Advertisment

Gadar 2: ଖାଲି ‘ବାହୁବଲୀ’ ନୁହେଁ ଏହିସବୁ ଫିଲ୍ମର ରେକର୍ଡ ଭାଙ୍ଗିଲା 'ଗଦର ୨'; ୧୦ମ ଦିନର ରୋଜଗାର ଚମକେଇ ଦେବ

‘ଗଦର ୨’ ବକ୍ସ ଅଫିସରେ ରେକର୍ଡ ପରେ ରେକର୍ଡ ଭାଙ୍ଗି ଚାଲିଛି। ଫିଲ୍ମ ରିଲିଜ୍‌ର ଦ୍ୱିତୀୟ ଶନିବାର ଗଦର ୨ ବକ୍ସ ଅଫିସରେ ୩୧.୦୭ କୋଟି ବ୍ୟବସାୟ କରି ‘ବାହୁବଲୀ ୨’ କୁ ପଛରେ ପକେଇଦେଇଥିଲା। ଦ୍ୱିତୀୟ ରବିବାରରେ ମଧ୍ୟ ଗଦର ୨ ର ଝଡ ଜାରି ରହିଥିଲା।

author-image
Pramod Behera
ଅଦ୍ୟତନ ହୋଇଛି
Gadar 2 Box Office Collection

gadar 2 beats pathaan baahubali pk dangal

ବଡ ପରଦାରେ ବର୍ତ୍ତମାନ ଦୁଇଟି ଫିଲ୍ମକୁ ନେଇ ଚର୍ଚ୍ଚା ଜୋର ଧରିଛି। ଗୋଟିଏ ହେଉଛି ରଜନୀକାନ୍ତଙ୍କ 'ଜେଲର' ଏବଂ ଅନ୍ୟଟି ହେଉଛି ସନ୍ନି ଦେଓଲଙ୍କ 'ଗଦର ୨'। ଉଭୟ ଚଳଚ୍ଚିତ୍ର ଦର୍ଶକଙ୍କ ଠାରୁ ବହୁତ ଭଲ ପାଇବା ପାଇଛି ଏବଂ ଏହାର ପ୍ରଭାବ ରୋଜଗାରରେ ଦେଖିବାକୁ ମିଳୁଛି। ଦକ୍ଷିଣ ବେଲ୍ଟ ଏବଂ ବିଦେଶରେ 'ଜେଲର' କମାଲ୍ କରୁଥିବା ବେଳେ 'ଗଦର ୨' ହିନ୍ଦୀ ବେଲ୍ଟକୁ ସମ୍ପୂର୍ଣ୍ଣ ଭାବେ କାବୁ କରିଛି।

Advertisment

ଅଧିକ ପଢ଼ନ୍ତୁ: କମାଲ୍‌ କରିଦେଲେ ଓଡ଼ିଆ ପୁଅ : ଗଦର-୨ରେ ମଚାଉଛନ୍ତି ଧମାଲ

ସନ୍ନି ଏବଂ ଅମିଶା ପଟେଲଙ୍କ ଏହି ଲଭ୍ ଆକ୍ସନ୍ ଡ୍ରାମା କ୍ରମାଗତ ଭାବରେ ପ୍ରଶଂସକଙ୍କୁ ଆକର୍ଷିତ କରୁଛି। ‘ଗଦର ୨’ ବକ୍ସ ଅଫିସରେ ରେକର୍ଡ ପରେ ରେକର୍ଡ ଭାଙ୍ଗି ଚାଲିଛି। ଫିଲ୍ମ ରିଲିଜ୍‌ର ଦ୍ୱିତୀୟ ଶନିବାର ଗଦର ୨ ବକ୍ସ ଅଫିସରେ ୩୧.୦୭ କୋଟି ବ୍ୟବସାୟ କରି ‘ବାହୁବଲୀ ୨’ କୁ ପଛରେ ପକେଇଦେଇଥିଲା। ଦ୍ୱିତୀୟ ରବିବାରରେ ମଧ୍ୟ ଗଦର ୨ ର ଝଡ ଜାରି ରହିଥିଲା। ଦଶମ ଦିନର ରୋଜଗାର ଖୁବ ବଡ ଥିଲା। ଏହି ଦିନ ଅନ୍ୟ ଏକ ରେକର୍ଡ ଭାଙ୍ଗିଛି। ପ୍ରାରମ୍ଭିକ ଆକଳନ ଅନୁଯାୟୀ ଫିଲ୍ମ ଦ୍ୱିତୀୟ ରବିବାରରେ ପ୍ରାୟ ୩୯ ରୁ ୪୦ କୋଟି ରୋଜଗାର କରିଛି।

ଏହା ସହିତ ଅନିଲ ଶର୍ମାଙ୍କ ନିର୍ଦ୍ଦେଶିତ ଆକ୍ସନ୍ ଫିଲ୍ମ ‘ଗଦର ୨’ର ମୋଟ ଦଶ ଦିନର ଆୟ ହେଉଛି ୩୭୬ କୋଟି ଟଙ୍କା। ଏହା ସହିତ ‘ଗଦର ୨’ ମଧ୍ୟ ଫିଲ୍ମ ‘ସଞ୍ଜୁ’ର ଲାଇଫ୍‌ଟାଇମ୍ ରୋଜଗାର (୩୪୨.୫୩ କୋଟି), ‘ପିକେ’ (୩୪୦.୮ କୋଟି) ଏବଂ ‘ଟାଇଗର ଜିନ୍ଦା ହେ’ (୩୩୯.୧୬ କୋଟି)କୁ ପଛରେ ପକେଇ ୫ମ ସର୍ବାଧିକ ଆୟ କରିଥିବା ହିନ୍ଦୀ ଚଳଚ୍ଚିତ୍ର ହୋଇପାରିଛି।

Advertisment

ଅଧିକ ପଢ଼ନ୍ତୁ: ଥମୁନି 'ଗଦର ୨'ର ଜଲ୍‌ୱା; ରଜନୀକାନ୍ତଙ୍କୁ ପଛରେ ପକାଇ ସନୀ ଦେଓଲ ଆଗରେ

ଦ୍ୱିତୀୟ ସପ୍ତାହର ପ୍ରତ୍ୟେକ ଦିନ ‘ଗଦର ୨’ ପାଇଁ ଗୋଟିଏ ଗୋଟିଏ ରେକର୍ଡ ହେବାକୁ ଯାଉଛି। ମଙ୍ଗଳବାର ଅର୍ଥାତ୍ ଦ୍ୱାଦଶ ଦିନ, ଫିଲ୍ମ ୪୦୦ କୋଟି କ୍ଲବରେ ପ୍ରବେଶ କରିବ ବୋଲି ଆଶା କରାଯାଉଛି।

ଆସନ୍ତୁ ଦେଖିବା ଅଲ ଟାଇମ୍ ଟପ୍ ୫ ଫିଲ୍ମର ୨ୟ ରବିବାରର ରୋଜଗାର୍

  • ଗଦର ୨ - ୩୯ କୋଟି ୪୦ କୋଟି (ଆଶା କରାଯାଏ)
  • ବାହୁବଲୀ ୨ - ୩୪.୫ କୋଟି
  • ଦଙ୍ଗଲ - ୩୨.୪ କୋଟି
  • ପଠାନ୍ - ୨୮.୫୦ କୋଟି
  • ସଞ୍ଜୁ - ୨୮.୦୫ କୋଟି
Bollywood Sunny Deol Gadar-2
Advertisment
Advertisment