Advertisment

ପ୍ୟାରିସ୍‌ ଫ୍ୟାଶନ୍‌ ସପ୍ତାହରେ ଆମ୍ବାସଡର ଭାବେ ପହଞ୍ଚିଲେ ଦୀପିକା ପାଦୁକୋନ

ଦୀପିକା ପାଦୁକୋନ ପ୍ୟାରିସ୍ ଫ୍ୟାଶନ୍ ସପ୍ତାହରେ ପହଞ୍ଚିଛନ୍ତି। ଅଭିନେତ୍ରୀଙ୍କ ଷ୍ଟାଇଲିସ୍ ଲୁକ୍ ପ୍ରଶଂସକଙ୍କ ହୃଦୟ ଜିତୁଛି। ଦୀପିକା ଏକ ଫ୍ୟାଶନ୍ ଆମ୍ବାସଡର ଭାବେ ଲୁଇସ୍ ଭିଟନ୍ ଶୋ’ରେ ପହଞ୍ଚିଛନ୍ତି।

author-image
Pramod Behera
ଅଦ୍ୟତନ ହୋଇଛି
Deepika Padukone Shared Louis Vuitton Look For Paris Fashion Week

Deepika Padukone shared Louis vuitton look for paris fashion week

‘ପଠାନ’ର ବକ୍ସ ଅଫିସ୍‌ରେ ସଫଳତା ମଧ୍ୟରେ ଦୀପିକା ପାଦୁକୋନ ପ୍ୟାରିସ୍‌ ଫ୍ୟାଶନ୍‌ ସପ୍ତାହରେ ପହଞ୍ଚିଛନ୍ତି। ଏହି ସମୟରେ ଅଭିନେତ୍ରୀଙ୍କ ଷ୍ଟାଇଲିସ୍ ଲୁକ୍ ପ୍ରଶଂସକଙ୍କ ହୃଦୟ ଜିତୁଛି। ଦୀପିକା ଏକ ଫ୍ୟାଶନ୍‌ ଆମ୍ବାସଡର ଭାବେ ଲୁଇସ୍ ଭିଟନ୍ ଶୋ’ରେ ପହଞ୍ଚିଛନ୍ତି। ଏହି ସମୟର ତାଙ୍କ ଲୁକ୍‌କୁ ସେ ଇନଷ୍ଟାଗ୍ରାମ ରେ ପ୍ରଶଂସକମାନଙ୍କ ସହିତ ସେୟାର କରିଛନ୍ତି। ସୋସିଆଲ ମିଡିଆ ରେ ତାଙ୍କର ଏଭଳି ଆକର୍ଷଣୀୟ ଲୁକ୍‌ର ଫଟୋ ଦେଖି ପ୍ରଶଂସକମାନେ ମଧ୍ୟ ପ୍ରତିକ୍ରିୟାଶୀଳ ହୋଇଥିବାର ନଜର ଆସିଛନ୍ତି। ତାଙ୍କ ଫଟୋ ଭାଇରାଲ ହେବାରେ ଲାଗିଛି।

Advertisment

ଦୀପିକା ପ୍ରାୟତଃ ଆନ୍ତର୍ଜାତୀୟ ଇଭେଣ୍ଟରେ ଲୁଇସ୍ ଭିଟନ୍ ଡ୍ରେସ୍‌ ପିନ୍ଧନ୍ତି। ଗତ ବର୍ଷ କତରରେ ଚାଲିଥିବା ଫିଫା ବିଶ୍ୱକପ ଟ୍ରଫି ଉନ୍ମୋଚନ ସମୟରେ ଅଭିନେତ୍ରୀଙ୍କ ଜ୍ୟାକେଟ୍‌ ଚର୍ଚ୍ଚାକୁ ଆସିଥିଲା। ଏଥର ମଧ୍ୟ ତାଙ୍କ ବ୍ଲାକ୍ ଜ୍ୟାକେଟ୍ ଲୋକଙ୍କ ଦୃଷ୍ଟି ଆକର୍ଷଣ କରୁଛି। ପୁରା ଲୁକ୍ ବିଷୟରେ କହିବାକୁ ଗଲେ, ଫଟୋରେ ଥିବା ତାଙ୍କର ପ୍ରତ୍ୟେକ ଷ୍ଟାଇଲକୁ ଲୋକେ ପସନ୍ଦ କରୁଛନ୍ତି। ଏହି ସ୍ୱତନ୍ତ୍ର ଫଟୋ ସହିତ ଦୀପିକା ପାଦୁକୋନ୍ କ୍ୟାପ୍‌ସନ୍‌ରେ ଫ୍ୟାଶନ୍ ବ୍ରାଣ୍ଡ୍‌ସକୁ ଟ୍ୟାଗ୍ କରିଛନ୍ତି।

ଅଧିକ ପଢ଼ନ୍ତୁ: ଦୀପିକା ପାଦୁକୋନ୍‌ଙ୍କ ୫ ବିବାଦୀୟ ଫିଲ୍ମ; ବୟକଟ୍ ପରେ ବି ହିଟ୍

ଦୀପିକାଙ୍କ ପୋଷ୍ଟରେ ଜଣେ ଲେଖିଛନ୍ତି, ‘କିଲିଙ୍ଗ୍‌ ହଟ୍’। ଆଉ ଜଣେ ‘ପଠାନ’ର ସଫଳତାକୁ ଦର୍ଶାଇ ଲେଖିଛନ୍ତି ଯେ “ଦୀପିକା ହେଉଛନ୍ତି ପ୍ରଥମ ବଲିଉଡ ଅଭିନେତ୍ରୀ ଯିଏକି ୫୦୦ କୋଟି କ୍ଲବ୍‌ରେ ଯୋଗ ଦେଇଛନ୍ତି। ଦୁନିଆର ସବୁଠାରୁ ଲୋକପ୍ରିୟ ଅଭିନେତ୍ରୀ।” ସେହିଭଳି ଫାୟାର ଏବଂ ହାର୍ଟ ଇମୋଜି ସହ ଅଭିନେତ୍ରୀଙ୍କ ଫଟୋ ଉପରେ ପ୍ରଶଂସକମାନେ ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି।

Advertisment

ଦୀପିକା ଆସନ୍ତା ସପ୍ତାହରେ ଓସ୍କାରରେ ଉପସ୍ଥାପିକା ଭାବରେ ଯୋଗଦେବେ ଏବଂ ଆଶା କରାଯାଉଛି ଯେ ସେ ଏହି ବିଶେଷ ଉତ୍ସବରେ ମଧ୍ୟ ଏହି ଫ୍ୟାଶନ୍ ବ୍ରାଣ୍ଡ୍‌ ବାଛିବେ। ଏଥି ସହିତ, ଅଭିନେତ୍ରୀ ନିକଟରେ ଏକ ପୋଷ୍ଟ ସେୟାର କରି ଓସ୍କାରର ଅଂଶ ହୋଇଥିବାରୁ ତାଙ୍କ ଖୁସି ବ୍ୟକ୍ତ କରିଥିଲେ।

ପ୍ରକାଶଥାଉ ଯେ ଦୀପିକା ପାଦୁକୋନ, ଶାହରୁଖ ଖାନ ଏବଂ ଜନ୍ ଆବ୍ରାହମ୍‌ଙ୍କ ଅଭିନୀତ ‘ପଠାନ’ ଭାରତରେ ୫୦୦କୋଟି ଅଙ୍କ ଅତିକ୍ରମ କରିଥିବାବେଳେ ଏହା ବିଶ୍ୱ ଚଳଚ୍ଚିତ୍ର ବକ୍ସ ଅଫିସ୍‌ରେ ୧୦୦୦ କୋଟି ଅଙ୍କ ଅତିକ୍ରମ କରି ଅନେକ ଚଳଚ୍ଚିତ୍ରର ରେକର୍ଡ ଭାଙ୍ଗିଛି। ଆଗାମୀ ଚଳଚ୍ଚିତ୍ର ବିଷୟରେ କହିବାକୁ ଗଲେ ଦୀପିକା ହ୍ରିତିକ ରୋଶନଙ୍କ ସହ ‘ଫାଇଟର’ରେ ଏବଂ ପ୍ରଭାସ, ଅମିତାଭ ବଚ୍ଚନ ଏବଂ ଦିଶା ପଟାନୀଙ୍କ ସହ ‘ପ୍ରୋଜେକ୍ଟ କେ’ ରେ ନଜର ଆସିବେ।

Deepika Padukone Bollywood
Advertisment
Advertisment