Advertisment

Jaat Day 1 Collection: ଭାଇଜାନ୍‌ଙ୍କ ଉପରେ ଭାରି ପଢିଲେ ସନ୍ନି ଦେଓଲ; ପ୍ରଥମ ଦିନରେ Jaat କଲା ଏତେ ରୋଜଗାର

ସମଗ୍ର ଭାରତରେ 'ଜାଟ୍‌' ଭଲ ଓପନିଂ କରିଛି। କେବଳ ଏତିକି ନୁହେଁ, ସମାଲୋଚକମାନେ ଏହାକୁ ଭଲ ସମୀକ୍ଷା ମଧ୍ୟ ଦେଉଛନ୍ତି। ସନ୍ନି ଦେଓଲ 'ଜାଟ୍‌' ସହିତ ପୁଣିଥରେ ଆକ୍ସନ ଅବତାରରେ ଫେରିଛନ୍ତି ଏବଂ ଏଥର ସେ ଉତ୍ତର ଏବଂ ଦକ୍ଷିଣ ଭାରତରେ ଚହଳ ସୃଷ୍ଟି କରୁଛନ୍ତି।

ଅଦ୍ୟତନ ହୋଇଛି
Jaat Box Office Collection Day 01

Jaat Box Office Collection Day 01

Advertisment

ସନ୍ନି ଦେଓଲଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ 'ଜାଟ୍‌' ବକ୍ସ ଅଫିସରେ ରିଲିଜ୍ ହୋଇସାରିଛି। ସମଗ୍ର ଭାରତରେ ମୁକ୍ତିଲାଭ କରିଥିବା ସନ୍ନି ଦେଓଲଙ୍କ ଫିଲ୍ମଟି ଭଲ ଓପନିଂ କରିଛି। କେବଳ ଏତିକି ନୁହେଁ, ସମାଲୋଚକମାନେ ଏହାକୁ ଭଲ ସମୀକ୍ଷା ମଧ୍ୟ ଦେଉଛନ୍ତି। ସନ୍ନି ଦେଓଲ 'ଜାଟ୍‌' ସହିତ ପୁଣିଥରେ ଆକ୍ସନ ଅବତାରରେ ଫେରିଛନ୍ତି ଏବଂ ଏଥର ସେ ଉତ୍ତର ଏବଂ ଦକ୍ଷିଣ ଭାରତରେ ଚହଳ ସୃଷ୍ଟି କରୁଛନ୍ତି।

Advertisment

'ଗଦର ୨'ର ଜବରଦସ୍ତ ସଫଳତା ପରେ, ସନ୍ନି ପୁଣି ଥରେ ଏକ ମହାନ ପ୍ରତ୍ୟାବର୍ତ୍ତନ କରିଛନ୍ତି। ରଣଦୀପ ହୁଡା ଏହି ଫିଲ୍ମରେ ଖଳନାୟକ ଭୂମିକାରେ ଅଭିନୟ କରିଛନ୍ତି। 'ଜାଟ୍'ରେ ସୈୟାମି ଖେର ଏବଂ ଭିନୀତ କୁମାରଙ୍କ ସମେତ ଅନେକ ପ୍ରତିଭାଶାଳୀ ଅଭିନେତା ମଧ୍ୟ ନଜର ଆସିଛନ୍ତି। ‘ଜାଟ୍’ ପ୍ରଥମ ଦିନରେ ୯.୫ କୋଟି ଟଙ୍କା ରୋଜଗାର୍ କରିଛି।

ସୈକ୍‌ନିଲ୍‌କ୍‌ରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଫିଲ୍ମଟି ଏହାର ପ୍ରଥମ ଦିନରେ ୯.୫୦ କୋଟି ଟଙ୍କା ରୋଜଗାର କରିଥିଲା। ଫିଲ୍ମରେ ସନ୍ନି ଦେଓଲଙ୍କ ଜବରଦସ୍ତ ସଂଳାପ ଏବଂ ଆକ୍ସନ ଲୋକଙ୍କ ମନକୁ ଛୁଉଁଛି। ରଣଦୀପ ହୁଡା ଜଣେ ଭୟଙ୍କର ଖଳନାୟକ ଭୂମିକାରେ ଅଭିନୟ କରି ସମସ୍ତଙ୍କ ହୃଦୟ ଜିତିବାରେ ସଫଳ ହୋଇଛନ୍ତି।

Advertisment

'ଜାଟ୍‌' ସଲମାନ ଖାନଙ୍କ ଫିଲ୍ମ 'ସିକନ୍ଦର' ଅପେକ୍ଷା ଭଲ ପ୍ରଦର୍ଶନ କରୁଛି। ‘ଜାଟ୍‌’ର ପ୍ରଥମ ଦିନର ରୋଜଗାର ଆଡ୍‌ଭାନ୍ସ ବୁକିଂ ଅପେକ୍ଷା ବହୁତ ଅଧିକ ହୋଇଛି। ତଥାପି, ଏକ ସର୍ବଭାରତୀୟ ଚଳଚ୍ଚିତ୍ର ପାଇଁ, ଏହି ସଂଖ୍ୟା ଟିକେ ଦୁର୍ବଳ ଦେଖାଯାଉଛି। ବର୍ତ୍ତମାନ ହିନ୍ଦୀ ଚଳଚ୍ଚିତ୍ରଗୁଡ଼ିକ ବକ୍ସ ଅଫିସରେ ଦୁର୍ବଳ ପର୍ଯ୍ୟାୟ ଦେଇ ଗତିକରୁଛି। କିନ୍ତୁ ଆଶା କରାଯାଉଛି ଯେ ଆଗାମୀ ଦିନରେ ‘ଜାଟ୍‌’ର ରୋଜଗାର ବଢିପାରେ।

ଅଧିକ ପଢ଼ନ୍ତୁ: 'ଗଦର ୨' ପରେ ବଢିଲା ସନ୍ନି ଦେଓଲ୍‌ଙ୍କ ଚାହିଦା; ‘ଜାଟ୍’ ପାଇଁ ନେଲେ ମୋଟା ଅଙ୍କ

Advertisment

ଏହି ଫିଲ୍ମରେ ଆୟଶା ଖାନ, ଜରିନା ୱହାବ, ବନ୍ଧବୀ ଶ୍ରୀଧର, ବିଶିକା କୋଟା, ପ୍ରଣିତା ପଟ୍ଟନାୟକ, ଦୌଲତ ସୁଲତାନା, ଭିନୀତ କୁମାର ସିଂହ, ଅଜୟ ଘୋଷ, ଦିନାନନ୍ଦ ଶେଟ୍ଟୀ, ଜଗପତି ବାବୁ ଏବଂ ବାବୁଲୁ ପୃଥ୍ୱୀରାଜ ମଧ୍ୟ ଅଭିନୟ କରିଛନ୍ତି।

‘ଜାଟ୍’କୁ ଟିଜି ବିଶ୍ୱ ପ୍ରସାଦ, ନବୀନ ୟେର୍‌ନେନୀ ଏବଂ ୱାଇ. ରବି ଶଙ୍କର ପ୍ରଡ୍ୟୁସ୍ କରିଛନ୍ତି। ଏହାର ନିର୍ଦ୍ଦେଶକ ହେଉଛନ୍ତି ଗୋପୀଚାନ୍ଦ ମଲିନେନୀ। ଏହି ଫିଲ୍ମକୁ ଏକ ସମ୍ପୂର୍ଣ୍ଣ ମସଲାଦାର ମନୋରଞ୍ଜନ ବୋଲି କୁହାଯାଉଛି।

ସମୀକ୍ଷାରେ ଏକ ନିର୍ଦ୍ଦିଷ୍ଟ ଦୃଶ୍ୟ ମଧ୍ୟ ଉଲ୍ଲେଖ କରାଯାଇଛି ଯେଉଁଠାରେ ସନ୍ନି ଦେଓଲ କହୁଛନ୍ତି, "ପୂରା ଉତ୍ତର ଏହି 'ଅଢେଇ କିଲିଆ ହାତ'ର ଶକ୍ତି ଦେଖିଛି, ଏବେ ଦକ୍ଷିଣ ଏହାକୁ ଦେଖିବ," ଏବଂ ଏହାପରେ ସେ ତାଙ୍କ ପାୱାର୍‌ଫୁଲ୍ ହାତରେ ଏକ ଦ୍ରୁତଗାମୀ କାରକୁ ଅଟକାଇ ଦିଅନ୍ତି। ଏହି ସିନ୍ ସମସ୍ତଙ୍କ ହୃଦୟକୁ ଛୁଇଁଦେଲା ଭଳି।

ଏହା ବ୍ୟତୀତ, ରଣଦୀପ ହୁଡାଙ୍କୁ ଖଳନାୟକ ଭାବରେ କମ୍ ସ୍ପେସ୍ ମିଳିଥିବାରୁ ତାଙ୍କୁ ଅଧିକ ସମୟ ମିଳିବା ଉଚିତ ଥିଲା ବୋଲି କୁହାଯାଉଛି। ତାଙ୍କୁ ନିର୍ଭୀକ ଏବଂ ଭୟଙ୍କର ଭୂମିକାରେ ଦେଖିବାକୁ ମିଳେ।

ତେବେ ଫିଲ୍ମର ଶେଷ ଭାଗ କିଛି ମାତ୍ରାରେ ସମାଲୋଚନାର ଶିକାର ହୋଇଛି। ସମାଲୋଚନାରେ କୁହାଯାଉଛି, ମନେ ହେଉଛି ଯେ ଲେଖକଙ୍କ ପାଖରେ ବୋଧେ କାହାଣୀ ସରିଗଲା ଏବଂ ସେ ଅଧିକ ଷ୍ଟଣ୍ଟ ଯୋଡ଼ିଦେଲେ... ଦୁର୍ଭାଗ୍ୟବଶତଃ, ଶେଷ ଭାଗକୁ ଟିକେ ଟଣାଟଣି କରାଯାଇଛି।

ତେବେ ସେ ଯାହା ହେଉନା କାହିଁକି ଫିଲ୍ମକୁ ଲୋକେ ଖୁବ୍ ପସନ୍ଦ କରୁଛନ୍ତି। ‘ଜାଟ୍‌’ର ସିକ୍ୱେଲ୍‌କୁ ନେଇ ଏବେଠାରୁ ଚର୍ଚ୍ଚା ଜୋର୍ ଧରିଲାଣି।

ଅଧିକ ପଢ଼ନ୍ତୁ: ଟପ୍ ୱାନ୍‌ରେ ଟ୍ରେଣ୍ଡିଂ କରୁଛି ସନ୍ନି ଦେଓଲଙ୍କ 'ଜାଟ୍‌'; ପଛରେ ସଲମାନ୍-ଅକ୍ଷୟ

Salman Khan Bollywood Sunny Deol Randeep Hooda Gadar-2 Sikandar Jaat
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ