Advertisment

ଦିଶାଙ୍କୁ ମିଳିଗଲା କି ନୂଆ ପ୍ରେମିକ; ତାଙ୍କ ହାତରେ ଦେଖିବାକୁ ମିଳିଛି ସାଉଥ୍‌ର ଏହି ସୁପରଷ୍ଟାର୍‌ଙ୍କ ନାଁ

ଫିଲ୍ମ ଦୁନିଆଁ ଛଡା ପ୍ରେମ ଜୀବନକୁ ନେଇ ଦିଶା ପଟାନୀ ଏବେ ଖୁବ୍ ଚର୍ଚ୍ଚାରେ। ଅଭିନେତ୍ରୀଙ୍କ ନାଁ ଏବେ ସାଉଥ୍ ସୁପରଷ୍ଟାର୍‌ଙ୍କ ସହ ଯୋଡି ଆଲୋଚନା ଚାଲିଛି। ଦିଶାଙ୍କ ହାତରେ ହୋଇଥିବା ଟାଟୁରୁ ଏଭଳି କଳ୍ପନାକଳ୍ପନା କରାଯାଉଛି। ପ୍ରଶଂସକମାନେ ଦିଶାଙ୍କ ହାତରେ ଏଭଳି ଟାଟୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

author-image
Pramod Behera
ଅଦ୍ୟତନ ହୋଇଛି
Disha patani dating kalki 2898 ad actor prabhas

Disha patani dating kalki 2898 ad actor prabhas

ଆଜିକାଲି ଦିଶା ପଟାନୀଙ୍କ ପାଦ ତଳେ ଲାଗୁନି। ତାଙ୍କ ମନ ଖାଲି ଉଡୁଛି। ପ୍ରଭାସଙ୍କ ସହ ପ୍ରଥମ ଥର ପାଇଁ ଫିଲ୍ମ 'କଲ୍‌କୀ ୨୮୯୮ ଏଡି' କରିବା ପରେ ତାଙ୍କ କ୍ୟାରିୟର ବୃଦ୍ଧି ପାଇବାରେ ଲାଗିଛି। ଏହି ଚଳଚ୍ଚିତ୍ରର ସଫଳତା ସହିତ ଦିଶା ମଧ୍ୟ ତାଙ୍କ ଲଭ୍ ଲାଇଫ୍‌କୁ ନେଇ ଚର୍ଚ୍ଚାରେ ଅଛନ୍ତି।

Advertisment

ଅଭିନେତ୍ରୀଙ୍କ ନାଁ ପ୍ରଭାସଙ୍କ ସହ ଯୋଡି ଆଲୋଚନା ଚାଲିଛି। ଦିଶାଙ୍କ ହାତରେ ହୋଇଥିବା ଟାଟୁରୁ ଏଭଳି କଳ୍ପନାକଳ୍ପନା କରାଯାଉଛି। ପ୍ରଶଂସକମାନେ ଦିଶାଙ୍କ ହାତରେ ଏଭଳି ଟାଟୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

ଅଧିକ ପଢ଼ନ୍ତୁ: ବିବାହ ପରେ ଲାଗିଲା ପ୍ରଥମ ଝଟ୍‌କା; ସୋନାକ୍ଷୀଙ୍କ ସ୍ଥାନରେ ମୃଣାଳ ଠାକୁର୍

Advertisment

ରିପୋର୍ଟ ଅନୁଯାୟୀ, ୩୨ ବର୍ଷ ବୟସ୍କା ଦିଶାଙ୍କ ଠାରୁ ୧୨ ବର୍ଷ ବଡ ସାଉଥ୍ ସୁପର୍‌ଷ୍ଟାର୍‌ ପ୍ରଭାସଙ୍କ ସହ ଡେଟ୍‌ କରୁଛନ୍ତି। ତେବେ ଏହି ସହିତ ସହିତ ଲୋକମାନେ ପ୍ରକୃତ ଜୀବନରେ ୪୪ ବର୍ଷ ବଡ ପ୍ରଭାସଙ୍କ ସହ ତାଙ୍କ କେମେଷ୍ଟ୍ରୀଙ୍କୁ ଖୁବ୍ ପସନ୍ଦ କରୁଛନ୍ତି। 'ଇନ୍‌ଷ୍ଟାଣ୍ଟ୍‌ ବଲିଉଡ' ଦ୍ୱାରା ଶେୟାର ହୋଇଥିବା ଏକ ଇନ୍‌ଷ୍ଟାଗ୍ରାମ୍‌ ପୋଷ୍ଟ୍‌ରେ ଦିଶାଙ୍କ ହାତରେ ଏକ ନୂଆ ଟାଟୁ ଦେଖିବାକୁ ମିଳିଛି, ଯେଉଁଥିରେ 'ପିଡି'(PD) ଲେଖାହୋଇଛି।

ବର୍ତ୍ତମାନ ଦିଶାଙ୍କ ଏହି ଟାଟୁରୁ ପ୍ରଶଂସକମାନେ ଅନୁମାନ କରିଛନ୍ତି ଯେ ଦିଶା ପ୍ରଭାସ ଏବଂ ତାଙ୍କ ନାଁକୁ ଯୋଡି (PD, ପ୍ରଭାସ-ଦିଶା) ଟାଟୁ କରିଛନ୍ତି। ଏହି ପୋଷ୍ଟରେ ମତ ଦେଇ ଦିଶାଙ୍କ ପ୍ରଶଂସକମାନେ ଲେଖୁଛନ୍ତି ଯେ ଦିଶା ଏକ ନୂଆ ପ୍ରେମିକ ପାଇଛନ୍ତି। ପ୍ରଶଂସକମାନେ ପ୍ରଭାସଙ୍କ ନାଁକୁ ନେଇ ଅନୁମାନ କରୁଛନ୍ତି। ଦିଶା ତାଙ୍କ ହାତରେ ପ୍ରଭାସଙ୍କ ନାଁ ଲେଖିଛନ୍ତି କି ନାହିଁ ବୋଲି ଲୋକେ ପଚାରୁଛନ୍ତି।

ପ୍ରକାଶଥାଉ ଯେ ପ୍ରଭାସଙ୍କ ପୂର୍ବରୁ ଦିଶାଙ୍କ ନାଁ ଟାଇଗର ଶ୍ରଫ୍‌ଙ୍କ ସହ ବହୁତ ଜଡିତ ଥିଲା। ତେବେ ଦୁହିଁଙ୍କ ଯୋଡି ଖୁବ ଶୀଘ୍ର ଭାଙ୍ଗିଯାଇଥିଲା। ଏହା ପରେ ଦିଶାଙ୍କ ନାଁ ଆଦିତ୍ୟ ରୟ କପୁରଙ୍କ ସହ ମଧ୍ୟ ଜଡିତ ଥିଲା। ତେବେ ଦୁହେଁ ଏହି ରିପୋର୍ଟକୁ ଗୁଜବ ବୋଲି ଖଣ୍ଡନ କରିଛନ୍ତି।

ଅଧିକ ପଢ଼ନ୍ତୁ: ମୁଁ ଜଣେ ହାର୍ଡକୋର ରୋମାଣ୍ଟିକ୍‌, ପ୍ରେମ ପାଇଁ ଶେଷ ପର୍ଯ୍ୟନ୍ତ ଲଢିବି; ମଲାଇକା

ଏହା ପରେ ଦିଶା ବ୍ରିଟିଶ ଲିଜେଣ୍ଡ୍ ଆଲେକ୍ସଙ୍କୁ ମଧ୍ୟ ଡେଟ କରିବା ଆରମ୍ଭ କଲେ। ଉଭୟଙ୍କ ଅନେକ ରୋମାଣ୍ଟିକ୍ ଫଟୋ ମଧ୍ୟ ସାମ୍ନାକୁ ଆସିଲା। ତେବେ ଖୁବ୍ ଶୀଘ୍ର ସେମାନଙ୍କ ବ୍ରେକ୍‌ଅପ୍ ଖବର ମଧ୍ୟ ସାମ୍ନାକୁ ଆସିଲା। ବର୍ତ୍ତମାନ ଦିଶାଙ୍କ ନାଁ ପ୍ରଭାସଙ୍କ ସହ ଯୋଡି ଚର୍ଚ୍ଚା। ତେବେ ଦେଖାଯାଉ ଏହା କେତେ ସତ ଆଉ କେତେ ମିଛ ହେଉଛି।

Prabhas Bollywood Disha Patani South Indian Film Industry
Advertisment
Advertisment