Advertisment

ହ୍ରିତିକ୍‌ଙ୍କ ମୁଣ୍ଡକୁ ଚଢିଲା ପ୍ରେମ; ପ୍ରେମିକାର ଜୋତା ଧରି ବୁଲିଲେ

ହ୍ରିତିକ୍ ରୋଶନ୍‌ଙ୍କ ଏକ ଫଟୋ ଭଇରାଲ୍ ହେବାରେ ଲାଗିଛି। ଏକ କାର୍ଯ୍ୟକ୍ରମକୁ ସେ ତାଙ୍କ ପ୍ରେମିକା ସବା ଆଜାଦଙ୍କ ସହ ଯାଇଥିଲେ। ଏଠାରେ ସେ ସବାଙ୍କ ଜୋତା ଧରି ବୁଲୁଥିବା ଦେଖିବାକୁ ମିଳିଥିଲା। ଏହାକୁ ଦେଖି ଲୋକେ…

author-image
Pramod Behera
ଅଦ୍ୟତନ ହୋଇଛି
Hrithik Roshan Holds Girlfriend Saba Azad's Heels

Hrithik Roshan holds girlfriend Saba Azad's heels

ବଲିଉଡ୍‌ ରୋମାନ୍ସ ବେଳେ ବେଳେ ଏମିତି ହୋଇଥାଏ ଯାହା ପ୍ରଶଂସକଙ୍କୁ ଚିନ୍ତାରେ ପକେଇଥାଏ। ବଲିଉଡ୍ ହ୍ରିତିକ୍ ରୋଶନ ଓ ସବା ଆଜାଦଙ୍କ ପ୍ରେମ କାହାଣୀ କାହାକୁ ଅଛପା ନାହିଁ। ଦୁହେଁ ରେଡ୍‌ କାର୍ପେଟ୍‌ରେ ଏବଂ ସୋସିଆଲ ମିଡିଆ ରେ କ୍ୟାମେରା ପାଇଁ ପୋଜ୍ ଦେବା ବେଳେ ଦମଦାର କେମେଷ୍ଟ୍ରି ପ୍ରଦର୍ଶନ କରନ୍ତି।

Advertisment

ନିକଟରେ ହ୍ରିତିକ ଏବଂ ସବା ମୁମ୍ବାଇର ନୀତା ମୁକେଶ ଅମ୍ବାନୀ ସାଂସ୍କୃତିକ କେନ୍ଦ୍ର (NMACC)ରେ ଏକ ବିଶାଳ ସମାରୋହରେ ଯୋଗ ଦେଇଥିଲେ। ସେଠାରୁ ସେମାନଙ୍କର ଏକ ଗୁପ୍ତ ଫଟୋ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଅଭିନେତା ସବାଙ୍କ ହିଲ୍‌କୁ ନିଜ ହାତରେ ଧରିଥିବା ଦେଖିବାକୁ ମିଳେ।

ଅଧିକ ପଢ଼ନ୍ତୁ: ଟ୍ୱିଟର୍‌ରୁ ଗ୍ରୀନ୍ ସିଗ୍‌ନାଲ୍‌, ସବା ଆଜାଦଙ୍କୁ ବାହାହେବେ ହ୍ରିତିକ୍ ରୋଶନ

Advertisment

ସବା ଶୁକ୍ରବାର ଦିନ ହ୍ରିତିକଙ୍କ ସହ ମୁମ୍ବାଇରେ NMACC ଇଭେଣ୍ଟକୁ ଯାଇଥିଲେ। ଏଠାରୁ ତାଙ୍କର କିଛି ଫଟୋ ଇଣ୍ଟରନେଟ୍‌ରେ ହଇଚଇ ସୃଷ୍ଟି କରୁଛି। ଭାଇରାଲ୍‌ ହେଉଥିବା ଏକ ଫଟୋରେ ହ୍ରିତିକ ସବାଙ୍କ ଜୋତା ଧରିଛନ୍ତି। କାରଣ ସବା ହିଲ୍ ଫିନ୍ଧି ଚାଲି ଚାଲି ଥକିଯାଇଥିଲେ, ଏନେଇ ହ୍ରିତିକ୍ ତାଙ୍କ ପ୍ରେମିକପଣର ଉଦାହରଣ ଦେବା ପାଇଁ ତାଙ୍କ ହିଲ୍‌କୁ ହାତରେ ଧରିବାକୁ ବି କୁଣ୍ଠାବୋଧ କରି ନଥିଲେ।

ଅନେକ ପ୍ରଶଂସକ ଏହି ଫଟୋ ଉପରେ ପ୍ରତିକ୍ରିୟା ଦେଇ ଏହି ଯୋଡିଙ୍କ ଉପରେ ପ୍ରେମ ବର୍ଷା କରୁଛନ୍ତି। ଜଣେ ପ୍ରଶଂସକ ମତ ଦେଇ କହିଛନ୍ତି ଯେ “ସେ କେତେ ସୁନ୍ଦର!” ସେହିପରି ଅନ୍ୟ ଜଣେ ଲେଖିଛନ୍ତି, "ମୁଁ ଚାହୁଁଛି ମୋ ଜୀବନରେ ତାଙ୍କ ପରି କେହି ଜଣେ ଆସନ୍ତୁ!"

Hrithiks Roshan had seen holding girlfriends sandalsହ୍ରିତିକଙ୍କ ହାତରେ ସବାଙ୍କ ଜୋତା

ଏହି ଫଟୋ ଦେଖି ଅନ୍ୟଜଣେ ପ୍ରଶଂସକଙ୍କ ମନେପଡିଯାଇଛି ଯେ ପୂର୍ବରୁ ରଣବୀର ସିଂହ ଏକ ଇଭେଣ୍ଟରେ ଦୀପିକା ପାଦୁକୋନଙ୍କ ପାଇଁ ମଧ୍ୟ ଏପରି କରିଥିଲେ। ସେହି ଯୋଡିଙ୍କ ଫଟୋ ଶେୟାର କରି ସେ ଲେଖିଛନ୍ତି, “ସେ ପ୍ରକୃତରେ ସୁନ୍ଦର। ଯେତେବେଳେ ଦୀପବୀର ଏକ ବିବାହ ଉତ୍ସବରେ ଯୋଗଦେଇଥିଲେ ସେତେବେଳେ ରଣବୀର ମଧ୍ୟ ଏହା କରିଥିଲେ।”

ହ୍ରିତିକ NMACC ର ଉଦଘାଟନୀ ସମାରୋହରେ ସବାଙ୍କ ସହ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ବଲିଉଡ୍‌ ଏବଂ ହଲିଉଡ୍‌ର ଅନେକ ସେଲିବ୍ରିଟି ମଧ୍ୟ ଭାଗ ନେଇଥିଲେ। ଏହି ଦୁଇଦିନିଆ କାର୍ଯ୍ୟକ୍ରମରେ ଶାହରୁଖ ଖାନ, ସଲମାନ ଖାନ, ପ୍ରିୟଙ୍କା ଚୋପ୍ରା, ନିକ୍‌ ଜୋନାସ୍‌, ଟମ୍‌ ହଲାଣ୍ଡ, ଜେଣ୍ଡାୟା, ଗିଗି ହଦିଦ ମଧ୍ୟ ଯୋଗ ଦେଇଥିଲେ।

ତେବେ ହ୍ରିତିକ ଏବଂ ସବାଙ୍କ ବିଷୟରେ କଥା ହେଲେ, ଉଭୟଙ୍କ ଡେଟିଂ ଆରମ୍ଭ ହେବାର ଏକ ବର୍ଷରୁ ଅଧିକ ବିତିଗଲାଣି। ତଥାପି, ଉଭୟ ସେମାନଙ୍କ ପ୍ରେମକୁ ଗୁପ୍‌ଚୁପ୍ ରଖିଛନ୍ତି। ହ୍ରିତିକ ପ୍ରଥମେ ସୁଜୈନ୍‌ ଖାନଙ୍କୁ ବିବାହ କରିଥିଲେ। ଦୁହେଁ ୨୦୧୪ରେ ଛାଡପତ୍ର ହୋଇଥିଲେ। ହ୍ରିତିକ ଏବଂ ସୁଜୈନ୍ ସେମାନଙ୍କ ପୁଅ ରିହାନ ଏବଂ ହିରଦାନଙ୍କୁ କୋ-ପ୍ୟାରେଣ୍ଟିଂ କରୁଛନ୍ତି।

Bollywood Hritik Roshan
Advertisment
Advertisment