Advertisment

ଥମୁନି 'ଗଦର ୨'ର ଜଲ୍‌ୱା; ରଜନୀକାନ୍ତଙ୍କୁ ପଛରେ ପକାଇ ସନୀ ଦେଓଲ ଆଗରେ

ସନି ଦେଓଲଙ୍କ 'ଗଦର ୨' ଏବଂ ରଜନୀକାନ୍ତଙ୍କ 'ଜେଲର' ଭାରତ ସମେତ ବିଦେଶରେ ବି ଦମଦାର ରୋଜଗାର କରୁଛି। ତେବେ ସନି ଦେଓଲଙ୍କ ‘ଗଦର ୨’ର ଆଲୋଚନା ସବୁଠାରେ ଦେଖାଯାଉଛି। ମାତ୍ର ୮୦ କୋଟି ବଜେଟରେ ତିଆରି ଏହି ଫିଲ୍ମ ଅନେକ ରେକର୍ଡ ସୃଷ୍ଟି କରୁଥିବା ଜଣାପଡିଛି।

author-image
Pramod Behera
ଅଦ୍ୟତନ ହୋଇଛି
Gadar 2 Box Office Collection

Sunny deol film gadar 2 crosses 200 crore left rajinikanth jailer behind

ଏଥର ୪ଟି ବଡ ତାରକାଙ୍କ ଫିଲ୍ମ ଭାରତୀୟ ବକ୍ସ ଅଫିସରେ ମୁକ୍ତିଲାଭ କରିଛି। ଏହି ୪ଟି ଚଳଚ୍ଚିତ୍ରର ପ୍ରଶଂସକମାନେ ଖୁବ ଉତ୍ସାହର ସହିତ ଅପେକ୍ଷା କରିଥିଲେ। ଏଥି ମଧ୍ୟରୁ ଦୁଇଟି ଚଳଚ୍ଚିତ୍ରର ଜଲ୍‌ୱା କେବଳ ଭାରତରେ ନୁହେଁ, ବିଦେଶରେ ମଧ୍ୟ ଦେଖାଯାଉଛି। ସନି ଦେଓଲଙ୍କ 'ଗଦର ୨' ଏବଂ ରଜନୀକାନ୍ତଙ୍କ 'ଜେଲର' ଭାରତ ସମେତ ବିଦେଶରେ ବି ଦମଦାର ରୋଜଗାର କରୁଛି।

Advertisment

ସେହିପରି ଅକ୍ଷୟ କୁମାରଙ୍କ 'OMG 2' ସମାଲୋଚକମାନଙ୍କ ଠାରୁ ଭଲ ପ୍ରତିକ୍ରିୟା ପାଉଛି ଏହା ସହିତ ଭଲ ରୋଜଗାର ମଧ୍ୟ କରୁଛି, କିନ୍ତୁ ‘ଗଦର ୨’ କିମ୍ବା ‘ଜେଲର’ ଭଳି ସେପରି ଛାପ ପକେଇ ପାରୁ ନାହିଁ। ଏହା ବ୍ୟତୀତ ଚିରଞ୍ଜୀବୀଙ୍କ ଫିଲ୍ମ 'ଭୋଲା ଶଙ୍କର' ବକ୍ସ ଅଫିସରେ ପୂରା ଫ୍ଲପ୍ ହୋଇଛି। 'ଭୋଲା ଶଙ୍କର' ୧୫ ଅଗଷ୍ଟରେ ୧ କୋଟି ଟଙ୍କା ମଧ୍ୟ ରୋଜଗାର କରିପାରି ନଥିଲା

ଅଧିକ ପଢ଼ନ୍ତୁ: ‘ଜେଲର୍‌’, ‘OMG 2’ ସହ ଟକ୍କର ଦେଉଛି ‘ଗଦର ୨’; ଆଗରେ ସନୀ ଦେଓଲ

ଏହି ୪ ଟି ବଡ ତାରକା ଏବଂ ବଡ ବଜେଟ୍ ଚଳଚ୍ଚିତ୍ର ମଧ୍ୟରେ ରଜନୀକାନ୍ତଙ୍କ 'ଜେଲର' ୧୦ ଅଗଷ୍ଟରେ ପ୍ରେକ୍ଷାଳୟରେ ରିଲିଜ୍ ହୋଇଥିଲା। ଚଳଚ୍ଚିତ୍ରଟି ଉଦ୍‌ଘାଟନୀ ଦିନ ୪୮.୩୫ କୋଟି ଟଙ୍କା ରୋଜଗାର କରିଥିଲା। ସେହିପରି ଦ୍ୱିତୀୟ ଦିନରେ ୨୫.୭୫ କୋଟି ଟଙ୍କା, ତୃତୀୟ ଦିନରେ ୩୫.୩ କୋଟି, ଚତୁର୍ଥ ଦିନରେ ୪୨.୨ କୋଟି ଏବଂ ପଞ୍ଚମ ଦିନରେ ୨୮ କୋଟି ଟଙ୍କା ରୋଜଗାର କରିଛି। ରିପୋର୍ଟ ଅନୁଯାୟୀ, ଷଷ୍ଠ ଦିନରେ ଅର୍ଥାତ୍ ୧୫ ଅଗଷ୍ଟରେ ଏହି ଫିଲ୍ମ ୩୩ କୋଟି ଟଙ୍କା ରୋଜଗାର କରିଛି।

Advertisment

ଏହି ଅନୁଯାୟୀ ୨୦୦ କୋଟି ଟଙ୍କାରେ ନିର୍ମିତ ରଜନୀକାନ୍ତଙ୍କ ଫିଲ୍ମ ୬ ଦିନରେ ଭାରତରେ ମୋଟ ୨୧୨.୬ କୋଟି ଟଙ୍କା ରୋଜଗାର କରିପାରିଛି।

ଭାରତରେ ସନି ଦେଓଲଙ୍କ ‘ଗଦର ୨’ ଏବଂ ଅକ୍ଷୟ କୁମାରଙ୍କ ‘OMG 2’ 'ଜେଲର'ର ବକ୍ସ ଅଫିସ ରୋଜଗାରକୁ ପ୍ରଭାବିତ କରିଛି। 'ଗଦର ୨' ୫ ଦିନରେ ୨୨୯.୦୮ କୋଟି ଟଙ୍କା ରୋଜଗାର କରିଥିବାବେଳେ ଅକ୍ଷୟ କୁମାରଙ୍କ ଫିଲ୍ମ ୫ ଦିନରେ ୭୩.୭ କୋଟି ଟଙ୍କା ରୋଜଗାର କରିଛି। ଏହି ମାମଲାରେ ଚିରଞ୍ଜୀବୀ ସବୁଠାରୁ ପଛରେ ପଡିଯାଇଛନ୍ତି।

ଚିରଞ୍ଜୀବୀଙ୍କ ଫିଲ୍ମ 'ଭୋଲା ଶଙ୍କର' ୧୫ ଅଗଷ୍ଟରେ ମାତ୍ର ୭୫ ଲକ୍ଷ ଟଙ୍କା ରୋଜଗାର କରିଛି। ଚଳଚ୍ଚିତ୍ରଟି ଉଦ୍‌ଘାଟନୀ ଦିନ ୧୬.୨୫ କୋଟି ଟଙ୍କା ରୋଜଗାର କରିଥିଲା। ବର୍ତ୍ତମାନ ଏହି ଫିଲ୍ମର ମୋଟ ରୋଜଗାର ହେଉଛି ୨୭ କୋଟି ଟଙ୍କା। 'ଭୋଲା ଶଙ୍କର' ବକ୍ସ ଅଫିସରେ ପୂରା ଫ୍ଲପ୍ ହୋଇଛି।

ତେବେ ସନି ଦେଓଲଙ୍କ ‘ଗଦର ୨’ର ଆଲୋଚନା ସବୁଠାରେ ଦେଖାଯାଉଛି। ମାତ୍ର ୮୦ କୋଟି ବଜେଟରେ ତିଆରି ଏହି ଫିଲ୍ମ ଅନେକ ରେକର୍ଡ ସୃଷ୍ଟି କରୁଥିବା ଜଣାପଡିଛି। ସନି ଦେଓଲ ଏବଂ ଅମିଶା ପଟେଲଙ୍କ ଅଭିନୀତ ଏହି ଫିଲ୍ମ ରୋଜଗାର ଦୃଷ୍ଟିରୁ ସୁପରଷ୍ଟାର ରଜନୀକାନ୍ତଙ୍କ ‘ଜେଲର’କୁ ମାତ୍ର ପାଞ୍ଚ ଦିନରେ ପଛରେ ପକେଇ ଦେଇଛି। ଏଥି ସହିତ, ଦ୍ୱିତୀୟ ସପ୍ତାହ ଶେଷ ସୁଦ୍ଧା, ଫିଲ୍ମ ୨୫୦ କୋଟି ଟଙ୍କାର ଅତିକ୍ରମ କରିଯିବ ବୋଲି କୁହାଯାଉଛି।

ବକ୍ସ ଅଫିସ୍ ଟ୍ରାକରଙ୍କ କହିବାନୁସାରେ, ‘ଗଦର ୨’ ସ୍ୱାଧୀନତା ଦିବସର ଫାଇଦା ମାରି ନେଇଛି। ମଙ୍ଗଳବାର, ଏହି ଫିଲ୍ମ ୫୫.୫ କୋଟି ଟଙ୍କା ରୋଜଗାର କରିଛି। ଏହି ଚଳଚ୍ଚିତ୍ର ପ୍ରଥମ ଦିନରେ ୪୦.୧ କୋଟି, ଦ୍ୱିତୀୟ ଦିନରେ ୪୩.୦୮ କୋଟି, ତୃତୀୟ ଦିନରେ ୫୧.୭ କୋଟି, ଚତୁର୍ଥ ଦିନରେ ୩୮.୭ କୋଟି ଟଙ୍କା ରୋଜଗାର କରିଛି। ଏହି ଆକଳନକୁ ମିଶାଇ ‘ଗଦର ୨’ ୫ ଦିନରେ ମୋଟ୍ ୨୨୯.୦୮ କୋଟି ଟଙ୍କା ରୋଜଗାର କରିନେଇଛି।

Bollywood Akshay Kumar Rajnikanth Sunny Deol Gadar-2 OMG
Advertisment
Advertisment