖାନ ଚଳିତ ବର୍ଷ ଅକ୍ଟୋବରରେ ସେମାନଙ୍କର ଦ୍ୱାଦଶ ବିବାହ ବାର୍ଷିକୀ ପାଳନ କରିବାକୁ ଯାଉଛନ୍ତି। ଉଭୟଙ୍କର ଦୁଇ ପୁଅ ତୈମୁର ଅଲି ଖାନ ଏବଂ ଜେହ ଅଲି ଖାନ ଅଛନ୍ତି।

Kareena Kapoor Saif Ali Khan Bollywood Aishwarya Rai Bachchan
Advertisment
Advertisment