Advertisment

ED Questions Sonu Sood: ED ପଞ୍ଝାରେ ସୋନୁ ସୁଦ୍‌; ଠକେଇ ମାମଲାରେ ପଚରାଉଚରା

ବେଟିଂ ଆପ୍ ମାମଲାରେ ED ଅନେକ ବଲିଉଡ୍ ଷ୍ଟାରଙ୍କୁ ପଚରାଉଚରା କରିଛି। ଏଥିରେ ଫସିଛନ୍ତି ଉର୍ବଶୀ ରୌତେଲା ଏବଂ ସୋନୁ ସୁଦ। ତେବେ, ଉର୍ବଶୀ ଏବଂ ସୋନୁଙ୍କ ଟିମ୍ ଏପର୍ଯ୍ୟନ୍ତ ଏ ବିଷୟରେ କୌଣସି ପ୍ରତିକ୍ରିୟା ଦେଇ ନାହାଁନ୍ତି।

author-image
Pramod Behera
ଅଦ୍ୟତନ ହୋଇଛି
ED questions Sonu Sood in ban betting app case

ED questions Sonu Sood in ban betting app case

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ବେଟିଂ ଆପ୍ ମାମଲାରେ ଅନେକ ବଲିଉଡ୍ ଷ୍ଟାରଙ୍କୁ ପଚରାଉଚରା କରିଛି। ଏଥିରେ ଉର୍ବଶୀ ରୌତେଲା ଏବଂ ସୋନୁ ସୁଦଙ୍କ ଭଳି ବଡ଼ ନାଁ ମଧ୍ୟ ସାମିଲ ଅଛନ୍ତି। ଏକ ରିପୋର୍ଟ ଅନୁଯାୟୀ, ED ଉର୍ବଶୀ ଏବଂ ସୋନୁଙ୍କୁ ଅନ୍‌ଲାଇନ୍ ବେଟିଂ ପ୍ଲାଟ୍‌ଫର୍ମ ସହିତ ସେମାନଙ୍କର ସମ୍ପର୍କ ଏବଂ ସମର୍ଥନକୁ ନେଇ ପଚରାଉଚରା କରିଛି।

Advertisment

ଉର୍ବଶୀ ଏବଂ ସୋନୁଙ୍କ ବ୍ୟତୀତ ହରଭଜନ ସିଂହ, ଯୁବରାଜ ସିଂହ ଏବଂ ସୁରେଶ ରୈନାଙ୍କ ଭଳି କ୍ରିକେଟର୍‌ଙ୍କୁ ମଧ୍ୟ ବେଟିଂ ଆପ୍ ମାମଲାରେ ଇଡି ପଚରାଉଚରା କରିଛି। ଏହି ମାମଲା ବିଷୟରେ ସୂଚନା ଦେଇ ଜଣେ ଇଡି ଅଧିକାରୀ କହିଛନ୍ତି, "କିଛି ବେଟିଂ ଆପ୍ ବଲିଉଡ୍ ଷ୍ଟାର୍‌, କ୍ରିକେଟର ଏବଂ ଇନ୍‌ଫ୍ଲୁଏନସର୍‌ ସହିତ ଡିଲ୍ କରିଛନ୍ତି। ସରକାର ସ୍ପଷ୍ଟ ଭାବରେ ଏହି ଆପ୍ସକୁ ବ୍ୟାନ୍ କରିବା ପରେ ମଧ୍ୟ ସେମାନେ ପ୍ରଚାର ମାଧ୍ୟମରେ ବିପୁଳ ଲୋକପ୍ରିୟତା ହାସଲ କରିଛନ୍ତି।

ଅଧିକ ପଢ଼ନ୍ତୁ:ଆଇନ୍ ଉଲ୍ଲଂଘନ କରି ହରଡଘଣାରେ ସୋନୁ ସୁଦ; ପୋଲିସ୍ କହିଲା…

ତେବେ, ଉର୍ବଶୀ ରୌତେଲା ଏବଂ ସୋନୁ ସୁଦଙ୍କ ଟିମ୍ ଏପର୍ଯ୍ୟନ୍ତ ଏ ବିଷୟରେ କୌଣସି ପ୍ରତିକ୍ରିୟା ଦେଇ ନାହାଁନ୍ତି। ସେଲିବ୍ରିଟିଙ୍କ ପକ୍ଷରୁ ମଧ୍ୟ କୌଣସି ଉତ୍ତର ଆସିନାହିଁ। ଚଳିତ ବର୍ଷ ମାର୍ଚ୍ଚରେ, ହାଇଦ୍ରାବାଦରେ ୨୫ ଜଣ ସେଲିବ୍ରିଟିଙ୍କ ବିରୁଦ୍ଧରେ ଏକ ଏଫ୍‌ଆଇଆର୍‌ ରୁଜୁ ହୋଇଥିଲା, ଯେଉଁଥିରେ ବିଜୟ ଦେବରକୋଣ୍ଡା, ରାଣା ଦଗ୍ଗୁବତୀ, ପ୍ରକାଶ ରାଜ, ମାଞ୍ଚୁ ଲକ୍ଷ୍ମୀ, ପ୍ରଣିତା ଏବଂ ନିଧି ଅଗ୍ରୱାଲଙ୍କ ନାଁ ସାମିଲ ଥିଲା।

Advertisment

ଏହି ତାରକାମାନଙ୍କ ଉପରେ ବେଆଇନ କିମ୍ବା ବ୍ୟାନ୍ ବେଟିଂ ଆପ୍ସର ପ୍ରଚାର କରିବାର ଅଭିଯୋଗ ଥିଲା। ଅଭିଯୋଗରେ କୁହାଯାଇଥିଲା ଯେ ଏହି ସ୍କାମ୍‌ରେ ବହୁତ ଟଙ୍କା ଲାଗିଛି। ଯେତେବେଳେ ଏହି କଥା ସାମ୍ନାକୁ ଆସିଲା, ହିନ୍ଦୀ ସିନେମାରେ ଖଳନାୟକ ଭୂମିକା ନିଭାଇ ନାଁ କମାଇଥିନା ସାଉଥ୍ ଅଭିନେତା ପ୍ରକାଶ ରାଜ ସ୍ୱୀକାର କରିଥିଲେ ଯେ ସେ ୨୦୧୫ ମସିହାରେ ଏପରି ଏକ ବିଜ୍ଞାପନରେ କାମ କରିଥିଲେ।

କିନ୍ତୁ ଗୋଟିଏ ବର୍ଷ ମଧ୍ୟରେ ସେ ଏହି ଡିଲ୍‌ରୁ ବାହାରି ଆସିଥିଲେ। ସେହି ସମୟରେ, 'ରାଣା ନାଇଡୁ' ଫେମ୍ ରାଣା ଦଗ୍ଗୁବାତୀଙ୍କ ଟିମ୍ ମଧ୍ୟ ସ୍ପଷ୍ଟ କରିଥିଲେ ଯେ ତାଙ୍କର ଚୁକ୍ତି ସମସ୍ତ ଆଇନ ଅନୁଯାୟୀ ହୋଇଥିଲା ଏବଂ ସେ କୌଣସି ବେଆଇନ ଚୁକ୍ତିରେ ଜଡିତ ନଥିଲେ।

ଏହି ମାମଲାରେ, ବଲିଉଡ୍ ଅଭିନେତ୍ରୀ ଏବଂ ସାଂସଦ କଙ୍ଗନା ରାଣାୱତ ଏହି ଷ୍ଟାର୍‌ମାନଙ୍କ ଉପରେ ବର୍ଷିଥିଲେ। ସେ କହିଥିଲେ ଯେ ତାଙ୍କୁ ମଧ୍ୟ ଅନେକ ଥର ଏପରି ବିଜ୍ଞାପନ ମିଳେ କିନ୍ତୁ ସେ କେବେବି ବେଆଇନ ବିଜ୍ଞାପନର ଅଂଶ ହୁଅନ୍ତି ନାହିଁ। ସେ ପ୍ରତ୍ୟେକ ଥର ଏପରି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରନ୍ତି। ସେ ସେଲିବ୍ରିଟିମାନଙ୍କୁ ଭର୍ତ୍ସନା କରିଥିଲେ ଏବଂ ସେମାନଙ୍କୁ ନିଜ ନିଜ ରାସ୍ତା ପରିବର୍ତ୍ତନ କରିବାକୁ କହିଥିଲେ।

ଅଧିକ ପଢ଼ନ୍ତୁ:ଠକେଇ ମାମଲାରେ ଛନ୍ଦି ହୋଇଛନ୍ତି ସୋନୁ ସୁଦ୍; କୋର୍ଟରେ କହିଲେ ଏମିତି

Sonu Sood Bollywood Urvashi Rautela
Advertisment
Related Articles
Advertisment