Advertisment

ବାଜି ମାରିଲା ଅକ୍ଷୟ କୁମାରଙ୍କ ‘ସର୍‌ଫିରା’; ଏମିତି ପଛରେ ପକେଇଲା ‘କଳ୍‌କୀ ୨୮୯୮ ଏଡି’କୁ

ଅକ୍ଷୟ କୁମାରଙ୍କ ଆଗାମୀ ଫିଲ୍ମ ‘ସର୍‌ଫିରା’ ଇଣ୍ଟର୍‌ନେଟ୍‌ରେ ଝଡ ସୃଷ୍ଟି କରିଛି। ଏହାର ଟ୍ରେଲର୍‌ ୨୦୨୪ରେ ଦେଖାଯାଇଥିବା ସର୍ବାଧିକ ହିନ୍ଦୀ ଚଳଚ୍ଚିତ୍ର ଟ୍ରେଲର୍‌ରେ ପରିଣତ ହୋଇଛି। ଏହି ମାମଲାରେ ‘କଳ୍‌କୀ ୨୮୯୮ ଏଡି’କୁ ମଧ୍ୟ ପଛରେ ପକେଇଦେଇଛି। ଏହି ଜବରଦସ୍ତ ପ୍ରତିକ୍ରିୟାର କାରଣ ହେଉଛି ଫିଲ୍ମର ଜବରଦସ୍ତ କଣ୍ଟେଣ୍ଟ୍।

author-image
Pramod Behera
ଅଦ୍ୟତନ ହୋଇଛି
Akshay kumar sarfira trailer beats kalki ad 2898

Akshay kumar sarfira trailer beats kalki ad 2898

ଅକ୍ଷୟ କୁମାରଙ୍କ ଆଗାମୀ ଫିଲ୍ମ ‘ସର୍‌ଫିରା’ ଇଣ୍ଟର୍‌ନେଟ୍‌ରେ ଝଡ ସୃଷ୍ଟି କରିଛି। ଏହାର ଟ୍ରେଲର୍‌ ୨୦୨୪ରେ ଦେଖାଯାଇଥିବା ସର୍ବାଧିକ ହିନ୍ଦୀ ଚଳଚ୍ଚିତ୍ର ଟ୍ରେଲର୍‌ରେ ପରିଣତ ହୋଇଛି। ଏହି ମାମଲାରେ ‘କଳ୍‌କୀ ୨୮୯୮ ଏଡି’କୁ ମଧ୍ୟ ପଛରେ ପକେଇଦେଇଛି। ଏହି ଜବରଦସ୍ତ ପ୍ରତିକ୍ରିୟାର କାରଣ ହେଉଛି ଫିଲ୍ମର ଜବରଦସ୍ତ କଣ୍ଟେଣ୍ଟ୍।

Advertisment

ଏପରିକି ଲୋକମାନେ ଏବେ ଅକ୍ଷୟଙ୍କୁ କଣ୍ଟେଣ୍ଟ୍ କୁମାର ବୋଲି ସମ୍ବୋଧନ କରୁଛନ୍ତି। ଏହି ଫିଲ୍ମର ଗୀତ 'ମାର ଉଡି' ଏବଂ 'ଖୁଦାୟା' ଏବେ ସୋସିଆଲ ମିଡିଆରେ ହଙ୍ଗାମା ସୃଷ୍ଟି କରିଛି ଏବଂ ଟ୍ରେଲର ୨୦୨୪ ମସିହାରେ ୟୁଟ୍ୟୁବ୍‌ ରେକର୍ଡ ଭାଙ୍ଗିଛି। ଖବର ଲେଖା ହେବା ବେଳକୁ ୟୁଟ୍ୟୁବ୍‌ରେ ଏହା ୬୯ ମିଲିୟନ୍ ଭିୟୁ ପାଇସାରିଥିଲା। ଏବେ ସର୍‌ଫିରା ଦର୍ଶକଙ୍କ ହୃଦୟ ଜିତିବାକୁ ଯାଉଛି।

ଅଧିକ ପଢ଼ନ୍ତୁ: ହିନ୍ଦୀ ବେଲ୍ଟରେ ବଢୁଛି ‘କଲ୍‌କୀ’ର ରୋଜଗାର; ଆଶ୍ଚର୍ଯ୍ୟ କଲା ଚତୁର୍ଥ ଦିନର ଆୟ

Advertisment

‘ସର୍‌ଫିରା’ ଫିଲ୍ମରେ ଅକ୍ଷୟ କୁମାର ଏମିତି ଜଣେ ବ୍ୟକ୍ତିଙ୍କ ଭୂମିକାରେ ଅଭିନୟ କରୁଛନ୍ତି, ଯିଏ କେବେ ହାର ମାନନ୍ତି ନାହିଁ ଏବଂ ତାଙ୍କ ସ୍ୱପ୍ନକୁ ସାକାର କରିବାର ଶକ୍ତି ରଖିଥାନ୍ତି। ଅକ୍ଷୟ କୁମାର ସର୍ବଦା ଏପରି ଚଳଚ୍ଚିତ୍ର ବାଛନ୍ତି ଯାହାର କଣ୍ଟେଣ୍ଟ୍ ଖୁବ ଶକ୍ତିଶାଳୀ ଥାଏ। ‘ସର୍‌ଫିରା’ ମଧ୍ୟ କଣ୍ଟେଣ୍ଟରେ ଭରପୂର ଏହିପରି ଏକ ଫିଲ୍ମ, ଯାହାର ଟ୍ରେଲରକୁ ଲୋକମାନେ ପ୍ରଶଂସା କରୁଛନ୍ତି ଏବଂ ଏହାକୁ ଅଧିକରୁ ଅଧିକ ଦେଖିବାକୁ ମଧ୍ୟ ଚାହୁଁଛନ୍ତି।

ଲୋକମାନଙ୍କୁ ଶିକ୍ଷା ଦେବା ପାଇଁ ଅକ୍ଷୟ କୁମାର ଏଥର ଏପରି ଏକ କାହାଣୀ ନେଇ ଆସୁଛନ୍ତି ଯାହା ଯୁବପିଢିଙ୍କ ଉଦ୍ୟୋଗୀ ମନୋଭାବରେ ପ୍ରେରଣା ସୃଷ୍ଟି କରିବ। ଏହା ନିଶ୍ଚିତ ଭାବେ ଲୋକଙ୍କ ହୃଦୟକୁ ଛୁଇଁଛି, ଯେଉଁଥିପାଇଁ ଫିଲ୍ମର ରିଲିଜ୍‌କୁ ସେମାନେ ଅଧିକ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି।

ତେବେ ଫିଲ୍ମର ପ୍ରଶଂସକ ଏବଂ ଦର୍ଶକ ବର୍ତ୍ତମାନ ଫିଲ୍ମ ପ୍ରେକ୍ଷାଳୟକୁ ଆସିବା ପାଇଁ ଅପେକ୍ଷା କରିଛନ୍ତି। ଏଭଳି ପରିସ୍ଥିତିରେ ଖିଲାଡି କୁମାରଙ୍କ ଉତ୍କୃଷ୍ଟ କାହାଣୀ ଲୋକଙ୍କୁ ବାନ୍ଧି ରଖିବ ବୋଲି ଆଶା କରାଯାଉଛି।

ଅଧିକ ପଢ଼ନ୍ତୁ: ଦିଶାଙ୍କୁ ମିଳିଗଲା କି ନୂଆ ପ୍ରେମିକ; ତାଙ୍କ ହାତରେ ଦେଖିବାକୁ ମିଳିଛି ସାଉଥ୍‌ର ଏହି ସୁପରଷ୍ଟାର୍‌ଙ୍କ ନାଁ

ଏୟାରଲିଫ୍ଟ, ବେବି, ଓଏମ୍‌ଜି ୨, ଟଏଲେଟ୍ ଏବଂ ଜୟ ଭୀମ ନିର୍ମାତାମାନଙ୍କଠାରୁ ‘ସର୍‌ଫିରା’ ଷ୍ଟାର୍ଟଅପ୍ ଏବଂ ବିମାନ ଚଳାଚଳ ଜଗତ ଉପରେ ଆଧାରିତ ଏକ ଅବିଶ୍ୱସନୀୟ କାହାଣୀ। ଏହି ଫିଲ୍ମଟି ସାଧାରଣ ଲୋକଙ୍କୁ ବଡ଼ ସ୍ୱପ୍ନ ଦେଖିବା ପାଇଁ ଏବଂ ନିଜ ସ୍ୱପ୍ନକୁ ଅନୁସରଣ ପାଇଁ ପ୍ରେରଣା ଦେବାକୁ ପ୍ରସ୍ତୁତ।

ସୁଧା ଏବଂ ଶାଲିନୀ ଉଷାଦେବୀଙ୍କ ଦ୍ୱାରା ଲିଖିତ, ପୂଜା ତୋଲାନୀଙ୍କ ସଂଳାପ ଏବଂ ଜି.ଭି. ପ୍ରକାଶ କୁମାର ମ୍ୟୁଜିକ୍‌ରେ ସଜ୍ଜା ‘ସରଫିରା’ ଅରୁଣା ଭାଟିଆ (କେପ୍ ଅଫ୍ ଗୁଡ୍ ଫିଲ୍ମସ୍), ସାଉଥ୍ ସୁପରଷ୍ଟାର୍ ସୁର୍ଯ୍ୟା ଏବଂ ଜ୍ୟୋତିକା (2D ଏଣ୍ଟର୍‌ଟେନ୍‌ମେଣ୍ଟ୍) ଏବଂ ବିକ୍ରମ ମଲହୋତ୍ରା (ଅମ୍ବୁନ୍ଦତିଆ ଏଣ୍ଟରଟେନମେଣ୍ଟ) ଦ୍ୱାରା ନିର୍ମିତ। ଜୁଲାଇ ୧୨ରେ ଦେଶବ୍ୟାପୀ ମୁକ୍ତିଲାଭ ପାଇଁ ପ୍ରସ୍ତୁତ 'ସର୍‌ଫିରା' ଏହାର ଶକ୍ତିଶାଳୀ କାହାଣୀ ସହିତ ଦର୍ଶକଙ୍କୁ ଆକର୍ଷିତ କରିବ ବୋଲି ଆଶା କରାଯାଏ।

ଅଧିକ ପଢ଼ନ୍ତୁ: ବିବାହ ପରେ ଲାଗିଲା ପ୍ରଥମ ଝଟ୍‌କା; ସୋନାକ୍ଷୀଙ୍କ ସ୍ଥାନରେ ମୃଣାଳ ଠାକୁର୍

Bollywood Akshay Kumar South Indian Films
Advertisment
Advertisment