Advertisment

ଏହିସବୁ ପରିସ୍ଥିତି ତାରକାଙ୍କୁ କାନ୍ଦିବାକୁ ବାଧ୍ୟ କରିଛି

ସମ୍ବେଦନଶୀଳତାରୁ କେହି ବି ମୁକ୍ତି ନୁହନ୍ତି। ସେ ଧନୀ ହେଉ କି ନିର୍ଧନ୍‌ ସମସ୍ତେ ଭାବନା ରାଇଜରେ ବନ୍ଧା। ଏଥିରୁ ମଧ୍ୟ ମୁକୁଳି ନାହାନ୍ତି ସେଲିବ୍ରିଟିମାନେ। ସେମାନେ ଏମିତି ଅନେକ ପରିସ୍ଥିତିର ସାମ୍ନା କରିଛନ୍ତି ଯାହା ତାଙ୍କୁ କାନ୍ଦିବାକୁ ବାଧ୍ୟ କରିଛି।

author-image
Pramod Behera
These stars force to cry in these reason

These stars force to cry in these reason

ନୂଆଦିଲ୍ଲୀ: ସମ୍ବେଦନଶୀଳତା ପ୍ରତ୍ୟେକ ମଣିଷର ଜନ୍ମଗତ ଗୁଣ। ମଣିଷ ଏକ ମିଶ୍ରିତ ଭାବନାର ଜୀବ। ତା’ରି ଭିତରେ ରହିଛି ହସ, କାନ୍ଦ, ରାଗ, ରୁଷା, ଅଭିମାନ, ହିଂସା ସବୁକିଛି। ଏହି ସବୁ ପୁଞ୍ଜିକୁ ନେଇ ମଣିଷ ଜୀଇଥାଏ ଜୀବନ। ମଣିଷ ଯେବେବେଳେ କୌଣସି ଏକ ଭାବାତ୍ମକ ପରିସରକୁ ଚାଲିଆସେ ତା’ ଆଖିରୁ ଆପେ ଆପେ ଝରିପଡେ କେଇ ବୁନ୍ଦା ଲୁହ। ସମ୍ବେଦନଶୀଳତା ଦେଖେ ନାହିଁ ଧନୀ କି ଗରିବ। ସେ କୋଟିପତି ହୋଇଥାଉ ବା କୌଣସି ସେଲିବ୍ରେଟୀ ସମସ୍ତେ ଏହି ଭାବନାରେ ବନ୍ଧା।

Advertisment

ଅନେକ ତାରକାଙ୍କୁ ମଧ୍ୟ ଦେଖାଯାଏ ସେମାନେ ମଧ୍ୟ ନିଜ ଭାବନାକୁ ନିୟନ୍ତ୍ରଣ କରି ପାରି ନାହାନ୍ତି। ସେମାନଙ୍କ ସାମ୍ନାରେ ମଧ୍ୟ ଏଭଳି ପରିସ୍ଥିତି ଆସିଛି ଯେଉଁଠି ସେମାନେ ନିଜ ଲୁହକୁ ଅଟକେଇ ପାରି ନାହାନ୍ତି। ସେମାନେ ଜନତାଙ୍କ ସାମ୍ନାରେ କାନ୍ଦି ପକେଇଛନ୍ତି। ତେବେ ଆସନ୍ତୁ ସେଭଳି କିଛି ତାରକା ଓ ସେମାନଙ୍କ ସହିତ ଜଡିତ କିଛି ଘଟଣା ବିଷୟରେ ଜାଣିନେବା।

ଅମିତାଭ ବଚ୍ଚନ:

These stars force to cry in these reason କେବିସିରେ କାନ୍ଦିଥିଲେ ଅମିତାଭ ବଚ୍ଚନ

ନିକଟରେ କେବିବି ତା’ର ହଜାରେ ତମ ଏପିସୋଡ୍‌ର ଉତ୍ସବ ପାଳନ କରୁଥିଲା। ଏହା ବିଗ୍ ବିଙ୍କ ପାଇଁ ଏକ ବଡ ଉପଲବ୍ଧି। ଏହି ଅବସରରେ ଅମିତାଭଙ୍କ ସାମ୍ନାରେ ହଟ୍ ସିଟ୍‌ରେ ଶ୍ୱେତା ବଚ୍ଚନ ନନ୍ଦା ଓ ନାବ୍ୟା ନବେଲୀ ନନ୍ଦା ଉପସ୍ଥିତ ଥିଲେ। ଏହି ସମୟରେ ଅମିତାଭ ଭାବୁକ ହୋଇପଡିଲେ ଓ ତାଙ୍କ ଆଖିରୁ ଲୁହ ବୋହି ଆସିଲା। ସେ କାନ୍ଦି କାନ୍ଦି କହିଲେ- ଖେଳ ଏବେ ଶେଷ ହୋଇନି। ଏହା ଶୁଣି ସବୁ ପ୍ରଶଂସକମାନେ ମଧ୍ୟ ଭାବୁକ ହୋଇଯାଇଥିଲେ।

Advertisment

ଜନ୍‌ ଆବ୍ରାହମ୍‌:

These stars force to cry in these reason ନିଜ ଆଖି ଲୁହକୁ ଅଟକେଇ ପାରି ନ ଥିଲେ ଜନ ଆବ୍ରାହମ୍

ଜନ ଆବ୍ରାହମ୍‌ ମଧ୍ୟ ନିକଟରେ ଅମିତଭ ବଚ୍ଚନଙ୍କ ଲୋକପ୍ରିୟ ଶୋ’ କେବିସିରେ ଅଂଶଗ୍ରହଣ କରିଥିଲେ। ସେ ତାଙ୍କର ଫିଲ୍ମ ‘ସତ୍ୟମେବ ଜୟତୀ ୨’ର ପ୍ରମୋଶନ ପାଇଁ ଆସିଥିଲେ। ଏହି ଅବସରରେ ଅମିତାଭ ବଚ୍ଚନ ଜନ୍ ଆବ୍ରାହମ୍‌ଙ୍କୁ ପଚାରିଥିଲେ ଯେ ଏଥିରୁ ଯେଉଁ ଅର୍ଥ ଜିତିବେ ସେ କ’ଣ କରିବେ? ଏହି କଥାରେ ଜନ୍‌ ଭାବୁକ ହୋଇଯାଇଥିଲେ। ସମସ୍ତେ ଜାଣନ୍ତି ଯେ ଜନ୍‌ ଜଣେ ପଶୁପ୍ରେମୀ ଲୋକ ଏବଂ ସେ ଅନେକ ପଶୁ ମଙ୍ଗଳକାରୀ ସଂସ୍ଥା ସହିତ ଜଡିତ ଅଛନ୍ତି। ଏହାରି ଉପରେ କହିବାକୁ ଯାଇ ଜନ ଯେତେବେଳେ ପଶୁପକ୍ଷୀମାନଙ୍କ ଅସୁବିଧାର କଥା ଉଠେଇଲେ ସେ ଭାବୁକ ହୋଇ କାନ୍ଦିବାକୁ ଲାଗିଲେ।

ଐଶ୍ୱର୍ଯ୍ୟା ରାୟ ବଚ୍ଚନ:

These stars force to cry in these reason ଏହି କାରଣରୁ ଝରିଥିଲା ଐଶ୍ୱର୍ଯ୍ୟାଙ୍କ ଲୁହ

ବଡିଉଡ୍‌ର ସବୁଠାରୁ ଶକ୍ତିଶାଳୀ ଅଭିନେତ୍ରୀମାନଙ୍କ ମଧ୍ୟରେ ଐଶ୍ୱର୍ଯ୍ୟା ରାୟ ଜଣେ। କିନ୍ତୁ ଥରେ ଏକ ସାମ୍ବାଦିକ ସମ୍ମିଳନୀରେ ଯେତେବେଳେ ଐଶ୍ୱର୍ଯ୍ୟାଙ୍କୁ ତାଙ୍କ ଜୀବନରେ ତାଙ୍କ ବାପାଙ୍କ ଅବଦାନ ବିଷୟରେ ପଚରାଗଲା ସେତେବେଳେ ସେ ଭାବୁକ ହୋଇପଡିଥିଲେ। ସେତେବେଳେ ତାଙ୍କ ବାପା ମଧ୍ୟ ପାଖରେ ଥିଲେ। ବାପାଙ୍କ ବିଷୟରେ କହୁଥିବା ବେଳେ ଐଶ୍ୱର୍ଯ୍ୟା କାନ୍ଦି ପକେଇଥିଲେ।

ଜୟା ବଚ୍ଚନ:

These stars force to cry in these reason ଜୟା ବି କାନ୍ଦିଥିଲେ

ଜୟା ବଚ୍ଚନ ଯେତେବେଳେ ମହିଳାମାନଙ୍କ ସୁରକ୍ଷା ନେଇ କାମ କରୁଥିଲେ। ଏହି ଅବସରରେ ଏକ ସାମ୍ବାଦିକ ସମ୍ମିଳନୀରେ ଯେତେବେଳେ ତାଙ୍କ ମହିଳା ସୁରକ୍ଷା ନେଇ ପ୍ରଶ୍ନ କରାଯାଇଥିଲା, ଏହାକୁ ନେଇ ସେ ଭାବୁକ ହୋଇପଡିଥିଲେ। ତାଙ୍କ ଆଖି ଛଳ ଛଳ ହୋଇଯାଇଥିଲା। ସେ କହିଥିଲେ ଯେ ଆମକୁ ଏକ ସମାଜ ଭଳି ଶିକ୍ଷିତ ହେବାର ଅଛି। ଏହା ପରେ ସବୁ କିଛି ଠିକ୍‌ଠାକ୍ ଚାଲିବ।

ଅମିର ଖାନ୍:

These stars force to cry in these reason ନିଜ ଭାବନାକୁ ନ ଅଟକେଇ ଅନେକ ଥର କାନ୍ଦିଛନ୍ତି ଅମିର ଖାନ୍

ଏମିତିରେ ବି ଅମିର ଖାନ୍‌ ଜଣେ ଭାବୁକ ବ୍ୟକ୍ତି। ତାଙ୍କ ସହ ଏମିତି ଅନେକ ବାର ହୋଇଛି ଯାହା ଫଳରେ ସେ ମିଡିଆ ସାମ୍ନାରେ ଭାବୁକ ହୋଇ କାନ୍ଦି ପକେଇଛନ୍ତି। ତାଙ୍କର ଲୋକପ୍ରିୟ କାର୍ଯ୍ୟକ୍ରମ ‘ସତ୍ୟମେବ ଜୟତେ’ ସମୟରେ ସେ ଏମିତି ଅନେକ ଘଟଣାର ସମ୍ମୁଖିନ ହୋଇଛନ୍ତି, ଯେଉଁଥିରେ ସେ ଭାବୁକ ହୋଇ କାନ୍ଦିପକେଇଛନ୍ତି। ଅମିର ଖାନଙ୍କ ଫିଲ୍ମ ‘ଦଙ୍ଗଲ’ ଯେତେବେଳେ ରିଲିଜ୍ ହୋଇଥିଲା ଏହି ସମୟରେ ସିନେମା ହଲ୍ ବାହାରକୁ ଆସିବା ବେଳେ ସେ କାନ୍ଦି ପକେଇଥିଲେ। ଏହି ଲୁହ ଖୁସିର ଥିଲା ଏବଂ ଲୋକମାନଙ୍କର ସକରାତ୍ମକ ପ୍ରତିକ୍ରିୟା ଦେଖି ସେ ଭାବୁକ ହୋଇପଡିଥିଲେ।

ଅନିଲ କପୁର:

These stars force to cry in these reason ଅନିଲ କପୁର ବି କାନ୍ଦିବାରୁ ମୁକ୍ତି ନୁହେଁ

ନିଜର ଆକର୍ଷଣୀୟ ଓ ଦୃଢ ବ୍ୟକ୍ତିତ୍ୱ ନେଇ ପରିଚିତ ଅନିଲ କପୁର ମଧ୍ୟ କ୍ୟାମେରା ସାମ୍ନାରେ ନିଜ ଲୁହକୁଅ ରୋକିପାରି ନ ଥିଲେ। ଏକ କ୍ୟାସେଟ୍ ଲଞ୍ଜ୍ ସମୟରେ ସେ କାନ୍ଦି ପକେଇଥିଲେ। ସେହି ଆଲ୍‌ବମ୍ ଥିଲା ‘ମେରେ ପାପା’। ସେ ନିଜ ପିଲାମାନଙ୍କ ବିଷୟରେ ଚିନ୍ତାକରି କାନ୍ଦିପକେଇଥିଲେ। ସେତେବେଳେ ତାଙ୍କ ପାଖରେ ତାଙ୍କ ଝିଅ ସୋନମ କପୁର ଥିଲେ। ଏନେଇ ସେ ତାଙ୍କୁ ସମ୍ଭାଳି ନେଇଥିଲେ।

ରଣବୀର ସିଂହ:

These stars force to cry in these reason ରଣବୀରଙ୍କ ଆଖିରେ ଲୁହ

ରଣବୀର ସିଂହ ତ ନିଜର ବିନ୍ଦାସ୍ ବ୍ୟକ୍ତିତ୍ୱ ନେଇ ଲୋକପ୍ରିୟ। ସେ ସବୁବେଳେ ଶାନ୍ତ ସ୍ୱଭାବର। କିନ୍ତୁ ତାଙ୍କୁ ମଧ୍ୟ କେତେଥର କ୍ୟାମେରା ସାମ୍ନାରେ ଭାବୁକ ହେବାର ଦେଖାଯାଇଛି। ତାଙ୍କ ପାଇଁ ଲୁହ ରୋକିବା କଷ୍ଟକର ହୋଇପଡିଥିଲା। ଥରେ ରଣବୀର ସିଂହ ସିମୀ ଗ୍ରେୱାଲଙ୍କ ଚାଟ୍ ଶୋରେ ଅଂଶଗ୍ରହଣ କରିଥିଲେ। ଏହି ସମୟରେ ସେ ତାଙ୍କ ସଂଘର୍ଷର ଦିନର କଥାକୁ କହି ଭାବୁକ ହୋଇପଡିଥିଲେ।

ଦୀପିକା ପାଦୁକୋନ୍:

These stars force to cry in these reason କାନ୍ଦିପକେଇଲେ ଦୀପିକା ପାଦୁକୋନ

ଗୋଟିଏ କି ଦୁ‍ଇଟା ନୁହେଁ ଏମିତି ଅନେକ ପରିସ୍ଥିତି ଆସିଛି ଯେଉଁଠି ଦୀପିକାଙ୍କୁ ଭାବୁକ ହେବାର ଦେଖାଯାଇଛି। ଅନେକ ଲୋକ ତ ଏମିତି ବି ଭାବନ୍ତି ଯେ ସେ ବୋଧେ ପୂର୍ବରୁ ଦୁଃଖରେ ଥାଆନ୍ତି, ଏନେଇ କାନ୍ଦି ପକାନ୍ତି। କିନ୍ତୁ କୋମଳ ହୃଦୟର ଦୀପିକାଙ୍କୁ କାନ୍ଦିବା ଦେଖି ତାଙ୍କ ପ୍ରଶଂସକମାନଙ୍କୁ ସେମିତି କିଛି ପରକ ପଡେନି। ସେ ବଲିଉଡ୍‌ର ଜଣେ ଉତ୍ସାହୀ କଳାକାର ହୋଇଥିବା ବେଳେ ଜଣେ ଗପୁରୀ ମଧ୍ୟ।

ସଲମାନ ଖାନ୍:

These stars force to cry in these reason କାହିଁକି କାନ୍ଦିଲେ ଭାଇଜାନ

ସଲମାନ ଖାନଙ୍କ କୋମଳ ହୃଦୟକୁ ପ୍ରାୟ ସମସ୍ତେ ଜାଣନ୍ତି। ସେ ଗରିବଙ୍କର ଭଗବାନ ଭାବେ ବେଶ ପରିଚିତ। ସଲମାନ ସବୁବେଳେ ଏକ ସାଧାରଣ ଜୀବନ ଜୀଅନ୍ତି, ଏନେଇ ସେ ସାଧାରଣ ଲୋକଙ୍କୁ ବେଶ ପସନ୍ଦ କରନ୍ତି। ତାଙ୍କ କ୍ଷେତ୍ରରେ ଏମିତି ଅନେକ ସମୟ ଆସିଛି ଯେଉଁ ପରିସ୍ଥିତିରେ ସେ ଭାବୁକ ହୋଇପଡିଛନ୍ତି ଓ ତାଙ୍କ ଆଖିରୁ ଲୁହ ଝରିପଡିଛି।

Bollywood
Advertisment
Advertisment