/odishatv-khabar/media/post_attachments/uploadimage/library/16_9/16_9_0/Mannat_1669029224.jpg)
Mannat
ଘରର ନେମ୍ ପ୍ଲେଟ୍ ବଦଳାଇଲେ ଶାହରୁଖ ଖାନ୍ । ଆଉ ଏତିକିରେ ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି ‘ମନ୍ନତ’ । ବଲିଉଡ୍ କିଙ୍ଗ୍ ଖାନ୍ ଶାହରୁଖଙ୍କ ଘର ମନ୍ନତର ନେମ ପ୍ଲେଟ୍ ନୂଆ ଲାଗିଛି । ଯାହାକି ଦେଖିବାକୁ ଏକ ଡାଇମଣ୍ଡ ପ୍ଲେଟ୍ ଭଳି । ସାମାନ୍ୟ ଲାଇଟ୍ ପଡ଼ିବା ମାତ୍ରେ ଏହା ଚିକ୍ମିକ୍ ଦେଖାଯାଉଛି । ଗେଟ୍ ସମ୍ମୁଖରେ ଥିବା ଗୋଟିଏ ପାଖ ପିଲରରେ ମନ୍ନତ ଲେଖାଯାଇଥିବା ବେଳେ ଅନ୍ୟପଟେ ଲେଖାଯାଇଛି ଲ୍ୟାଣ୍ଡସ୍ ଏଣ୍ଡ । ଏହି ଦୁଇଟି ପ୍ଲେଟ୍କୁ ଏବେ ଦେଖିଲେ ଲାଗୁଛି ଯେମିତି ଏଥିରେ ହୀରା ଖଞ୍ଜାଯାଇଛି । ତେବେ ଏହାକୁ ନେଇ ସୋସିଆଲ ମିଡିଆ ରେ ଏବେ ଖୁବ୍ ଚର୍ଚ୍ଚା ଚାଲିଛି ।
ଅଧିକ ପଢ଼ନ୍ତୁ: ଶାହାରୁଖଙ୍କ ଏହି ୫ ମହଙ୍ଗା ଜିନିଷର ଦାମ୍ ଆପଣଙ୍କ ହୋସ୍ ଉଡ଼େଇ ଦେବ
ଶାହରୁଖଙ୍କ ଏହି ଘରକୁ କିଏ ବା ନ ଜାଣେ । ପ୍ରତ୍ୟେକ ଦିନ ଏହି ନେମ୍ ପ୍ଳେଟ୍ ବା ମନ୍ନତର ମେନ୍ ଗେଟ୍ ଆଗରେ ଲୋକଙ୍କର ଭିଡ଼ ଜମେ । ଏମିତିକି ମୁମ୍ବାଇରେ ଏହା ଏକ ଲୋକପ୍ରିୟ ସେଲ୍ଫି ପଏଣ୍ଟ ପାଲଟିଗଲାଣି । ବିଶେଷ କରି ଶାହରୁଖ ଖାନ୍ଙ୍କ ଜନ୍ମ ଦିନରେ ଏଠାରେ ଯାତ୍ରା ଭଳି ଭିଡ଼ ଜମେ । ଶାହରୁଖଙ୍କ ସାମାନ୍ୟ ଝଲକ ପାଇବା ପାଇଁ ଏଠି ଲୋକଙ୍କ ଭିଡ଼ ଜମିଥାଏ ।
ତେବେ ସାଧାରଣ ଲୋକ ତ ଭିଡ଼ ଜମାନ୍ତି ଏହା ସମସ୍ତେ ଜାଣନ୍ତି । କିନ୍ତୁ ସେହି ସାଧାରଣ ଲୋକଙ୍କ ମଧ୍ୟରେ ଦିନେ ରାଜ କୁମାର ରାଓ ମଧ୍ୟ ଥିଲେ । ଯିଏ କି ଏବେ ଜଣେ ଲୋକପ୍ରିୟ କଳାକାର । ବଲିଉଡ୍ ଖୁବ୍ ଚର୍ଚ୍ଚିତ ଏବଂ ତାଙ୍କର ଏକ ସ୍ୱତନ୍ତ୍ର ଫ୍ୟାନ୍ ଫଲୋଅସ ମଧ୍ୟ ଅଛନ୍ତି । ସେ ଶାହରୁଖ ଖାନ୍ଙ୍କୁ ଦେଖି ଅଭିନେତା ହେବାର ମନ ବଳାଇଥିଲେ । ଏକଥା ଶାହରୁଖ ନିଜେ ଲୋକ ଲୋଚନକୁ ଆଣିଥିଲେ ।
Decked in Diamonds 💎 Baadshah's abode ✨ #Mannat, Land's End 🌟 The King resides where the journey to dream big begins 💖 #ShahRukhKhanpic.twitter.com/xTU8gVZiJU
— Shah Rukh Khan Universe Fan Club (@SRKUniverse) November 19, 2022
Yeh Sirf Naam Nhi brand Hai Brand! #OnlySrkrules@iamsrk#Mannat#Mannat2022#SRK#Mannat#ShahRukhKhan𓀠#ManantTrending#Kingkhan#Bollywood#MannatNewNamePlatepic.twitter.com/vxLQlM4q1q
— Akash SRKian (@JuniorAk_) November 20, 2022
Tu he to #Mannat meri #ShahRukhKhan𓀠pic.twitter.com/9NsBgbwfsR
— khanali24 (@khan_ali24) November 20, 2022
Bas Itna Sa Khawab Hai 🤌❤️#ShahRukhKhan#Mannatpic.twitter.com/7urJeVBGku
— Iam Zubi (@mohdzuber31) November 20, 2022
Kitne sare actors k name bhi trends nhi krte.
Or ek #ShahRukhKhan𓀠 hai.
Jinhone bas name plate and gate change kiye or #Mannat
Trending me hai🔥
That's power of #SRK𓃵 ❤️ pic.twitter.com/z38cXMLOdr— sᴀʙᴇʀ sʀᴋɪᴀɴ'sᴷᴷᴿ™ (@SASrkians) November 20, 2022
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)