• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଜାଆଁଳା ସନ୍ତାନର ମାଆ ହେଲେ ପ୍ରୀତି

 ନୂଆଦିଲ୍ଲୀ: ବିବାହର ୫ବର୍ଷ ପରେ ମା’ ହେଲେ ବଲିଉଡର ଅଭିନେତ୍ରୀ ପ୍ରୀତି ଜିଣ୍ଟା । ୪୬ ବର୍ଷ ବୟସରେ ସେ ଯମଜ ସନ୍ତାନର  ମାଆ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ୨୦୧୬ରେ ସେ ଆମେରିକାର ଜିନ ଗୁଡଇନଫଙ୍କୁ ବିବାହ କରିଥିଲେ । ସରୋଗେସୀ ମାଧ୍ୟମରେ ପ୍ରୀତିଙ୍କ ଏହି ସନ୍ତାନ ଜନ୍ମ ନେଇଛନ୍ତି । ଏହି ଖବରକୁ ନେଇ ପ୍ରୀତି ସୋସିଆଲ ମିଡିଆରେ ନିଜର ଖୁସି ବ୍ୟକ୍ତ କରିଛନ୍ତି । ଖବରକୁ ସେ ସୋସିଆଲ ମିଡିଆରେ ପ୍ରଶଂସକଙ୍କ ସହ ଶେୟାର କରିବା ସହ ସରୋଗେଟ ମା’ ଙ୍କୁ ଧନ୍ୟବାଦ ମଧ୍ୟ ଦେଇଛନ୍ତି ।

ସୂଚନା ଅନୁସାରେ ଉଭୟ ସନ୍ତାନଙ୍କ ନାମ ଜୟ ଓ ଜିଆ ଦିଆଯାଇଥିବା ପ୍ରୀତି ସୋସିଆଲ ମିଡିଆରେ ଜଣାଇଛନ୍ତି । ଏହା ବ୍ୟତୀତ ପ୍ରୀତି ଲେଖିଛନ୍ତି ଯେ ମୋର ଏହି ସ୍ମରଣୀୟ ଏବଂ ଅବିଶ୍ୱସନୀୟ ଯାତ୍ରାରେ ସହଯୋଗ କରିଥିବା ଡାକ୍ତର, ନର୍ସ ଏବଂ ସରୋଗେଟଙ୍କୁ ଆନ୍ତରିକତାର ସହ ଧନ୍ୟବାଦ ଜଣାଉଛି ।

ଏହା ସହିତ ପ୍ରୀତି ଇନ୍‌ଷ୍ଟାରେ ସ୍ୱାମୀ ଜେନେଙ୍କ ସହ ଏକ ଫଟୋ ଶେଆର କରି ଲେଖିଛନ୍ତି, ମୁଁ ଆଜି ସମସ୍ତଙ୍କ ସହ ଗୋଟିଏ ଆଶ୍ଚର୍ଯ୍ୟଜନକ ଓ ଖୁସି ଖବର ବାଣ୍ଟିବାକୁ ଚାହୁଁଛି । ଜେନ୍‌ ଏବଂ ମୁଁ ବହୁତ ଖୁସି ଅଛୁ । ଆମର ମନ ଓ ହୃଦୟ କୃତଜ୍ଞତା ତଥା ଭଲ ପାଇବାରେ ଭରି ଯାଇଛି । ଆମେ ଆମ ଯାଆଁଳା ସନ୍ତାନ ଜୟ ଜିଣ୍ଟା ଗୁଡେନୋଫ୍ ଏବଂ ଜିଆ ଜିଣ୍ଟା ଗୁଡେନୋଫଙ୍କୁ ଆମ ପରିବାରକୁ ସ୍ୱାଗତ କରୁଛୁ । ଆମେ ଆମ ଜୀବନର ଏହି ନୂତନ ଅଧ୍ୟାୟ ପାଇଁ ଖୁବ୍‌ ଉତ୍ସାହିତ ଅଛୁ ।

OTV is now on Whatsapp

Join and get latest news update delivered to you via whatsapp

Join Now