Advertisment

Deepika padukone: ଆଉ ଏକ ବିଗ୍ ବଜେଟ ଫିଲ୍ମରୁ ବିଦା ହେଲେ ଦୀପିକା, ପ୍ରଯୋଜନା ସଂସ୍ଥା କହିଲା ଏଭଳି କଥା

ବୈଜୟନ୍ତୀ ମୁଭିଜ୍ ସେମାନଙ୍କ ଅଫିସିଆଲ୍ ଆକାଉଣ୍ଟରେ ଏକ ବିବୃତ୍ତି ମାଧ୍ୟମରେ ଘୋଷଣା କରିଛନ୍ତି ଯେ ଦୀପିକା ପାଦୁକୋନ୍ ଆଉ ' କଳକୀ 2898AD'ର ସିକ୍ୱେଲ୍‌ର ଅଂଶ ନୁହଁନ୍ତି। ବହୁତ ବିଚାର-ବିମର୍ଶ ପରେ, ଆମେ ଅଲଗା ହେବାକୁ ନିଷ୍ପତ୍ତି ନେଇଛୁ।

author-image
Manasranjan Mohanty
deepika padukone

deepika padukone

ଦୀପିକା ପାଦୁକୋନ ଅଟଲି ଏବଂ ଆଲୁ ଅର୍ଜୁନଙ୍କ ଫିଲ୍ମ A22 x A6 ପାଇଁ ଚର୍ଚ୍ଚାରେ ଅଛନ୍ତି । ସେ କାମର ସମୟ ଏବଂ ଫିସକୁ ନେଇ ସନ୍ଦୀପ ରେଡ୍ଡୀ ଭାଙ୍ଗାଙ୍କ "ସ୍ପିରିଟ୍" ଛାଡିବା ପରେ ଏବେ ଆଉ ଏକ ବଡ଼ ଫିଲ୍ମ, "କଳକୀ 2898 AD" ର ସିକ୍ୱେଲରୁ ବାଦ ପଡ଼ିଛନ୍ତି । ନିର୍ମାତା ନିଜେ ଏହି ସୂଚନା ସୋସିଆଲ ମିଡିଆରେ ସେୟାର କରିଛନ୍ତି।

Advertisment

ବୈଜୟନ୍ତୀ ମୁଭିଜ୍ ସେମାନଙ୍କ ଅଫିସିଆଲ୍ ଆକାଉଣ୍ଟରେ ଏକ ବିବୃତ୍ତି ମାଧ୍ୟମରେ ଘୋଷଣା କରିଛନ୍ତି ଯେ ଦୀପିକା ପାଦୁକୋନ୍ ଆଉ ' କଳକୀ 2898AD'ର ସିକ୍ୱେଲ୍‌ର ଅଂଶ ନୁହଁନ୍ତି। ବହୁତ ବିଚାର-ବିମର୍ଶ ପରେ, ଆମେ ଅଲଗା ହେବାକୁ ନିଷ୍ପତ୍ତି ନେଇଛୁ। ପ୍ରଥମ ଫିଲ୍ମ ନିର୍ମାଣର ଲମ୍ବା ଯାତ୍ରା ସତ୍ତ୍ୱେ, ଆମେ ସହଭାଗୀତା ଜାରି ରଖିପାରିଲୁ ନାହିଁ। ' କଳକୀ 2898AD' ଭଳି ଏକ ଫିଲ୍ମ ସେହି ପ୍ରତିବଦ୍ଧତା ଏବଂ ଆହୁରି ଅନେକ କିଛି ପାଇବାକୁ ଯୋଗ୍ୟ। ଆମେ ତାଙ୍କ ଭବିଷ୍ୟତର କାମ ପାଇଁ ଶୁଭକାମନା ଜଣାଉଛୁ।"

ନାଗ ଅଶ୍ୱିନଙ୍କ ନିର୍ଦ୍ଦେଶିତ ଫିଲ୍ମ ' କଳକୀ ୨୮୯୮ ଏଡି' ୨୦୨୪ ମସିହାରେ ମୁକ୍ତିଲାଭ କରିଥିଲା। ଏହି ଫିଲ୍ମରେ ଦୀପିକା ପାଦୁକୋନ ଜଣେ ଗର୍ଭବତୀ ମହିଳା ସୁମତି ଭୂମିକାରେ ଅଭିନୟ କରିଥିଲେ। ତାଙ୍କ ଗର୍ଭସ୍ଥ ପୁଅକୁ ଫିଲ୍ମରେ କଳକୀ ଅବତାର ଭାବରେ ଦେଖିବାକୁ ମିଳିବ । ପ୍ରଶଂସକମାନେ ଦୀପିକାଙ୍କ ଚରିତ୍ରକୁ ପସନ୍ଦ କରିଥିଲେ ଏବଂ ତାଙ୍କ ଅଭିନୟକୁ ପ୍ରଶଂସା କରିଥିଲେ। ଏବେ ଦୀପିକା ପାଦୁକୋନଙ୍କୁ ହଠାତ କଳକୀ ସିକ୍ୱେଲରୁ ବାଦ ଦିଆଯିବା ତାଙ୍କ ପ୍ରଶଂସକମାନଙ୍କୁ ଆଶ୍ଚର୍ଯ୍ୟ କରିଛି।

Advertisment

" କଳକୀ 2898 AD", କଳକି ଅବତାର ଉପରେ ଆଧାରିତ ଏକ ଚଳଚ୍ଚିତ୍ର, ଯେଉଁଥିରେ ଦୀପିକା ପାଦୁକୋନ, "ବାହୁବଳୀ" ଷ୍ଟାର ପ୍ରଭାସ, ଅମିତାଭ ବଚ୍ଚନ ଏବଂ କମଲ ହାସନ ମୁଖ୍ୟ ଭୂମିକାରେ ଅଛନ୍ତି। ପ୍ରଶଂସକମାନେ ଉତ୍ସାହର ସହିତ ସିକ୍ୱେଲକୁ ଅପେକ୍ଷା କରିଛନ୍ତି, ଯାହା ପ୍ରଥମ ଭାଗର କାହାଣୀକୁ ଜାରି ରଖିବ। ତଥାପି, ଦୀପିକାଙ୍କୁ ବାଦ ଦିଆଯିବା ପରେ ଦ୍ୱିତୀୟ ଭାଗରେ ଜଣେ ନୂତନ ଅଭିନେତ୍ରୀଙ୍କୁ କାଷ୍ଟ କରାଯିବା ନେଇ ଚର୍ଚ୍ଚା ହେଉଛି । ନିର୍ମାତା ଏପର୍ଯ୍ୟନ୍ତ କୌଣସି ନୂତନ ନାମ ଘୋଷଣା କରିନାହାଁନ୍ତି।

ପୂର୍ବରୁ, ଦୀପିକା ସନ୍ଦୀପ ରେଡ୍ଡୀ ଭାଙ୍ଗାଙ୍କ ଫିଲ୍ମ ସ୍ପିରିଟ ରୁ ବାଦ ପଡ଼ିଥିଲେ । ସେ ପୂର୍ବରୁ କାର୍ଯ୍ୟ ସମୟ ଏବଂ ଫିସ୍ ଯୋଗୁଁ " ସ୍ପିରିଟ " ରୁ ବାଦ ପଡ଼ିଥିଲେ । ପ୍ରଭାସ ଏହି ଚଳଚ୍ଚିତ୍ରରେ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ। ଦୀପିକାଙ୍କ ପ୍ରସ୍ଥାନ ପରେ, ନିର୍ମାତା ତୃପ୍ତି ଡିମରିଙ୍କୁ କାଷ୍ଟ କରିଛନ୍ତି, ଯିଏ ସନ୍ଦୀପ ରେଡ୍ଡୀ ଭାଙ୍ଗାଙ୍କ ସହିତ "ଆନିମଲ୍" ରେ ମଧ୍ୟ କାମ କରିଛନ୍ତି।

ଝିଅ ଦୁଆଙ୍କୁ ଜନ୍ମ ଦେବା ପରଠାରୁ ଦୀପିକା କୌଣସି ଫିଲ୍ମରେ ଦେଖାଯାଇନାହାଁନ୍ତି। ସେ ଶେଷ ଥର ପାଇଁ "ସିଂଘମ ଏଗେନ୍" ରେ ନଜର ଆସିଥିଲେ। ଏବେ ସେ ଅଟଲି ଏବଂ ଆଲୁ ଅର୍ଜୁନଙ୍କ ଆଗାମୀ ବଡ଼ ବଜେଟ୍ ଫିଲ୍ମ, A22 x A6 ରେ ଯୋଗ ଦେଇଛନ୍ତି। ସୁଟିଂ ଆରମ୍ଭ ହୋଇସାରିଛି।

Deepika Padukone Prabhas
Advertisment
Related Articles
Advertisment