• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଶାହରୁଖ ଖାନ୍ । ତାଙ୍କୁ କିଏ ବା ନ ଜାଣେ । ସେ ଏପରି ଏକ ବ୍ୟକ୍ତିତ୍ବ ଯେ, କୁଆଁରୀ ଝିଅର ପ୍ରେମ, ମାଆର ଆଦର୍ଶ, ଜେଜେମାର ବାତ୍ସଲ୍ୟ । ପିଢ଼ି ପରେ ପିଢ଼ି ସେ ସମସ୍ତଙ୍କ ହୃଦୟରେ ରାଜ କରି ଆସିଛନ୍ତି । କିଙ୍ଗ୍ ଖାନ୍, କିଙ୍ଗ ଅଫ୍ ରୋମାନ୍ସ .. ନିମ୍ନ ମଧ୍ୟବିତ୍ତ ପରିବାରରେ ତାଙ୍କର ଜନ୍ମ । ପିଲା ବେଳୁ ହିଁ ବାପା ମାଆଙ୍କର ଦେହାନ୍ତ ହୋଇ ଯାଇଥିଲା । ପରିବାର କହିଲେ କେବଳ ବଡ଼ ଭଉଣୀ । ବାପା ମାଆଙ୍କ ଦେହାନ୍ତ ପରେ ନିଜ ଭଉଣୀର ଦେହ ମଧ୍ୟ ଖରାପ ହୋଇଗଲା ।

ମାତ୍ର ୧୫ ବର୍ଷର ପିଲା । କଣ କରିବ କଣ ନାହିଁ କିଛି ବୁଝି ପାରିଲା ନାହିଁ । ଦିଲ୍ଲୀରୁ ମୁମ୍ବାଇ ପଳାଇ ଆସିଲା । ସଂଘର୍ଷ ଆରମ୍ଭ ହେଲା । ମୁମ୍ବାଇର ସମୁଦ୍ରର ଢ଼େଉ ସହ ତାଳ ଦେଇ ବଞ୍ଚିବାର ସଂଘର୍ଷ । କିଛି କରି ଦେଖାଇବାର ସାହାସ । ଭୋକର ଜ୍ବାଳାରେ ତିଳ ତିଳ ହୋଇ ଜଳୁଥିଲେ ସେ । ବଞ୍ଚିବାର ଇଚ୍ଛା ମରି ଯାଉଥିଲା । ନା ଘର ଥିଲା, ନା ଖାଦ୍ୟ । ନିଜର ସଂଘର୍ଷ ସମୟରେ ସେ ଯେତେବେଳେ ଅଭିନୟ ଜଗତରେ ପାଦ ଦେବାକୁ ସ୍ଥିର କଲେ, ସେତେବେଳେ ପୁରା ବଲିଉଡ ତାଙ୍କ ଉପରେ ହସିଥିଲା ।

ଅଧିକ ପଢ଼ନ୍ତୁ: ଶାହରୁଖ ଥିଲେ ଗେମ୍ ଚେଞ୍ଜର୍; ୯୦ ଦଶକର ସୁପରଷ୍ଟାରର ସଂଜ୍ଞା କରିଦେଲେ ପରିବର୍ତ୍ତନ

କିଏ କହିଥିଲା ଉଚ୍ଚତା କମ, ଆଉ କିଏ କହିଥିଲା ଏତେ ଅସୁନ୍ଦର ଯେ, ହିରୋ ହେବାକୁ ଯୋଗ୍ୟ ନୁହେଁ । ବହୁ କଷ୍ଟରେ ଟିଭି ସିରିଏଲ ଫୌଜିରୁ ନିଜର କ୍ୟାରିୟର ଆରମ୍ଭ କରିଥିଲେ ଶାହରୁଖ । ପରେ ପରେ ସେ ସର୍କସ, ଉମିଦ୍ ଆଦି ହିନ୍ଦୀ ସିରିଏଲରେ ମଧ୍ୟ ଅଭିନୟ କରିଥିଲେ । ହିରୋ ଭାବେ ଯେତେବେଳେ ଦର୍ଶକ ପସନ୍ଦ କଲେନି, ସେତେବେଳେ ସେ ଭିଲିଆନ୍ ମଧ୍ୟ ହେଲେ । ସମୟ ଏପରି ଆସିଲା ନିଜ ସିନେମାର ଟିକେଟ ନିଜେ ବିକ୍ରି କଲେ ।

କିନ୍ତୁ କୁହାଯାଏ ନା, ସୁନାକୁ ଯେତେ ମାଜିଲେ ଚମକେ । ସଂଘର୍ଷ, ଗରିବୀ ମଧ୍ୟରେ ଚାପି ହୋଇ ସେ ଆହୁରୀ ଶାଣିତ ହେଲେ । ସେ ଫେଲୁଅର କୁ ଡରୁଥିଲେ । ସେ ଗରିବ ହୋଇ ବଞ୍ଚିବାକୁ ଚାହୁଁ ନଥିଲେ । ଏହା ହିଁ ତାଙ୍କୁ ଯୁଦ୍ଧ କରିବାକୁ ପ୍ରେରଣା ଦେଇଥିଲା । ନିଜ ସ୍ବପ୍ନକୁ ସାକାର କରିବାକୁ ସେ ପ୍ରତିଦିନ ଯୁଦ୍ଧ କରି ଚାଲିଲେ । ଅନେକ ଟାହି ଟାପରା ମଧ୍ୟ ସହିଲେ । କିନ୍ତୁ ପରିଶେଷରେ ବିଜୟ ତାଙ୍କର ହିଁ ହେଲା । ସେ ନିଜ ସ୍ବପ୍ନର ନଗରୀରେ ଘର ତିଆରି କରି ସାରିଥିଲେ ।

କିନ୍ତୁ ସମସ୍ତଙ୍କ ପରି ଶାହରୁଖଙ୍କ ଜୀବନରେ ମଧ୍ୟ ଅମା ଅନ୍ଧକାର ଘୋଟି ଆସିଥିଲା । ତାଙ୍କର ସବୁ ଫିଲ୍ମ ଫ୍ଲପ ହୋଇ ଚାଲିଥିଲା । କିଙ୍ଗଙ୍କ ଯୁଗ ଶେଷ ହୋଇଗଲା ସମସ୍ତେ ଧରି ନେଇଥିଲେ । ଶାହରୁଖ କିନ୍ତୁ କିଛି ଅଲଗା କରି ଦେଖାଇବାର ପ୍ରଚେଷ୍ଟାରେ ଥିଲେ । ୪ ବର୍ଷର ବିରତି ପରେ ସେ ଏମିତି କମବ୍ୟାକ କଲେ ଯେ, ପୁରା ଦୁନିଆ ଦେଖି ଦେଖି ରହିଗଲା ।   

ସେ ଅନେକ ସିନେମାରେ ଅଭିନୟ କରିଛନ୍ତି ସତ । କିନ୍ତୁ ନିଜ ଜୀବନରେ ସେ ନିଜେ ହିଁ ହେଉଛନ୍ତି ହିରୋ । ନିଜର କଠୋର ଅଧ୍ୟବସାୟ, ଦୃଢ଼ ଇଚ୍ଛା ଶକ୍ତି ଆଜି ତାଙ୍କୁ ପୁରା ବିଶ୍ବର ଗ୍ଲୋବାଲ ଆଇକନ ଭାବେ ଗଢ଼ି ତୋଳିଛି । ଆମେରିକାର ରାଷ୍ଟ୍ରପତି ବାରାକ ଓବାମାଙ୍କଠାରୁ ଆରମ୍ଭ କରି ଆଫ୍ରିକାରେ ରହୁଥିବା ଆଦିବାସୀଙ୍କ ମନରେ ମଧ୍ୟ ନିଜର ପରିଚୟ ତିଆରି କରି ସାରିଛନ୍ତି ସେ । ସେ ଭାରତର ଗର୍ବ ଓ ଗୌରବ । ତାଙ୍କର ଜନ୍ମଦିନ ଅବସରରେ ଓଟିଭି ପରିବାର ତରଫରୁ ତାଙ୍କୁ ଅଜସ୍ର ଶୁଭେଚ୍ଛା ଓ ଶୁଭ କାମନା ।