Advertisment

ଆଜି କୋଟି କୋଟି ଟଙ୍କାରେ ଖେଳୁଥିବା ଏହି ତାରକାଙ୍କ ପ୍ରଥମ ଦରମା ୫୦ ତ କାହାର ୧୦୦ ଟଙ୍କା ଥିଲା

ଶାହରୁଖ ଖାନଙ୍କ ଠାରୁ ସଲମାନ ଖାନ ପର୍ଯ୍ୟନ୍ତ ଆଜି କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି। ଏହି ତାରକାମାନଙ୍କ ପାଇଁ ଏହି ଯାତ୍ରା ଏତେ ସହଜ ନଥିଲା। ଏହି ସୁପର୍‌ଷ୍ଟାର୍‌ମାନଙ୍କର ପ୍ରଥମ ରୋଜଗାର ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ। କେହି କେହି ୭୦ ଟଙ୍କାରୁ ମଧ୍ୟ ରୋଜଗାର ଆରମ୍ଭ କରିଛନ୍ତି।

author-image
Pramod Behera
ଅଦ୍ୟତନ ହୋଇଛି
First salary Of Bollywood Celebrities

First salary of these superstars will shock you

ବଲିଉଡ୍‌ ତାରକା ଏବଂ ସେମାନଙ୍କର ବିଳାସପୂର୍ଣ୍ଣ ଜୀବନ ପ୍ରାୟତଃ ଚର୍ଚ୍ଚାରେ ରହିଥାଏ। ଏମାନଙ୍କ କୋଟି କୋଟି ଟଙ୍କାର ବଙ୍ଗଳା, ଦାମୀ କାର୍, ଡିଜାଇନିଂ ପୋଷାକ-ଜୋତା ଏବଂ ବ୍ୟାଗ୍ ଆଦିକୁ ଦେଖି ସମସ୍ତଙ୍କ ମନରେ ସେମାନଙ୍କ ଭଳି ଜୀବନଯାପନ କରିବାର ଇଚ୍ଛା ସୃଷ୍ଟି ହୁଏ। ବିଳାସପୂର୍ଣ୍ଣ ଜୀବନ ଯାପନ କରିବା ନେଇ ଏହି ତାରକାମାନଙ୍କ ପାଖରେ ସମସ୍ତ ଆବଶ୍ୟକୀୟ ଜିନିଷ ରହିଥାଏ, ଯାହା ସାଧାରଣ ଲୋକଙ୍କ ପାଇଁ ସ୍ୱପ୍ନ ହୋଇଯାଏ।

Advertisment

ଅଧିକ ପଢ଼ନ୍ତୁ: ଏହିସବୁ ପରିସ୍ଥିତି ତାରକାଙ୍କୁ କାନ୍ଦିବାକୁ ବାଧ୍ୟ କରିଛି

ଆଜି ସେମାନଙ୍କ ପାଖରେ ସିନା କୋଟି କୋଟି ଟଙ୍କାର ସମ୍ପତ୍ତି ଅଛି, ହେଲେ ଏମାନଙ୍କର ଏହି ଯାତ୍ରା ଏତେ ସହଜ ନଥିଲା। ଗୋଟିଏ ସମୟରେ ସେମାନଙ୍କର ରୋଜଗାର ମଧ୍ୟ କିଛି ଟଙ୍କା ବା ହଜାରରେ ସୀମିତ ଥିଲା। ଶାହରୁଖ ଖାନ ଙ୍କ ଠାରୁ ସଲମାନ ଖାନଙ୍କ ପର୍ଯ୍ୟନ୍ତ, ଆଜି ଯେଉଁ ବଲିଉଡ୍‌ ତାରକାମାନଙ୍କୁ ଆପଣ କୋଟି କୋଟି ଟଙ୍କାରେ ଖେଳୁଥିବା ଦେଖୁଛନ୍ତି ସେମାନଙ୍କ ପ୍ରଥମ ରୋଜଗାର ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ତେବେ ଆସନ୍ତୁ ବଲିଉଡ୍‌ର ସେହି ତାରକାମାନଙ୍କର ପ୍ରଥମ ଦରମା ବିଷୟରେ ଜାଣିନେବା।

ଅମିତାଭ ବଚ୍ଚନ:

ବଲିଉଡ୍‌ର ଶେହଂଶାହ ଅମିତାଭ ବଚ୍ଚନଙ୍କର ଆଜି କିଛି ଅଭାବ ନାହିଁ। ବଙ୍ଗଳା, କାର୍ ଠାରୁ ଆରମ୍ଭ କରି ଡିଜାଇନିଂ ପୋଷାକ ପର୍ଯ୍ୟନ୍ତ ସବୁକ୍ଷେତ୍ରରେ ଆଜି ବିଗ୍ ବି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। କେତେକ ରିପୋର୍ଟ ଅନୁଯାୟୀ, ତାଙ୍କର ପ୍ରଥମ ଦରମା ୫୦୦ ଟଙ୍କା ଥିଲା।

Advertisment

ଶାହରୁଖ ଖାନ:

ବଲିଉଡ୍‌ର ବାଦଶାହ ଯିଏ ଆଜି ଲକ୍ଷ ଲକ୍ଷ ଲୋକଙ୍କ ହୃଦୟର ସ୍ପନ୍ଦନ ହୋଇଯାଇଛନ୍ତି ଏବଂ କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକ, ତାଙ୍କର ମଧ୍ୟ ଏକ କଷ୍ଟକର ଯାତ୍ରା ଥିଲା। ଖବର ଅନୁଯାୟୀ, ଶାହାରୁଖଙ୍କ ପ୍ରଥମ ଦରମା ମାତ୍ରା ୫୦ ଟଙ୍କା ଥିଲା। ଆଜି ଶାହାରୁଖ, ଯିଏ କୋଟି କୋଟି ଫି’ ନେଉଛନ୍ତି, ଦିନେ ମଧ୍ୟ ୫୦ ଟଙ୍କାରେ କାମ କରିଥିଲେ।

ଅକ୍ଷୟ କୁମାର:

ବଲିଉଡ୍‌ ଅଭିନେତା ତଥା ଖିଲାଡି କିଙ୍ଗ୍ ଅକ୍ଷୟ କୁମାରଙ୍କ ପାଖରେ ଆଜି ମଧ୍ୟ କୋଟି କୋଟି ଟଙ୍କାର ସମ୍ପତ୍ତି ରହିଛି। ଆଜି କୋଟିପତିର ମାଲିକ ଅକ୍ଷୟ କୁମାର ଦିନେ ୧୨୦୦ ଟଙ୍କା ଦରମାରେ କାମ ଆରମ୍ଭ କରିଥିଲେ।

ସଲମାନ ଖାନ:

ଦବଙ୍ଗ ମ୍ୟାନ ସଲମାନ ଖାନ ଆଜି ଗୋଟିଏ ଫିଲ୍ମ ପାଇଁ କୋଟି କୋଟି ଟଙ୍କା ଚାର୍ଜ କରୁଛନ୍ତି। କିନ୍ତୁ ଭାଇଜାନ୍‌ଙ୍କ ପ୍ରଥମ ଦରମା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ତାଙ୍କ ପ୍ରଥମ ଦରମା ଶାହରୁଖ ଖାନଙ୍କ ଦରମାଠାରୁ ମାତ୍ର ୭ ଟଙ୍କା ଅଧିକ ଥିଲା। ଖବର ଅନୁଯାୟୀ, ସେ ତାଙ୍କର ପ୍ରଥମ ଦରମା ଭାବରେ ୫୭ ଟଙ୍କା ପାଇଥିଲେ।

ଆମୀର ଖାନ:

ମିଷ୍ଟର୍ ପର୍‌ଫେକ୍ସନିଷ୍ଟ୍‌ ଆମୀର ଖାନ ଏବେ ତାଙ୍କର ଗୋଟିଏ ଫିଲ୍ମ ପାଇଁ ଅତି କମରେ ୫୦ କୋଟି ଟଙ୍କା ଚାର୍ଜ କରନ୍ତି। କିନ୍ତୁ ଅଭିନେତାଙ୍କୁ ପ୍ରଥମ ଦରମା ଭାବରେ ୧ ହଜାର ଟଙ୍କା ମିଳିଥିଲା।

ପ୍ରିୟଙ୍କା ଚୋପ୍ରା:

ଗ୍ଲୋବାଲ୍ ଷ୍ଟାର୍ ପ୍ରିୟଙ୍କା ଚୋପ୍ରା ୨୦୦୦ ମସିହାରେ ମିସ୍ ୱାର୍ଲ୍ଡ ମୁକୁଟ ପିନ୍ଧିଥିଲେ। ଆଜି ଅଭିନେତ୍ରୀ କେବଳ ବଲିଉଡ୍‌ରେ ନୁହେଁ, ହଲିଉଡ୍‌ରେ ମଧ୍ୟ ନିଜର ପରିଚୟ ସୃଷ୍ଟି କରିଛନ୍ତି। ସେ ଗୋଟିଏ ଫିଲ୍ମ ପାଇଁ କୋଟି ଟଙ୍କା ଚାର୍ଜ କରୁଛନ୍ତି। କିନ୍ତୁ ତାଙ୍କୁ ପ୍ରଥମ ଆସାଇନ୍‌ମେଣ୍ଟ୍‌ ପାଇଁ ୫୦୦୦ ଟଙ୍କା ମିଳିଥିଲା।

ହ୍ରିତିକ ରୋଶନ:

ବଲିଉଡ୍‌ର ଗ୍ରୀକ୍ ଗଡ୍‌ ହ୍ରିତିକ ରୋଶନ ସେହି ବୟସରେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ ଯେତେବେଳେ ପିଲାମାନେ ଖେଳିବାରେ ବ୍ୟସ୍ତ ଥାନ୍ତି। ସେ ଶିଶୁ କଳାକାର ଭାବରେ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ ଏବଂ ତାଙ୍କ କାମ ପାଇଁ ପ୍ରଥମ ଦରମା ଭାବରେ ତାଙ୍କୁ ମାତ୍ର ୧୦୦ ଟଙ୍କା ମିଳିଥିଲା।

Salman Khan Priyanka Chopra Amitabh Bachchan Bollywood Aamir Khan Hritik Roshan Shahrukh Khan
Advertisment
Advertisment