Advertisment

ଭେଣ୍ଟିଲେଟର ସପୋର୍ଟରେ ପ୍ରସିଦ୍ଧ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବ

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜୁ ଶ୍ରୀବାସ୍ତବଙ୍କ ପତ୍ନୀଙ୍କ ସହ ଫୋନ୍‌ରେ କଥା ହେବାସହ ତାଙ୍କ(ରାଜୁ ଶ୍ରୀବାସ୍ତବ) ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି। ଏହାସହ ସମସ୍ତ ପ୍ରକାରର ଆବଶ୍ୟକୀୟ ସହାୟତା ଯୋଗାଇ ଦେବା ଲାଗି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଶ୍ୱାସନା ଦେଇଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Comedian Raju Shrivastav Hospitalised

Comedian Raju Shrivastav Hospitalised

ବଲିଉଡ୍‌ର ପ୍ରସିଦ୍ଧ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବା ସୂଚନା ମିଳିଛି। ମିଳିଥିବା ସୂଚନା ଅନୁସାରେ, ଦିଲ୍ଲୀ ଏମ୍ସରେ ତାଙ୍କୁ ଭେଣ୍ଟିଲେଟର ସପୋର୍ଟରେ ରଖାଯାଇଛି। ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ପ୍ରଥମେ ଏମର୍ଜେନ୍ସି ମେଡିସିନ୍‌ ଡିପାର୍ଟମେଣ୍ଟରେ ଅବଜରଭେସନ୍‌ରେ ରଖାଯାଇଥିଲା। ଏହାପରେ ତାଙ୍କୁ CCU(Cardiac Care Unit)ରେ ଭର୍ତ୍ତି କରାଯାଇଛି। ଉତ୍ତରପ୍ରଦେଶ ଫିଲ୍ମ ବିକାଶ ପରିଷଦର ଚେୟାରମ୍ୟାନ୍‌ ତଥା କମେଡିଆନ୍‌ ରାଜୁ ଶ୍ରୀବାସ୍ତବ(୫୮) ଜିମ୍‌ରେ ଟ୍ରେଡ୍‌ମିଲ୍‌ରେ ଦୌଡ଼ିବା ସମୟରେ ହାର୍ଟ ଆଟାକ୍‌ ଆସିଥିଲା। ଏହାପରେ ତାଙ୍କର ମୁଣ୍ଡବ୍ୟଥା ହୋଇଥିଲା ଓ ସେ ତଳେ ପଡ଼ି ଯାଇଥିଲେ। ତତ୍‌କ୍ଷଣାତ ଟ୍ରେନର ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲେ।

Advertisment

ଭେଣ୍ଟିଲେଟର ସପୋର୍ଟରେ ଅଛନ୍ତି ରାଜୁ...

ହସ୍ପିଟାଲ୍‌ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ରାଜୁ ଶ୍ରୀବାସ୍ତବଙ୍କ ଏଞ୍ଜିଓଗ୍ରାଫି କରାଯାଇଥିଲା। ଯେଉଁଥିରେ ଏକ ବଡ଼ ଭାଗରେ ୧୦୦% ବ୍ଲକ୍‌ ମିଳିଛି। ଡାକ୍ତରଙ୍କ କହିବା ଅନୁସାରେ, ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗମ୍ଭୀର ରହିଛି ଓ ଚିକିତ୍ସା ପାଇଁ ତାଙ୍କୁ ଭେଣ୍ଟିଲେଟର ସପୋର୍ଟରେ ରଖାଯାଇଛି। ଏମ୍ସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଏର୍ମଜେନ୍ସି ଡିପାର୍ଟମେଣ୍ଟର ଡାକ୍ତର ପ୍ରଥମେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରିଥିଲେ। ଏହାପରେ ତାଙ୍କୁ Cardiac Care Unitରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗମ୍ଭୀର ରହିଛି। ରାଜୁଙ୍କ ପିଆର୍‌ଓ ଅଜିତ୍‌ଙ୍କ କହିବା ଅନୁସାରେ, ପାର୍ଟିର କିଛି ବଡ଼ ନେତାଙ୍କୁ ଭେଟିବା ପାଇଁ ରାଜୁ ଶ୍ରୀବାସ୍ତବ ଦିଲ୍ଲୀ ଯାଇଥିଲେ। ସେଠାରେ ସକାଳେ ଜିମ୍‌ରେ ୱାର୍କଆଉଟ୍‌ କରିବା ବେଳେ ହାର୍ଟ ଆଟାର୍କ ଆସିଥିଲା। ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ, ୨୦୧୪ ମସିହାରେ କମେଡିଆନ୍‌ ରାଜୁ ଶ୍ରୀବାସ୍ତବ ବିଜେପିରେ ଯୋଗ ଦେଇଥିଲେ। 

ଟିଭି ଇଣ୍ଡଷ୍ଟ୍ରିରେ ଜଣାଶୁଣା ଚେହେରା ହେଉଛନ୍ତି ରାଜୁ...

ରାଜୁ ଶ୍ରୀବାସ୍ତବ ଟିଭିରେ ଅନେକ ପପୁଲାର୍‌ ଶୋ’ରେ ଭାଗ ନେଇଛନ୍ତି। କମେଡି ମାଧ୍ୟମରେ ସେ ସବୁବେଳେ ଦର୍ଶକଙ୍କୁ ହସାଉଥିବା ଦେଖିବାକୁ  ମିଳିଛି। ସେ ‘ବିଗ୍‌ ବସ୍‌’, ‘ଶକ୍ତିମାନ୍‌’, ‘ଦ ଗ୍ରେଟ ଇଣ୍ଡିଆନ୍‌ ଲାଫ୍ଟର୍‌ ଚ୍ୟାଲେଞ୍ଜ’, ‘କମେଡି ସର୍କସ୍‌’ ଓ ‘ଦ କପିଲ ଶର୍ମା’ ଶୋ’ରେ ରାଜୁ ଶ୍ରୀବାସ୍ତବଙ୍କୁ ଦେଖିବାକୁ ମିଳିଛି। ଏତଦ୍‌ବ୍ୟତୀତ ସେ ଅନେକ ଶୋ’ରେ ମଧ୍ୟ ନଜର ଆସିଛନ୍ତି। ତାଙ୍କ ସ୍ୱାସ୍ଥାବସ୍ଥା ଗୁରୁତର ଥିବା ଜଣାପଡ଼ିବା ପରେ ଫ୍ୟାନ୍ସମାନେ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। 

Advertisment

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜୁ ଶ୍ରୀବାସ୍ତବଙ୍କ ପତ୍ନୀଙ୍କ ସହ ଫୋନ୍‌ରେ କଥା ହେବାସହ ତାଙ୍କ(ରାଜୁ ଶ୍ରୀବାସ୍ତବ) ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି। ଏହାସହ ସମସ୍ତ ପ୍ରକାରର ଆବଶ୍ୟକୀୟ ସହାୟତା ଯୋଗାଇ ଦେବା ଲାଗି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଶ୍ୱାସନା ଦେଇଛନ୍ତି। 

Comedian Raju Shrivastav Raju Shrivastav Comedian Raju Shrivastav Health Update
Advertisment
Advertisment