• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

ବିବାହ କରିବେ ଅନୁଭବ ! ବାନ୍ଧବୀରୁ ପତ୍ନୀ ସାଜିବେ କି ଜାଗୃତି ? ଅନୁଭବଙ୍କ ଜୀବନୀ ଉପରେ ଏକ ପୁସ୍ତକ ଉନ୍ମୋଚନ ସମୟରେ ଏମିତି କିଛି ଗ୍ରୀନ ସିଗ୍‌ନାଲ ଦେଇଛନ୍ତି ବାନ୍ଧବୀ ଜାଗୃତି ଶୁକ୍ଳା । ସାମ୍ବାଦିକମାନେ ରଖିଥିବା ପ୍ରଶ୍ନର ସିଧା ସିଧା ଉତ୍ତର ଦେଇଥିଲେ ମଧ୍ୟ ଅନୁଭବଙ୍କ ସହ ବିବାହକୁ ନେଇ ସେ ବୁଲାଇ ବଙ୍କାଇ ଗ୍ରୀନ୍‌ ସିଗନାଲ ଦେଇଛନ୍ତି । ଜାଗୃତିଙ୍କୁ ସାମ୍ବାଦିକଙ୍କ ପ୍ରଶ୍ନ ଥିଲା, ସୋସିଆଲ ମିଡିଆରେ ଆପଣ ଓ ଅନୁଭବଙ୍କ ଭିଡିଓ ପୋଷ୍ଟ କରାଗଲେ ଫ୍ୟାନ୍ସ ମାନେ ଆପଣଙ୍କୁ ଭାଉଜ ବୋଲି ସମ୍ବୋଧନ କରୁଛନ୍ତି । ଆଉ ଏହାର ଉତ୍ତରରେ ଜାଗୃତି କହିଥିଲେ, ଅନୁଭବ ନିଶ୍ଚୟ ଫ୍ୟାନ୍ସମାନଙ୍କ ଉଚ୍ଛା ପୂରଣ କରିବେ ।

ଜାଗୃତିଙ୍କ ଏହି ଦୁଇପଦ କଥା ଏବେ ଆଲୋଚନାର ବିଷୟ ପାଲଟିଛି । ଏଇ କିଛି ଦିନ ହେବ, ବର୍ଷାଙ୍କ ସହ ଅନୁଭବଙ୍କ ସମ୍ପର୍କ ଛିନ୍ନ ହେଇଛି । ଆଉ ଏବେ ଜାଗୃତିଙ୍କ ଏହି ଇଶାରାରୁ ଅନୁଭବ ଓ ଜାଗୃତିଙ୍କ ବିବାହ ହେବାକୁ ଯାଉଥିବା କୁହାଯାଉଛି । ଶନିବାର ଦିନର ଭୁବନେଶ୍ୱରରେ ଅନୁଭବଙ୍କ ଜୀବନ ଉପରେ ଉନ୍ମୋଚିତ ହୋଇଛି ପୁସ୍ତକ ବ୍ଲକ୍ ବାଷ୍ଟରରୁ ବାଲେଟ ବକ୍ସ ଅନୁଭବ ମହାନ୍ତି । ଆଉ ସେହି ସମୟରେ ଚଳଚ୍ଚିତ୍ର ଓ ସାହିତ୍ୟ ଜଗତର ଅନେକ ବିଶିଷ୍ଟ ବ୍ୟକ୍ତି ସାମିଲ ହୋଇଥିଲେ । ଏମିତି କି ରାଜନୈତିକ ମହଲର ବି କିଛି ବିଶିଷ୍ଟ ବ୍ୟକ୍ତି ନଜର ଆସିଥିଲେ । ପୁସ୍ତକ ଉନ୍ମୋଚନ ପରେ ଉଭୟ ଅନୁଭବ ଓ ଜାଗୃତି ନିଜର ପ୍ରତିକ୍ରିୟା ରଖିଛନ୍ତି । ହେଲେ ସେହି ମାହୋଲରେ ଜାଗୃତିଙ୍କ ଏହି ଇଶାରା ପରେ ଅନୁଭବ ପ୍ରତିକ୍ରିୟା ରଖିଥିଲେ ।

ତେବେ ଆଗକୁ କ’ଣ ଜାଗୃତିଙ୍କ ହାତ ଧରିବେ ଅନୁଭବ । ତେବେ ଉଭୟ ନିଜର ବିବାହକୁ ନେଇ ଖୋଲା ଖୋଲି ନହିଥିଲେ ମଧ୍ୟ ତାଙ୍କରି ଏହି ଇସାର ଯେମିତି ସେଇଆ ହିଁ କହୁଛି ।

 

OTV is now on Whatsapp

Join and get latest news update delivered to you via whatsapp

Join Now