Advertisment

ପଠାନ୍ ଫିଲ୍ମରୁ ଖୁବ୍‌ କମ୍‌ ପାଉଣା ନେଉଛନ୍ତି ଶାହରୁଖ୍‌ ! ହେଲେ କାହିଁକି...?

ୟସ୍‌ ରାଜ ଫିଲ୍ମସ ବ୍ୟାନ୍‌ରରେ ନିର୍ମିତ ହେଉଥିବାରୁ ପଠାନ୍‌ ବକ୍ସ ଅଫିସ୍‌ରେ ହିଟ୍‌ କରିବ ବୋଲି ଆଶା କରାଯାଉଛି ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Shah Rukh Khan's Fee For Pathaan Revealed

Shahrukh Khan

ଜାନୁଆରୀ ୨୫ରେ ରିଲିଜ୍‌ ହେବାକୁ ଯାଉଛି ବହୁ ପ୍ରତିକ୍ଷିତ ଫିଲ୍ମ ପଠାନ୍‌ଶାହରୁଖ୍‌ ଖାନ୍‌ ଙ୍କ ଏହି ଫିଲ୍ମ ଆରମ୍ଭରୁ ବିବାଦରେ ଫସିଥିଲେ ମଧ୍ୟ ଏବେ ବି ଫୁଲ୍‌ କ୍ରେଜ୍‌ ରହିଛି । ଦର୍ଶକ ଏହାକୁ ଚାତକ ଭଳି ଚାହିଁ ରହିଛନ୍ତି । ପ୍ରାୟ ୫ ବର୍ଷ ପରେ ଶାହରୁଖଙ୍କ ଫିଲ୍ମ ଆସୁଥିବାରୁ ଫ୍ୟାନ୍ସମାନେ ମଧ୍ୟ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ଶେଷଥର ପାଇଁ ୨୦୧୪ରେ ଶାହରୁଖଙ୍କ ଫିଲ୍ମ ଆସିଥିଲା ଜିରୋ । ଏବେ ୟସ୍‌ ରାଜ ଫିଲ୍ମସ ବ୍ୟାନ୍‌ରରେ ନିର୍ମିତ ହେଉଥିବାରୁ ପଠାନ୍‌ ବକ୍ସ ଅଫିସ୍‌ରେ ହିଟ୍‌ କରିବ ବୋଲି ଆଶା କରାଯାଉଛି ।

Advertisment

ପଠାନ୍‌ରେ ଶାହରୁଖଙ୍କ ବ୍ୟତୀତ ଜନ୍‌ ଆବ୍ରାହମ୍‌ ଓ ଦୀପିକା ପାଦୁକୋନ୍‌ ମଧ୍ୟ ବଡ଼ ରୋଲରେ ନଜର ଆସିବେ । ଜନ୍‌ ଏଥିରେ ନେଗେଟିଭ୍‌ ଭୂମିକାରେ ନଜର ଆସିବେ । ସିଦ୍ଧାର୍ଥ ଆନନ୍ଦ ଏହାକୁ ଡାଇରେକ୍ଟ କରୁଛନ୍ତି । ସିଦ୍ଧାର୍ଥ ପୂର୍ବରୁ ହ୍ରିତିକ ଓ ଟାଇଗରଙ୍କ ୱାର୍‌ ପିଲ୍ମକୁ ଡାଇରେକ୍ଟ କରିଥିଲେ ।

ଅଧିକ ପଢ଼ନ୍ତୁ: ଶାହରୁଖ୍‌ ଖାନ୍‌ଙ୍କ ମାସିକ ରୋଜଗାର କେତେ ? ସିଧା ପଚାରିଦେଲେ ଫ୍ୟାନ୍‌...

Advertisment

ତେବେ ଆଜି ଆମେ ଆଲୋଚନା କରିବା, ଏହି ବଡ଼ ବଜେଟ୍‌ ଫିଲ୍ମ ପାଇଁ ଶାହରୁଖ୍‌ ଖାନ୍‌ କେତେ ପାଉଣା ନେଉଛନ୍ତି । ଫିଲ୍ମର ବଜେଟ୍‌ ୨୫୦ କୋଟି ବୋଲି କୁହାଯାଉଛି । ଏଥିରେ ପ୍ରାୟ ୩୫ରୁ ୪୦ କୋଟି ଟଙ୍କା ଚାର୍ଜ କରିଛନ୍ତି ଶାହରୁଖ ଖାନ୍‌। ଶାହରୁଖ୍‌ ଖାନ୍‌ଙ୍କ ପାଉଣା ଏତେ କମ୍‌ କାହିଁକି ବୋଲି ଆପଣ ଚିନ୍ତା କରୁଥିବେ। ତେବେ ଏହାର କାରଣ ହେଲା, ଶାହରୁଖ୍‌ ଏହି ଫିଲ୍ମରୁ ଯେତିକି ଲାଭ ହେବ ସେଥିରେ ତାଙ୍କ ଭାଗ ରହିଛି । ୩୫-୪୦ କୋଟି ଟଙ୍କା ହେଉଛି ଶାହରୁଖଙ୍କ ବେସିକ୍‌ ଚାର୍ଜ । କେବଳ ଶାହରୁଖ୍ ନୁହନ୍ତି, ଅକ୍ଷୟ କୁମାର, ଅମିର ଖାନ୍‌ ଏବଂ ସଲମାନ ଖାନ୍‌ ମଧ୍ୟ ଫିଲ୍ମ ପ୍ରଫିଟ୍‌ରୁ ଭାଗ ନେଇଥାନ୍ତି।

Shah Rukh Khan Pathan
Advertisment
Advertisment