Advertisment

'ଦେବରା' ରିଲିଜ୍ ହେବାକୁ ଆଉ ୨ ଦିନ ବାକି; ରୋଜଗାର କଲାଣି ୫୦ କୋଟି ଟଙ୍କା

ଜୁନିଅର ଏନ୍‌ଟିଆର ତାଙ୍କର ଆଗାମୀ ଫିଲ୍ମ 'ଦେବରା' କୁ ନେଇ ଲଗାତର ଚର୍ଚ୍ଚାରେ ଅଛନ୍ତି। ଏହି ଫିଲ୍ମରେ ପ୍ରଥମ ଥର ପାଇଁ ଜୁନିଅର ଏନ୍‌ଟିଆର୍‌ ଏବଂ ଜାହ୍ନଭୀ କପୁରଙ୍କ ରୋମାଣ୍ଟିକ ଯୋଡି ଦେଖିବାକୁ ପ୍ରଶଂସକମାନେ ଉତ୍ସାହିତ ଅଛନ୍ତି।

author-image
Pramod Behera
ଅଦ୍ୟତନ ହୋଇଛି
Jr ntr devara part 1 advance booking

Jr ntr devara part 1 advance booking

ଆଜିକାଲି ଜୁନିଅର ଏନ୍‌ଟିଆର ତାଙ୍କର ଆଗାମୀ ଫିଲ୍ମ 'ଦେବରା' କୁ ନେଇ ଲଗାତର ଚର୍ଚ୍ଚାରେ ଅଛନ୍ତି। ଏହି ଫିଲ୍ମରେ ପ୍ରଥମ ଥର ପାଇଁ ଜୁନିଅର ଏନ୍‌ଟିଆର୍‌ ଏବଂ ଜାହ୍ନଭୀ କପୁରଙ୍କ ରୋମାଣ୍ଟିକ ଯୋଡି ଦେଖିବାକୁ ପ୍ରଶଂସକମାନେ ଉତ୍ସାହିତ ଅଛନ୍ତି।

Advertisment

ଅଧିକ ପଢ଼ନ୍ତୁ: ଅମିତାଭ ଖୋଲିଲେ ଫିଟ୍‌ନେସ୍ ରାଜ୍; କହିଲେ ଏହି ପତ୍ରରୁ ସେ ଆରମ୍ଭ କରନ୍ତି ଦିନ

Advertisment

କୋରାଟାଲା ଶିବାଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମଟି ଖୁବ ଶୀଘ୍ର ୨୭ ସେପ୍ଟେମ୍ବରରେ ରିଲିଜ୍ ହେବାକୁ ଯାଉଛି। ଫିଲ୍ମର ଆଡଭାନ୍ସ ବୁକିଂ ମଧ୍ୟ ଦ୍ରୁତ ଗତିରେ ବଢୁଛି ଏବଂ ପ୍ରଶଂସକମାନେ ପ୍ରଥମ ଦିନରେ ଶୋ’ ପାଇଁ ଟିକେଟ୍ ନିଶ୍ଚିତ କରୁଛନ୍ତି। ତେବେ ‘ଦେବରା’କୁ ନେଇ ଦର୍ଶକ କେତେ ଉତ୍ସାହିତ ତାହା କେବଳ ଆଗୁଆ ବୁକିଂରେ ଜଣାପଡିଛି।

ଇଣ୍ଡଷ୍ଟ୍ରି ଟ୍ରାକର ସାକନିଲକଙ୍କ ଅନୁଯାୟୀ, 'ଦେବରା' ସାରା ବିଶ୍ୱରେ ୧୦୦ କୋଟିରୁ ଅଧିକ ଟଙ୍କାରେ ଖାତା ଖୋଲିବ। ମଙ୍ଗଳବାର ସୁଦ୍ଧା ଭାରତରେ ଫିଲ୍ମର ପ୍ରି-ସେଲ୍ ୨୮ କୋଟି ଟଙ୍କା ଅତିକ୍ରମ କରିଥିବାବେଳେ ସାରା ବିଶ୍ୱରେ ଅଗ୍ରୀମ ବୁକିଂ ବିକ୍ରି ପ୍ରାୟ ୫୦ କୋଟି ଟଙ୍କା ହୋଇଛି।

ଅଧିକ ପଢ଼ନ୍ତୁ: ଲୋକଙ୍କୁ ପସନ୍ଦ ଆସୁଛି ରାଘଭ ଜୁୟାଲଙ୍କ ଭିଲେନ୍‌ଗିରି; ‘ଯୁଧ୍ରା’ରେ ହଙ୍ଗାମା

ଏହି ଫିଲ୍ମ ବର୍ତ୍ତମାନ ପର୍ଯ୍ୟନ୍ତ ଛଅ ହଜାର ଶୋ’ ପାଇଁ ୬,୫୦,୧୧୮ ଟିକେଟ୍ ବିକ୍ରି କରିଛି। ଆସନ୍ତା ଦୁଇ ଦିନରେ ହିନ୍ଦୀରେ ଅଧିକ ଶୋ’ ଯୋଡାଯିବ, ଯାହା ପରେ ବୁଧବାର ଠାରୁ ସମ୍ପୂର୍ଣ୍ଣ ବୁକିଂ ଆରମ୍ଭ ହେବ।

ଫିଲ୍ମର ତେଲୁଗୁ ସଂସ୍କରଣ ୯୦% ରୁ ଅଧିକ ବିକ୍ରି ସହିତ ସର୍ବୋତ୍ତମ ପ୍ରଦର୍ଶନ କରୁଛି। ଭାରତରେ ପୂର୍ବରୁ ୨୮କୋଟି ଟଙ୍କା ରୋଜଗାର କରିସାରିଥିବା ବେଳେ 'ଦେବରା' ଶୁକ୍ରବାର ସୁଦ୍ଧା ସାରା ବିଶ୍ୱରେ ଆରାମରେ ୧୦୦ କୋଟିରୁ ଅଧିକ ଟଙ୍କା ରୋଜଗାର କରିବ ବୋଲି ଆଶା କରାଯାଉଛି।

ତଥାପି, ଯଦି ଫିଲ୍ମ ଦର୍ଶକଙ୍କଠାରୁ ଏକ ସକାରାତ୍ମକ ପ୍ରତିକ୍ରିୟା ପାଏ, ତେବେ 'ଦେବରା' ଆହୁରି ଅଧିକ ଟଙ୍କାରେ ଓପେନିଂ କରିବ ବୋଲି କୁହାଯାଉଛି।

ଏସ୍ ରାଜାମୌଲିଙ୍କ 'RRR' ର ସଫଳତା ପରେ ଏହା Jr NTR ଙ୍କ ନୂତନ ରିଲିଜ୍ ଫିଲ୍ମ ହେବାକୁ ଯାଉଛି।  ଅଭିନେତା ପରବର୍ତ୍ତୀ ସମୟରେ 'ୱାର୍ ୨' ସହିତ ବଲିଉଡ୍‌ରେ ଡେବ୍ୟୁ କରିବେ, ଯେଉଁଥିରେ ସେ ହ୍ରିତିକ ରୋଶନଙ୍କ ସହ ସ୍କ୍ରିନ୍ ସ୍ପେସ୍ ଶେୟାର କରିବେ।

ଏହି ଫିଲ୍ମଟି ୟଶ୍‌ ରାଜ୍‌ ଫିଲ୍ମସର ସ୍ପାଇ ୟୁନିଭର୍ସର ଏକ ଅଂଶ, ଯେଉଁଥିରେ ଶାହରୁଖ ଖାନଙ୍କ ‘ପଠାନ’, ସଲମାନ ଖାନଙ୍କ ‘ଟାଇଗର’ ଫ୍ରାଞ୍ଚାଇଜ’ ଏବଂ ଆଗାମୀ ଫିଲ୍ମ ଆଲିଆ ଭଟ୍ଟ-ଶାର୍ଭରୀ ଅଭିନୀତ 'ଆଲଫା' ମଧ୍ୟ ରହିଛି।

ଅଧିକ ପଢ଼ନ୍ତୁ: ଏ‍ବେ ରିଲିଜ୍‌ ହେବନି ‘ପୁଷ୍ପା-୨’; ଜାଣନ୍ତୁ ପରଦାକୁ ଆସୁଛି କେବେ ?

Bollywood Janhvi Kapoor Jr. NTR
Advertisment
Advertisment