Amitabh Bachchan Tweet ‘tu cheez badi hai musk musk’ as he thanks Elon Musk after getting back Twitt
ଟ୍ୱିଟରରୁ ବ୍ଲୁ-ଟିକ୍ ହଟିବା ପରେ, ଏନେଇ ସାରା ବିଶ୍ୱରେ ଚର୍ଚ୍ଚା । ବଡ଼ ବଡ଼ ସେଲିବ୍ରିଟିଙ୍କଠାରୁ ଆରମ୍ଭ କରି ବିଶିଷ୍ଟ ବ୍ୟକ୍ତିଙ୍କ ଆକାଉଣ୍ଟରୁ ବି ହଟିଯାଇଛି ବ୍ଲୁ-ଟିକ୍ । ତେବେ ବଲିଉଡ୍ ଷ୍ଟାର ତଥା ବିଗ୍ ବି ଅମିତାଭ ବଚ୍ଚନ କିନ୍ତୁ ଏହି କ୍ଷେତ୍ରରେ ଟିକେ ଆଗରେ । ବ୍ଲୁ-ଟିକ୍ ହଟିବା ପରଠାରୁ ତାଙ୍କ ଟ୍ୱିଟ୍ ଖୁବ୍ ଚର୍ଚ୍ଚାରେ । ଆଉ ଏବେ ବ୍ଲୁ-ଟିକ୍ ଫେରି ପାଇବା ପରେ ମଧ୍ୟ ଖୁବ୍ ଚର୍ଚ୍ଚାରେ ଅମିତାଭଙ୍କ ପୋଷ୍ଟ ।
ବ୍ଲୁ-ଟିକ୍ ପାଇବା ପରେ ଅମିତାଭ ବଚ୍ଚନ ଏଲନ୍ ମସ୍କଙ୍କୁ ଥଟ୍ଟା କରିଛନ୍ତି । ଛିଗୁଲେଇଲା ଭଳି ଭୋଜପୁରୀ ଷ୍ଟାଇଲ୍ରେ ଟ୍ୱିଟ୍ କରିଛନ୍ତି । ଆଉ ଏଲନ୍ଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଗତକାଲି ବ୍ଲୁ-ଟିକ୍ ହଟିବା ପରେ ଏଲନ୍ଙ୍କୁ ହାତ ଯୋଡ଼ି ବ୍ଲୁ-ଟିକ୍ ଫେରାଇବା ପାଇ ବିଗ୍ ବି ଅମିତାଭ ବଚ୍ଚନ ନେହୁରା ହୋଇଥିଲେ। ଅଜ୍ଞା କଥାଟି ସତ । ଅମିତାଭଙ୍କ ଏହି ପୋଷ୍ଟଟି ଖୁବ୍ ଭାଇରାଲ ମଧ୍ୟ ହୋଇଛି । ତେବେ ତାଙ୍କ ଲେଖାରୁ ଏହା ସ୍ପଷ୍ଟ ଥିଲା ଯେ, ସେ ମଜାକ୍ରେ ଲେଖିଛନ୍ତି ।
ମାଇକ୍ରୋବ୍ଲଗିଂ ସାଇଟ୍ ଟ୍ୱିଟର ଅନ୍ପେଡ୍ ଆକାଉଣ୍ଟ୍ ବାଲା ଅନେକ ସେଲିବ୍ରିଟିଙ୍କ ଟ୍ୱିଟରରୁ ବ୍ଲ୍ୟୁ ଟିକ୍ ହଟେଇ ଦେଇଛି । ଅହି ଅବସରରେ ଟ୍ୱିଟର୍ରେ ବଲିଉଡର ଶେହଂଶାହ ଅମିତାଭ ବଚ୍ଚନଙ୍କ ଠାରୁ ମଧ୍ୟ ବ୍ଲୁ ଟିକ୍ ହଟାଇ ନିଆଯାଇଥିଲା। ଏହାକୁ ନେଇ ବିଗ୍ ବି ଏକ ମଜାଳିଆ ପ୍ରତିକ୍ରିୟା ମଧ୍ୟ ଦେଇଥିଲେ । ଅମିତାଭ ବଚ୍ଚନ ତାଙ୍କ ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ ଲେଖିଥିଲେ...
ଅଧିକ ପଢ଼ନ୍ତୁ: ବ୍ଳୁ-ଟିକ୍ ହଟିବା ପରେ ସଚିନ୍ କହିଲେ ‘ଏଇଟା ମୋର ବ୍ଳୁ-ଟିକ୍’
“T - 4623 ହେ ଟ୍ୱିଟର ଭାଇ ! ଆପଣ ଶୁଣୁଛନ୍ତି କି ? ଏବେ ଆମେ ଟଙ୍କା ଭରିଦେଇଛୁ...ତେବେ ଏ ଯୋଉ ନୀଳ ଟିକ୍ ଚିହ୍ନଥାଏ ନା, ଆମ ନାଁ ଆଗରେ, ଏହାକୁ ତ ଫେରେଇ ଦିଅ ଭାଇ, ଯାହା ଦ୍ୱାରା ଲୋକମାନେ ଜାଣିପାରିବେ ଯେ ଆମେ ବୋଲି ।ଆମେ ତ ହାତ ଯୋଡୁଛୁ। ଏବେ କ’ଣ ଗୋଡ଼ ଯୋଡ଼ିବାକୁ ପଡିବ କି??”
ତେବେ ଅମିତାଭ ନିଜ ନାଁ ଆଗରେ ବ୍ଲୁ-ଟିକ୍ ଫେରିପାଇବା ପରେ ଆଜି ପୁଣି ଏକ ମଜାଳିଆ ଢ଼ଙ୍ଗରେ ଟ୍ୱିଟ୍ କରିଛନ୍ତି । ସେ ଲେଖିଛନ୍ତି, ‘ଆମେ ବ୍ଲୁ-ଟିକ୍ ଫେରି ପାଇଛୁ । ସେଥିପାଇଁ ଆପଣଙ୍କୁ ଧନ୍ୟବାଦ । ଏହି ଖୁସିରେ ମୋର ଗୀତ ବୋଲିବାକୁ ଇଚ୍ଛା ହେଉଛି । ଆପଣ ସୁଣିବେ କି ? ତେବେ ଶୁଣନ୍ତୁ.. ତୁ.. ଚିଜ୍ ବଡ଼ି ହେ ମସ୍କ ମସ୍କ..
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1682150364.jpg)