Advertisment

Tarang Cine Productions: ‘ପାଦେ ଆକାଶ’ର ପ୍ରଥମ ଟ୍ରେଲର୍ ରିଲିଜ୍

ଇଚ୍ଛାଥିଲେ ମଣିଷ ସବୁକିଛି କରିପାରେ। ପରିସ୍ଥିତି ଖରାପ ଆସିଲେ ବି ଆତ୍ମବିଶ୍ବାସର ସହ ଦମ୍ଭଧରି ଆଗକୁ ବଢେ। ଜୀବନର କାଲି ଆଉ ଆଜି ଭିତରେ ବାଧାବିଘ୍ନର ପାହାଡ଼ ସହିଥିବା ଜଣେ ମହିଳା ହେଲେ ଡକ୍ଟର ସ୍ମୃତି ମହାପାତ୍ର। ତାଙ୍କରି ସଂଘର୍ଷମୟ ଜୀବନକୁ ନେଇ ପ୍ରସ୍ତୁତ ହୋଇଛି ସିନେମା ପାଦେ ଆକାଶ।

author-image
Tapaswini Nayak
ଅଦ୍ୟତନ ହୋଇଛି
Pade Akasha

Pade Akasha

ସ୍ୱପ୍ନର ସୁନେଲି ଆକାଶରେ ଭାଗ୍ୟ କେମିତି କଳାବଉଦ ଘୋଟିଆଣେ। ଖୁସିର ରାସ୍ତାରେ ଦଇବ କେମିତି ମୋଡ ବଦଳାଇଦିଏ। ବାସ୍ତବ ଜୀବନର ନିଚ୍ଛକ କାହାଣୀକୁ ନେଇ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ରିଲିଜ୍ ହୋଇଛି ତରଙ୍ଗ ସିନେପ୍ରଡକ୍ସନର ନୂଆ ସିନେମା ‘ପାଦେ ଆକାଶର’ ପ୍ରଥମ ଟ୍ରେଲର୍ ।

Advertisment

ଇଚ୍ଛାଥିଲେ ମଣିଷ ସବୁକିଛି କରିପାରେ। ପରିସ୍ଥିତି ଖରାପ ଆସିଲେ ବି ଆତ୍ମବିଶ୍ବାସର ସହ ଦମ୍ଭଧରି ଆଗକୁ ବଢେ। ଜୀବନର କାଲି ଆଉ ଆଜି ଭିତରେ ବାଧାବିଘ୍ନର ପାହାଡ଼ ସହିଥିବା ଜଣେ ମହିଳା ହେଲେ ଡକ୍ଟର ସ୍ମୃତି ମହାପାତ୍ର। ତାଙ୍କରି ସଂଘର୍ଷମୟ ଜୀବନକୁ ନେଇ ପ୍ରସ୍ତୁତ ହୋଇଛି ସିନେମା ପାଦେ ଆକାଶ। ଯେଉଁଥିରେ ସ୍ମୃତିଙ୍କ ଭୂମିକାରେ ନଜର ଆସିଛନ୍ତି ଅଭିନେତ୍ରୀ ଅର୍ଚ୍ଚିତା

ଅଧିକ ପଢ଼ନ୍ତୁ: ଦୀପିକା ପାଦୁକୋନଙ୍କ ଗୋଲ୍‌ଡେନ୍ ଅବତାର ଦେଖି ପ୍ରଶଂସକ ଫିଦା

ଜଣେ ଝିଅ, ଯାହାଙ୍କ ସ୍ୱପ୍ନ ଥିଲା ଆଇଏଏସ ହେବା। କିନ୍ତୁ ‌ସ୍ୱପ୍ନ ଅଧାରୁ ଭାଙ୍ଗିଗଲା ପରେ ସେହି ଝିଅକୁ ସାହସ ଦେଉଛନ୍ତି ତାଙ୍କ ବାପା । ଝିଅଟି କିଭଳି ସଂଘର୍ଷ କରି ଜଣେ ଭିନ୍ନ ପ୍ରେରଣା ପାଲଟୁଛି ଏବଂ ଦିବ୍ୟାଙ୍ଗଙ୍କ ସ୍ୱର ସାଜୁଛି ତାହା ସିନେମାର କାହାଣୀ ।

Advertisment

ଅର୍ଚ୍ଚିତାଙ୍କ ସହ ବଲିଉଡ ଅଭିନେତା ରାଜେଶ ଜୈସ ପ୍ରମୁଖ ଚରିତ୍ରରେ ଅଭିନୟ କରିଛନ୍ତି।ପାଦେ ଆକାଶର ସୁଟିଂ ହରିଦ୍ୱାର, ଦିଲ୍ଲୀ, ଉତ୍ତରାଖଣ୍ଡ ସମେତ କଟକ ଓ ଭୁବନେଶ୍ୱରରେ ହୋଇଛି । ସିନେମାରେ ସୁଶାନ୍ତ ମଣି ନିର୍ଦ୍ଦେଶନା ଭାର ସମ୍ଭାଳିଥିବାବେଳେ ଲିରିକ୍ସରେ ଅଛନ୍ତି ବିଜୟ ମଲ୍ଲ ଓ ମ୍ୟୁଜିକ କମ୍ପୋଜର କରିଛନ୍ତି ପ୍ରେମ ଆନନ୍ଦ । ଏପ୍ରିଲ ୧୧ରେ ସିନେମା ରିଲିଜ ହେବ ।

ଅଧିକ ପଢ଼ନ୍ତୁ: ଶାଳୀନତାର ସୀମା ପାର୍ କଲେ ଶର୍ଲିନ୍ ଚୋପ୍ରା; ସମସ୍ତଙ୍କ ସାମ୍ନାରେ ପାପାରାଜୀଙ୍କୁ କିସ୍

Tarang Cine Productions Hollywood
Advertisment
Advertisment