• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tapaswini Nayak

ମା’ ତୁ ଜନ୍ମ ଦେଇଛୁ ସତ...। ହେଲେ ମୁଁ କର୍ମ ଓ ଭାଗ୍ୟକୁ ନେଇ ବଞ୍ଚୁଛି। ଏହାର ବିଚାର ଧର୍ମ ହିଁ କରିବ...। ଏପରି ହୃଦୟସ୍ପଶୀ ଭିଡିଓଟି ଭାଇରାଲ ହେଉଛି ସୋସିଆଲ ମିଡ଼ିଆରେ।

ଏହି ଭିଡିଓଟି ଜଣେ ୧୦ ବର୍ଷ ପିଲାର। ଯାହାର ମା’ ତାକୁ ଛୋଟ ବେଳୁ ଛାଡ଼ି ପଳାଇଯାଇଛି। ପିଲାଟି ତା’ମା’ର  କଥାକୁ ମନେ ପକାଇ ଭିଡିଓଟି କରିଛି, ନିଜର କର୍ମ ଓ ଭାଗ୍ୟକୁ ଭଗବାନଙ୍କୁ ଦୁଇ ହାତ ଟେକି ଦେଇ ସମର୍ପିତ କରିଦେଉଛି। ଭିଡିଓଟି କଲା ବେଳେ ପିଲାଟିର ଆଖିରୁ ଝରି ପଡ଼ୁଛି ଧାର ଧାର ଲୁହ।

ଅଧିକ ପଢ଼ନ୍ତୁ: ଜଲିଉଡରେ ଥମୁନି ପାର୍ଟି ଡିଆଁ ବିବାଦ, ନ୍ୟାୟ ଅପେକ୍ଷାରେ ନରି ପଣ୍ଡା

Also Read

ଏବେ ଏହି ଭିଡିଓଟି ସୋସିଆଲ ମିଡିଆରେ ଘୂରି ବୁଲୁଛି। ଏହି ହୃଦୟସ୍ପଶୀ ଭିଡିଓଟି ଯେ ଦେଖୁଛି ତା’ ପାଟିରୁ ଆଃ ବୋଲି ଶବ୍ଦ ବାହାରି ଆସୁଛି। ହେଲେ ଭିଡିଓ କରିଥିବା ପିଲାଟି ହେଉଛି ଜଲିଉଡ ଅଭିନେତ୍ରୀ ସୋନାଲି ପଣ୍ଡା ଓ ଶ୍ରୀକ୍ଷେତ୍ର ସାମନ୍ତସିଂହାରଙ୍କର ପୁଅ ।

ସୋନାଲି ନିଜର ୧୦ ବର୍ଷର ପୁଅ ଓ ସ୍ୱାମୀଙ୍କୁ ଛାଡ଼ି ତୁଳସୀ ଗଣନାଟ୍ୟର ମାଲିକ ଅନନ୍ତ ନାରାୟଣ ଧଳ ଓରଫ ନାଣ୍ଡୁ ବାବୁଙ୍କ ସାଙ୍ଗରେ ରହୁଥିବା ଅଭିଯୋଗ ହୋଇଛି। ଏପରି ସାଂଘାତିକ ଅଭିଯୋଗ ଆଣିଛନ୍ତି ସୋନାଲିଙ୍କ ସ୍ୱାମୀ ଶ୍ରୀକ୍ଷେତ୍ର ସାମନ୍ତସିଂହାର।

ସେ କହିଛନ୍ତି ଯେ, ତାଙ୍କ ଅଭିନେତ୍ରୀ ପତ୍ନୀଙ୍କୁ ଫସାଇ ରଖିଛନ୍ତି ତୁଳସୀ ଗଣନାଟ୍ୟର ମାଲିକ ଅନନ୍ତ ନାରାୟଣ ଧଳ ଓରଫ୍ ନାଣ୍ଡୁ ବାବୁ। ମୋ ପତ୍ନୀ ପୁଅ ଓ ମୋତେ ଛାଡ଼ି ୧୦ ବର୍ଷ ହେବ ଯାତ୍ରା ପାର୍ଟି ନାଣ୍ଡୁ ବାବୁଙ୍କ ପାଖରେ ରହୁଛନ୍ତି। ନାଣ୍ଡୁ ବାବୁ ଓ ସୋନାଲିଙ୍କ ମଧ୍ୟରେ ସମ୍ପର୍କକୁ ନେଇ ମଧ୍ୟ ଆପତ୍ତି ଉଠାଇଛନ୍ତି ତାଙ୍କ ସ୍ୱାମୀ ।

ସେ ଆହୁରି କହିଛନ୍ତି, ଆମର ପ୍ରେମ ବିବାହ ହୋଇଥିଲା। ଆମ ଦୁହିଁଙ୍କର ଜାତି ଅଲଗା ଥିଲା। ପରେ ପରିବାର ଲୋକେ ଆମର ବିବାହ କରିଥିଲେ। ହେଲେ ସୋନାଲିଙ୍କ ଘର ଲୋକେ ତାଙ୍କୁ ଗ୍ରହଣ କରିନଥିଲେ। ହେଲେ ୧୦ବର୍ଷ ହେବ ମୋ ପୁଅ ତା ମା’ ସ୍ନେହ ମମତାରୁ ବଞ୍ଚିତ ହୋଇ ରହିଛି। ୧୦ବର୍ଷ ହେଲା ତା’ ମା’  ମୋତେ ଓ ପୁଅକୁ ଛାଡ଼ି ନାଣ୍ଡୁ ବାବୁଙ୍କ ପାଖରେ ରହୁଛି।

ତାଙ୍କର ପ୍ରକୃତ ନାଁ ସୋନାଲି ନୁହେଁ। ତାଙ୍କ ନାଁ କାଗଜି ପଲେଇ। ମୋତେ ବିବାହ କରିବା ପରେ କାଗଜି ସାମନ୍ତସିଂହାର ତାଙ୍କର ନାଁ ଥିଲା। ନାଣ୍ଡୁବାବୁ ତାଙ୍କର ମିଥ୍ୟା ନାଁ ସୋନାଲି ପଣ୍ଡା ରଖିଛନ୍ତି। ନାଣ୍ଡୁ ବାବୁ ଗୋଟିଏ ରାବଣ, ସେ ମୋ ସୀତାକୁ ଚୋରି କରିନେଲେ।

ଅନ୍ୟପକ୍ଷରେ ତୁଳସୀ ଯାତ୍ରା ପାର୍ଟି ମାଲିକ ନାଣ୍ଡୁବାବୁ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ସେ ଝିଅକୁ ପଚାରିଲେ, ସବୁ ସତ କଥା ଜଣାପଡ଼ିବ। ସେମିତି କିଛି କଥା ନାହିଁ। ଯେ ଯେମିତି ଚାହିଁବ, ତାକୁ ବଦନାମ କରିଦେବ, ଏହା ସମ୍ଭବ ନୁହେଁ।

ସେହିପରି ସୋନାଲି ପଣ୍ଡା କହିଛନ୍ତି, ଆମର ବିବାହ ୨୦୧୩ରେ ହୋଇଥିଲା। ଆମର ପ୍ରେମ ବିବାହ ବିବାହ ହୋଇଥିଲା। ସେ ମୋତେ ବିବାହ ପୂର୍ବରୁ ବହୁତ ମିଛ କହିଥିଲେ। ବିବାହ ପରେ ଅନ୍ୟ ଝିଅଙ୍କ ତାଙ୍କର ସଂପର୍କ ଥିଲା। ମୁଁ ଏହାକୁ ପ୍ରତିବାଦ କରିବାରୁ ସେ ମୋତେ ମାରଧର କଲେ। ଏଥିପାଇଁ ଆମ ଭିତରେ ଝଗଡ଼ାଝାଣ୍ଟି ହୋଇଥିଲା।

ତା’ପରେ ମୋତେ ଯାତ୍ରା ପାର୍ଟିକୁ ଆଣିଥିଲେ। ମୋତେ ଯାତ୍ରା ପାର୍ଟି ବିଷୟରେ କିଛି ଜଣାନଥିଲା। ସେଠି ମଧ୍ୟ ସେ ବହୁତ ଝିଅଙ୍କ ସହ କଥା ହୋଇଥିଲେ। ମୁଁ ବାରଣ କଲେ ମଧ୍ୟ ସେ କଥା ଶୁଣିନଥିଲେ। ତା’ପରେ ସେ ଯାତ୍ରା ପାର୍ଟି ଛାଡ଼ି ପଳାଇଲେ। ସେତେବେଳେ ମୋ ପାଖରେ କେହି ବି ସାହା ଭରସା ନଥିଲେ। ମୁଁ ବାବା, ମା’ଙ୍କୁ ଛାଡ଼ି ତାଙ୍କ ଭରସାରେ ପଳାଇଆସିଥିଲି। ସେ ମୋତେ ଛାଡ଼ି ପଳାଇଲେ।

ତା’ପରେ ସେ ମୋ ଫୋନ୍ ଉଠାଇଲେ ନାହିଁ, ମୋ ସହିତ କୌଣସି ସଂପର୍କ ରଖିନଥିଲେ। ତା’ପରେ ଶୁଣିବାକୁ ପାଇଲି ଯେ ଦ୍ୱିତୀୟ ବିବାହ କରିଛନ୍ତି। ଏହାପରେ ମୁଁ ଫୋନ୍ କରିବାରୁ ତାଙ୍କର ଦ୍ୱିତୀୟ ସ୍ତ୍ରୀ ମୋତେ ବହୁତ ଗାଳିଗୁଲଜ କରିଥିଲା। ମୋ ସ୍ୱାମୀଙ୍କୁ ଫୋନ୍ କରିବ ନାହିଁ ବୋଲି କହିଥିଲା। ତୁମେ ତୁମ ଲାଇଫରେ ଖୁସିରେ ରୁହ। ମୁଁ ସେବେଠୁ ମୋ ଜୀବନରେ ଖୁସିରେ ଅଛି। ମୋ ବାବା ମା’ଙ୍କ ସାଙ୍ଗରେ ଅଛି।

ମୁଁ ସେହି ଲାଇଫକୁ ଫେରିବାର ନାହିଁ। ମୁଁ ତାଙ୍କୁ ଚିହ୍ନି ନାହିଁକି ଜାଣି ନାହିଁ।୧୨ ବର୍ଷ ହେଲା ଆମ ଭିତରେ କିଛି ସଂପର୍କ ନାହିଁ। ସେ ବେଳେ ବେଳେ ମୋତେ ଫୋନ୍ କରନ୍ତି, ହେଲେ ତାଙ୍କ ଫୋନକୁ ଧରେ ନାହିଁ।।

ସୋନାଲି ନିଜ ପୁଅ ବିଷୟରେ  କହିଛନ୍ତି, ମୁଁ ସେହି ଛୋଟ ଛୁଆକୁ ଆଣିବାକୁ ବହୁତ ଚେଷ୍ଟା କରିଛି, ହେଲେ ସେହି ଛୁଆକୁ ତାର ଘର ଲୋକ ଦେଖା କରିବାକୁ ଦେଇନାହାନ୍ତି।

ନାଣ୍ଡୁ ବାବୁ  ସୋନାଲିଙ୍କୁ ଅଟକ ରଖିବା ବିଷୟରେ  ସେ କହିଛନ୍ତି, କେହି ମୋତେ ଅଟକ ରଖି ନାହାନ୍ତି, ସେ  ମୋ ମାଲିକ , ମୁଁ ଜଣେ କର୍ମଚାରୀ। ସେ ଜଣେ ଭଗବାନ ଭଳିଆ ଲୋକ। ତାଙ୍କ ସହ ମୋର ଲେନଦେନ ନାର୍ହି। ଏହି ଅନୁଷ୍ଠାନ ମୋତେ ଭଲ ଲାଗୁଛି, ସେଖିପାଇଁ ୧୨ ବର୍ଷ ହେଲା ଅଛି। ଯଦି ଏହି ଅନୁଷ୍ଠାନ ଭଲ ନ ଲାଗିବ ମୁଁ ଆଉ କେଉଁଠିକି ଯାଇପାରିବି। ମୋ ବାପାମା’ ଭାଇଭଉଣୀଙ୍କ ପାଖରେ ଭଲରେ ରହିଛି। ମୋତେ ବଦନାମ କରିବା ପାଇଁ ଏପରି କରାଯାଉଛି ବୋଲି ସୋନାଲି କହିଛନ୍ତି।

ଅଧିକ ପଢ଼ନ୍ତୁ:ଏକାଠି ହେବେ ଯାତ୍ରା କଳାକାର ସଂଘ ! କେବେ ପଡ଼ିବ ଯବନିକା?