Advertisment

ଆଗେଇ ଚାଲିଛି ଆଲିଆଙ୍କ ବ୍ୟବସାୟ; ବଲିଉଡ୍‌ରୁ ଦୂରେଇ ଯିବେ କି…

ଆଲିଆ ଭଟ୍ଟ ଆରମ୍ଭ କରିଛନ୍ତି ନୂଆ ବ୍ରାଣ୍ଡ୍। ଦେଶ ଠାରୁ ଆରମ୍ଭ କରି ବିଦେଶରେ ମଧ୍ୟ ଏହାର ଚାହିଦା ବଢିଚାଲିଛି। ସେ ଏହାକୁ ଆହୁରି ଆଗକୁ ନେବାକୁ ଚେଷ୍ଟା ଜାରି ରଖିଛନ୍ତି। ଏହି ଚକ୍କରରେ ଛାଡିଦେବେନି ତ ବଲିଉଡ୍…

ଅଦ୍ୟତନ ହୋଇଛି
Alia Bhatt Became A Businesswoman

Bollywood actress alia bhatt became a businesswoman

Advertisment

ବଲିଉଡ ଦୁନିଆରେ ଆଲିଆ ଭଟ୍ଟ ଙ୍କ କୌଣସି ପରିଚୟର ଆବଶ୍ୟକତା ନାହିଁ। ତାଙ୍କ ବାପା ମହେଶ ଭଟ୍ଟ ବଲିଉଡ୍‌ ର ଜଣେ ଜଣାଶୁଣା ନିର୍ଦ୍ଦେଶକ ହୋଇଥିଲେ ମଧ୍ୟ ଆଲିଆ ତାଙ୍କ ଅଭିନୟ ଦ୍ୱାରା ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ନିକଟରେ ତାଙ୍କ ଚଳଚ୍ଚିତ୍ର ‘ଗଙ୍ଗୁବାଇ କାଠିଆୱାଡି’ ଏବଂ ‘RRR’ ସୁପର୍‌ହିଟ୍ ହୋଇଥିଲା।

Advertisment

ଆଲିଆ ଭଟ୍ଟ ଏବଂ ରଣବୀର କପୁର ନିକଟରେ ବିବାହ କରିଥିଲେ ଏବଂ ଦୁହେଁ ଏକ ସୁନ୍ଦର ଶିଶୁ କନ୍ୟାଙ୍କର ପିତାମାତା ମଧ୍ୟ ହୋଇଛନ୍ତି। ସେମାନଙ୍କ ଝିଅର ନାଁ ରାହା କପୁର। ଦୀର୍ଘ ସମୟ ଧରି ଦୁହେଁ କୌଣସି ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମରେ ଝିଅର କୌଣସି ଫଟୋ ମଧ୍ୟ ରଖି ନଥିଲେ। ସେମାନଙ୍କ ଝିଅର ମୁହଁକୁ ପ୍ରଶଂସକମାନେ ଦେଖିବା ପାଇଁ ବ୍ୟାକୁଳ ହେଉଥିବା ବେଳେ ନିକଟରେ ଆଲିଆ ତାଙ୍କ ଝିଅର ଚେହେରା ସୋସିଆଲ୍ ମିଡିଆରେ ଶେୟାର କରିଥିଲେ।

ବର୍ତ୍ତମାନ ଆଲିଆଙ୍କ ପରିବାର ବଢିଥିବାରୁ ଏଥିରୁ ଅନୁମାନ କରାଯାଏ ଯେ ସେ ବଲିଉଡ ଉପରେ କମ୍ ଧ୍ୟାନ ଦେବେ। ଦାୟିତ୍ୱ ବଢିଥିବାରୁ ଆଲିଆ ଉଭୟ ପରିବାର ଏବଂ କାମକୁ ସନ୍ତୁଳିତ କରିବାକୁ ଚେଷ୍ଟା କରୁଛନ୍ତି। ଏଭଳି ପରିସ୍ଥିତିରେ ମଧ୍ୟ ଦେଖାଯାଏ ଯେ ଆଲିଆ ତାଙ୍କ ଝିଅ ପ୍ରତି ଅଧିକ ଧ୍ୟାନ ଦେବା ଆରମ୍ଭ କରିଦେଇଛନ୍ତି।

Advertisment

ଅଧିକ ପଢ଼ନ୍ତୁ: ଏମିତି କ’ଣ କଲେ ୩ ମାସରେ ୧୬ କେଜି କମିଗଲେ ଆଲିଆ ଭଟ୍ଟ

ଆଲିଆ ନିଜ ୱେବ୍‌ସାଇଟ୍ ମାଧ୍ୟମରେ ଏକ ବ୍ରାଣ୍ଡର ପୋଷାକ ବିକ୍ରୟ କରିବାରେ ନିୟୋଜିତ ଅଛନ୍ତି। ଏହା ସହିତ ଆଲିଆଙ୍କ ବ୍ରାଣ୍ଡେଡ୍ ପୋଷାକ ସମସ୍ତ ପ୍ରମୁଖ ଇ-କମର୍ସ ସାଇଟ୍‌ରେ ମଧ୍ୟ ଉପଲବ୍ଧ। ଆଲିଆଙ୍କ କମ୍ପାନୀର ବ୍ରାଣ୍ଡେଡ୍ ପୋଷାକ ଫ୍ଲିପ୍‌କାର୍ଟ, ମିନ୍ତ୍ରା, ଫାର୍ଷ୍ଟ କ୍ରାଷ୍ଟ୍, ଆମାଜନ ଇତ୍ୟାଦିରେ ଉପଲବ୍ଧ।

ଆଲିଆଙ୍କ କମ୍ପାନୀ ୨୦୨୧ରେ ପୁରା ପିକ୍‌ରେ ଥିଲା। ତେବେ ରିପୋର୍ଟ ଅନୁଯାୟୀ, ଏହି କମ୍ପାନୀ ନିକଟରେ ମାତ୍ର ୧୦ ମାସ ମଧ୍ୟରେ ୧୦ ଗୁଣ ଅଧିକ ବ୍ୟବସାୟ କରିଛି ଏବଂ ପ୍ରାୟ ୧୫୦ କୋଟିର କମ୍ପାନୀ ହୋଇପାରିଛି। ତାଙ୍କ କମ୍ପାନୀ ୨-୧୪ ବର୍ଷର ପିଲାମାନଙ୍କ ପାଇଁ ପୋଷାକ ପ୍ରସ୍ତୁତ କରେ। ସେତେବେଳେ ମିନ୍ତ୍ରାରେ ଏହି ବ୍ରାଣ୍ଡ୍‌ କ୍ରମାଗତ ତୃତୀୟ ସ୍ଥାନରେ ଥିଲା।

Advertisment

କୁହାଯାଏ ଯେ ଏହି ଜିନିଷଗୁଡିକ୍ ଭୋକାଲ୍ ହୋଇଥିଲେ ବି ସ୍ଥାନୀୟ ଚାହିଦାକୁ ନେଇ ତିଆରି। ଏହା ସଂପୂର୍ଣ୍ଣ ଭାବେ ଭାରତରେ ତିଆରି। ନିକଟରେ ଏକ ସାକ୍ଷାତକାରରେ ଆଲିଆ କହିଛନ୍ତି ଯେ ସେ ଯାହା ନିଷ୍ପତ୍ତି ନିଅନ୍ତି ତାହା ପୂରା କରନ୍ତି।

ଆଲିଆ କହିଛନ୍ତି ଯେ ଏହି ବ୍ରାଣ୍ଡ ପରିବେଶକୁ ନେଇ ପିଲାମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ମଧ୍ୟ କାର୍ଯ୍ୟ କରିବ। ଅକ୍ଟୋବର ୨୦୨୦ ରେ ଆରମ୍ଭ ହୋଇଥିବା ଏହି ବ୍ରାଣ୍ଡକୁ ଦେଶ ତଥା ବିଦେଶରେ ମଧ୍ୟ ପ୍ରଶଂସା କରାଯାଉଛି। ଏହି ବ୍ରାଣ୍ଡ ଅଧିନ ଏପର୍ଯ୍ୟନ୍ତ ୮୦୦ ପ୍ରକାରର ପୋଷାକ ପ୍ରସ୍ତୁତ ହୋଇସାରିଛି।

ଆଲିଆ ଭଟ୍ଟ ଏକ କାର୍ଯ୍ୟକ୍ରମରେ କହିଛନ୍ତି ଯେ “ଆମ ଟିମ୍‌ର କଠିନ ପରିଶ୍ରମ ଫଳ ଦେଇଛି ଏବଂ ଲୋକମାନେ ଯେଉଁ ପ୍ରକାର ଭଲ ପାଇବା ଦେଇଛନ୍ତି ତାହା ସହିତ ଆମେ ଆଗ ବଢୁଛୁ। ଯେମିତିକି ଶୀତଦିନେ ଏହି ବ୍ରାଣ୍ଡକୁ ଖୁବ ପ୍ରଶଂସା କରାଯାଇଥିଲା, ବର୍ତ୍ତମାନ ଗ୍ରୀଷ୍ମ ଋତୁ ପାଇଁ ମଧ୍ୟ ଆମର ଅନେକ ପ୍ରସ୍ତୁତି ଅଛି।” ଆଲିଆ ଏହା ମଧ୍ୟ ସ୍ୱୀକାର କରିଛନ୍ତି ଯେ ସେ ଏବେ ବି ବ୍ୟବସାୟ ଶିଖୁଛନ୍ତି। ଆଲିଆ କହିଛନ୍ତି ଯେ ତାଙ୍କ ବ୍ରାଣ୍ଡ ପ୍ରାକୃତିକ ଫାଇବରରେ ତିଆରି।

କମ୍ପାନୀ ନୈତିକ ବାଣିଜ୍ୟର ମାନକ ସେଡେକ୍ସର ପ୍ରମାଣପତ୍ର ପାଇଛି। ଏହା ବ୍ୟତୀତ ଅନ୍ୟ କେତେକ ଆନ୍ତର୍ଜାତୀୟ ମାନକ ଏହି କମ୍ପାନୀକୁ ମଧ୍ୟ ମିଳିଛି। ଏହା ଏକ ସଂପୂର୍ଣ୍ଣ ଭେଗାନ୍ ଅନୁରୂପ ବ୍ରାଣ୍ଡ। ଆଲିଆ ଆହୁରି ମଧ୍ୟ କହିଛନ୍ତି ଯେ ଏକ ଉତ୍ତମ ଗୁଣ ସହିତ ଉଚିତ ମୂଲ୍ୟ ଯୋଗୁଁ ଜିନିଷ ଉପରେ ଲୋକଙ୍କ ବିଶ୍ୱାସ ବଢିଚାଲିଛି।

ଏସବୁକି ଦେଖିଲେ ଏହା ଅନୁମାନ କରାଯାଉଛି ଯେ ଆଲିଆ ଭବିଷ୍ୟତରେ ପୂରା ବ୍ୟବସାୟକୁ ସମ୍ଭାଳିବାରେ ସମୟ ଦେଇପାରନ୍ତି। ଏନେଇ ତାଙ୍କୁ ହୁଏତ ଆଉ ଫିଲ୍ମରେ ଅଂଶ ହେବା ନେଇ ସମୟ ନ ମିଳିପାରେ। ଏନେଇ ସେ ବଲିଉଡ୍‌ରୁ ଦୂରେଇ ଯିବାର ସମ୍ଭାବନା ଦେଖାଦେଇଛି।

Bollywood Alia Bhatt
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ