Advertisment

Hrithik Roshan: ହ୍ରିତିକ ରୋଶନଙ୍କ ଏକ୍ସ-ୱାଇଫ୍ କହିଲେ “ମୁଁ ସାରା ଜୀବନ ଏହା ହିଁ ଚାହୁଁଛି…”

ସୁଜୈନ ଖାନ ଇନଷ୍ଟାଗ୍ରାମରେ ଏକ ଭିଡିଓ ମାଧ୍ୟମରେ କିଛି ସୁନ୍ଦର ମୁହୂର୍ତ୍ତର ଝଲକ ଦେଖାଇଛନ୍ତି, ଯେଉଁଥିରେ ସୁଜୈନ୍ ତାଙ୍କ ପ୍ରେମିକ ଅର୍ସଲାନ ଗୋନିଙ୍କ ଜନ୍ମଦିନରେ ଏକ ପ୍ରେମ ଭରା ପୋଷ୍ଟ୍‌ ଶେୟାର କରିଛନ୍ତି। ଏହି ପ୍ରେମୀ ଯୋଡିଙ୍କ ଛୁଟିଦିନର ଫଟୋ ମଧ୍ୟ ସେଥିରେ ରହିଛି।

author-image
Pramod Behera
ଅଦ୍ୟତନ ହୋଇଛି
Hrithik roshan reacts to ex wife sussanne khan birthday post for arsalan goni

Hrithik roshan reacts to ex wife sussanne khan birthday post for arsalan goni

ବଲିଉଡ୍‌ ଅଭିନେତା ହ୍ରିତିକ ରୋଶନଙ୍କ ପୂର୍ବତନ ପତ୍ନୀ ସୁଜୈନ୍ ଖାନଙ୍କ ପ୍ରେମ ଏବେ ଆକାଶଛୁଆଁ। ସୁଜୈନ୍ ତାଙ୍କ ପ୍ରେମିକ ଅର୍ସଲାନ ଗୋନିଙ୍କ ଜନ୍ମଦିନରେ ଏକ ପ୍ରେମ ଭରା ପୋଷ୍ଟ୍‌ ଶେୟାର କରିଛନ୍ତି ଏବଂ ତାଙ୍କର ୩୮ତମ ଜନ୍ମଦିନକୁ ଆହୁରି ସ୍ୱତନ୍ତ୍ର କରିଦେଇଛନ୍ତି। ସୁଜୈନ ଖାନ ଇନଷ୍ଟାଗ୍ରାମରେ ଏକ ଭିଡିଓ ମାଧ୍ୟମରେ କିଛି ସୁନ୍ଦର ମୁହୂର୍ତ୍ତର ଝଲକ ଦେଖାଇଛନ୍ତି, ଯେଉଁଥିରେ ଏହି ପ୍ରେମୀ ଯୋଡିଙ୍କ ଛୁଟିଦିନର ଫଟୋ ମଧ୍ୟ ସେଥିରେ ରହିଛି।

Advertisment

ଫଟୋ ଶେୟାର୍ କରି ସେ କ୍ୟାପ୍‌ସନ୍‌ରେ ଲେଖିଛନ୍ତି, “ମୁଁ ସାରା ଜୀବନ ଏହା ହିଁ ଚାହୁଁଛି… ତୁମକୁ… ବହୁତ ବହୁତ ଅଭିନନ୍ଦନ, ମୋର ଜୀବନ, ମୋର ପ୍ରେମ, ତୁମେ ମୋତେ ଏହି ଗ୍ରହର ସବୁଠାରୁ ସୁଖୀ ମହିଳା କରିଦେଇଛ। ପ୍ରତ୍ୟେକ ଦିନ ମୁଁ କାମନା କରେ ଏବଂ ଜାଣେ ଯେ ତୁମ ଜୀବନର ସବୁଠାରୁ ଭଲ ସମୟ ବର୍ତ୍ତମାନରୁ ଆରମ୍ଭ ହେଉଛି। ଅନନ୍ତ ପର୍ଯ୍ୟନ୍ତ ଏବଂ ତା’ଠାରୁ ଅଧିକ, ମୁଁ ତୁମକୁ ଅଧିକରୁ ଅଧିକ ଭଲ ପାଏ।”

ଅଧିକ ପଢ଼ନ୍ତୁ: ଚଳିତ ବର୍ଷ ଏହି ୭ ଅଭିନେତ୍ରୀଙ୍କ ଶାଢି ଲୁକ୍ ସବୁଠୁ ବେଷ୍ଟ୍; ପାର୍ଟୀରେ ଆପଣ ବି ପିନ୍ଧିପାରିବେ

Advertisment

ଏହି ପୋଷ୍ଟରେ ଅର୍ସଲାନ୍ ଗୋନୀ ଲେଖିଛନ୍ତି, “ଧନ୍ୟବାଦ ମୋର ପ୍ରେମ। ମୁଁ ତୁମକୁ କେବଳ ଖ୍ରୀଷ୍ଟମାସ ପାଇଁ ଚାହେଁ ନାହିଁ।” ଏହା ବ୍ୟତୀତ ସୁଜୈନ ଖାନଙ୍କ ପୂର୍ବତନ ସ୍ୱାମୀ ହ୍ରିତିକ ରୋଶନ ମଧ୍ୟ ଇନ୍‌ଷ୍ଟାଗ୍ରାମ୍‌ରେ ମତ ଦେଇ ଲେଖିଛନ୍ତି, ଜନ୍ମଦିନର ଶୁଭେଚ୍ଛା ମୋର ବନ୍ଧୁ।

ଏହାଛଡା କମେଣ୍ଟ୍ ସେକ୍ସନରେ ସଞ୍ଜୟ କପୁର, ଫରହାନ ଅଖତର, ସୀମା କିରଣ ସଜଦେହ ମଧ୍ୟ ଅର୍ସଲାନ ଗୋନିଙ୍କୁ ଜନ୍ମଦିନରେ ଅଭିନନ୍ଦନ ଜଣାଇଛନ୍ତି। ସୂଚନାଯୋଗ୍ୟ ଯେ ସୁଜୈନ୍ ଖାନ୍ ତାଙ୍କ ୪୬ ତମ ଜନ୍ମଦିନରେ, ଅର୍ସଲାନ ଗୋନିଙ୍କ ବ୍ୟତୀତ ହ୍ରିତିକ ରୋଶନ ଏବଂ ତାଙ୍କ ଗର୍ଲଫ୍ରେଣ୍ଡ୍‌ ସବା ଆଜାଦଙ୍କ ସହ ମଧ୍ୟ ପାର୍ଟି କରିଥିଲେ।

ଯଦିଓ ସୁଜୈନ ଖାନ ଏବଂ ହ୍ରିତିକ ରୋଶନଙ୍କ ବୈବାହିକ ସମ୍ପର୍କ ସମାପ୍ତ ହୋଇଛି, କିନ୍ତୁ ସେମାନେ ଏବେ ବି ଭଲ ବନ୍ଧୁ। ୨୦୧୪ରେ ଅଲଗା ହେବା ପରଠାରୁ ସେମାନେ ଉଭୟ ପୁଅ ଋଦାନ ଏବଂ ରେହାନଙ୍କୁ ପାଳୁଛନ୍ତି।

ଅଧିକ ପଢ଼ନ୍ତୁ: ୨୦୨୪ରେ ଲୋକେ ସବୁଠାରୁ ଅଧିକ ଆପଣେଇ ଥିବା ୫ଟି ଘରୋଇ ଉପଚାର

ଏହାପୂର୍ବରୁ, ଆର୍ସଲାନ୍ ଗୋନିଙ୍କ ସହ ତାଙ୍କ ଝିଅର ସମ୍ପର୍କକୁ ନେଇ କଥାହେବା ବେଳେ ଡିଜାଇନର୍ ସୁଜୈନ୍ ଖାନଙ୍କ ମା’ ଜରିନ୍ ଖାନ୍ କହିଥିଲେ ଯେ “ଅର୍ସଲାନ୍ ଆଇନ ଅଧ୍ୟୟନ କରିଛନ୍ତି ଏବଂ ଜାମ୍ମୁର ଏକ ପ୍ରତିଷ୍ଠିତ ରାଜନୈତିକ ପରିବାରର ଅଟନ୍ତି। ସେ ଅଭିନୟ କରିବାକୁ ମଧ୍ୟ ଆଗ୍ରହୀ, ତେଣୁ ମୁଁ ତାଙ୍କୁ ଏଥିପାଇଁ ଶୁଭେଚ୍ଛା ଜଣାଉଛି। ତାଙ୍କ ପରିବାର ବହୁତ ସୁନ୍ଦର ଏବଂ ମୁଁ ଖୁସି ଯେ ସୁଜୈନ ଏବଂ ଅର୍ସଲାନ ଏକାଠି ବହୁତ ଖୁସି ଅଛନ୍ତି।"

Hrithik Roshan Bollywood Sussanne Khan Sussane Khan
Advertisment
Advertisment