Advertisment

Sonali Panda Allegations: ନାଣ୍ଡୁ ବାବୁ ଓ ମୋ ସ୍ତ୍ରୀ ଏକାଠି ହୋଟେଲରେ ଥିଲେ, କ୍ୟାମେରା ସାମ୍ନାରେ ମୁହଁ ଖୋଲିଲେ ସୋନାଲିଙ୍କ ସ୍ୱାମୀ

ସୋନାଲିଙ୍କ ସହିତ ନାଣ୍ଡୁ ବାବୁଙ୍କୁ ଥରେ ଦୁଇଥର ହୋଟେଲରେ ଦେଖିଛି ବୋଲି ଶ୍ରୀକ୍ଷେତ୍ର କହିଛନ୍ତି। ଏପରି ସମୟରେ ସେ ରୁମରୁ ବାହାରକୁ ପଳେଇ ଆସନ୍ତି ବୋଲି କହିଛନ୍ତି ଶ୍ରୀକ୍ଷେତ୍ର। ଏପରିକି ଏହି ଘଟଣା ସମ୍ପର୍କରେ ଜାଣିବା ପରେ ତାଙ୍କୁ ମାରିବାକୁ ଧମକ ଦିଆ ଯାଇଥିଲା....

author-image
Saroj Kumar Jena
ଅଦ୍ୟତନ ହୋଇଛି
sonali panda

sonali panda

ଯାତ୍ରାରେ ଚାଲିଛି ଯାତେରା। ପ୍ରଥମେ ପୀୟୂଷ ତା’ ପରେ ନରି ପଣ୍ଡା ଏବେ ସାମ୍ନାକୁ ଆସିଛି ଆଉ ଏକ ବିବାଦ। ଏବେ ବିବାଦର କାରଣ ପାଲଟିଛନ୍ତି ସୋନାଲି ପଣ୍ଡା। ସୋନାଲି ନିଜର ୧୦ ବର୍ଷର ପୁଅ ଓ ସ୍ୱାମୀଙ୍କୁ ଛାଡ଼ି ତୁଳସୀ ଗଣନାଟ୍ୟର ମାଲିକ ଅନନ୍ତ ନାରାୟଣ ଧଳ ଓରଫ ନାଣ୍ଡୁ ବାବୁଙ୍କ ସାଙ୍ଗରେ ରହୁଥିବା ଅଭିଯୋଗ ହୋଇଛି। ଏପରି ସାଂଘାତିକ ଅଭିଯୋଗ ଆଣିଛନ୍ତି ସୋନାଲିଙ୍କ ସ୍ୱାମୀ ଶ୍ରୀକ୍ଷେତ୍ର ସାମନ୍ତସିଂହାର।

Advertisment

ସୋନାଲିଙ୍କ ସହିତ ନାଣ୍ଡୁ ବାବୁଙ୍କୁ ଥରେ ଦୁଇଥର ହୋଟେଲରେ ଦେଖିଛି ବୋଲି ଶ୍ରୀକ୍ଷେତ୍ର କହିଛନ୍ତି। ଏପରି ସମୟରେ ସେ ରୁମରୁ ବାହାରକୁ ପଳେଇ ଆସନ୍ତି ବୋଲି କହିଛନ୍ତି ଶ୍ରୀକ୍ଷେତ୍ର। ଏପରିକି ଏହି ଘଟଣା ସମ୍ପର୍କରେ ଜାଣିବା ପରେ ତାଙ୍କୁ ମାରିବାକୁ ଧମକ ଦିଆ ଯାଇଥିଲା ବୋଲି ସେ ଅଭିଯୋଗ କରିଛନ୍ତି। ଏହାପରେ ତାଙ୍କୁ ନାଣ୍ଡୁ ବାବୁ ଯାତ୍ରା ପାର୍ଟିରୁ ଚକ୍ରାନ୍ତ କରି ବାହାର କରି ଦେଇଥିଲେ।

ଅଧିକ ପଢ଼ନ୍ତୁ:ଏକାଠି ହେବେ ଯାତ୍ରା କଳାକାର ସଂଘ ! କେବେ ପଡ଼ିବ ଯବନିକା?

ଶିବ ଲେଙ୍କାଙ୍କ ହାତରୁ ଯାତ୍ରାପାର୍ଟିର ଦାୟିତ୍ବ ନାଣ୍ଡୁ ବାବୁଙ୍କ ହାତକୁ ଆସିବା ପରେ ସୋନାଲି ଓ ତାଙ୍କର ସମ୍ପର୍କ ଗଢି ଉଠିଥିଲା। ପଇସା ପାଇଁ ସୋନାଲି ତାଙ୍କୁ ଓ ୧୦ ବର୍ଷର ପୁଅକୁ ଛାଡି ପଳାଇଛି ବୋଲି କହିଛନ୍ତି ଶ୍ରୀକ୍ଷେତ୍ର। ସୋନାଲି ଓ ତାଙ୍କର ପ୍ରେମ ବିବାହ ହୋଇଥିଲା। ଉଭୟଙ୍କର ଜାତି ଅଲଗା ଥିଲା। ପରେ ପରିବାର ଲୋକେ ବିବାହ କରିଥିଲେ। ହେଲେ ସୋନାଲିଙ୍କ ଘର ଲୋକେ ତାଙ୍କୁ ଗ୍ରହଣ କରିନଥିଲେ। ହେଲେ ୧୦ବର୍ଷ ହେବ ମୋ ପୁଅ ତା ମା’ ସ୍ନେହ ମମତାରୁ ବଞ୍ଚିତ ହୋଇ ରହିଛି। ୧୦ବର୍ଷ ହେଲା ତା’ ମା’ ମୋତେ ଓ ପୁଅକୁ ଛାଡ଼ି ନାଣ୍ଡୁ ବାବୁଙ୍କ ପାଖରେ ରହୁଛି।

Advertisment

ତାଙ୍କର ପ୍ରକୃତ ନାଁ ସୋନାଲି ନୁହେଁ। ତାଙ୍କ ନାଁ କାଗଜି ପଲେଇ। ମୋତେ ବିବାହ କରିବା ପରେ କାଗଜି ସାମନ୍ତସିଂହାର ତାଙ୍କର ନାଁ ଥିଲା। ନାଣ୍ଡୁବାବୁ ତାଙ୍କର ମିଥ୍ୟା ନାଁ ସୋନାଲି ପଣ୍ଡା ରଖିଛନ୍ତି। ନାଣ୍ଡୁ ବାବୁ ଗୋଟିଏ ରାବଣ, ସେ ମୋ ସୀତାକୁ ଚୋରି କରିନେଲେ।

ଅନ୍ୟପକ୍ଷରେ ତୁଳସୀ ଯାତ୍ରା ପାର୍ଟି ମାଲିକ ନାଣ୍ଡୁବାବୁ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ସେ ଝିଅକୁ ପଚାରିଲେ, ସବୁ ସତ କଥା ଜଣାପଡ଼ିବ। ସେମିତି କିଛି କଥା ନାହିଁ। ଯେ ଯେମିତି ଚାହିଁବ, ତାକୁ ବଦନାମ କରିଦେବ, ଏହା ସମ୍ଭବ ନୁହେଁ।

ସେହିପରି ସୋନାଲି ପଣ୍ଡା କହିଛନ୍ତି, ଆମର ବିବାହ ୨୦୧୩ରେ ହୋଇଥିଲା। ଆମର ପ୍ରେମ ବିବାହ ବିବାହ ହୋଇଥିଲା। ସେ ମୋତେ ବିବାହ ପୂର୍ବରୁ ବହୁତ ମିଛ କହିଥିଲେ। ବିବାହ ପରେ ଅନ୍ୟ ଝିଅଙ୍କ ତାଙ୍କର ସଂପର୍କ ଥିଲା। ମୁଁ ଏହାକୁ ପ୍ରତିବାଦ କରିବାରୁ ସେ ମୋତେ ମାରଧର କଲେ। ଏଥିପାଇଁ ଆମ ଭିତରେ ଝଗଡ଼ାଝାଣ୍ଟି ହୋଇଥିଲା।

ତା’ପରେ ମୋତେ ଯାତ୍ରା ପାର୍ଟିକୁ ଆଣିଥିଲେ। ମୋତେ ଯାତ୍ରା ପାର୍ଟି ବିଷୟରେ କିଛି ଜଣାନଥିଲା। ସେଠି ମଧ୍ୟ ସେ ବହୁତ ଝିଅଙ୍କ ସହ କଥା ହୋଇଥିଲେ। ମୁଁ ବାରଣ କଲେ ମଧ୍ୟ ସେ କଥା ଶୁଣିନଥିଲେ। ତା’ପରେ ସେ ଯାତ୍ରା ପାର୍ଟି ଛାଡ଼ି ପଳାଇଲେ। ସେତେବେଳେ ମୋ ପାଖରେ କେହି ବି ସାହା ଭରସା ନଥିଲେ। ମୁଁ ବାବା, ମା’ଙ୍କୁ ଛାଡ଼ି ତାଙ୍କ ଭରସାରେ ପଳାଇଆସିଥିଲି। ସେ ମୋତେ ଛାଡ଼ି ପଳାଇଲେ।

ତା’ପରେ ସେ ମୋ ଫୋନ୍ ଉଠାଇଲେ ନାହିଁ, ମୋ ସହିତ କୌଣସି ସଂପର୍କ ରଖିନଥିଲେ। ତା’ପରେ ଶୁଣିବାକୁ ପାଇଲି ଯେ ଦ୍ୱିତୀୟ ବିବାହ କରିଛନ୍ତି। ଏହାପରେ ମୁଁ ଫୋନ୍ କରିବାରୁ ତାଙ୍କର ଦ୍ୱିତୀୟ ସ୍ତ୍ରୀ ମୋତେ ବହୁତ ଗାଳିଗୁଲଜ କରିଥିଲା। ମୋ ସ୍ୱାମୀଙ୍କୁ ଫୋନ୍ କରିବ ନାହିଁ ବୋଲି କହିଥିଲା। ତୁମେ ତୁମ ଲାଇଫରେ ଖୁସିରେ ରୁହ। ମୁଁ ସେବେଠୁ ମୋ ଜୀବନରେ ଖୁସିରେ ଅଛି। ମୋ ବାବା ମା’ଙ୍କ ସାଙ୍ଗରେ ଅଛି।

ମୁଁ ସେହି ଲାଇଫକୁ ଫେରିବାର ନାହିଁ। ମୁଁ ତାଙ୍କୁ ଚିହ୍ନି ନାହିଁକି ଜାଣି ନାହିଁ।୧୨ ବର୍ଷ ହେଲା ଆମ ଭିତରେ କିଛି ସଂପର୍କ ନାହିଁ। ସେ ବେଳେ ବେଳେ ମୋତେ ଫୋନ୍ କରନ୍ତି, ହେଲେ ତାଙ୍କ ଫୋନକୁ ଧରେ ନାହିଁ।।

ସୋନାଲି ନିଜ ପୁଅ ବିଷୟରେ କହିଛନ୍ତି, ମୁଁ ସେହି ଛୋଟ ଛୁଆକୁ ଆଣିବାକୁ ବହୁତ ଚେଷ୍ଟା କରିଛି, ହେଲେ ସେହି ଛୁଆକୁ ତାର ଘର ଲୋକ ଦେଖା କରିବାକୁ ଦେଇନାହାନ୍ତି।

ନାଣ୍ଡୁ ବାବୁ ସୋନାଲିଙ୍କୁ ଅଟକ ରଖିବା ବିଷୟରେ ସେ କହିଛନ୍ତି, କେହି ମୋତେ ଅଟକ ରଖି ନାହାନ୍ତି, ସେ ମୋ ମାଲିକ , ମୁଁ ଜଣେ କର୍ମଚାରୀ। ସେ ଜଣେ ଭଗବାନ ଭଳିଆ ଲୋକ। ତାଙ୍କ ସହ ମୋର ଲେନଦେନ ନାର୍ହି। ଏହି ଅନୁଷ୍ଠାନ ମୋତେ ଭଲ ଲାଗୁଛି, ସେଖିପାଇଁ ୧୨ ବର୍ଷ ହେଲା ଅଛି। ଯଦି ଏହି ଅନୁଷ୍ଠାନ ଭଲ ନ ଲାଗିବ ମୁଁ ଆଉ କେଉଁଠିକି ଯାଇପାରିବି। ମୋ ବାପାମା’ ଭାଇଭଉଣୀଙ୍କ ପାଖରେ ଭଲରେ ରହିଛି। ମୋତେ ବଦନାମ କରିବା ପାଇଁ ଏପରି କରାଯାଉଛି ବୋଲି ସୋନାଲି କହିଛନ୍ତି।


ଅଧିକ ପଢ଼ନ୍ତୁ: ମା’ ତୁ ଜନ୍ମ ଦେଇଛୁ ସତ... ହେଲେ ମୁଁ କର୍ମ ଓ ଭାଗ୍ୟକୁ ନେଇ ବଞ୍ଚୁଛି ଲୋ

Jatra Party Odia Jatra Artist Odia Jatra Jatra Artist
Advertisment
Advertisment