Advertisment

ଦର୍ଶକଙ୍କ ମନ କିଣୁଛି ‘ଭେଡିୟା’; ଜମୁଛି ବରୁଣ ଓ କୃତିଙ୍କ କେମିଷ୍ଟ୍ରୀ

ବହୁ ଅପେକ୍ଷା ପରେ ବରୁଣ ଧାୱନ, କୃତି ସନନ ଏବଂ ଅଭିଷେକ ଦୀକ୍ଷିତଙ୍କ ଅଭିନୀତ ଫିଲ୍ମ ‘ଭେଡିୟା’ ମୁକ୍ତିଲାଭ କରିଛି। ଏଥିରେ ବରୁଣ ଓ କୃତିଙ୍କ କେମିଷ୍ଟ୍ରୀ ଦେଖି ପରେ ପ୍ରଶଂସକମାନେ ଉଭୟଙ୍କୁ ପ୍ରଶଂସା କରିବାକୁ ପଛଘୁଞ୍ଚା ଦେଉନାହାନ୍ତି। କହୁଛନ୍ତି ଏହାକୁ ମିସ୍ କରିବା ମାନେ, ବଡ ଭୁଲ କରିବା।

author-image
Pramod Behera
ଅଦ୍ୟତନ ହୋଇଛି
Bhediya Movie Review

Bhediya twitter review public calls it masterpiece

ଆଜି ବରୁଣ ଧାୱନ, କୃତି ସନନ ଏବଂ ଅଭିଷେକ ଦୀକ୍ଷିତଙ୍କ ଅଭିନୀତ ଫିଲ୍ମ ‘ଭେଡିୟା’ ମୁକ୍ତିଲାଭ କରିଛି। ଏହାର ଟ୍ରେଲର୍‌ ରିଲିଜ୍‌ ହେବା ପରଠାରୁ ପ୍ରଶଂସକମାନେ ଉତ୍ସାହର ସହିତ ଏହି ଚଳଚ୍ଚିତ୍ରକୁ ଅପେକ୍ଷା କରିଥିଲେ। କାରଣ ‘ଭେଡିୟା’ର ଟ୍ରେଲର୍‌କୁ ଲୋକମାନେ ବହୁତ ପସନ୍ଦ କରିଥିଲେ।

Advertisment

ଏହି ଚଳଚ୍ଚିତ୍ରରେ ବରୁଣ ଧାୱନ ଓ କୃତି ସନନଙ୍କ କେମିଷ୍ଟ୍ରୀ ଦେଖିବା ପରେ ପ୍ରଶଂସକମାନେ ଉଭୟଙ୍କୁ ପ୍ରଶଂସା କରିବାକୁ ପଛଘୁଞ୍ଚା ଦେଇ ନାହାନ୍ତି । ତେବେ ଏହି ଫିଲ୍ମ ପ୍ରଶଂସକଙ୍କ ଠାରୁ ମିଶ୍ରିତ ପ୍ରତିକ୍ରିୟା ପାଇବାରେ ଲାଗିଛି। କେହି କେହି ଏହାଙ୍କୁ ବହୁତ ଭଲ ବୋଲି କହୁଛନ୍ତି ତ ଆଉ କେହି ଫିଲ୍ମକୁ ପସନ୍ଦ କରୁନାହାଁନ୍ତି।

ଅଧିକ ପଢ଼ନ୍ତୁ: ନେମ୍‌ ପ୍ଲେଟ୍‌ ବଦଳାଇଲେ ଶାହରୁଖ ଖାନ୍‌, ଟ୍ରେଣ୍ଡିଂରେ ମନ୍ନତ

ଅନେକ ଦିନ ହେବ ବରୁଣ ଧାୱନ ଓ କୃତି ସନନ୍ ସେମାନଙ୍କ ଚଳଚ୍ଚିତ୍ରକୁ ଖୁବ୍ ପ୍ରଚାର କରୁଥିଲେ। କେତେବେଳେ ସ୍କୁଲ୍ ତ ପୁଣି କେତେବେଳେ ଅନ୍ୟ ଜାଗାକୁ ଯାଇ ଉଭୟ ଏହାର ପ୍ରମୋସନ କରୁଥିଲେ। ଏଭଳି ପରିସ୍ଥିତିରେ ଫିଲ୍ମ ବିଷୟରେ ପ୍ରଶଂସକଙ୍କ ପ୍ରତିକ୍ରିୟା ଦେଖି ଷ୍ଟାରମାନେ ଫିଲ୍ମର ପ୍ରମୋଶନର ଲାଭ ପାଇଥିବା ଦେଖାଯାଉଛି। ଲୋକଙ୍କୁ ଏହା ଖୁବ୍ ମନୋରଂଜନ କରିଥିବା ବେଳେ ଲୋକେ ଏହାକୁ ଖୁବ ପସନ୍ଦ କରୁଛନ୍ତି।

Advertisment

‘ଭେଡିୟା’ର VFX ଏବଂ କଣ୍ଟେଣ୍ଟ୍ ଲୋକଙ୍କୁ ବହୁତ ପ୍ରଭାବିତ କରିଛି। ଜଣେ ୟୁଜର୍ ଟ୍ୱିଟ୍ କରି ଲେଖିଛନ୍ତି - ‘ଭେଡିୟା’ ଏକ ବହୁତ ଭଲ ହରର-କମେଡି ଫିଲ୍ମ। ଚଳଚ୍ଚିତ୍ରର VFX ଏବଂ 3D ଭିଜୁଆଲ୍‌ଗୁଡିକ ଖୁବ ଚମତ୍କାର। ଅନ୍ୟ ଜଣେ ଲେଖିଛନ୍ତି - ‘ଭେଡିୟା’ ଏକ ମେଗା ଏଣ୍ଟର୍‌ଟେନ୍‌ମେଣ୍ଟ୍। ଏହାକୁ ମିସ୍ କରିବା ମାନେ ଏକ ବଡ ଭୁଲ କରିବା। VFX ଟିମ୍‌କୁ ପ୍ରଶଂସା କରିବାକୁ ପଡିବ। ବରୁଣ ଧାୱନ ତାଙ୍କ ଚରିତ୍ରକୁ ଉଚିତ ନ୍ୟାୟ ଦେଇଛନ୍ତି, କିନ୍ତୁ ଅଭିଷେକ ବାନାର୍ଜୀ ପୂରା ଚର୍ଚ୍ଚା ସାଉଁଟୁଛନ୍ତି।

ଏହି ଫିଲ୍ମ ଦେଖିବା ପରେ ଅନେକ ଦର୍ଶକ ବରୁଣଙ୍କ ଅଭିନୟକୁ ଖୁବ୍ ଉତ୍କୃଷ୍ଟ ବୋଲି କହିଛନ୍ତି। ଫିଲ୍ମ ଦେଖି ପୂରା ଟଙ୍କା ଫେରିଆସିଛି ବୋଲି ଲୋକେ କହିଛନ୍ତି। ଜଣେ ୟୁଜର୍ ଟ୍ୱିଟ୍ କରି କହିଛନ୍ତି, “‘ବଦଲାପୁର’ ପରେ ବରୁଣ ଧାୱନ ‘ଭେଡ଼ିୟା’ରେ ସବୁଠାରୁ ଭଲ କାମ କରିଛନ୍ତି। ଆଶା କରେ ତାଙ୍କର ଏହି ଚଳଚ୍ଚିତ୍ରଟି ଏକ ବ୍ଲକବଷ୍ଟର ହେବ।” ସେହିପରି ଆଉ ଜଣେ ଲେଖିଛନ୍ତି ବରୁଣ ଧାୱନ ଏବଂ କୃତି ସନନଙ୍କ ‘ଭେଡିୟା’ ପଇସା ଫେରେଇଦେବା ଭଳି ଏକ ଫିଲ୍ମ କାରଣ ଏହାର କାହାଣୀ ‘ଜଙ୍ଗଲ ବୁକ୍’ ପରି ହୋଇଛି। ଫିଲ୍ମର ସଂଳାପ ଖୁବ୍ ଚମତ୍କାର। ଫିଲ୍ମଟି ତୁମକୁ ବାନ୍ଧି ରଖିପାରିବ।”

Varun Dhawan Bollywood Bhediya
Advertisment
Advertisment