• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ହ୍ୟୁମାନ ସାଗର-ପତ୍ନୀ ଶ୍ରୀୟା ମିଶ୍ରଙ୍କ ପାରିବାରିକ ବିବାଦ ଘଟଣାର ନୂଆ ମୋଡ଼ । ଆଜି ଶ୍ରୀୟା ପ୍ରେସମିଟ୍‌ କରି ପୁଣି ସ୍ୱାମୀଙ୍କ ଅତ୍ୟାଚାର ସମ୍ପର୍କରେ ବଖାଣିଥିବା ବେଳେ ହ୍ୟୁମାନ୍‌ ଏଥର ବି ସବୁ କଥାକୁ ଖଣ୍ଡନ କରିଛନ୍ତି । ମଦ୍ୟପାନ କରି ବାଡେଇବା କଥା ଆଦୌ ସତ ନୁହେଁ ବୋଲି ସେ ପ୍ରକାଶ କରିଛନ୍ତି । ଶ୍ରୀୟା ଉଠାଇଥିବା ମିଡିଲ୍‌ ପର୍ସନ କେହି ନାହାନ୍ତି । ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ପ୍ରେମ ହେଲା ବେଳେ କେହି ନଥାନ୍ତି । କିନ୍ତୁ ଝଗଡ଼ା ହେଲା ଏପରି ଅନେକ ପ୍ରକାର କଥା ଉଠେ । ସ୍ତ୍ରୀ ହୁଅନ୍ତୁ କି ସ୍ୱାମୀ ଭୁଲ୍‌ ମାଗିଦେଲେ କେହି ଛୋଟ ହୋଇଯିବେ ନାହିଁ । ହେଲେ ସେମାନେ ପ୍ରେସମିଟ୍‌ କରି କଥାକୁ ଅଧିକ ବିଗାଡ଼ି ଦେଉଛନ୍ତି ।

ସେହିପରି ଶ୍ରୀୟାଙ୍କ ଘର ଲୋକଙ୍କୁ ଆକ୍ରମଣ କରିବା ତଥା ମାଡ଼ ମାରିବା ଘଟଣା ମଧ୍ୟ ମିଛି ବୋଲି କଣ୍ଠଶୀଳ୍ପୀ ପ୍ରକାଶ କରିଛନ୍ତି । ଶ୍ରେୟା ମିଡିଆ ସାମ୍ନାର କହୁଥିଲା କଥା ବହୁତ ବ୍ୟଥିତ କରୁଛି, ଭାରି ସେଥିରେ ମୁଁ ମର୍ମାହତ । ବ୍ୟକ୍ତିଗତ ଜୀବନରେ ଏପରି ଘଟଣା ମନକୁ କଷ୍ଟ ଦେଉଛି । ଘରେ କେହି ରୁହନ୍ତି ନାହିଁ । ମା’ ବି ପାଖରେ ରୁହନ୍ତିନି, ବରଂ ଶ୍ରୀୟାଙ୍କ ଭାଇ କଟକରେ ପାଖରେ ରୁହନ୍ତି । ମୁଁ ସବୁବେଳେ ରେକର୍ଡିଂରେ ବ୍ୟସ୍ତ । ଘରେ ରହିବା ପାଇଁ ସମୟ ଟିକିଏ ବି ନାହିଁ । ନା ମଦ ପିଇବା ପାଇଁ ସମୟ ଅଛି, ନା ଏବେ ବୟସ ଅଛି ଏକ୍ଟ୍ରା ମ୍ୟାରିଟାଲ ଆଫେୟାର ପାଇଁ । ମୁଁ କ’ଣ ୨୫ ବର୍ଷ ବୟସର ହୋଇଛି ଯେ ଡାରେନାରେ ହେବି ବୋଲି ସେ କହିଛନ୍ତି ।

ଆଉ ଶ୍ରେୟାଙ୍କ ଶାଶୂ ବୋହୂ ବିରୋଧରେ ଆଣିଥିବା ଅଭିଯୋଗକୁ ସତ କରିଛନ୍ତି ହ୍ୟୁମାନ । ଘରେ ବାପ ଘର ଲୋକଙ୍କ ସହ ମଦ ପିଅନ୍ତି ଶ୍ରୀୟା । ଆଉ ଏକଥା ମା’ଙ୍କୁ ଭଲ ଲାଗୁନଥିଲା । ବାପା ଚାଲିଯିବା ପରେ ଏହି ଘଟଣା ଅଧିକ ଘଟିଲା । ସେଥିପାଇଁ ମନୋମାଳିନ୍ୟ ଆରମ୍ଭ ହୋଇଥିଲା । ହେଲେ ମୁଁ ମୋ ଶାଶୁଙ୍କ ବିରୋଧରେ କିଛି କହିବି ନାହିଁ, ସେ ମୋ ମା’ ଭଳିଆ । କାହାକୁ ମୁଁ ହେୟଜ୍ଞାନ କରେନାହିଁ । ଜୀବନରେ ମୋର ପରିବାର ମୋ ପାଇଁ ବହୁତ ଜରୁରୀ ।

ତେବେ ଥାନାରେ ଦୁଇ ଦିନ ସମୟ ଦେଇଥିବା ବେଳେ ସେହି ସମୟରେ ପ୍ରେସମିଟ୍‌ କରି ଏଣୁତେଣୁ କଥା କହିବା ଉଚିତ୍‌ ହୋଇନି । ଶ୍ରେୟା ଚାହିଁଥିଲେ ଦୁଇ ଦିନ ପରେ ମଧ୍ୟ ପ୍ରେସମିଟ କରିପାରି ଥାଆନ୍ତେ । ମୁଁ ଏବେ ବି କମ୍ପ୍ରମାଇଜ୍‌ କରିବା ପାଇଁ ଚାହୁଁଛି । ହେଲେ ସେ ସବୁ ଜାଣିଶୁଣି ମନରେ କଷ୍ଟ ଦେବା ଠିକ୍‌ ନୁହେଁ ।

ସୂଚନାଯୋଗ୍ୟ ଆଜି ପ୍ରେସ୍‌ମିଟ୍‌ କରି ହ୍ୟୁମାନଙ୍କ ପତ୍ନୀ ଶ୍ରୀୟା ଅନେକ ଖୁଲାସା କରିଛନ୍ତି । ‘ସ୍ୱାମୀଙ୍କ ନିର୍ଯାତନା ଅଧିକ ହେବାରୁ ଥାନାର ଦ୍ୱାରସ୍ଥ ହୋଇଥିବା ସେ କହିଥିଲେ । ଉଭୟ ମାନସିକ ଓ ଶାରିରୀକ ନିର୍ଯାତନା ଦେବା ସହ ମଦ ପିଇ ବହୁତ ପିଟନ୍ତି । ମଦ ପିଇବାକୁ ବାରଣ କରିବାରୁ ସେ ମାଡ଼ ମାରନ୍ତି । ଏପରିକି ମୋତେ ସିନ୍ଦୂର ଓ ବିନ୍ଦି ଲଗାଇବାକୁ ବାରଣ କରନ୍ତି ବୋଲି ସେ କହିଥିଲେ ।’