Advertisment

Chhaava Box Office Collection: ଅଲୁଙ୍କ ଉପରେ ଭାରୀ ପଡିଲେ ଭିକି; ‘ପୁଷ୍ପା ୨’ର ରେକର୍ଡ ଭାଙ୍ଗିଲା ‘ଛାଭା’

‘ପୁଷ୍ପା ୨’ ପାଇଁ ‘ଛାଭା’ ବିପଦ। ‘ପୁଷ୍ପା ୨’ ର ପ୍ରଥମ ଦିନର ରୋଜଗାର ୧୬୪.୨୫ କୋଟି ଥିଲାବେଳେ ‘ଛାଭା’କୁ ଏହି ରୋଜଗାର କରିବାକୁ ୫ ଦିନ ଲାଗିଥିଲା। ଏହାକୁ ଦେଖିଲେ, ଲାଗେ ‘ଛାଭା’ କିପରି ‘ପୁଷ୍ପା ୨’ ପାଇଁ ବିପଦ ହୋଇପାରେ? ଏହି ପ୍ରଶ୍ନ ଆପଣଙ୍କ ମନରେ ମଧ୍ୟ ନିଶ୍ଚୟ ଆସୁଥିବ। ଆସନ୍ତୁ ଏ ବିଷୟରେ ଜାଣିବା।

ଅଦ୍ୟତନ ହୋଇଛି
Chhaava Box Office Collection

Chhaava Box Office Collection

Advertisment

ଯେତେବେଳେ ଅଲୁ ଅର୍ଜୁନଙ୍କ‘ପୁଷ୍ପା ୨’ ଡିସେମ୍ବର ୦୫ରେ ମୁକ୍ତିଲାଭ କରିଥିଲା, ପ୍ରଥମ ଦିନର ରୋଜଗାରକୁ ଦେଖି ଏହା ଜଣାପଡିଥିଲା ​​ଯେ ଏହି ଫିଲ୍ମର ନାଁ ସିନେମା ଇତିହାସରେ ସୁବର୍ଣ୍ଣ ଅକ୍ଷରରେ ଲେଖାଯିବ।

Advertisment

ଚଳଚ୍ଚିତ୍ରର ପ୍ରଥମ ସାପ୍ତାହିକ ରୋଜଗାର ଠାରୁ ଆରମ୍ଭ କରି ଭାରତର ବିଭିନ୍ନ ଭାଷାରେ ବିପୁଳ ରୋଜଗାର ଏବଂ ଭାରତର ମୋଟ ସଂଗ୍ରହ ଠାରୁ ଆରମ୍ଭ କରି ବିଶ୍ୱବ୍ୟାପୀ ଆଜୀବନ ରୋଜଗାର ପର୍ଯ୍ୟନ୍ତ ଥିବା ଆକଳନକୁ ଦେଖିଲେ ଭବିଷ୍ୟତରେ ଏମିତି କେଉଁ ଫିଲ୍ମ ଆସିବ ଯାହା ଏହାର ରେକର୍ଡ ଭାଙ୍ଗିବା ତାହା କହିବା କଷ୍ଟକର ହୋଇପଡିଥିଲା।

ଅଧିକ ପଢ଼ନ୍ତୁ: ସାଉଥ୍ ଉପରେ ଭାରି ପଡିଲା ବଲିଉଡ୍; ଏଥର କାମ ଦେଲାନି ଦକ୍ଷିଣୀ ଯାଦୁ

କିନ୍ତୁ ଏହାର ମାତ୍ର ୭୧ ଦିନ ପରେ, ଫେବୃଆରୀ ୧୪ ରେ, ଭିକି କୌଶଲଙ୍କ ଫିଲ୍ମ ‘ଛାଭା’ ମୁକ୍ତିଲାଭ କରିଥିଲା ​​ଏବଂ ‘ପୁଷ୍ପା ୨’ ର ରେକର୍ଡ ପାଇଁ ଏହା ଏକ ବିପଦ ହୋଇଗଲା। ‘ପୁଷ୍ପା ୨’ ଭାରତରେ ୧୨୩୪.୧ କୋଟି ଏବଂ ସାରା ବିଶ୍ୱରେ ୧୮୭୧ କୋଟି ଟଙ୍କା ଆୟ କରିଛି।

Advertisment

‘ପୁଷ୍ପା ୨’ ର ପ୍ରଥମ ଦିନର ରୋଜଗାର ୧୬୪.୨୫ କୋଟି ଥିଲାବେଳେ ‘ଛାଭା’କୁ ଏହି ରୋଜଗାର କରିବାକୁ ୫ ଦିନ ଲାଗିଥିଲା। ଏହାକୁ ଦେଖିଲେ, ଲାଗେ ‘ଛାଭା’ କିପରି ‘ପୁଷ୍ପା ୨’ ପାଇଁ ବିପଦ ହୋଇପାରେ? ଏହି ପ୍ରଶ୍ନ ଆପଣଙ୍କ ମନରେ ମଧ୍ୟ ନିଶ୍ଚୟ ଆସୁଥିବ। ଆସନ୍ତୁ ଏ ବିଷୟରେ ଜାଣିବା।

କିପରି ହେଲା ବିପଦ:

‘ପୁଷ୍ପା ୨’ ର ପ୍ରଥମ ସପ୍ତାହରେ ଆୟ ୭୨୫.୮ କୋଟି ଟଙ୍କା ଥିଲାବେଳେ ‘ଛାଭା’ ମାତ୍ର ୨୨୫.୨୮ କୋଟି ଟଙ୍କା ରୋଜଗାର କରିପାରିଛି। ଏହା ସତ୍ତ୍ୱେ ବି ‘ଛାଭା’ ‘ପୁଷ୍ପା ୨’ ଉପରେ ଭାରୀ ପଢିଛି। ଏହାର କାରଣ ହେଉଛି ‘ପୁଷ୍ପା ୨’ ହିନ୍ଦୀ, ତାମିଲ, ତେଲୁଗୁ, କନ୍ନଡ ଏବଂ ମାଲାୟାଲମ୍ ପରି ୫ଟି ଭାଷାରୁ ରୋଜଗାର କରିଥିବା ବେଳେ ‘ଛାଭା’ର ରୋଜଗାର କେବଳ ହିନ୍ଦୀ ଦର୍ଶକଙ୍କଠାରୁ ଆସିଛି।

Advertisment

ଅଧିକ ପଢ଼ନ୍ତୁ: ଶମ୍ୱାଜୀ ମହାରାଜ କିଏ, ତାଙ୍କ ଉପରେ କାହିଁକି ହେଲା ଫିଲ୍ମ

ଏହା ବ୍ୟତୀତ ‘ପୁଷ୍ପା ୨’ ର ଓପନିଂ ‘ଛାଭା’ ଠାରୁ ନିଶ୍ଚିତ ଭଲ ଥିଲା କିନ୍ତୁ ଆଗାମୀ ଦିନରେ (୫, ୬ ଏବଂ ୭ ଦିନ ) ରୋଜଗାରରେ ପଛରେ ପଡିବା ଆରମ୍ଭ କଲା। ‘ଛାଭା’ ୯ମ ଦିନରେ ‘ପୁଷ୍ପା ୨’ ର ବକ୍ସ ଅଫିସ୍ ରେକର୍ଡ ଭାଙ୍ଗିଛି। ତାହା ପୁଣି ବିଭିନ୍ନ ଦିଗରେ ଯେପରି –

  • ପ୍ରଥମ – ‘ପୁଷ୍ପା ୨’ ନବମ ଦିନରେ ସମସ୍ତ ଭାଷାରେ ମୋଟ ୩୬.୪ କୋଟି ଟଙ୍କା ଆୟ କରିଥିବାବେଳେ ‘ଛାଭା’ ସେହି ଦିନ ୪୫ କୋଟି ଟଙ୍କା ରୋଜଗାର କରିଛି।
  • ଦ୍ୱିତୀୟ – ‘ପୁଷ୍ପା ୨’ ସମସ୍ତ ଭାଷାର ମୋଟ ରୋଜଗାରରେ ଏବଂ ହିନ୍ଦୀ ରୋଜଗାରରେ ମଧ୍ୟ ପଛରେ ରହିଯାଇଛି। ଛାଭା କେବଳ ହିନ୍ଦୀରୁ ୪୫ କୋଟି ଟଙ୍କା ରୋଜଗାର କରିଥିବାବେଳେ ‘ପୁଷ୍ପା ୨’ ନବମ ଦିନରେ ହିନ୍ଦୀରୁ ମାତ୍ର ୨୭ କୋଟି ରୋଜଗାର କରିଥିଲା।

ତେବେ ‘ପୁଷ୍ପା ୨’ ର ଆଜୀବନ ରୋଜଗାର ପାଇଁ ‘ଛାଭା’ ବିପଦ ହେବ କି ନାହିଁ ତାହା ହୁଏତ ଏବେ କହିହେବ ନାହିଁ। କାରଣ ‘ପୁଷ୍ପା ୨’ ସିନେମା ହଲ୍‌ରେ ଅଢେଇ ମାସ ରହିଥିବାବେଳେ ଏବେ ‘ଛାଭା’କୁ ମାତ୍ର ଏକ ସପ୍ତାହ ହୋଇଛି। ଏହାଛଡା ‘ପୁଷ୍ପା ୨’ପାଖରେ ଭାରତୀୟ ଦର୍ଶକ ଥିବାବେଳେ ‘ଛାଭା’ ପାଖରେ କେବଳ ହିନ୍ଦୀ ଦର୍ଶକ ଅଛନ୍ତି।

ଅଧିକ ପଢ଼ନ୍ତୁ: ବକ୍ସ ଅଫିସରେ 'ଛାଭା' ଆଲୋଡ଼ନ; ହେଲା ସବୁଠାରୁ ବଡ ଓପନିଂ ଫିଲ୍ମ

Allu Arjun Bollywood Vicky Kaushal Tollywood Pushpa Chhaava
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ