Advertisment

Pushpa 2: ‘ପୁଷ୍ପା ୨’ ରିଲିଜ୍ ପୂର୍ବରୁ ଦର୍ଶକଙ୍କୁ କଲା ନିରାଶ; ସମସ୍ତ ପ୍ଲାନ୍ ଫସର ଫାଟିଲା

‘ପୁଷ୍ପା ୨’ ଡିସେମ୍ବର ୦୫ରେ ରିଲିଜ୍‌ ହେବାକୁ ଯାଉଛି। କିନ୍ତୁ ଫିଲ୍ମ ରିଲିଜ୍‌ ହେବା ପୂର୍ବରୁ ପ୍ରଶଂସକଙ୍କ ପାଇଁ ଏକ ନିରାଶାଜନକ ଖବର ଆସିଛି। ଯେଉଁମାନେ ଏହାର 3d ଭର୍ସନ୍ ଦେଖିବାକୁ ପ୍ଲାନ କରିଥିଲେ ସେମାନଙ୍କ ପାଇଁ ଖରାପ ଖବର ଆସିଛି।

author-image
Pramod Behera
allu arjun starrer pushpa 2 3d version will not release this week

allu arjun starrer pushpa 2 3d version will not release this week

‘ପୁଷ୍ପା ୨: ଦ ରୁଲ୍’ ର ପ୍ରଶଂସକମାନେ ଉତ୍ସାହର ସହିତ ଫିଲ୍ମକୁ ଅପେକ୍ଷା କରିଛନ୍ତି। ଏହି ଫିଲ୍ମ ଡିସେମ୍ବର ୦୫ରେ ଅର୍ଥାତ୍ ଆସନ୍ତାକାଲି ରିଲିଜ୍‌ ହେବାକୁ ଯାଉଛି। କିନ୍ତୁ ଫିଲ୍ମ ରିଲିଜ୍‌ ହେବା ପୂର୍ବରୁ ପ୍ରଶଂସକଙ୍କ ପାଇଁ ଏକ ନିରାଶାଜନକ ଖବର ଆସିଛି। ଏହି ଫିଲ୍ମଟି ଠିକ୍ ସମୟରେ ବିଶ୍ୱ ପ୍ରେକ୍ଷାଳୟକୁ ଆସିବ।

Advertisment

ତେବେ ଆପଣ ଯଦି ଫିଲ୍ମକୁ 3D ସଂସ୍କରଣକୁ ଉପଭୋଗ କରିବାକୁ ଚାହୁଁଛନ୍ତି, ତେବେ ଏହା ପାଇଁ ଆଉ କିଛିଦିନ ଅପେକ୍ଷା କରିବାକୁ ପଡିବ। ଏହାର ଅର୍ଥ ବର୍ତ୍ତମାନ ପାଇଁ ଫିଲ୍ମ କେବଳ 2D ରେ ହିଁ ରିଲିଜ ହେବ।

Advertisment


ଅଧିକ ପଢ଼ନ୍ତୁ: ଫିକ୍ସ ହେଲା 'ପୁଷ୍ପା ୨’ର ଟିକେଟ୍ ମୂଲ୍ୟ; ଏତେ ଟଙ୍କାରେ ବିକ୍ରି ହେବ

ଆସନ୍ତାକାଲି ଅର୍ଥାତ୍ ୫ ଡିସେମ୍ବରରେ 'ପୁଷ୍ପା ୨' 3D ରେ ରିଲିଜ୍ ହେବ ନାହିଁ। କେବଳ ଏହାର 2D ସଂସ୍କରଣ ସାମ୍ନାକୁ ଆସିବ। ଏହା ବ୍ୟତୀତ ନିର୍ମାତା କହିଛନ୍ତି ଯେ ଫିଲ୍ମର ହିନ୍ଦୀ ସଂସ୍କରଣର ଶୋ’ଗୁଡିକ ୪ ଡିସେମ୍ବର ରାତିରେ ଚାଲିବ ନାହିଁ। ଏହାର ଅର୍ଥ ଯେଉଁମାନେ ହିନ୍ଦୀ ସଂସ୍କରଣରେ ଫିଲ୍ମର ମଧ୍ୟରାତ୍ରି ଶୋ’କୁ ଉପଭୋଗ କରିବାକୁ ଯୋଜନା କରୁଥିଲେ, ବର୍ତ୍ତମାନ ସେମାନଙ୍କର ସମସ୍ତ ଯୋଜନା ଫସର ଫାଟି ଯାଇଛି।

ଏକ ମିଡିଆ ସୂତ୍ରରୁ ପ୍ରକାଶ ଯେ ‘ପୁଷ୍ପା ୨’ ର 3D ସଂସ୍କରଣ ଏପର୍ଯ୍ୟନ୍ତ ପ୍ରସ୍ତୁତ ହୋଇ ନାହିଁ। ତେଣୁ ଫିଲ୍ମର ନିର୍ମାତା ଏହି ସପ୍ତାହରେ 3D ରିଲିଜ୍ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ତେଣୁ ଡିସେମ୍ବର ୫ରେ ଏହି ଫିଲ୍ମଟି କେବଳ 2D ସଂସ୍କରଣରେ ଦେଶ ତଥା ବିଶ୍ୱର ବିଭିନ୍ନ ଭାଷାରେ ଦେଖିବାକୁ ମିଳିବ। ନିର୍ମାତା ବର୍ତ୍ତମାନ ‘ପୁଷ୍ପା ୨’ ର 3D ସଂସ୍କରଣ ଆସନ୍ତା ଶୁକ୍ରବାର ଅର୍ଥାତ୍ ୧୩ ଡିସେମ୍ବରରେ ରିଲିଜ୍ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଖବର ରହିଛି ଫିଲ୍ମର 3D ପ୍ରିଣ୍ଟ୍‌ଗୁଡ଼ିକ ସେତେବେଳକୁ ପ୍ରସ୍ତୁତ ହୋଇଯାଇଥିବ।

ଲୋକମାନେ 3D ବୁକିଂ କରିଥିଲେ:

ରିପୋର୍ଟ ଅନୁଯାୟୀ ଏକ ମଲ୍ଟିପ୍ଲେକ୍ସ ମ୍ୟାନେଜର କହିଥିକେ ଯେ, 'ପୁଷ୍ପା : ୨’ର କିଛି ଶୋ’ 3D ରେ ଚଲାଇବାକୁ ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିଲୁ। କିନ୍ତୁ ଆଜି ଆମକୁ 3D ରିଲିଜ୍ ବିଳମ୍ବ ବିଷୟରେ ସୂଚନା ଦିଆଗଲା। ବର୍ତ୍ତମାନ, ଆମେ ସେହି ଶୋ’ଗୁଡିକୁ 2D ରେ ଚଲାଇବୁ।”

ମ୍ୟାନେଜର ଆହୁରି କହିଛନ୍ତି ଯେ “3D ପାଇଁ ଟଙ୍କା ଯୋଗୁଁ ଏହି ସଂସ୍କରଣ ମଧ୍ୟ ବିଳମ୍ବ ହେଉଛି। ଦର୍ଶକମାନେ ଏଥିପାଇଁ ବୁକିଂ କରିସାରିଛନ୍ତି ଏବଂ ବର୍ତ୍ତମାନ ସେମାନଙ୍କୁ ସେହି ଟଙ୍କା ଫେରସ୍ତ କରିବାକୁ ପଡିବ।”

ଅଧିକ ପଢ଼ନ୍ତୁ: ମେହେନ୍ଦୀ ରଙ୍ଗର ଶାଢିକୁ ମୋତି ଗଳାହାର, ଆକର୍ଷଣୀୟ ଲୁକ୍‌ରେ ରଶ୍ମିକା ମନ୍ଦାନା

ଟିକେଟ୍ ମୂଲ୍ୟ ସ୍ଥିର:

ଅଲୁ ଅର୍ଜୁନଙ୍କ ଫିଲ୍ମ ଗୁରୁବାର ପ୍ରେକ୍ଷାଳୟରେ ମୁକ୍ତିଲାଭ କରୁଛି, କିନ୍ତୁ ଆନ୍ଧ୍ରପ୍ରଦେଶରେ ଏହାର ସ୍ୱତନ୍ତ୍ର ପ୍ରିଭ୍ୟୁ ଶୋ’ ଡିସେମ୍ବର ୪ ବୁଧବାର ରାତି ୯ଟ ୩୦ରେ ଆରମ୍ଭ ହେବ। ଏହି ପ୍ରିମିୟର୍ ଶୋ’ ପାଇଁ ଫିଲ୍ମ ଟିକେଟ୍ ମୂଲ୍ୟ ଉଭୟ ସିଙ୍ଗଲ୍ ସ୍କ୍ରିନ୍ ଏବଂ ମଲ୍ଟିପ୍ଲେକ୍ସରେ ୯୪୪ ଟଙ୍କା (ଜିଏସ୍‌ଟି ସହିତ) ସ୍ଥିର କରାଯାଇଛି।

ତେଲେଙ୍ଗାନାରେ ଅଲୁ ଅର୍ଜୁନଙ୍କ ଫିଲ୍ମର ପ୍ରିମିୟର୍ ଶୋ’ (ବୁଧବାର) ପାଇଁ ଟିକେଟ୍ ମୂଲ୍ୟ ୧୨୦୦ ଟଙ୍କା ଏବଂ ରିଲିଜ୍ ପରେ ସିଙ୍ଗଲ୍ ସ୍କ୍ରିନ୍ ପାଇଁ ୩୫୪ ଟଙ୍କା ଏବଂ ମଲ୍ଟିପ୍ଲେକ୍ସ ପାଇଁ ୫୩୧ ଟଙ୍କା ପାଇଁ ଅନୁମତି ଦିଆଯାଇଛି। ‘ପୁଷ୍ପା ୨’ ତେଲୁଗୁ, ହିନ୍ଦୀ, ତାମିଲ, କନ୍ନଡ, ବଙ୍ଗାଳୀ ଏବଂ ମାଲାୟାଲମ୍ ଭାଷାରେ ମୁକ୍ତିଲାଭ କରିବ।

ଅଧିକ ପଢ଼ନ୍ତୁ: 'ପୁଷ୍ପା ୨' ଟ୍ରେଲର ଲଞ୍ଚ୍‌ ବେଳେ ପାଟନାବାସୀଙ୍କୁ କ୍ଷମା ମାଗିଲେ ଅଲ୍ଲୁ ଅର୍ଜୁନ

Allu Arjun Rashmika Mandana Pushpa South Indian Films
Advertisment
Advertisment