Advertisment

'ଦୃଶ୍ୟମ୍ ୨'କୁ ମାତ୍ ଦେଇପାରୁନି 'ଭେଡିୟା': ଧିମାଉଛି ରୋଜଗାର

ବରୁଣ ଧାୱନଙ୍କ ଉପରେ ଭାରି ପଡୁଛନ୍ତି ଅଜୟ ଦେବଗନ୍‌। 'ଭେଡିୟା'ର ରୋଜଗାର କମି କମି ଯାଉଥିବା ବେଳେ 'ଦୃଶ୍ୟମ୍ ୨' ଆଗେଇ ଚାଲିଛି। ତେବେ ଆସନ୍ତୁ ଏହି ଦୁଇ ଚଳଚ୍ଚିତ୍ରର ବକ୍ସ ଅଫିସ୍ ରୋଜଗାର ଉପରେ ନଜର ପକେଇନେବା।

author-image
Pramod Behera
ଅଦ୍ୟତନ ହୋଇଛି
Bhediya Vs Drishyam 2 Box Office Collection

Bollywood box office collectiom bhediya and drishyam2

ଅଜୟ ଦେବଗନ୍, ତବୁ, ଶ୍ରୀୟା ସରନ୍ ଏବଂ ଅକ୍ଷୟ ଖାନ୍ନାଙ୍କ ଥ୍ରୀଲର୍ ଫିଲ୍ମ 'ଦୃଶ୍ୟମ୍ ୨'ର ଯାଦୁ ବକ୍ସ ଅଫିସରେ ମଚେଇ ଦେଇଛି। ରିଲିଜ୍ ହେବାର ଦୁଇ ସପ୍ତାହ ପରେ ମଧ୍ୟ ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସରେ ନିଜର ପତିଆରା ଜାରି ରଖିଛି।

Advertisment

ଏଥି ସହିତ ଗତ ସପ୍ତାହରେ ମୁକ୍ତିଲାଭ କରିଥିବା କୃତି ସନନ୍ ଏବଂ ବରୁଣ ଧାୱନଙ୍କ ଫିଲ୍ମ 'ଭେଡିୟା'ର ଗତି ମନ୍ଥର ପଡିଯାଇଛି। ଏହି ଚଳଚ୍ଚିତ୍ରଟି ଓପେନିଂରେ ଭଲ ପ୍ରଦର୍ଶନ କରିଥିବା ବେଳେ ସପ୍ତାହକ ମଧ୍ୟରେ ଏହାର ଯାଦୁ ଦର୍ଶକଙ୍କୁ ବାନ୍ଧିପାରିଲା ନାହିଁ। ତେବେ ଆସନ୍ତୁ ଏହି ଦୁଇ ଚଳଚ୍ଚିତ୍ରର ବକ୍ସ ଅଫିସ୍ ରୋଜଗାର ଉପରେ ନଜର ପକେଇନେବା।

ନଭେମ୍ବର ୧୮ ରେ ମୁକ୍ତିଲାଭ କରିଥିବା ଅଜୟ ଦେବଗନଙ୍କ 'ଦୃଶ୍ୟମ୍ ୨' ବକ୍ସ ଅଫିସ୍‌ରେ ଜବରଦସ୍ତ ଓପେନିଂ କରିଥିଲା। ଚଳଚ୍ଚିତ୍ରଟି ରିଲିଜ୍ ହେବାର ସପ୍ତମ ଦିନରେ ବକ୍ସ ଅଫିସରେ ସେଞ୍ଚୁରୀ ମାରିଥିଲା। ବର୍ତ୍ତମାନ ଏହା ୨୦୦ କୋଟିର କ୍ଲବ୍‌ରେ ସାମିଲ୍ ହେବାକୁ ଯାଉଛି। ଚଳଚ୍ଚିତ୍ରଟି ଏପର୍ଯ୍ୟନ୍ତ ମୋଟ ୧୫୪.୫୯ କୋଟି ଟଙ୍କା ରୋଜଗାର କରିସାରିଲାଣି।

Advertisment

ଅଧିକ ପଢ଼ନ୍ତୁ: ନେମ୍‌ ପ୍ଲେଟ୍‌ ବଦଳାଇଲେ ଶାହରୁଖ ଖାନ୍‌, ଟ୍ରେଣ୍ଡିଂରେ ମନ୍ନତ

ଫିଲ୍ମର ବର୍ତ୍ତମାନ ପରିସ୍ଥିତିକୁ ଦେଖିଲେ ଅନୁମାନ କରାଯାଇ ପାରେ ଯେ ତୃତୀୟ କିମ୍ବା ଚତୁର୍ଥ ସପ୍ତାହରେ ଏହା ୨୦୦ କୋଟିର କ୍ଲବରେ ଯୋଗଦେବା ସମ୍ଭାବନା ରହିଛି। ତେବେ ଟିକେଟ୍ ମୂଲ୍ୟ ହ୍ରାସ ସତ୍ତ୍ୱେ ସୋମବାର ଏବଂ ମଙ୍ଗଳବାର ଦିନ 'ଦୃଶ୍ୟମ୍ ୨' ର ମୋଟ ସଂଗ୍ରହ ୧୦ କୋଟି ଟଙ୍କା ହୋଇଛି।

ଅନ୍ୟପକ୍ଷରେ, ଯଦି ଆମେ କୃତି ସନନ୍ ଏବଂ ବରୁଣ ଧାୱନଙ୍କ ଫିଲ୍ମ 'ଭେଡିୟା' ବିଷୟରେ କହିବା, ତେବେ ଏହି ଚଳଚ୍ଚିତ୍ର ବର୍ତ୍ତମାନ ପର୍ଯ୍ୟନ୍ତ ସେମିତି କିଛି ପ୍ରଦର୍ଶନ କରିପାରି ନାହିଁ। ନଭେମ୍ବର ୨୫ରେ ମୁକ୍ତିଲାଭ କରିଥିବା ଏହି ଫିଲ୍ମ 'ଦୃଶ୍ୟମ୍ ୨' ପାଇଁ ଏକ ବଡ଼ ଆହ୍ୱାନ୍ ଥିଲା। କିନ୍ତୁ ସେମିତି କିଛି ହୋଇନି। ରିଲିଜ୍ ହେବାର ୪ ଦିନ ମଧ୍ୟରେ 'ଭେଡିୟା' ମାତ୍ର ୩୨.୪୦ କୋଟି ଟଙ୍କା ଆୟ କରିଛି। ତେବେ ଫିଲ୍ମ ସୋମବାର ଏବଂ ମଙ୍ଗଳବାର ଦିନ ମାତ୍ର ୩.୩୨ କୋଟି ଟଙ୍କା ରୋଜଗାର କରିପାରିଛି।

ପ୍ରକାଶଥାଉ ଯେ ଆସନ୍ତା ସପ୍ତାହରେ ବକ୍ସ ଅଫିସରେ କୌଣସି ବଡ ଫିଲ୍ମ ରିଲିଜ୍ ହେବାକୁ ନଥିବାରୁ 'ଭେଡିୟା'ର ଆୟ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ଜବରଦସ୍ତ ଭିଏଫ୍‌ଏକ୍ସ ଫିଲ୍ମ 'ଭେଡିୟା' ତିଆରିରେ ମୋଟ ୬୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଯେତେବେଳେ କି 'ଦୃଶ୍ୟମ୍ ୨' ନିର୍ମାଣରେ ୫୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି।

Ajay Devgn Varun Dhawan Bollywood Drishyam 2 Bhediya
Advertisment
Advertisment