Advertisment

ଭୟଙ୍କର ରୂପ ନେଇ ଆସୁଛନ୍ତି ବବି ଦେଓଲ

ଭାଇରାଲ ହେଉଛି ବବି ଦେଓଲଙ୍କ ନୂଆ ଲୁକ୍। ଏଥିରେ ସେ ଏକ କଳାରଙ୍ଗର ପଠାନୀ କୁର୍ତ୍ତା ପିନ୍ଧିଥିବା ବେଳେ କଡରେ ମାରିଛନ୍ତି ଏକ ଛୁରୀ। ଦେଖାଯାଉଛନ୍ତି ଖତରନାକ୍। ଲୋକଙ୍କ ପ୍ରଶଂସାର ସୁଅ ଛୁଟିଛି।

author-image
Pramod Behera
Bobby Deol salt-pepper look goes viral

Bobby Deol salt-pepper look goes viral

ନୂଆଦିଲ୍ଲୀ: ବବି ଦେଓଲ ତାଙ୍କ ଅଭିନୟ ଦକ୍ଷତାରେ ଫିଲ୍ମ ଏବଂ ଓଟିଟି ପ୍ଲାଟ୍‌ଫର୍ମରେ ନିଜର ଦବ୍‌ଦବା ଜମେଇ ରଖିଛନ୍ତି। ନିକଟରେ ବବି ଦେଓଲ ତାଙ୍କ ଆଗାମୀ ଚଳଚ୍ଚିତ୍ର 'ଲଭ୍ ହଷ୍ଟେଲ୍‌'ର ଏକ ଲୁକ୍ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଯେତେବେଳେ ଲକ୍ଷାଧିକ ହୁଦୟରେ ରାଜ କରୁଥିବା ବବି ଦେଓଲ ବିକ୍ରାନ୍ତ ମୈସୀ ଓ ସାନିଆ ମଲହୋତ୍ରାଙ୍କ ସହ ‘ଲଭ୍ ହଷ୍ଟେଲ୍‌’ରେ ତାଙ୍କର ପ୍ରଥମ ଲୁକ୍ ସେୟାର କରିଛନ୍ତି ସେବେଠାରୁ ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ଅନେକ କୌତୁହଳ ଖେଳିଯାଇଛି। କେବଳ ଏତିକି ନୁହେଁ, ତାଙ୍କ ଲୁକ୍‌କୁ ନେଇ ପ୍ରଶଂସକଙ୍କ ଠାରୁ ଜୋରଦାର କମେଣ୍ଟ ଆସିବାରେ ଲାଗିଛି।

Advertisment

‘ଲଭ୍ ହଷ୍ଟେଲ୍‌’ରେ ବବି ଦେଓଲଙ୍କ ଏହି କଳା ରଙ୍ଗର ପୋଷାକର ଲୁକ୍‌କୁ ଲୋକମାନେ ଖୁବ ପ୍ରଶଂସା କରୁଛନ୍ତି। ତାଙ୍କର ଚେହେରା ତାଙ୍କ ପ୍ରଶଂସକଙ୍କ ପାଇଁ କୌଣସି ସର୍‌ପ୍ରାଇଜ୍‌ରୁ ବି କମ ନୁହେଁ। ତେବେ ପ୍ରଥମ ଥର ପାଇଁ ବବି ଏଭଳି ଲୁକ୍‌ରେ ଦେଖାଦେଇଛନ୍ତି। ତାଙ୍କର ଏହି ଲୁକ୍ ଖୁବ୍ ଜବରଦସ୍ତ ହୋଇଥିବା ବେଳେ ଯିଏ ଦେଖୁଛି ସିଏ ପ୍ରଶଂସା କରିବାକୁ ଭୁଲୁନାହିଁ। ତାଙ୍କ ପ୍ରଶଂସକମାନେ କମେଣ୍ଟ ବକ୍ସରେ ମନ୍ତବ୍ୟ ଦେବା ଆରମ୍ଭ କରିଦେଇଛନ୍ତି। କେହି କେହି ତାଙ୍କର ଏହି ଲୁକ୍‌କୁ ବୋବାଲ କହୁଥିବା ବେଳେ କେତେକ୍ ଖୁବ୍ ସୁନ୍ଦର ବୋଲି କହିଛନ୍ତି। ତେବେ ଜଣେ ପ୍ରଶଂସକ ‘ନିଆଁ ଲଗେଇ ଦେଲ ବଦି’ ବୋଲି କହିଛନ୍ତି। ଏହିପରି ଭାବରେ ବବି ଦେଓଲଙ୍କୁ ଖୁବ ପ୍ରଶଂସା କରାଯାଉଛି।

ଏହି ଲୁକ୍‌ରେ ବବି ଦେଓଲଙ୍କ କଳା ପଠାନୀ କୁର୍ତ୍ତା ପିନ୍ଧିଥିବା ବେଳେ ଗୋଟିଏ ପାଖରେ ଏକ ଛୁରୀ ଖୋସିଛନ୍ତି। ଏହା ତାଙ୍କ ପ୍ରଶଂସକଙ୍କୁ ନିଶ୍ଚିତ ଭାବରେ ଅନୁଭବ କରିବାକୁ ବାଧ୍ୟ କରୁଛି ଯେ ସେ ‘ଲଭ୍ ହଷ୍ଟେଲ’ରେ ଏକ ଭୟଙ୍କର ଭୂମିକାରେ ଆସୁଛନ୍ତି।

Advertisment

ତେବେ ଏହି ଫିଲ୍ମରେ ବବି ଦେଓଲଙ୍କ ସହିତ ବିକ୍ରାନ୍ତ ମୈସୀ ଓ ସାନ୍ୟା ମଲହୋତ୍ରା ମଧ୍ୟ ନଜର ଆସିବେ। ଏହି ଫିଲ୍ମ ଫେବୃଆରୀ ୨୫ ରେ ରିଲିଜ୍ ହେବ ବୋଲି ଘୋଷଣା କରାଯାଇଛି। ଏହି ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଶଙ୍କର ରମନ ଦେଇଥିବା ବେଳେ ଗୌରୀ ଖାନଙ୍କ ଦ୍ୱାରା ଏହା ନିର୍ମିତ ହୋଇଛି।

ବଲିଉଡ୍‌ରେ ଅନେକ ହିଟ୍ ଫିଲ୍ମ ଦେଇଥିବା ବବି ଦେଓଲଙ୍କ କ୍ୟାରିଅର୍ ଗୋଟିଏ ସମୟରେ ଶେଷ ହେବାର ରାସ୍ତାକୁ ଆସିଯାଇଥିଲା। ସେ ଇଣ୍ଡଷ୍ଟ୍ରିରେ କାମ କରିବା ବନ୍ଦ କରିଦେଇଥିଲେ। କିନ୍ତୁ ଓଟିଟି ଫ୍ଲାଟ୍‌ଫର୍ମରେ ଆସିଥିବା ତାଙ୍କର ୱେବ୍ ସିରିଜ୍ ‘ଆଶ୍ରମ’ ପୁନର୍ବାର ତାଙ୍କ କ୍ୟାରିୟରରେ ଆଣିଥିଲା ପରିବର୍ତ୍ତନ। ଏହି ସିରିଜ୍‌ରେ ତାଙ୍କର ଅଭିନୟକୁ ଲୋକେ ଖୁବ୍ ପ୍ରଶଂସା କରିଥିଲେ। ବର୍ତ୍ତମାନ ସେ ଓଟିଟି ପ୍ଲାଟ୍‌ଫର୍ମରେ ନିଜର କ୍ୟାରିଅର୍ ଅନୁସନ୍ଧାନ କରୁଛନ୍ତି।

Bollywood
Advertisment
Advertisment