Advertisment

‘ଥାର୍ଡ ପର୍ସନର ଏଣ୍ଟ୍ରି ଅଶାନ୍ତିର କାରଣ’

ଆଜି ପ୍ରେସ୍‌ମିଟ୍‌ କରି ହ୍ୟୁମାନଙ୍କ ପତ୍ନୀ ଶ୍ରୀୟା ଅନେକ ଖୁଲାସା କରିଛନ୍ତି। ସେ କହିଛନ୍ତି, ‘ସ୍ୱାମୀଙ୍କ ନିର୍ଯାତନା ଅଧିକ ହେବାରୁ ଥାନାର ଦ୍ୱାରସ୍ଥ ହୋଇଛି। ସେ ମୋତେ ଉଭୟ ମାନସିକ ଓ ଶାରିରୀକ ନିର୍ଯାତନା ଦିଅନ୍ତି’।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Humane Sagar's Wife Shriya Mishra Big Revelation About Her Marital Discord

Humane Sagar's Wife Shriya Mishra Big Revelation About Her Marital Discord

ଗାୟକ ହ୍ୟୁମାନ ସାଗର ଓ ପତ୍ନୀ ଶ୍ରୀୟା ମିଶ୍ରଙ୍କ ପାରିବାରିକ ବିବାଦ ଘଟଣାରେ ନୂଆମୋଡ଼ ଆସିଛି। ଆଜି ପ୍ରେସ୍‌ମିଟ୍‌ କରି ହ୍ୟୁମାନଙ୍କ ପତ୍ନୀ ଶ୍ରୀୟା ଅନେକ ଖୁଲାସା କରିଛନ୍ତି। ସେ କହିଛନ୍ତି, ‘ସ୍ୱାମୀଙ୍କ ନିର୍ଯାତନା ଅଧିକ ହେବାରୁ ଥାନାର ଦ୍ୱାରସ୍ଥ ହୋଇଛି। ସେ ମୋତେ ଉଭୟ ମାନସିକ ଓ ଶାରିରୀକ ନିର୍ଯାତନା ଦିଅନ୍ତି। ମଦ ପିଇ ମୋତେ ବହୁତ ପିଟନ୍ତି। ମଦ ପିଇବାକୁ ବାରଣ କରିବାରୁ ସେ ମାଡ଼ ମାରନ୍ତି। ଏପରିକି ମୋତେ ସିନ୍ଦୂର ଓ ବିନ୍ଦି ଲଗାଇବାକୁ ବାରଣ କରନ୍ତି।’

Advertisment

ଶ୍ରୀୟା ଆହୁରି କହିଛନ୍ତି ଯେ, ‘ଝିଅ ଜନ୍ମ ପରେ ମୋ ପ୍ରତି ହ୍ୟୁମାନଙ୍କ ନିର୍ଯାତନା ବଢିଥିଲା। ଝିଅ ସହ ହ୍ୟୁମାନଙ୍କ ଆଟାଚ୍‌ମେଣ୍ଟ ନଥିଲା। ଦାମ୍ପତ୍ୟ ଜୀବନରେ ଥାର୍ଡ ପର୍ସନର ଏଣ୍ଟ୍ରି କଥା କହିଲେ ଶ୍ରୀୟା। ହେଲେ ଥାର୍ଡ ପର୍ସନ କିଏ ତାହା ସେ ସ୍ପଷ୍ଟ କରି ନଥିଲେ।

‘ଶାଶୁ ଘର ଲୋକ ଚାହାନ୍ତି ଘରେ ତାଙ୍କ ଧର୍ମ ମାନି ଚଳିବାକୁ। ମୋତେ ସିନ୍ଦୂର ଓ ବିନ୍ଦି ଲଗାଇବାକୁ ବାରଣ କରନ୍ତି। ତେବେ ଧର୍ମ ପରିବର୍ତ୍ତନ କରିବାକୁ ମୋତେ କେବେ ବାଧ୍ୟ କରି ନାହାନ୍ତି’ ବୋଲି ଶ୍ରୀୟା କହିଛନ୍ତି। 

Advertisment
Odia Singer Humane Sagar Humane Sagar
Advertisment
Advertisment