/odishatv-khabar/media/post_attachments/uploadimage/library/16_9/16_9_0/s_1675068189.jpg)
Fresh Twist In Singer Singer Humane Sagar Marital Discord
ମନମାଳିନ୍ୟର ଅନ୍ତ, ତୁଟିଲା ସ୍ୱାମୀ-ସ୍ତ୍ରୀଙ୍କ କଳି । ଗାୟକ ହ୍ୟୁମାନ ସାଗର ଓ ପତ୍ନୀ ଶ୍ରୀୟାଙ୍କ ପାରିବାରିକ ବିବାଦ ମାମଲାର ସମାଧାନ ହୋଇଛି। ବିବାଦର ସମାଧାନ ଓ ଆପୋଷ ବୁଝାମଣା ହୋଇଥିବା ହ୍ୟୁମାନ କହିଛନ୍ତି। ହ୍ୟୁମାନଙ୍କ ମା’ କହିଛନ୍ତି ଯେ, ଏଣିକି ଉଭୟ ସ୍ୱାମୀ-ସ୍ତ୍ରୀ ଏକାଠି ରହିବେ।
କିଛି ଦିନ ପରେ ଶ୍ରୀୟା ତାଙ୍କ ଶାଶୁ ଘରକୁ ଫେରିବେ। ଶ୍ରୀୟା ତାଙ୍କ ଅଭିଭାବକଙ୍କ ସହ ଆଲୋଚନା କରି ଶାଶୁ ଘରକୁ ଫେରିବେ ବୋଲି ACP କହିଛନ୍ତି। ଆଜି ମହିଳା ଥାନାରେ ଉଭୟ ସ୍ୱାମୀ ଓ ସ୍ତ୍ରୀ ପରିବାର ସଦସ୍ୟଙ୍କ ସହ ହାଜର ହୋଇଥିଲେ।
ଅଧିକ ପଢ଼ନ୍ତୁ: କମ୍ପ୍ରମାଇଜ୍ ଚାହାଁନ୍ତି ହ୍ୟୁମାନ୍ ! ହେଲେ ପ୍ରେସମିଟ୍ କରି ପତ୍ନୀ କଥା ବିଗାଡ଼ୁଥିବା କହିଲେ . .
ସୂଚନାଥାଉ କି, କିଛିଦିନ ପୂର୍ବେ ପ୍ରେସ୍ମିଟ୍ କରି ହ୍ୟୁମାନଙ୍କ ପତ୍ନୀ ଶ୍ରୀୟା ଅନେକ ଖୁଲାସା କରିଥିଲେ। ସେ କହିଥିଲେ, ‘ସ୍ୱାମୀଙ୍କ ନିର୍ଯାତନା ଅଧିକ ହେବାରୁ ଥାନାର ଦ୍ୱାରସ୍ଥ ହୋଇଥିଲି। ସେ ମୋତେ ଉଭୟ ମାନସିକ ଓ ଶାରିରୀକ ନିର୍ଯାତନା ଦିଅନ୍ତି। ମଦ ପିଇ ମୋତେ ବହୁତ ପିଟନ୍ତି। ମଦ ପିଇବାକୁ ବାରଣ କରିବାରୁ ସେ ମାଡ଼ ମାରନ୍ତି। ଏପରିକି ମୋତେ ସିନ୍ଦୂର ଓ ବିନ୍ଦି ଲଗାଇବାକୁ ବାରଣ କରନ୍ତି।’
ଶ୍ରୀୟା ଆହୁରି କହିଥିଲେ ଯେ, ‘ଝିଅ ଜନ୍ମ ପରେ ମୋ ପ୍ରତି ହ୍ୟୁମାନଙ୍କ ନିର୍ଯାତନା ବଢିଥିଲା। ଝିଅ ସହ ହ୍ୟୁମାନଙ୍କ ଆଟାଚ୍ମେଣ୍ଟ ନଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)