/odishatv-khabar/media/post_attachments/uploadimage/library/16_9/16_9_0/IMAGE_1731064259.jpg)
Devara part 1 streaming on OTT Know 5 Things Before You Watch
ଅପେକ୍ଷାର ଅନ୍ତ ଘଟିଛି। ସାଉଥ୍ ଫିଲ୍ମ ‘ଦେବରା ପାର୍ଟ ୧’ ବର୍ତ୍ତମାନ OTT ରେ ରିଲିଜ୍ ହୋଇଛି। Jr NTR ଏବଂ ଜାହ୍ନଭୀ କପୁରଙ୍କ ଅଭିନୀତ ଏହି ଚଳଚ୍ଚିତ୍ର ପ୍ରେକ୍ଷାଳୟରେ ହିଟ୍ ହୋଇଥିଲା ଏବଂ ବର୍ତ୍ତମାନ ଏହା OTT ପ୍ଲାଟଫର୍ମରେ ମଧ୍ୟ ଦେଖିବାକୁ ମିଳିଛି। ‘ଦେବରା ପାର୍ଟ ୧’ର ଆଡଭାନ୍ସ ବୁକିଂ ଦମଦାର ଥିଲା।
ଅଧିକ ପଢ଼ନ୍ତୁ: Nagma: ୪୯ ବର୍ଷରେ ବାହାହେବେ ବଡିଉଡ୍ର ଏହି ନାୟିକା ! ୩ ଜଣ ବିବାହିତଙ୍କ ସହ ଥିଲା ଚକ୍କର
ଏହି ଚଳଚ୍ଚିତ୍ର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାର ୨ ମାସ ବିତିଗଲାଣି। ଚଳଚ୍ଚିତ୍ରରେ Jr NTR, ଜାହ୍ନବୀ କପୁରଙ୍କ ସହିତ ସୈଫ୍ ଅଲି ଖାନ ମୁଖ୍ୟ ଭୂମିକାରେ ଅଛନ୍ତି। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି କୋରାଟାଲା ଶିବା। RRR ପରେ Jr NTR ଙ୍କ ଏହା ଆଉ ଏକ ବଡ ପ୍ରତ୍ୟାବର୍ତ୍ତନ, ଯେଉଁଠାରେ ତାଙ୍କୁ ଡବଲ ରୋଲ୍ରେ ଦେଖିବାକୁ ମିଳେ। ଏଥିରେ ସୈଫ୍ ଅଲି ଖାନ ଏକ ଦମଦାର୍ ଭିଲେନ ଭୂମିକାରେ ଅଭିନୟ କରିଛନ୍ତି।
‘ଦେବରା’ ବକ୍ସ ଅଫିସରେ ଏକ ପ୍ରଭାବ ସୃଷ୍ଟି କରିଥିଲା।​ କିନ୍ତୁ ଯେଉଁମାନେ ପ୍ରେକ୍ଷାଳୟରେ ଏହି ବଡ ବଜେଟ୍ ଚଳଚ୍ଚିତ୍ରର ଯାଦୁକୁ ଉପଭୋଗ କରି ନାହାନ୍ତି, ସେମାନେ ବର୍ତ୍ତମାନ ଏହାକୁ OTT ରେ ଦେଖିପାରିବେ। ଆଜି ନେଟ୍ଫ୍ଲିକ୍ସରେ ଏହା ରିଲିଜ୍ ହୋଇଛି।
#DevaraOnNetflix from Nov 8th 🌊 #Devara 🔥 pic.twitter.com/EWRKcteuPZ
— Devara (@DevaraMovie) November 5, 2024
ତେବେ ଏହି ତେଲୁଗୁ ଆକ୍ସନ୍-ଡ୍ରାମା ଦେଖିବା ଏବଂ ଉପଭୋଗ କରିବା ପାଇଁ ବସିବା ପୂର୍ବରୁ, ଏଥିରେ ଥିବା ୫ ଟି ଜିନିଷକୁ ଜାଣିନେବା ଆବଶ୍ୟକ ଅଛି। ପଢନ୍ତୁ…
ହିନ୍ଦୀରେ ନାହିଁ:
ବିଶେଷ କରି ହିନ୍ଦୀ ବେଲ୍ଟରେ ‘ଦେବରା’ର OTT ରିଲିଜ୍କୁ ନେଇ ବହୁ ଅପେକ୍ଷା ଥିଲା। କାରଣ ଫିଲ୍ମଟି ହିନ୍ଦୀରେ ଏପର୍ଯ୍ୟନ୍ତ ଉପଲବ୍ଧ ନାହିଁ।
ପ୍ଲଟ୍:
କୋରାଟାଲା ଶିବାଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ହିରୋଙ୍କୁ ଡବଲ ଭୂମିକା(ବାପା-ପୁଅ)ରେ ଦେଖିବାକୁ ମିଳେ। ଉପକୂଳବର୍ତ୍ତୀ ଅଞ୍ଚଳର ପୃଷ୍ଠଭୂମି ବିରୁଦ୍ଧରେ ଏହା ଏକ ଗ୍ରାମ ମୁଖିଆଙ୍କ ପୁଅର କାହାଣୀ ଉପରେ ଆଧାରିତ, ଯିଏ ଚୋରା କାରବାରକୁ ହଟାଇବା ପାଇଁ ଗୁପ୍ତ ଭାବରେ କାମ କରେ। ଫୋଲ୍ମରେ ଭରପୁର ଆକ୍ସନ, ରୋମାନ୍ସ ଏବଂ ସସପେନ୍ସ ଦେଖିବାକୁ ମିଳେ।
ଅଧିକ ପଢ଼ନ୍ତୁ: Viral Photo: ୧୧ ବର୍ଷ ବଡ଼ ବାବା ଭେନୁଗୋପାଲଙ୍କୁ ବିବାହ କଲେ ଅଭିନେତ୍ରୀ ଦିବ୍ୟା ଶ୍ରୀଧର
ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର:
ଏହି ଚଳଚ୍ଚିତ୍ର ପୂର୍ବରୁ ଦୁଇ ବର୍ଷ ଧରି Jr NTR ବଡ ପରଦାରୁ ଦୂରରେ ଥିଲେ, ତେଣୁ ଆଶା ଅଧିକ ଥିଲା। NTR ଙ୍କ ଶେଷ ଚଳଚ୍ଚିତ୍ର ଥିଲା ତେଲୁଗୁ ବ୍ଲକବଷ୍ଟର RRR, ଯାହା ତାଙ୍କୁ ସମ୍ମାନଜନକ ଓସ୍କାର ପୁରସ୍କାର ସମେତ ସାରା ବିଶ୍ୱରୁ ସମ୍ମାନ ଆଣି ଦେଇଥିଲା।
ବଜେଟ୍ ଏବଂ ଅଭିନେତା ଦେୟ:
ଏହି ଚଳଚ୍ଚିତ୍ରଟି ୩୦୦ କୋଟି ଟଙ୍କାର ବଜେଟରେ ନିର୍ମିତ ହୋଇଥିଲା ଏବଂ ପ୍ରଥମ ସପ୍ତାହ ମଧ୍ୟରେ ଏହାର ମୂଲ୍ୟ ପାଇବାରେ ସଫଳ ହୋଇଥିଲା। ଏକ ରିପୋର୍ଟ ଅନୁଯାୟୀ, ଏହି ଚଳଚ୍ଚିତ୍ରରେ ତାଙ୍କ ଭୂମିକା ପାଇଁ Jr NTRଙ୍କୁ ୬୦ କୋଟି ଟଙ୍କା ଦିଆଯାଇଥିଲା। ସେହିପରି ଜାହ୍ନଭୀଙ୍କୁ ୩ କୋଟି ଓ ସୈଫ୍ ଅଲୀ ଖାନଙ୍କୁ ୧୩ କୋଟି ମିଳିଥିଲା।
ମ୍ୟୁଜିକ୍:
ଚଳଚ୍ଚିତ୍ରର ସଙ୍ଗୀତ ଏହାର ପ୍ରମୁଖ ଆକର୍ଷଣ ଥିଲା ଏବଂ ସବୁ ଗୀତକୁ ଖୁବ ପ୍ରଶଂସା ମିଳିଥିଲା। ଏହିସବୁ ସଙ୍ଗୀତ ପଛରେ ଯାହାଙ୍କ ହାତ ଥିଲା ସେ ହେଲେ ଅନିରୁଧ ରବିଚନ୍ଦର। ଜାହ୍ନଭୀଙ୍କ ଅଭିନୀତ ‘ଛୁତାମଲେ’ ସମେତ ସମସ୍ତ ଗୀତ ଫିଲ୍ମ ରିଲିଜ ହେବା ପୂର୍ବରୁ ଭାଇରାଲ ହୋଇଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)