Advertisment

ଆମ ଭିତରେ ଭୁଲ୍ ବୁଝାମଣା ଥିଲା; ଏବେ ସମାଧାନ ହୋଇଯାଇଛି; ଆମେ ଏକାଠି ରହିବୁ: ଶ୍ରୀୟା

ତୁଟିଲା ଷ୍ଟାର୍‌ ଦମ୍ପତିଙ୍କ କଳି। ଏବେ ଏକାଠି ରହିବେ। ଗୋଟିଏ ମାସ ଭିତରେ ଉଭୟ ପରିବାର କଥା ହେବେ ଆଉ ଶ୍ରୀୟା ତାଙ୍କ ଶାଶୁ ଘରକୁ ଆସିବେ। ଏହାକୁ ନେଇ କ’ଣ କୁହନ୍ତି ଶ୍ରୀୟା, ହ୍ୟୁମାନ୍, ଏଆଇସି ଓ ମହିଳା ଆଇଆଇସି ଆସନ୍ତୁ ଜାଣିବା।

author-image
Pramod Behera
ଅଦ୍ୟତନ ହୋଇଛି
Humane Sagar and Sriya Familly Case Solve

Humane Sriya case solve

ସଜାଡି ହୋଇଯାଇଛି ଦାମ୍ପତ୍ୟ ଜୀବନ। ସମାଧାନ ହୋଇଯାଇଛି ହ୍ୟୁମାନ୍ ସାଗର ଓ ଶ୍ରୀୟା କଳି। ଉଭୟ ଏବେ ଏକାଠି ରହିବେ। ଏହା ନିଶ୍ଚିତ ଓଡିଆ ସଂଗୀତ ପ୍ରେମୀଙ୍କ ପାଇଁ ଖୁସି ଖବର। ସ୍ୱାମୀ-ସ୍ତ୍ରୀଙ୍କ ଏକାଠି ରହିବା ଖବର ସାମ୍ନାକୁ ଆସିବା ପରେ ଏବେ ସବୁ ମହଲରେ ଖୁସିର ବାତାବରଣ ଦେଖାଦେଇଛି। ହ୍ୟୁମାନ ସାଗର ଓ ଶ୍ରୀୟାଙ୍କ ପାରିବାରିକ ବିବାଦ ମାମଲାର ସମାଧାନ ପରେ ଏବେ ଉଭୟ ପରିବାରରେ ଆନନ୍ଦ ଦେଖାଦେଇଛି।

Advertisment

ଏହାକୁ ନେଇ ଶ୍ରୀୟା କହିଛନ୍ତି ଯେ “ଆମ ଭିତରେ ଯାହା ବି ଭୁଲ୍ ବୁଝାମଣା ଥିଲା ତାହା ସମାଧାନ ହୋଇଯାଇଛି। ଆମେ ଏବେ ଏକାଠି ରହିବୁ।” ଏହାପୂର୍ବରୁ ହ୍ୟୁମାନ୍ ଓ ତାଙ୍କ ପରିବାରକୁ ନେଇ ଯାହା ବି ଅଭିଯୋଗ ଥିଲା ଏବେ ତାହା ନାହିଁ ବୋଲି ଶ୍ରୀୟା କହିଛନ୍ତି। ଏନେଇ ସେ ପୋଲିସ୍ ଡିପାର୍ଟମେଣ୍ଟକୁ ଧନ୍ୟବାଦ ମଧ୍ୟ ଜଣେଇଛନ୍ତି।

ଘଟଣାକୁ ନେଇ ଏସିପି ଅମିତାଭ ମହାପାତ୍ର କହିଛନ୍ତି ଯେ “ସେମାନଙ୍କ ଭିତରେ ଥିବା ସବୁପ୍ରକାର ମନମାଳିନ୍ୟ ସମାଧାନ ହୋଇଯାଇଛି। ଉଭୟ ଏବେ ଏକାଠି ରହିବେ। ଆଜି ଯେହେତୁ ଶ୍ରେୟା ଶାଶୁ ଘରକୁ ଯିବା ନେଇ ପ୍ରସ୍ତୁତ ହୋଇ ଆସିନାହାନ୍ତି, ତେଣୁ ସେ ତାଙ୍କ ବାପଘରକୁ ଫେରିଯିବେ। ଏବେ ଏ ସମ୍ବନ୍ଧରେ ଥାନାରେ କୌଣସି ଲେଖାପଢା ହୋଇନି। ଯେବେ ଶ୍ରେୟା ଆସି ତାଙ୍କ ଶାଶୁଘରେ ରହିବେ ସେତେବେଳେ ସେ ଥାନାରେ ଆସି ଲେଖିଯିବେ। ଏନେଇ ଉଭୟ ପରିବାର ଆଲୋଚନା କରିବେ। ହିନ୍ଦୁ ପରମ୍ପରା ଅନୁସାରେ କେଉଁଦିନ କେଉଁବାରରେ ଝିଅ ଶାଶୁଘର ଯିବା ଠିକ୍ ହେବ ସେନେଇ ସେମାନେ ବିଚାର କରିବେ। ମାସେ ଭିତରେ ସେମାନେ ଏକ ନିର୍ଦ୍ଦିଷ୍ଟ ତାରିଖ ସ୍ଥିର କରିବେ ଆଉ ଶ୍ରୀୟାଙ୍କ ଘର ଲୋକେ ତାଙ୍କୁ ଆଣି ଶାଶୁ ଘରେ ଛାଡିଯିବେ।”

Advertisment

ଅଭିଯୋଗକୁ ନେଇ ଏସିପି କହିଛନ୍ତି ଯେ “ପୂର୍ବରୁ ଏହି ଘଟଣାକୁ ନେଇ କୌଣସି ଲିଖିତ ଅଭିଯୋଗ ହୋଇ ନଥିଲା। ଯାହାକିଛି ହୋଇଥିଲା କେବଳ ମୌଖିକ ଭାବେ। ଏନେଇ ଆମେ ଉଭୟଙ୍କୁ ବସେଇ ବୁଝାସୁଝା କରିଥିଲୁ। ଏବେ ସେମାନଙ୍କ ଝଗଡାର ସମାଧାନ ହୋଇଛି। ଏହାପରେ ସେମାନେ କେହି କାହା ବିରୁଧରେ ବି କୌଣସି ବିରୋଧାତ୍ମକ ମତ ଦେବେ ନାହିଁ। ଉଭୟଙ୍କ ଭିତରେ ଏକ ଭଲ ବାତାବରଣ ସୃଷ୍ଟିହେବ। ଶ୍ରୀୟା ବାପଘରେ ଥିବା ପର୍ଯ୍ୟନ୍ତ ହ୍ୟୁମାନ ତାଙ୍କୁ ଓ ତାଙ୍କ ଝିଅଙ୍କୁ ଦେଖାକରିବାକୁ ଯିବେ। ଉଭୟ ଫୋନ୍‌ରେ ମଧ୍ୟ କଥାହେବେ।”

ପୁଅ-ବୋହୂଙ୍କ ଆପୋଷ ବୁଝାମଣାକୁ ନେଇ ହ୍ୟୁମାନ୍‌ଙ୍କ ମା’ ମଧ୍ୟ ଖୁସି ବୋଲି ସେ କହିଛନ୍ତି। ହ୍ୟୁମାନ ମଧ୍ୟ ଏହାକୁ ନେଇ ବେଶ ଖୁସି ଥିବା ନିଜେ ସ୍ୱୀକାର କହିଛନ୍ତି। ଏବେ ସେମାନେ ଏକାଠି ରହିବେ ବୋଲି ହ୍ୟୁମାନ୍ କରିଛନ୍ତି।

ଏହାରି ଭିତରେ ସାମ୍ବାଦିକମାନେ ହ୍ୟୁମାନଙ୍କୁ ତାଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଦୀୟ ପ୍ରଶ୍ନ ପଚାରିବାରୁ ସେ ଏନେଇ ସକାରାତ୍ମକ ଉତ୍ତର ଦେଇଛନ୍ତି। ସେ କହିଛନ୍ତି ଯେ “ମୁ ଡାଏଟିଂରେ ଥିଲି। କୋଭିଡ୍ ପରେ ଅନେକ ଶୋ’ ମଧ୍ୟ କରିବାକୁ ପଡିଲା। ଏପଟ ସେପଟ ଟ୍ରାଭେଲ୍‌ ମଧ୍ୟ କରିବାକୁ ହେଲା। ତଥାପି ସେମିତି କିଛି ହେଇନି। ମୁଁ କେବଳ ଝଡିଯାଇଛି। ମୋର ଦେହ ଖରାପ ହୋଇନି।”

ଏହାପରେ ଅତ୍ୟଧିକ ନିଶା ସେବନ ଯୋଗୁଁ ଲିଭରଜନିତ ସମସ୍ୟାକୁ ନେଇ ଯେଉଁ ଗୁଜବ ଦେଖାଦେଇଥିଲା ତାହାକୁ ସେ ଖଣ୍ଡନ କରିଛନ୍ତି। ତେବେ ଏହା ପୂରା ମିଛ ବୋଲି ସେ କହିଛନ୍ତି। ଶେଷରେ ସେ ଏହି ମାମଲାକୁ ପୂରା ମଜ୍ଜାଳିଆ ଢଙ୍ଗରେ ନେଇ “ଲେଟ୍ ବାଏ ଗନ୍ ବି ବାଏ ଗନ୍” ବୋଲି କହିଛନ୍ତି।

ଏହି ଘଟଣାକୁ ନେଇ ଯେତେବେଳେ ମହିଳା ଆଇଆଇସି ଅନୁସୂୟା ନାୟକଙ୍କୁ ପଚରାଯାଇଥିଲା ଯେ ସେ କିପରି ଏହି ମାମଲାକୁ ସମାଧାନ କରିବା ନେଇ ପଦକ୍ଷେପ ନେଇଥିଲେ, ସେ କହିଥିଲେ ଯେ, “ସବୁ ମାମଲା ପରି ଆମେ ଶ୍ରୀୟାଙ୍କୁ ବୁଝେଇଥିଲୁ। ସେ ଯେତେବେଳେ ଥାନାରେ ଏନେଇ ଅଭିଯୋଗ କରିଥିଲେ ଆମେ ବୁଝେଇଥିଲୁ ଯେ ଏହା ସମାଧାନ ନୁହେଁ। ସମସ୍ତଙ୍କ ଜୀବନରେ ଝଗଡା ଅଛି। ତେଣୁ ଧୈର୍ଯ୍ୟର ସହିତ ନିଜ ନିଜ ଭିତରେ ବୁଝାମଣା କଲେ ସମାଧାନର ବାଟ ମିଳିଯିବ। ବୁଝାସୁଝା ପରେ ସେମାନେ ପରସ୍ପରର ଭୁଲ୍‌କୁ ବୁଝିପାରିଲେ। ପରେ ଏକାଠି ରହିବାକୁ ସ୍ଥିର କଲେ। ଏନେଇ ସେମାନେ ଗୋଟିଏ ମାସ ସମୟ ନେଇଛନ୍ତି।”

Humane Sagar
Advertisment
Advertisment