Five reasons why you shouldn’t miss sikandar
ସଲମାନ ଖାନଙ୍କ ଫିଲ୍ମ ‘ସିକନ୍ଦର’ର ଟିଜର ଏକ ଆଲୋଡ଼ନ ସୃଷ୍ଟି କରିଛି। ଏହା ସହିତ ଫିଲ୍ମକୁ ନେଇ କାଉଣ୍ଟଡାଉନ୍ ଆରମ୍ଭ ହୋଇଯାଇଛି। ସଲମାନ ଖାନଙ୍କ ମାସ ମସାଲା ଏଣ୍ଟର୍ଟେନ୍ମେଣ୍ଟ୍ ଏହି ଇଦ୍ରେ ବଡ ପରଦାରେ ମୁକ୍ତିଲାଭ କରିବାକୁ ଯାଉଛି।
ଏହା କେବଳ ଏକ ଆକ୍ସନ୍ ଫିଲ୍ମ ହେବ ନାହିଁ, ବରଂ ଏଥିରେ ଏକ ଜବରଦସ୍ତ କାହାଣୀ, ଇମୋସନ ଏବଂ ଡ୍ରାମା ମଧ୍ୟ ଦେଖିବାକୁ ମିଳିବ। ଏହା ୨୦୨୫ର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର। ତେବେ ଆପଣ ଏହି ଫିଲ୍ମ କାହିଁକି ଦେଖିବେ ତାହାର ୫ଟି କାରଣ ଜାଣନ୍ତୁ।
ଅଧିକ ପଢ଼ନ୍ତୁ: ଇଣ୍ଟର୍ନେଟ୍ରେ ହଇଚଇ ସୃଷ୍ଟିକରୁଛି ‘ସିକନ୍ଦର’ର ଟିଜର; ସଲମାନଙ୍କ ଡାଏଲଗ ଲଗଉଛି ନିଆଁ
ମ୍ୟାନ୍ ଅଫ୍ ମାସେସ୍:
ସଲମାନ ଖାନ ଉଭୟ ଅନ୍ ସ୍କ୍ରିନ୍ ଏବଂ ଅଫ୍ ସ୍କ୍ରିନର କିଙ୍ଗ୍। ‘ସିକନ୍ଦର୍’ ତାଙ୍କୁ ଲୋକଙ୍କ ଚମ୍ପିଅନ୍ ଭାବରେ ପ୍ରସ୍ତୁତ କରିଛିନ୍ତି। ଏଥିରେ ସେ ଏମିତି ଜଣେ ବ୍ୟକ୍ତିଙ୍କ ଭୂମିକାରେ ଅଭିନୟ କରିଛନ୍ତି ଯିଏ ମନ୍ଦ ଶକ୍ତି ବିରୋଧରେ ଲଢନ୍ତି। ସଲମାନଙ୍କୁ ପୁଣି ଥରେ ଜଣେ ମହାନ ହିରୋ ଭୂମିକାରେ ଦେଖିବାକୁ ମିଳିବ।
ଦମଦାର ଆକ୍ସନ୍:
ଫିଲ୍ମରେ ସଲମାନ ଖାନ ଥିବେ ଏବଂ ଏଥିରେ କୌଣସି ଆକ୍ସନ୍ ସିନ୍ ନ ଥିବ, ଏହା ଭାବିବା ଭୁଲ। ‘ସିକନ୍ଦର’ରେ ଥିବା ପାୱାର୍-ପ୍ୟାକ୍ ଆକ୍ସନ୍ ସିରିଜ୍ ପ୍ରଶଂସକମାନଙ୍କୁ ନିଶ୍ଚିତ ବାନ୍ଧି ରଖିବ। ଆର୍ ମୁରୁଗାଦୋସ୍ଙ୍କ୍ ନିର୍ଦ୍ଦେଶନାରେ ଦର୍ଶକମାନେ ଏକ ରୋମାଞ୍ଚକର ଡ୍ରାମାର ଅନୁଭବ କରିବେ।
ଅନସ୍କ୍ରିନ୍ ଫ୍ରେସ୍ ଯୋଡି:
‘ସିକନ୍ଦର’ରେ ସଲ୍ମାନ୍ ଖାନ୍ ଏବଂ ରଶ୍ମିକା ମନ୍ଦାନାଙ୍କ ମଧ୍ୟରେ ପ୍ରଥମ ଥର ପାଇଁ ଏକ ରୋମାଞ୍ଚକ ଯୋଡି ଦେଖିବାକୁ ମିଳିବ। ଭାଇଜାନଙ୍କ ଦମଦାର ସ୍ୱାଗ୍ ଏବଂ ରଶ୍ମିକାଙ୍କ ଆକର୍ଷଣୀୟ ପାୱାର୍ ବଲିଉଡରେ ନୂଆ ଟ୍ରେଣ୍ଡ୍ ତିଆରି କରିବାକୁ ଯାଉଛନ୍ତି।
ଅଧିକ ପଢ଼ନ୍ତୁ: ‘ସିକନ୍ଦର’ର ନୂଆ ପୋଷ୍ଟର ରିଲିଜ୍; ଦମଦାର୍ ଲୁକ୍ରେ ସଲ୍ମାନ ଖାନ୍
ଆର୍ ମୁରୁଗାଦୋସ୍ଙ୍କ ନିର୍ଦ୍ଦେଶନା:
‘ଗଜନୀ’ ଏବଂ ‘ହଲିଡେ: ଏ ସୋଲ୍ଜର୍ ଇଜ୍ ନେଭର୍ ଅଫ୍ ଡ୍ୟୁଟି’ ଭଳି ଆଇକନିକ୍ କ୍ଲାସିକ୍ ଚଳଚ୍ଚିତ୍ର ନିର୍ମାଣ କରିଥିବା ଆର୍ ମୁରୁଗାଦୋସଙ୍କ କ୍ୟାରିଅର୍ ସବୁବେଳେ ଦମଦାର। ଷ୍ଟାର୍ମାନଙ୍କୁ ସେମାନଙ୍କର ବେଷ୍ଟ୍ ଦେବା ପାଇଁ ଜଣାଶୁଣା ମୁରୁଗାଦାସ୍ ବର୍ତ୍ତମାନ ‘ସିକନ୍ଦର୍’ ପାଇଁ ସଲମାନ ଖାନଙ୍କ ସହ ମିଶିଛନ୍ତି।
ବେଷ୍ଟ୍ ଇଦ୍:
ଏଥିରେ କୌଣସି ସନ୍ଦେହ ନାହିଁ ଯେ ସଲମାନ ଖାନ ଇଦ୍ରେ ହିଁ ବେଷ୍ଟ୍ ଦିଅନ୍ତି। ସଲମାନଙ୍କ ଏହା ଏକ ଦୀର୍ଘ ଦିନର ପରମ୍ପରା ଯେ ପ୍ରେକ୍ଷାଳୟରେ ତାଙ୍କ ଚଳଚ୍ଚିତ୍ରର ଶବ୍ଦରୁ ହିଁ ଇଦ୍ ଉତ୍ସବ ଆରମ୍ଭ ହୁଏ। ମାର୍ଚ୍ଚ ୨୦୨୫ରେ ‘ସିକନ୍ଦର’ ରିଲିଜ୍ ହେବା ସହିତ ଅଭିନେତା ତାଙ୍କ ପ୍ରଶଂସକମାନଙ୍କୁ ସର୍ବୋତ୍ତମ ଇଦ୍ ଦେବା ପାଇଁ କୌଣସି ବି ମୌକା ଛାଡି ନାହାଁନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1740741177.jpg)